Categories
ଆଜିର ଖବର ରାଜ୍ୟ ଖବର

ସୁଚିତ୍ରା ସାରସ୍ବତ ସମ୍ମାନ ଘୋଷିତ

ରେଢାଖୋଲ (କନ୍ଦର୍ପ ବେହେରା): ସାହିତ୍ୟ, ସଂସ୍କୃତିଧର୍ମୀ ଫିଚର ପତ୍ରିକା ‘ସୁଚିତ୍ରା’ ର ସାରସ୍ବତ ସମ୍ନାନ ପାଇଁ ସାରସ୍ବତ ସାଧକ ମାନଙ୍କର ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶାର ଖ୍ୟାତନାମା ସାରସ୍ୱତ ସାଧକଙ୍କୁ ‘ସୁଚିତ୍ରା ସାରସ୍ୱତ ସମ୍ମାନ – ୨୦୨୩ ‘ରେ ସମ୍ମାନୀତ କରାଯିବାକୁ ସ୍ଥିର କରାଯାଇଛି।

ମମତା ପଟ୍ଟନାୟକ (ଭୁବନେଶ୍ବର) ଙ୍କୁ “ସାରସ୍ବତ ସାଧନା ସମ୍ମାନ୨୦୨୩”, ଗଳ୍ପ ପାଇଁ ଲକ୍ଷ୍ମୀ ଚାନ୍ଦ (ଭୁବନେଶ୍ବର), କବିତା ପାଇଁ ପିନାକୀ ମିଶ୍ର (କେନ୍ଦୁଝର), ପ୍ରବନ୍ଧ ପାଇଁ ସୁଜିତ କୁମାର ପୃଷେଠ (ବରଗଡ) ଓ ଶିଶୁସାହିତ୍ୟ ପାଇଁ ପ୍ରଶାନ୍ତ କୁମାର ମଙ୍ଗରାଜ (ପୁରୀ) ଏହି ସମ୍ମାନ ପାଇବେ। ସେହିପରି ହରିହର ସାହୁ (ସମ୍ବଲପୁର)ଙ୍କୁ କବିପୀତାମ୍ବର ବିଶ୍ୱାଳ ସ୍ମୃତି ସମ୍ମାନ ଓ କୁଳମଣି ମେହେର(ଅନୁଗୋଳ)ଙ୍କୁ “ଯୁବ ପ୍ରତିଭା ସମ୍ମାନ” ପ୍ରଗତି ବଳ (ପୁରୀ)ଙ୍କୁ ସୁଚିତ୍ରା “ପ୍ରଚ୍ଛଦପଟ୍ଟ ଶିଳ୍ପୀ” ସମ୍ମାନ ପ୍ରଦାନ କରାଯିବ ା ଆସନ୍ତା ଜାନୁଆରୀ ମାସରେ ସୁଚିତ୍ରା ର ବାର୍ଷିକ ଉତ୍ସବରେ ସମସ୍ତ ସାରସ୍ବତ ସାଧକ ମାନଙ୍କୁ ଏକ ବର୍ଣ୍ନାଢ୍ୟ ଉତ୍ସବରେ ସମ୍ମାନୀତ କରାଯିବ ଏବଂ ବିଶିଷ୍ଟ ଅତିଥି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂପାଦକ କନ୍ଦର୍ପ ବେହେରା ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ା

Categories
ଆଞ୍ଚଳିକ

ସୁଚିତ୍ରା ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବ: ସାହିତ୍ୟ ଶବ୍ଦର ବ୍ୟାପକ ସୀମା ଡେଇଁପାରେ ସରହଦ

କନ୍ଦର୍ପ ବେହେରା
ରେଢାଖୋଲ: ସାହିତ୍ୟ ଶବ୍ଦର ବ୍ୟାପକ ସୀମା ସରହଦକୁ ଡେଇଁବାରେ ସମର୍ଥ ରଖେ। ଚେତନାର ଚୌହଦି ଉତରଣରେ ସାହିତ୍ୟିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟକଟିଏ ହିଁ ଭାବ ଓ ଭାଷାର କୋଣାର୍କ ଗଢିପାରେ। ଏ ମାଟିର କବି ଭୀମଭୋଇ ଓ ଗଙ୍ଗାଧରଙ୍କ ସାହିତ୍ୟ ଆମର ଚିନ୍ତା ଓ ଚେତନାକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶବ୍ଦର ମୃତ୍ୟୁ ନାହିଁ। ସେ ଅକ୍ଷୟ ଓ ଚିର ଅମର। ତା ମଧ୍ୟରେ ଭାବ ରସ ଓ ଛାନ୍ଦ ଭରି ଦେବାର କ୍ଷମତା ସାହିତ୍ୟିକର ରହିଛି ବୋଲି ସୁଚିତ୍ରାର ଚତୁର୍ଥ ସ୍ୱନକ୍ଷତ୍ର ଉତ୍ସବରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଭାପତି ଡଃ ଦୀପେନ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବରେ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ, ମୁଖ୍ୟବକ୍ତା ଭାବରେ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସୁଜିତ୍ କୁମାର ପୃଷେଠ୍, ସମ୍ମାନୀତ ଅତିଥି ଭାବରେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ଦାଶ, ପତ୍ରିକାର ସଂପାଦକ କନ୍ଦର୍ପ ବେହେରା , ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି ପ୍ରମୁଖ ମଂଚାସୀନ ଥିଲେ।

ଅତିଥିମାନଙ୍କ ଦ୍ୱାରା ସୁଚିତ୍ରା ର ସ୍ୱନକ୍ଷତ୍ର ସଂଖ୍ୟା ଉନ୍ମୋଚିତ ହୋଇଥିଲା। ସୁଚିତ୍ରାର ବିଭିନ୍ନ ବିଭାଗ ପାଇଁ ସୁଚିତ୍ରା କବିତା ସମ୍ମାନ କବି ମାନିନି ମିଶ୍ର, ସୋନପୁର, ଶିଶୁ ସାହିତ୍ୟ ସମ୍ମାନ ନୃସିଂହ ଚରଣ ବିଶ୍ୱାଳ, ସମ୍ବଲପୁର, ଗଳ୍ପ ସମ୍ମାନ ରାଜୀବ ଗୋପାଳ ସ୍ୱାଇଁ, ଢେଙ୍କାନାଳ, କବି ପିତାମ୍ବର ବିଶ୍ୱାଳ ସ୍ମୃତି ସମ୍ମାନ କାଳିଆ ସାହୁ, ନବପ୍ରତିଭା ସମ୍ମାନ ସ୍ନିଗଧା ନାୟକ, ଝାରସୁଗୁଡା ସୁଚିତ୍ରା କଳା ସମ୍ମାନ ସୁଧିର କୁମାର ସ୍ୱାଇଁ, ସମ୍ବଲପୁରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

ସ୍ୱନକ୍ଷତ୍ର ଉତ୍ସବରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଭାପତି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଂଯୋଜକ ଭାବରେ କବି ବିପିନ୍ ମହାନନ୍ଦ, କବି ଶେଷଦେବ ବିଶ୍ୱାଳ, କବୟତ୍ରୀ ଗୀତାରାଣୀ ସାହୁଙ୍କ କବିତା ସଂଯୋଜନାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୭୦ ଜଣ କବି କବିତା ପାଠ କରିଥିଲେ। ଶେଷରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ। ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।