Categories
ଆଞ୍ଚଳିକ

ନନ୍ଦକିଶୋର ମେମୋରିଆଲ ଫୁଟବଲ ଜର୍ସି ଉନ୍ମୋଚନ

ଭୁବନେଶ୍ୱର: ସିଟି ବ୍ଲକ ଏବଂ କିଟ୍‌ର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୩ ତାରିଖ ଠାରୁ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ କିଟ୍ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ଖେଳାଳୀମାନଙ୍କୁ ଜର୍ସ ଉନ୍ମୋଚନ ହୋଇଥିଲା ଏବଂ ବିଶ୍ୱ ମହିଳା ଦିବସ ଅବସରରେ ଆନ୍ତର୍ଜାତିକ ମହିଳା ଫୁଟବଲ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଅତିଥି ଭାବେ ବୈଜୟନ୍ତୀ ସାହୁ, ରୁଚି ମସଲା ଏମ୍‌ଡ଼ି ଡଃ ଶରତ ସାହୁ, ଆନ୍ତର୍ଜାତିକ ଗଲଫର ଲଖି ସ୍ୱାଇଁ, ଡଃ ସୌର୍ଯ୍ୟରଞ୍ଜନ ପରିଜା, କଣ୍ଠଶିଳ୍ପୀ ସୌରଭ ନାୟକ, ଅଶୋକ ମହାନ୍ତି, ସତ୍ୟବ୍ରତ ରଥ, ସଙ୍ଗୀତା ଶର୍ମା, ଭାଗ୍ୟଧର ଜଗଦେବ, ସାମ୍ବାଦିକ ସତ୍ୟ ମିଶ୍ର, ମହମ୍ମଦ ସହିଦ ଜବାର, ସହଦେବ ରାଉତ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ପ୍ରଥମା ପ୍ରିୟଦର୍ଶିନୀ, ଜବାମଣି ଟୁଡ଼ୁ, ଗୀତାଞ୍ଜଳି ଖୁଣ୍ଟିଆ, ଆଲୋଚନା ସେନାପତି, ମମତା ମହାନ୍ତି, ମମତାଜ ବେଗମ, ସିଟିକ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଶେଷକରି ଆନ୍ତର୍ଜାତିକ ଫୁଟବଲ ଖେଳାଳୀ ପ୍ୟାରୀ ଖାଖା ମନୀଷା ପାନା, ଗଲଫର ଲଖି ସ୍ୱାଇଁ, ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ବରିଷ୍ଠ ଫୁଟବଲ କୋଚ ଗଙ୍ଗାଧର ବେହେରା ଏବଂ ସୁନିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟଟି ଚଳିତମାସ ୧୩ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ସମାପ୍ତ ହେବ। ଏହାର ମୁଖ୍ୟ ପ୍ରାୟୋଜକ ହେବାକୁ ରୁଚି ମସଲା ଆଗ୍ରହ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ ଖେଳ

ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ଉଦ୍‌ଯାପିତ

ଭୁବନେଶ୍ୱର: ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା ୫ମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲ୍ଲା ଫୁଟବଲ ଟେନିସ୍ ଚମ୍ପିୟାନସିପ୍ ମମତାଜଅଲ୍ଲୀ ହାଇସ୍କୁଲ୍ ଖେଳପଡ଼ିଆଠାରେ ଉଦ୍‌ଯାପିତ ହୋଇଯାଇଛି। ବାଳିକା ବିଭାଗରେ ଯାଜପୁର ଜିଲ୍ଲା ଚମ୍ପିୟାନ ଏବଂ ଭଦ୍ରକ ଜିଲ୍ଲା ରନର୍ସଅପ୍ ହୋଇଥିବା ବେଳେ ପୁରୁଷ ବିଭାଗରେ କନ୍ଧମାଳ ଜିଲ୍ଲା ଚମ୍ପିୟାନ ଓ ଯାଜପୁର ଜିଲ୍ଲା ରନର୍ସଅପ୍ ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ଜେ.ଡ଼ି. ବୟଜ, ଭୁବନେଶ୍ୱର ତୃତୀୟସ୍ଥାନ ଅଧିକାର କରିଥିଲେ। ବାଳିକା ବିଭାଗର ଭଦ୍ରକ ଜିଲ୍ଲାର ପୂଜାରାଣି ଦାସ ଏବଂ ପୁରୁଷର ବିଭାଗର ଭୁବନେଶ୍ୱରର ସତ୍ୟମ୍ ସିଂ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଉଦ୍‌ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଭାବେ ବା’ର ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା, ରାଧାକାନ୍ତ ମହାପାତ୍ର, ଭାଗ୍ୟଧର ଜଗଦେବ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ଫୁଟବଲ ଟେନିସ୍‌ର ରାଜ୍ୟ ସଭାପତି ସମରେନ୍ଦ୍ର ଜେନା, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଗୀତାରାଣି ବେହେରା, ବିଶିଷ୍ଟ କ୍ରୀଡ଼ା ସଂଗଠକ ସହଦେବ ରାଉତ, ନଳିନୀକାନ୍ତ ମିଶ୍ର, ମହେନ୍ଦ୍ର ବଳବନ୍ତ ରାୟ, ନବକିଶୋର ବେହେରା, ତ୍ରିନାଥ ମଙ୍ଗରାଜ, ଜଲିଲ୍ ଖାନ, ଉମାକାନ୍ତ ପୃଷ୍ଟି, ମହମଦ ଜିଆଉଦ୍ଦିନ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଆନ୍ତର୍ଜାତୀୟ ରେଫରୀ ସୁଜିତ କୁମାର ପାତ୍ର, ରଶ୍ମିତା ମହାନ୍ତି, ତାଜଉଦ୍ଦିନ ଖାନ। ଉକ୍ତ ସଭାକୁ ପରିଚାଳନା କରିଥିଲେ ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ।