Categories
ବିଶେଷ ଖବର

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି। ଏହି ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଉଦଘାଟନୀ ବକ୍ତବ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି। ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି। କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି। ତା’ଛଡ଼ା ଫେରିଯିବା ପରେ ଏମିତି ଏକ ଦୁଃଖଦ ଖବର ଶୁଣିବାର ପରିସ୍ଥିତି ଉପୁଜିବ ବୋଲି କେବେ କଳ୍ପନା ସୁଦ୍ଧା କରିପାରିନଥିଲି।

ଆବେ ସାନ ଏବଂ ତାଙ୍କ ସହ ଆପଣ ମଧ୍ୟ ବିଦେଶ ମନ୍ତ୍ରୀ ଭାବେ ଭାରତ ଏବଂ ଜାପାନ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇ ଯାଇଛନ୍ତି । ଅନେକ କ୍ଷେତ୍ରରେ ଏହି ସମ୍ପର୍କକୁ ଅଧିକ ବିସ୍ତାରିତ କରିଛନ୍ତି। ଆମର ବନ୍ଧୁତା, ଭାରତ- ଜାପାନ ମୈତ୍ରୀ ବିଶ୍ବସ୍ତରରେ ଏକ ପ୍ରଭାବ ସୃଷ୍ଟି କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି। ଆଉ ଏ ସବୁ ପାଇଁ ଆଜି ଭାରତର ଜନସାଧାରଣ ଆବେ ସାନଙ୍କୁ ଖୁବ୍‌ ମନେ ପକାଉଛନ୍ତି, ଜାପାନକୁ ମନେ ପକାଉଛନ୍ତି। ଭାରତ ସବୁବେଳେ ଏକ ପ୍ରକାରରେ ତାଙ୍କର ଅନୁପସ୍ଥିତି ଜନିତ ଶୂନ୍ୟସ୍ଥାନକୁ ଅନୁଭବ କରୁଛି।

କିନ୍ତୁ ମୋର ବିଶ୍ବାସ ରହିଛି ଯେ ଆପଣଙ୍କ ନେତୃତ୍ବରେ ଭାରତ- ଜାପାନ ସମ୍ପର୍କ ଆହୁରି ଅଧିକ ନିବିଡ଼ ହେବ, ଆହୁରି ଅଧିକ ଉଚ୍ଚତା ଛୁଇଁବ। ଆମେ ବିଶ୍ବର ସମସ୍ୟା ସମାଧାନ କରିବାରେ ଏକ ଉପଯୁକ୍ତ ଭୂମିକା ନିର୍ବାହ କରିବା ଲାଗି ସକ୍ଷମ ହୋଇପାରିବୁ, ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବିଶ୍ବ ନେତାଙ୍କ ଗହଣରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:  ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଜାପାନରେ ପହଞ୍ଚିବା ପରେ ଶ୍ରୀ ମୋଦୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ତାଙ୍କର ଫଳପ୍ରଦ ବୈଠକ ହୋଇଛି। ସେ ଅଧିକ ଦୁଃଖ ଅନୁଭବ କଲେ। କାରଣ ସେ ଗତଥର ଆବେଙ୍କ ସହ ତାଙ୍କର ବହୁତ ଲମ୍ବା ବାର୍ତ୍ତାଳାପ ହୋଇଥିଲା। ସେ କେବେ ଭାବି ନଥିଲେ ଯେ ଦେଶ ଛାଡିବା ଯିବା ପରେ ତାଙ୍କୁ ଏପରି ଖବର ଶୁଣିବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ନିଶ୍ଚିତ ଯେ ନୂତନ ନେତୃତ୍ୱରେ ଭାରତ-ଜାପାନ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ଅଧିକ ଶୀର୍ଷକୁ ଛୁଇଁବ। ଶ୍ରୀ ମୋଦୀ କହିଛନ୍ତି ଯେ ସେ ଦୃଢ ଭାବରେ ବିଶ୍ବାସ କରିଛନ୍ତି ଯେ ନୂଆଦିଲ୍ଲୀ ଏବଂ ଟୋକିଓ ବିଶ୍ବର ସମସ୍ୟାର ସମାଧାନ ଖୋଜିବାରେ ଉପଯୁକ୍ତ ଭୂମିକା ଗ୍ରହଣ କରିପାରିବ।

ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଜାତୀୟ ଅନ୍ତିମ ସଂସ୍କାର ଚାଲିଛି। ତାଙ୍କ ଭସ୍ମକୁ ଟୋକିଓର ବୁଡୋକାନ ହଲକୁ ତାଙ୍କ ବିଧବା ପତ୍ନୀ ଆକି ଆବେ ନେଇ ଯାଇଥିଲେ ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବିଶ୍ୱ ନେତାଙ୍କ ସହ ଏହି ଜାତୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି। ଭାରତ-ଜାପାନ ସହଭାଗିତାକୁ ମଜବୁତ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦୂରଦୃଷ୍ଟି ସମ୍ପନ୍ନ କରିବାରେ ପ୍ରଧାନମନ୍ତ୍ରୀ ଆବେଙ୍କ ଅବଦାନକୁ ସେ ଉଲ୍ଲେଖ କରିଛନ୍ତି।

ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜୁବୁତ କରିବା ଉପରେ ଦୁଇ ନେତାଙ୍କ ମଧ୍ୟରେ ଫଳପ୍ରଦ ମତ ବିନିମୟ ହୋଇଥିଲା। ସେମାନେ ଅନେକ ଆଞ୍ଚଳିକ ଏବଂ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭାରତ-ଜାପାନର ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପ୍ ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ଆନ୍ତର୍ଜାତୀୟ ଗୋଷ୍ଠୀ ଏବଂ ଅନୁଷ୍ଠାନରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନିଧନ, ସଭାକୁ ସମ୍ବୋଧିତ ବେଳେ ହୋଇଥିଲା ଆକ୍ରମଣ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳି ପରେ ମୃତ୍ୟୁ ଘଟିଛି। ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଇଯାଇ ପାରିଲା ନାହିଁ। ଯେତେବେଳେ ସିଞ୍ଜୋ ଆବେଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା, ସେତେବେଳେ ସେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରୁଥିଲେ। କୁହାଯାଇଛି ଯେ, ଗୁଳି ପରେ ସେ ହୃଦଘାତରେ ପୀଡିତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଗଣମାଧ୍ୟମରୁ ଏହି ସୂଚନା ମିଳିଛି।

ଆମେ ଆପଣଙ୍କୁ କହିବୁ ଯେ ସିଞ୍ଜୋ ଆବେଙ୍କୁ ଗୁଳି ଚଳାଇବା ପରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ପ୍ରାୟ ଚାରି ରୁ ପାଞ୍ଚ ଘଣ୍ଟା ଚିକିତ୍ସା କରାଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ସୁସ୍ଥ କରିପାରିନଥିଲେ। ତାଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ସର୍ବତ୍ର ନିନ୍ଦା କରାଯାଉଛି।

ପ୍ରକାଶ ଯେ, ଆକ୍ରମଣକାରୀ ପଛରୁ ସିଞ୍ଜୋ ଆବେଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ, ପରେ ଆବେ ତଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଲୋକମାନେ ସିଞ୍ଜୋ ଆବେଙ୍କୁ CPR ଦେବାକୁ ଚେଷ୍ଟା କରିଥିଲେ। ଏହା ପରେ ତାଙ୍କୁ ହେଲିକପ୍ଟର ଯୋଗେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ଏହି ଆକ୍ରମଣକାରୀ ୪୧ ବର୍ଷିୟ ତେତ୍ସୁୟା ୟମଗମି ବୋଲି ଜଣାପଡିଛି। ଯାହାକୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଛି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ବଡ଼ ଆକ୍ରମଣ, ଭାଷଣ ମଝିରେ ଗୁଳି ଚଳାଇଲା ଦୁର୍ବୃତ୍ତ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ଭାଷଣ ସମୟରେ ଆବେଙ୍କ ଉପରକୁ ଗୁଳି କରାଯାଇଛି ଏବଂ ପରେ ସେ ସେଠାରେ ଟଳି ପଡ଼ିଯାଇଛନ୍ତି। ସୂଚନା ଅନୁଯାୟୀ, ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ନାରା ସହରରେ ହୋଇଥିଲା। ଗୁଳି ଚଳାଇବା ପରେ ସିଞ୍ଜୋ ଆବେ ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହି ସୂଚନା ସ୍ଥାନୀୟ ସାମ୍ବାଦିକଙ୍କ ଉଦ୍ଧେଶ୍ୟରେ ବାହାରକୁ ଆସୁଛି। ଯେଉଁଥିରେ କୁହାଯାଇଛି ଯେ ଏହି ଆକ୍ରମଣ ସକାଳ ପ୍ରାୟ ସାଢେ ୧୧ଟା ସମୟରେ ସିଞ୍ଜୋ ଆବେଙ୍କ ଉପରେ ଘଟିଥିଲା। ଏହି ଆକ୍ରମଣ ପରେ ପୋଲିସ ମଧ୍ୟ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ବର୍ତ୍ତମାନ, ସିଞ୍ଜୋ ଆବେଙ୍କ ଅବସ୍ଥା ଗୁରୁତର କି ସେ ବିପଦରୁ ବାହାରିଛନ୍ତି ତାହା ଜଣା ପଡିନାହିଁ। କୁହାଯାଉଛି କି ଆକ୍ରମଣକାରୀ ସିଞ୍ଜୋ ଆବେଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। କିନ୍ତୁ ଏହା ପରେ ସେ ସେଠାରେ ଠିଆ ହୋଇରହିଥିଲା। ଆକ୍ରମଣକାରୀଙ୍କ ବୟସ ପ୍ରାୟ ୪୦ ବର୍ଷ ବୋଲି କୁହାଯାଉଛି।

ପ୍ରକାଶ ଯୋଗ୍ୟ ଯେ, ଜାପାନ ହେଉଛି ବିଶ୍ୱର ଅନ୍ୟତମ ଦେଶ ଯାହାକୁ ସୁରକ୍ଷିତ ଭାବେ ବିବେଚନା କରାଯାଏ। କିନ୍ତୁ ଏହି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ସତର୍କ ହୋଇପଡିଛି। ସମଗ୍ର ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇ ଅନୁସନ୍ଧାନ ଜାରି ରହିଛି।

ପଶ୍ଚିମ ଜାପାନର ନାରା ସହରରେ ସିଞ୍ଜୋ ଆବେଙ୍କ ଏହା ଏକ ଛୋଟ ସମାବେଶ ଥିଲା। ଯେଉଁଥିରେ ପ୍ରାୟ ୧୦୦ ଲୋକ ସାମିଲ ଥିଲେ। ଯେତେବେଳେ ଆବେ ଭାଷଣ ଦେବାକୁ ଆସିଥିଲେ, ଜଣେ ଆକ୍ରମଣକାରୀ ପଛରୁ ଗୁଳି ଚଳାଇଥିଲା। ଯାହା ପରେ ଆବେ ତଳେ ପଡ଼ିଗଲେ।

ସିଞ୍ଜୋ ଆବେ ଜାପାନରେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ହୋଇଥିଲେ। ସିଞ୍ଜୋ ପ୍ରଥମେ ୨୦୦୬ ରେ ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ ୨୦୦୭ ମସିହାରେ ସେ ଅସୁସ୍ଥତା ହେତୁ ଏହି ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ୨୦୧୨ ମସିହାରେ ସେ ପୁନର୍ବାର ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୨୦ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଅସୁସ୍ଥତା ହେତୁ ସେ ନିଜ ପଦ ଛାଡିଥିଲେ। ସେ କାର୍ଯ୍ୟକାଳ ପୂରଣ କରିପାରିନଥିବାରୁ ଜାପାନବାସୀଙ୍କୁ କ୍ଷମା ମାଗିଥିଲେ। ଆବେ ଦୀର୍ଘ ବର୍ଷ ଧରି ଅଲଜାଇମର କୋଲାଇଟିସରେ ପୀଡିତ ଥିଲେ। ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ତେଣୁ ସେ ଏହି ପଦ ଛାଡିଥିଲେ। ୟୋସିହିଦେ ସୁଗା ତାଙ୍କ ସ୍ଥାନରେ ନୂତନ ପ୍ରଧାନମନ୍ତ୍ରୀ ହୋଇଥିଲେ।