Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁରୀ ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ ହେବ, ତାହା ଜାଣିପାରି ସେ ଟିକେଟ ଫେରାଇ ଦେଲେ: ଅଜୟ କୁମାର

ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ କଂଗ୍ରେସ ଟିକେଟ ପାଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ଉପରେ ବଡ ବୟାନ ରଖିଛନ୍ତି ପ୍ରଭାରୀ ଅଜୟ କୁମାର। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, ପୁରୀର ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ କରାଯିବ। ସେହି ସୂଚନା ସୁଚରିତା ଜାଣିବା ପରେ ସେ ଟିକେଟ ଫେରାଇ ଦେଲେ ବୋଲି ଅଜୟ କୁମାର କହିଛନ୍ତି।

ଗଣମାଧ୍ୟମକୁ ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରି ଆଜି କିମ୍ବା ଆସନ୍ତାକାଲି ନୂଆ ନାମ ଘୋଷଣା କରାଯିବ। ତାହା ଜାଣିବା ପରେ ସେ ଟିକେଟ ଫେରାଇ ଦେଇଛନ୍ତି। ତାଙ୍କ ଚିଠିକୁ ସେ ଭାଇରାଲ କରିଛନ୍ତି। ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସର ଫଣ୍ଡର କିଛି ଅସୁବିଧା ନାହିଁ। ପାର୍ଟି ଫଣ୍ଡିଂ କରିଥାଆନ୍ତା ଏବଂ କରିବ ମଧ୍ୟ। ହେଲେ ପ୍ରାର୍ଥୀ ପରିବର୍ତ୍ତନ କରାଯିବା କଥା ଜାଣିବା ପରେ ସେ ତାଙ୍କ ଚିଠିକୁ ଭାଇରାଲ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୪ ଲୋକସଭା ନିର୍ବାଚନ: ଟିକେଟ ଫେରାଇଲା ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଚରିତା

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ପୁରୀ ଲୋକସଭା ଆସନରୁ ଏକ ବଡ ଖବର ଆସୁଛି। ପୁରୀ ଲୋକସଭା ଆସରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ସେ ଦଳୀୟ ଟିକେଟ ଫେରସ୍ତ କରିଥିବା ଜଣାପଡିଛି।

ଦଳରୁ ଟିକେଟ ମିଳିଥିବା ବେଳେ ନିର୍ବାଚନ ଖର୍ଚ୍ଚ ବାବଦକୁ ଅର୍ଥ ନମିଳିବାରୁ ସେ ଟିକେଟ ଫେରେଇଦେଇଥିବା କୁହାଯାଉଛି।

ଏଆଇସିସି ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖି ସୁଚରିତା ଏହା ଜଣାଇଛନ୍ତି। ଅର୍ଥାଭାବ ପାଇଁ ପ୍ରଚାର ମଧ୍ୟ ଠିକରେ ହୋଇପାରୁନଥିବା ଜଣାଇଛନ୍ତି। ଲୋକସଭା ଅଧୀନରେ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି, ତେଣୁ ମୁଁ ପ୍ରାର୍ଥୀ ବଦଳାଇବାକୁ ଅନୁରୋଧ କରିଥିଲି ବୋଲି ସୁଚରିତା କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କେବଳ ନିର୍ବାଚନ ବେଳେ ଦୃଶ୍ୟମାନ ହୁଅନ୍ତି,ଅନ୍ୟ ବେଳେ ନାହିଁ: କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ବର: ପୁରୀ ପରି ମର୍ଯ୍ୟଦା ସଂପର୍ଣ୍ଣ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଯାହାକୁ କରିଛି ସେ ହେଉଛନ୍ତି ସୁଚରିତା ମହାନ୍ତି। 2014 ମସିହାରେ ମଧ୍ୟ ସେହି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ ଭୋଟରେ ବିଜେଡିର ପିନାକୀ ମିଶ୍ରଙ୍କଠାରୁ ହାରିଥିଲେ। ଏହାପରେ 2019 ରେ କଂଗ୍ରେସ ତାଙ୍କୁ ଟିକେଟ ନ ଦେଇ ସତ୍ୟପ୍ରକାଶ ନାୟକଙ୍କୁ ପୁରୀରୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ହାରିଥିଲେ।

ତେବେ ପ୍ରଶ୍ନ ଉଠିଛି ଯେ, କଂଗ୍ରେସ ପରି ଏକ ପୁରୁଣା ଦଳ ଆଉ ପୁରୀ ପରି ଏକ ମର୍ଯ୍ୟଦା ସଂପର୍ଣ୍ଣ ଆସନରେ କାହିଁକି ଏକ ଉପଯୁକ୍ତ ପ୍ରାର୍ଥୀ ଦେଉ ନାହିଁ। କାରଣ ସୁଚରିତା ମହାନ୍ତି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବ୍ରଜମୋହନ ମହାନ୍ତିଙ୍କ ଝିଅ। ହେଲେ ସେ ପରିବାର ସହିତ ଦିଲ୍ଲୀରେ ରୁହନ୍ତି। କେବଳ ଏହି ନିର୍ବାଚନ ବେଳେ ପୁରୀ ଆସି ବୁଲନ୍ତି, ନିର୍ବାଚନ ସରିଲେ ଦିଲ୍ଲୀ ଚାଲିଯାଆନ୍ତି।

ତେବେ ଆଉ ଏକ ଆଶ୍ଚର୍ଯ୍ୟର କଥା ହେଲା ଯେ, ପ୍ରଦେଶ କଂଗ୍ରେସ ଅନ୍ୟ କାହାକୁ ଛିଡା କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ତାହା ହୋଇପାରୁ ନାହିଁ। ବିଶେଷ ସୁତ୍ର ଅନୁସାରେ ପ୍ରଦେଶ କଂଗ୍ରେସ କୁଆଡେ ସୁଚରିତା ପ୍ରାର୍ଥୀତ୍ବକୁ ବିରୋଧ କରୁଥିଲା। ହେଲେ ସେ ଦିଲ୍ଲୀରେ ରହୁଥିବାରୁ କୌଣସି ଏକ ଲବି ମାଧ୍ୟମରେ ପୁରୀ ଟିକେଟ ହାସଲ କରିବାରେ ସଫଳ ହୋଇଯାଉଛନ୍ତି।

ଏହାକୁ ନେଇ ପ୍ରଦେଶ କଂଗ୍ରେସରେ ଅସନ୍ତୋଷ ଥିଲେ ମଧ୍ୟ କେହି କିଛି କରିପାରୁ ନାହାଁନ୍ତି। ସୁଚରିତାଙ୍କର ସଂଗଠନ ନାହିଁ ବୋଲି ଦିଲ୍ଲୀ ନେତୃତ୍ବଙ୍କୁ ବୁଝାଇଲେ ମଧ୍ୟ ତାହା କାମ ଦେଉ ନାହିଁ। ସେଥିପାଇଁ ଚିଲିକାକୁ ବିଦେଶ ପକ୍ଷୀ ଆସିବା ପରି ସେ ଠିକ ନିର୍ବାଚନ ସମୟରେ ଆସି କିଛି ଦିନ ପ୍ରଚାର କରି ଦିଲ୍ଲୀ ଫେରିଯାଆନ୍ତି।

ଅନ୍ୟପକ୍ଷରେ ସୁଚରିତା ଭଲ ଭାବରେ ଜାଣନ୍ତି ଯେ, ସେ କେବେ ବି ପୁରୀରୁ ନିର୍ବାଚନ ଜିତିପାରିବେ ନାହିଁ। ପ୍ରଥମତଃ ତାଙ୍କର ନିଜସ୍ବ ସଂଗଠନ ନାହିଁ କି ଦଳର ମଧ୍ୟ ପୁରୀ ଲୋକସଭାରେ ସେପରି ସଂଗଠନ ନାହିଁ। ତଥାପି ସୁଚରିତା କଣ ପାଇଁ କଂଗ୍ରେସ ଟିକେଟ ଲବି କରି ଆଣୁଛନ୍ତି ତାହା ଖୋଦ କଂଗ୍ରେସ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।