Categories
ଆଜିର ଖବର ଜାତୀୟ ଖବର

ଅମ୍ଳଜାନ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିବା ସହିତ ଦିଲ୍ଲୀରେ ଏବେ ଅମ୍ଳଜାନର ଘୋର ଅଭାବ ଦେଖାଯାଉଛି। ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଯେଉଁ ରାଜ୍ୟରେ ବଳକା ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ସାହାଯ୍ୟ କରୁଥିଲେ ମଧ୍ୟ ତାହା ଏବେ ପର୍ଯ୍ୟାପ୍ତ ହେଉନି। ତେଣୁ ଯାହା ପାଖରେ ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ନିବେଦନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏବେ ଦେଶରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। ରାଜସ୍ଥାନର ଏକ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ଅମ୍ଳଜାନ ଅଭାବରୁ ଆଜି ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସମୟରେ ଓଡିଶା ଏବେ ଦିଲ୍ଲୀ ସମେତ ୮ ଟି ରାଜ୍ୟକୁ ଅମ୍ଳଜାନ ଯୋଗାଉଛି।