Categories
ଆଜିର ଖବର ଖେଳ ଜାତୀୟ ଖବର

ବର୍ଷା ଯୋଗୁଁ ରଦ୍ଦ ହେଲା ବାଙ୍ଗାଲୋର ଟି-୨୦ ମ୍ୟାଚ୍, ସିରିଜ୍ ୨-୨ ରେ ବରାବର

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ୨-୨ ରେ ବରାବର ରହିଛି। ସିରିଜର ଶେଷ ମ୍ୟାଚ୍ ବାଙ୍ଗାଲୋରରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇଥିଲା। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରବେଶ କରିଥିଲା। ୩.୩ ଓଭରରେ ୨ ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ୨୮ ରନ୍ ସଂଗ୍ରହ କରିଥିଲା। କିନ୍ତୁ ଏହା ପରେ ବର୍ଷା ହେତୁ ଖେଳ ଆରମ୍ଭ ହୋଇପାରିନଥିଲା।

ଏହି ସମୟରେ ଓପନର୍ ଇଶାନ୍ କିଶନ ୭ ବଲରେ ୧୫ ରନ୍ ସଂଗ୍ରହ କରିଥିଲେ। ଏଥିସହ ସେ ୨ ଟି ଛକା ମାରିଥିଲେ। ୧୦ ରନ୍ ସ୍କୋର କରିବା ପରେ ରିତୁରାଜ ଗାଇକ୍ଵାଡ ଆଉଟ ହୋଇଥିଲେ। ଶ୍ରେୟସ୍ ଆୟର ଶୂନ୍ୟରେ ଅପରାଜିତ ଥିଲେ ଏବଂ ଅଧିନାୟକ ଋଷଭ ପନ୍ତ ଗୋଟିଏ ରନ୍‌ କରି ଅପରାଜିତ ଥିଲେ। ଅବଶ୍ୟ, ଏହା ପରେ କ୍ରମାଗତ ବର୍ଷା ଜାରି ରହିଥିଲା। ଏହି କାରଣରୁ ମ୍ୟାଚ୍ ଖେଳାଯାଇ ପାରିଲା ନାହିଁ। ସିରିଜ୍ ୨-୨ ରେ ଶେଷ ହୋଇଥିଲା।