Categories
ଆଞ୍ଚଳିକ

ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟରେ ପ୍ରାୟ ଛଅ ମାସ ହେଲା ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିଲା। ତେବେ ଏଠାରେ ନୂତନ ଅତିରିକ୍ତ ତହସିଲଦାର ଭାବେ ସାହୀନ ନାଜ ଯୋଗଦେଇଛନ୍ତି।

ଶ୍ରୀମତୀ ନାଜ ୨୦୧୯ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଆରଏସ ପୋଷ୍ଟ ପାଇଁ ବିବେଚିତ ହୋଇଥିଲେ। ଏହାପରେ କିଛି ମାସର ଟ୍ରେନିଂ ଶେଷ ହେବା ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ବାଣପୁର ଅତିରିକ୍ତ ତହସିଲଦାର ଭାବେ ପ୍ରଥମ ନିଯୁକ୍ତି ଦିଆଯାଇଛି।

ତେବେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏକ ବୃହତ ତହସିଲ ହୋଇଥିବାବେଳେ ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବେ ବୋଲି ଶ୍ରୀମତୀ ନାଜ କହିଛନ୍ତି।