Categories
ଆଜିର ଖବର ରାଜ୍ୟ ଖବର

ହାଇଦ୍ରାବାଦରୁ ବସରେ ଫେରୁଥିବା ପ୍ରବାସୀଙ୍କ ସୀମାନ୍ତରେ ହେଲା ମୃତ୍ୟୁ

ବ୍ରହ୍ମପୁର: ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାରମାନେ କଟକଣାକୁ କଡାକଡି କରୁଛନ୍ତି। ପ୍ରଭାବିତ ରାଜ୍ୟଗୁଡିକରେ ଲକଡାଉନ ଏବଂ ସଟଡାଉନ ଭଳି କଟକଣା ଆରମ୍ଭ ହୋଇଯାଇଛି। ଫଳରେ ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇଥିବା ଯୁବକମାନେ ପୁଣିଥରେ ଘର ମୁହାଁ ହୋଇଛନ୍ତି।

ଗତବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ଲୋକେ ନିଜ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଦେଇଛନ୍ତି। କିଏ ଚାଲି ଚାଲି ଫେରୁଛନ୍ତି ତ କିଏ ସାଇକେଲ ଏବଂ କିଏ ବସ ଯୋଗେ ଘରକୁ ଫେରୁଛନ୍ତି। ହେଲେ ଏହି ସମୟରେ ଘରେ ପହଞ୍ଚିବା ପୂର୍ବରୁ କେତେକ ପ୍ରବାସୀଙ୍କ ଜୀବନ ଚାଲିଯାଉଥିବା ଭଳି ହୃଦୟ ବିଦାରକ ଘଟଣା ଦେଇଖିବାକୁ ମିଳୁଛି।

ତେବେ ଆଜି ହାଇଦ୍ରାବାଦରୁ ବସ ଯୋଗେ ଫେରୁଥିବା ଓଡିଆ ପ୍ରବାସୀଙ୍କ ସୀମାନ୍ତରେ ମୃତ୍ୟୁ ହୋଇଛି। ଆନ୍ଧ୍ର ସୀମାନ୍ତ ମୋଟୁରେ ଏହି ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରବାସୀଙ୍କ ଘର ବାଲେଶ୍ଵର ଜିଲ୍ଲାର ବୋଲି ଜଣାପଡିଛି।