Categories
ଆଜିର ଖବର ଜାତୀୟ ଖବର

ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଚିତ: ଆରଜେଡି ବିଧାୟକ

ପାଟନା: ଆଜିଠାରୁ ବିହାରରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ହେଲେ ଏହା ପୂର୍ବରୁ ଆରଜେଡି ବିଧାୟକ ସୁଧାକର ସିଂ ପୁଣିଥରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୂର୍ବତନ କୃଷି ମନ୍ତ୍ରୀ ସୁଧାକର ସିଂ କହିଛନ୍ତି ଯେ, ନୀତୀଶ କୁମାର ପ୍ରତ୍ୟେକ ଦିଗରେ ବିଫଳ ହୋଇଛନ୍ତି। ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଚିତ୍। ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗିଛି। ବଡ ଅପରାଧିକ ଘଟଣା ଘଟୁଛି। ବିହାରରେ ଲୋକମାନେ ବିଷାକ୍ତ ମଦ ପିଇ ମରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କ୍ୟାବିନେଟରୁ ଇସ୍ତଫା ଦେଲେ ବିହାରର ମହାମେଣ୍ଟ ସରକାରର ମନ୍ତ୍ରୀ ସୁଧାକର ସିଂ

ପାଟନା: ବିହାରର ମହାମେଣ୍ଟ ସରକାରର ମନ୍ତ୍ରୀ ସୁଧାକର ସିଂ ଇସ୍ତଫା ଦେଇଛନ୍ତି। ତାଙ୍କୁ ଆରଜେଡି କୋଟାରୁ ମନ୍ତ୍ରୀ କରାଯାଇଥିଲା। ସେ ବିହାରର କୃଷି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିହାର ଆରଜେଡି ସଭାପତି ଜଗଦାନନ୍ଦ ସିଂ ସୁଧରକ ସିଂଙ୍କ ଇସ୍ତଫା ନିଶ୍ଚିତ କରିଛନ୍ତି। ସୁଧାକର ସିଂ ଜଗଦାନନ୍ଦଙ୍କ ପୁତ୍ର।

ବିହାରରେ ମହାମେଣ୍ଟ ସରକାରର ଗଠନ ହେବାର ଦୁଇ ମାସ ବିତିନାହିଁ, କିନ୍ତୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଗତ କିଛି ଦିନ ହେବ ସେ ତାଙ୍କ ବିବୃତ୍ତି ବିଷୟରେ ଚର୍ଚ୍ଚାରେ ଥିଲେ। ଆରଜେଡି ଛାଡିବା ପୂର୍ବରୁ ସୁଧାକର ସିଂ ମଧ୍ୟ ଥରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିହାର କ୍ୟାବିନେଟ ବୈଠକରେ ହଙ୍ଗମା: ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ଧମକ ଦେଲେ କୃଷି ମନ୍ତ୍ରୀ

ପାଟନା: ଆଜି ବିହାର କ୍ୟାବିନେଟ ବୈଠକରେ ଏକ ବଡ଼ ଧରଣର ହଙ୍ଗମା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କୃଷି ମନ୍ତ୍ରୀ ସୁଧାକର ସିଂ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ନିକଟରେ ଦେଇଥିବା ବିବୃତ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୃଷି ମନ୍ତ୍ରୀଙ୍କୁ କହିଥିଲେ ଯେ, ଏପରି ବିବୃତ୍ତି କରିବା ଠିକ ନୁହେଁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା କହିବା ମାତ୍ରେ କୃଷି ମନ୍ତ୍ରୀ ସୁଧାକର ସିଂ ପାଲଟା ଜବାବ ଦେଇ କହିଥିଲେ ଯେ, ଏହା ଭୁଲ୍, ଯଦି ତାହା ହୁଏ ତେବେ ମୁଁ ଇସ୍ତଫା ଦେବି। ସୁଧାକର ସିଂ ରବିବାର ଦିନ କୈମୁରରେ କହିଥିଲେ ଯେ, କୃଷି ବିଭାଗର ଲୋକମାନେ ଚୋର ଏବଂ ସେ ହେଉଛନ୍ତି ‘ଚୋରମାନଙ୍କର ମୁଖିଆ’।

ପ୍ରକୃତରେ କୃଷି ମନ୍ତ୍ରୀ ସୁଧାକର ସିଂ ରବିବାର ଦିନ କୈମୁରରେ ମଞ୍ଚରୁ ଚାଷୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ବିବୃତ୍ତିର ଭିଡିଓ ବହୁତ ଭାଇରାଲ ହୋଇଛି। ପରେ ଯେତେବେଳେ କୃଷି ମନ୍ତ୍ରୀଙ୍କୁ ଏହି ବିବୃତ୍ତି ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥିଲେ ଯେ ତାଙ୍କର ଏ ବିଷୟରେ କିଛି କହିବାର ନାହିଁ। କିମ୍ବା ବିବୃତ୍ତିରେ କୌଣସି ସଂଶୋଧନ କରିବାର ଅଛି।