Categories
ଆଜିର ଖବର ରାଜ୍ୟ ଖବର

ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଆଇପିଏସ ସ୍ତରରେ ରାଜ୍ୟସରକାର ଅଦଳବଦଳ କରିଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କୁ କେନ୍ଦ୍ରପଡା ଏସପି ଭାବେ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ବି. ଯୁଗଳ କିଶୋରଙ୍କୁ ଖୋର୍ଦ୍ଧାର ଏସପି ଭାବେ ନିଯୁକ୍ତି ମିଳିଛି।

ତେବେ ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଥିବା ବେଳେ ସତ୍ୟବ୍ରତ ଭୋଇଙ୍କୁ ଉତ୍ତର-ପୂର୍ବାଞ୍ଚଳ ଆଇଜି ଭାବେ ନିଯୁକ୍ତି ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବାଘମାରି ଥାନା ଅଞ୍ଚଳରୁ ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ପୋଲିସ ଜବତ କରିଛି। ସୂଚନା ମୁତାବକ ବାଘମାରି ଥାନା ଅନ୍ତର୍ଗତ ପୋଡ଼ାଡିହ ଗ୍ରାମ ମହିଷାସୁଣି ମନ୍ଦିର ପାଖେ ଥିବା ଏକ ଆଜବେଷ୍ଟସ ଘରେ ବ୍ରାଉନସୁଗାର କାରବାର ଚାଲିଥିବାର ଖବର ଏସପି ସିଦ୍ଧାର୍ଥ କାଟାରିଆ ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱାବଧାନରେ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେଙ୍କ ଏକ ଟିମ ଗଠନ କରି ଆଜି ଅପରାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ପୋଡ଼ାଡିହ ଗ୍ରାମର ବ୍ରାଉନସୁଗାର ବେପାରି ଭରତ ସେଠି (୬୧) ଗିରଫ ହୋଇଥିବାବେଳେ ଅନ୍ୟ ଜଣେ ବେପାରି ପ୍ରଭାତ ସେଠି ଘଟଣାସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଭାରତଙ୍କ ନିକଟରୁ ପୋଲିସ ୬୧.୮୩ ଗ୍ରାମ ବ୍ରାଉନସୁଗାର ଏବଂ ଏକ ବାଇକ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।

ଏହି ପରିପ୍ରେକ୍ଷୀରେ ବାଘମାରି ଥାନା ପୋଲିସ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୯୨/୨୨ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।  ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ, ଏଏସଆଇ ରମାକାନ୍ତ ପୁହାଣ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ପୋଲିସ କର୍ମଚାରୀମାନେ ସାମିଲ ଥିବା ବେଳେ ଉକ୍ତ ମାମଲାର ତଦନ୍ତ କରିବେ ବାଘମାରି ଥାନାଧିକାରିଣୀ ପ୍ରଜ୍ଞା ରିତମ୍ଭରା କର।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଏକ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳୁ ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଦଧିମାଛଗାଡ଼ିଆ ଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧.୨୮ ଗ୍ରାମ ବ୍ରାଉନ ସୁଗାର ଓ ଗୋଟେ ବାଇକ ଜବତ କରିଛି।

ଜବତ ବ୍ରାଉନସୁଗାରର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ପୁରି ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମର ରୋହିତ କୁମାର ବେହେରା (୩୨) ଏବଂ ଖୋର୍ଦ୍ଧା ସଦର ଥାନା ଦଧିମାଛ ଗାଡ଼ିଆ ଗ୍ରାମର ବିଶ୍ୱନାଥ ବେହେରା (୨୧)।  ଏହି ପରିପ୍ରେକ୍ଷୀରେ ସଦର ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୧୪/୨୨ ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ବଡ ଧରଣର ଅଦଳବଦଳ: ଜାଣନ୍ତୁ କେଉଁ ଥାନାର କିଏ ନେଲେ ଦାୟିତ୍ଵ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ବହୁ ଥାନାର ଥାନାଧିକାରୀଙ୍କ ସମେତ ଏସଆଇ ଏବଂ ଏଏସଆଇଙ୍କ ବଦଳି ହୋଇଛି। ଜିଲ୍ଲା ଏଷ୍ଟାବ୍ଲିସମେଣ୍ଟ ବୋର୍ଡର ମୁଖ୍ୟ ତଥା ଏସପି ସିଦ୍ଧାର୍ଥ କାଟାରିଆଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ବଦଳି ହୋଇଛି।

ବଦଳି ତାଲିକା:

୧- ବାଣପୁର ଥାନା ଆଇଆଇସି ରଶ୍ମିରଂଜନ ସାହୁଙ୍କୁ ବୋଲଗଡ଼ ଥାନା ଦାୟିତ୍ଵ।

୨- ଜଙ୍କିଆ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କୁ ଟାଙ୍ଗୀ ଥାନା ଦାୟିତ୍ଵ।

୩- ଖୋର୍ଦ୍ଧା ସଦର ଥାନା ଆଇଆଇସି ଅନିତା ସାହୁଙ୍କୁ ଜଙ୍କିଆ ଥାନା ଦାୟିତ୍ଵ।

୪- ବୋଲଗଡ଼ ଥାନା ଆଇଆଇସି ବିଦିତା ନାୟକଙ୍କୁ ଖୋର୍ଦ୍ଧା ସଦର ଥାନା ଦାୟିତ୍ଵ।

୫- ବାଘମାରି ଥାନା ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ।

୬- ଖୋର୍ଦ୍ଧା ଟାଉନ ଥାନା ଅତିରିକ୍ତ ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କୁ ବାଘମାରି ଥାନା ଦାୟିତ୍ଵ।

୭- ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଶମ୍ଭୁନାଥ ନାୟକଙ୍କୁ ବେଗୁନିଆ ଅତିରିକ୍ତ ଆଇଆଇସି ଦାୟିତ୍ଵ।

୮- ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଅମରେନ୍ଦ୍ର ଦାସଙ୍କୁ ଜିଲ୍ଲା ଡ଼ିସିଆରବି ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ତେବେ ବାଣପୁର ଥାନା ଦାଇତ୍ୱ ଅତିରିକ୍ତ ଆଇଆଇସି କାଁହୁ ଚରଣ ସ୍ୱାଇଁ ସମ୍ଭାଳିବେ।

ସେହିପରି ଭାବେ ସଦର ଥାନା ଏସଆଇ ପବିତ୍ର ମୋହନ ପ୍ରଧାନଙ୍କୁ ବାଲୁଗାଁ ଏସଆଇ, ବାଙ୍କୋଇ ଫାଣ୍ଡି ଏସଆଇ ବିନାୟକ ମନ୍ତ୍ରୀଙ୍କୁ ନିରାକାରପୁର ଥାନା, ବାଲୁଗାଁ ଥାନା ଏସଆଇ ଲିଲି ପାଢ଼ୀଙ୍କୁ ବୋଲଗଡ ଥାନା, ବୋଲଗଡ଼ ଏସଆଇ ସୁଜାତା ପଲାଇଙ୍କୁ ଟାଙ୍ଗୀ ଥାନା, ଟାଉନ ଥାନା ଏସଆଇ ବିଜୟ ଜେନାଙ୍କୁ ସଦର ଥାନା, ସଦର ଥାନା ଏଏସଆଇ ଶ୍ରୀମତୀ ମଲ୍ଲକଙ୍କୁ ବାଣପୁର ଥାନା, ଟାଉନ ଥାନା ଏଏସଆଇ ଅକ୍ଷୟ ସେଠିଙ୍କୁ ଶିଳ୍ପାଞ୍ଚଳ ଫାଣ୍ଡି, ବାଘମାରି ଥାନା ଏଏସଆଇ ପୁରୁଷୋତ୍ତମ ସାହୁଙ୍କୁ ଡ଼ିଆଇବି ଖୋର୍ଦ୍ଧା, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନଙ୍କୁ ବାଙ୍କୋଇ ଫାଣ୍ଡି, ରିଜର୍ଭ ଏଏସଆଇ ଏଲଡ଼ି ପଣ୍ଡାଙ୍କୁ ବାଣପୁର ଥାନା, ସିକୋ ଫାଣ୍ଡି ଏଏସଆଇ ପ୍ରମୋଦ କୁମାର ଦଳାଇଙ୍କୁ ଜଙ୍କିଆ ଥାନା, ନିରାକାରପୁର ଥାନା ଏଏସଆଇ ପ୍ରଗତି କୁମାର ଛାଟୋଇଙ୍କୁ ବୋଲଗଡ ଥାନା ଏବଂ ବାଣପୁର ଥାନା ଏଏସଆଇ ରମାକାନ୍ତ ପୁହାଣଙ୍କୁ ବାଘମାରି ଥାନାକୁ ବଦଳି କରାଯାଇଛି କରାଯାଇଛି। ସମସ୍ତ ଅଧିକାରି ମାନେ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦେଶ ରହିଛି।