Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସେପ୍ଟେମ୍ବର ୬ ତାରିଖରୁ ଓଜେଇଇ ପରୀକ୍ଷା: ଦୈନିକ ହେବ ୩ଟି ସିଫ୍ଟ

ଭୁବନେଶ୍ବର: କରୋନା ଯୋଗୁଁ ଓଜେଇଇ ପରିକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଏହି ପରୀକ୍ଷା ଜୁନ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା।

ତେବେ ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ ସିବିଟି ମୋଡରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି। କେଉଁ ଦିନ କେଉଁ ପରୀକ୍ଷା ହେବ, ତାହାର ତାଲିକା ଓଜେଇଇ ୱେବସାଇଟରେ ଉପଲବ୍ଧ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।

ପରୀକ୍ଷା ବେଳେ କୋଭିଡ୍ ଗାଇଡଲାଇନ୍‌କୁ କଡାକଡି କରାଯିବ। ପରୀକ୍ଷା କେନ୍ଦ୍ରକୁ ଆସିଥିବା  ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ, ସାନିଟାଇଜ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍‌ କରାଯିବ।