Categories
ବିଶେଷ ଖବର ସ୍ବାସ୍ଥ୍ୟ

ଦୈନିକ ଜିମ୍ କଲେ ହୁଅନ୍ତି କି ହୃଦଘାତର ଶିକାର?: ଜାଣନ୍ତୁ କ’ଣ କୁହନ୍ତି ଦେଶର ସର୍ବୋତ୍ତମ ହୃଦ୍‌ରୋଗ ସର୍ଜନ

ସ୍ୱାସ୍ଥ୍ୟ ଟିପ୍ସ: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ତଥା ଅନେକ ହିଟ୍ ଫିଲ୍ମ ଦେଇ ଲୋକଙ୍କ ହୃଦୟକୁ ଛୁଇଁଥିବା ପୂନୀତ ରାଜକୁମାର ଶୁକ୍ରବାର ଦିନ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ସେ ମାତ୍ର ୪୬ ବର୍ଷ ବୟସରେ ଦୁନିଆରୂ ବିଦାୟ ନେଇଛନ୍ତି। ୪୬ ବର୍ଷ ବୟସରେ ଜଣେ ଫିଟ୍ ବ୍ୟକ୍ତି କିପରି ହୃଦଘାତ ଭଳି ରୋଗରେ ମୃତ୍ୟୁବରଣ କରିପାରିବ, ଏହା ସମସ୍ତଙ୍କୁ ଚକିତ କରିଛି। ଏହାପୂର୍ବରୁ ହୃଦଘାତ ଯୋଗୁଁ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଲୋକମାନେ ଭାବୁଛନ୍ତି ଯେ, ଯଦି ଜଣେ ଫିଟ୍ ବ୍ୟକ୍ତି ଏତେ କମ ବୟସରେ ଦୁନିଆ ଛାଡି ପାରିବେ, ତେବେ ଯେଉଁମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ନୁହଁନ୍ତି କିମ୍ବା କୌଣସି ଶାରୀରିକ ବ୍ୟାୟାମ କରନ୍ତି ନାହିଁ ସେମାନଙ୍କ ସହିତ କ’ଣ ହେବ?

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏସୀୟ ହାର୍ଟ ଇନଷ୍ଟିଚ୍ୟୁଟର ଭିସି ତଥା ଏମଡି ଡକ୍ଟର ରମାକାନ୍ତ ପଣ୍ଡା କହିଛନ୍ତି ଯେ, ୨୦ ରୁ ୨୫ ବର୍ଷ ପୂର୍ବେ, ୩୦ ବର୍ଷ ଏବଂ ତାହାଠାରୁ କମ ବର୍ଷ ଲୋକଙ୍କ ମଧ୍ୟରେ ହୃଦଘାତର ବିରଳ ଘଟଣା ଘଟୁଥଲା। କିନ୍ତୁ ବର୍ତ୍ତମାନ ପ୍ରତି ସପ୍ତାହରେ ଏଭଳି ମାମଲା ସାମ୍ନାକୁ ଆସୁଛି। ଭାରତର ବେଷ୍ଟ ହାର୍ଟ ସର୍ଜନ ତଥା ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଡକ୍ଟର ପଣ୍ଡା କହିଛନ୍ତି ଯେ, ବ୍ୟାୟାମ ଆମ ଶରୀର ଉପରେ ଉଭୟ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। କିନ୍ତୁ ଆପଣ ବ୍ୟାୟାମ କିପରି କରୁଛନ୍ତି ତାହା ଉପରେ ଏହା ନିର୍ଭର କରେ। ଏହି କାରଣରୁ ଯୁବକମାନଙ୍କଠାରେ ହୃଦଘାତର ସମସ୍ୟା ମଧ୍ୟ ବଢିବାରେ ଲାଗିଛି।

ଶାରୀରିକ ବ୍ୟାୟାମ ସମୟରେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:

ଶରୀରରେ ମଧ୍ୟମ ସ୍ତରର ବ୍ୟାୟାମ ଆବଶ୍ୟକ ବୋଲି ଡକ୍ଟର ପଣ୍ଡା ଦର୍ଶାଇଛନ୍ତି। ନିମ୍ନ ସ୍ତର କିମ୍ବା ଉଚ୍ଚ ସ୍ତରର ଶାରୀରିକ କାର୍ଯ୍ୟକଳାପ ପ୍ରତିକୂଳ ପ୍ରଭାବ ପକାଇପାରେ, ଯେଉଁଥିରେ ହୃଦଘାତ ଭଳି ରୋଗ ଅଧିକ ଘଟୁଛି।

କିପରି ସଠିକ୍ ବ୍ୟାୟାମ କରିବେ?:

– ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ୱାର୍ମ ଅପ କରନ୍ତୁ।

– ୨୦-୩୦ ମିନିଟ୍ ବ୍ୟାୟାମ କରନ୍ତୁ।

– ଶରୀରକୁ ୫ ରୁ ୧୦ ମିନିଟ୍ ରିଲାକ୍ସ କରନ୍ତୁ

ଡକ୍ଟର ପଣ୍ଡା ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଶରୀର କିପରି କାର୍ଯ୍ୟ କରୁଛି ତାହା ଉପରେ ନଜର ରଖିବା ଉଚିତ୍। ଛାତିର ବାମ ପାର୍ଶ୍ୱରେ ଯଦି ଯନ୍ତ୍ରଣା ଅନୁଭବ ହୁଏ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହୁଏ, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ମାତ୍ର ୪୦ ବର୍ଷ ବୟସରେ ପ୍ରତିଭାବାନ ଯୁବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ: ବଲିଉଡରେ ଖେଳିଗଲା ଶୋକର ଲହରୀ

ମୁମ୍ବାଇ: ବଲିଉଡ ଜଗତରୁ ବହୁତ ଦୁଃଖଦ ଖବର ମିଳିଛି। ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଯାଇଛି। ସିଦ୍ଧାର୍ଥ ଶୁକ୍ଲାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତ ପରେ ତାଙ୍କୁ ଆଜି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସିଦ୍ଧାର୍ଥ ଶୁକ୍ଲା ଟିଭି ସିରିଏଲ “ବାଳିକା ବଧୁ”ରୁ ଲୋକପ୍ରିୟତା ପାଇଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁନଥିଲେ। ସେ ସିରିଏଲ “ଦିଲ ସେ ଦିଲ ତକ”ରେ ମଧ୍ୟ ନଜର ଆସିଥିଲେ। ସେ ହମ୍ପ୍ଟି ଶର୍ମା କି ଦୁଲହାନିଆ ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିଥିଲେ।

ଏହି ଖବର ପାଇବା ପରେ ପୁରା ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି। ତାଙ୍କର ପ୍ରଶଂସକ ଦୁଃଖ ପ୍ରକାଶ କରରିଛନ୍ତି। ଖୁବ୍ କମ୍ ବୟସରେ ଦୁନିଆ ଛାଡିଥିବା ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖରୁ ଲୋକମାନେ ଏପର୍ଯ୍ୟନ୍ତ ମୁକ୍ତି ପାଇନଥିବା ବେଳେ ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ପ୍ରଶଂସକମାନଙ୍କୁ ଦୁଃଖିତ କରିଛି।

ସେ ବିଗ୍ ବସ୍ ୧୩ ରୁ ବହୁତ ଖ୍ୟାତି ଲାଭ କରିଥିଲେ। ପଞ୍ଜାବୀ ଅଭିନେତ୍ରୀ ଶାହନାଜ ଗିଲଙ୍କ ସହ ତାଙ୍କର ଯୋଡି ଭଲ ମାନୁଥିଲା। ଉଭୟଙ୍କୁ ବିଗ୍ ବସ୍ ଓଟିଟି ରେ ମଧ୍ୟ ଦେଖିବାକୁ ମିଳିଥିଲା।