Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ, ଅସୁସ୍ଥ ହୋଇ ହେଉଥିଲେ ଚିକିତ୍ସିତ

ଭୁବନେଶ୍ବର: ବରିଷ୍ଠ ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିଲା।ସେ କିଡନୀ ରୋଗରେ ପିଡତ ହୋଇ ଏମସରେ ଚିକିତ୍ସିତ ହେଉଥିଲା। ଦୁଇଦିନ ତଳେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଯ୍ୟ କରି ସିପିଆଇ କାର୍ଯ୍ୟାଳୟ ଭଗବତୀ ଭବନରେ ରହୁଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

ଦୀର୍ଘଦିନ ଧରି ସେ ସିପିଆଇର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସେଣ୍ଢତୀରା ଗାଁରେ ଜନ୍ମ ଗ୍ରହଣ କରିଥିଲେ ଦିବାକର ନାୟକ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ବିୟୋଗରେ ବାମ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ନିଜ ଗାଁ ଭଦ୍ରକ ସେଣ୍ଢିତୀରାରେ ଦିବାକର ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ସିପିଆଇ ବରିଷ୍ଠ ନେତା ଦିବାକର ନାୟକ ଗୁରୁତର, ଏଏମସରେ ଭର୍ତ୍ତି

ଭୁବନେଶ୍ବର: ସିପିଆଇ ର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଂପାଦକ ଦିବାକର ନାୟକ ଗୁରୁତର ଅସୁସ୍ଥ ହୋଇ ଏଏମସରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ଇନଫେକ୍ସନ ଯୋଗୁଁ ସେ ଗୁରୁତର ହୋଇପଡିଛନ୍ତି। ଶ୍ରୀ ନାୟକ ପୂର୍ବରୁ କିଡନୀ ରୋଗରେ ପିଡିତ ହୋଇ ଭଲ ହୋଇଥିଲେ।

ଦିବାକର ନାୟକ ସିପିଆଇର ଜଣେ ବରିଷ୍ଠ ନେତା ଭାବେ ବେଶ ଜଣାଶୁଣା। ବିଭିନ୍ନ ସମୟରେ ସେ ତୀକ୍ଷ୍ମ ସମାଲୋଚନା କରି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଦିଅନ୍ତି। ତାଙ୍କ ନେତୃତ୍ବରେ ସାରା ରାଜ୍ୟରେ ସିପିଆଇ ପକ୍ଷରୁ ବହୁ ଆନ୍ଦୋଳନ ତଥା ପ୍ରତିବାଦ ସଭା କରାଯାଇଛି।

ସିପିଆଇର ଅନ୍ୟତମ ବରିଷ୍ଠ ନେତା ରାମକୃଷ୍ଣ ପଣ୍ଡା ଏବଂ ଅନ୍ୟ ସିପିଆଇ ସାଥୀଗଣ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କହ୍ନେୟା କୁମାର ଜେଡିୟୁରେ ହେବେ ସାମିଲ!: ବିହାର ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଚର୍ଚ୍ଚା ଜୋର ଧରିଲା

ପାଟଣା: ବିହାର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ କଥା ଦେଖିବାକୁ ମିଳୁଛି। ବର୍ତ୍ତମାନ ସିପିଆଇ ନେତା ତଥା ଜେଏନୟୁର ପୂର୍ବ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ନେଇ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ବିହାରର ମନ୍ତ୍ରୀ ତଥା ଜେଡିୟୁ ନେତା ଅଶୋକ ଚୌଧୁରୀଙ୍କ ସହ କହ୍ନେୟା କୁମାର ସାକ୍ଷାତ କରିଛନ୍ତି। ଅଶୋକ ଚୌଧୁରୀଙ୍କ ବାସଭବନକୁ ଯାଇ କହ୍ନେୟା ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକୁ ଔପଚାରିକ ସାକ୍ଷାତ ବୋଲି କୁହାଯାଉଛି। ହେଲେ ସେପଟେ ବିହାର ରାଜନୀତିରେ ହଲଚଲ ବୃଦ୍ଧି ହୋଇଛି। ଏହି ସାକ୍ଷାତ ଏଭଳି ସମୟରେ ହୋଇଛି, ଯେଉଁ ସମୟରେ କହ୍ନେୟା କୁମାରଙ୍କ ବିରୋଧରେ ସିପିଆଇ ନିନ୍ଦା ପ୍ରସ୍ତାବ ଗୃହିତ କରିଛି। କହ୍ନେୟା କୁମାର ଜେଡ଼ିୟୁରେ ସାମିଲ ହେବା ଖବରକୁ ନେଇ ଦଳର ନେତା ଅଜୟ ଆଲୋକ ପ୍ରତିକ୍ରିୟା ରଖିଛନ୍ତି। ଆଲୋକ କହିଛନ୍ତି ଯେ, କହ୍ନେୟା କମ୍ୟୁନିଷ୍ଟ ଚିନ୍ତାଧାରାର ଲୋକ ଅଟନ୍ତି। ଯଦି ସେ ଏହି ଚିନ୍ତାଧାରାକୁ ତ୍ୟାଗ କରି ଜେଡ଼ିୟୁ ଚିନ୍ତାଧାରାକୁ ଗ୍ରହଣ କରନ୍ତି ଏବଂ ଦଳର ସଚ୍ଚୋଟ ସିପାହୀ ଭାବେ କାମ କରିବେ, ତେବେ ତାଙ୍କୁ ଜେଡ଼ିୟୁରେ ସ୍ଵାଗତ କରାଯିବ।