Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ନୂଆ କାହାଣୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’: ପୁଣି ଜିତୁଛି ଦର୍ଶକଙ୍କ ମନ

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ସବୁବେଳେ ଜାରି ରଖିଥାଏ। ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ଦୃଷ୍ଟିରୁ ପରିକଳ୍ପନା କରି ସଫଳ ମଧ୍ୟ ହୋଇଛି। ସେହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’ ଓଡିଆ ଦର୍ଶକଙ୍କ ସୁନା ଝିଅ ହେବାରେ ସଫଳ ହୋଇଛି।

ଗୀତାଞ୍ଜଳି ମାନସିଂହ ଏବଂ ତାଙ୍କର ତିନି ଝିଅ ପ୍ରିୟା, ପଲ୍ଲଭି ଏବଂ ପୁରଭିଙ୍କୁ ନେଇ ଏହି କାହାଣୀ ବର୍ତମାନ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି। ତେବେ ଝିଅ ପ୍ରିୟାର ଓ ବିଷ୍ଣୁଙ୍କ ବିବାହ ପରବର୍ତ୍ତୀ ଯାତ୍ରାକୁ ନେଇ କାହାଣୀଟି ସଫଳତାର ସହ ଆଗେଇ ଚାଲିଛି। ଦୀର୍ଘ ୨୫ ବର୍ଷର ସଂଘର୍ଷ ପରେ ପ୍ରିୟା ବର୍ତ୍ତମାନ ଜଣେ ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ହୋଇପାରିଛନ୍ତି କିନ୍ତୁ ଏହି ଜୀବନ ଯାତ୍ରାରେ ସେ ହରାଇଛନ୍ତି ନିଜ ପିଲାକୁ। ସେପଟେ ଅନେକ ବାଦ ବିବାଦ ଓ ଅନେକ ବିଶୃଙ୍ଖଳା ପରେ ଶେଷରେ ବିଷ୍ଣୁ ଏବଂ ପ୍ରିୟା ଏକାଠି ହୋଇଛନ୍ତି ଓ ପ୍ରିୟା ନିଜ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଦେବରାଜ ପ୍ରିୟା ନାମରେ କିଛି ଟଙ୍କା ରୋଜଗାର କରିବାକୁ ଯୋଜନା କରିଛନ୍ତି କିନ୍ତୁ ବିଫଳ ହୋଇଛନ୍ତି ଓ ଅଜାଣତରେ ଆହତ ହୋଇଛନ୍ତି ଏବଂ ଏଥିପାଇଁ ବିଷ୍ଣୁଙ୍କ ସହ ପ୍ରିୟା କୁ ପରିବାରର ସମସ୍ତ ସଦସ୍ୟ ଦାୟୀ କରିଛନ୍ତି। ତେବେ ଦେବରାଜ ଓ ନେତ୍ରା ଦ୍ବାରା ସୃଷ୍ଟି ହେଉଥିବା ଏହି ପରି ସମସ୍ୟାର ସମାଧାନ ପ୍ରିୟା କିପରି କରିବ ତାକୁ ନେଇ କାହାଣୀର ଅଗ୍ରଗତି ହେଉଛି।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି ସେହି ପରି ଏହି କାହାଣୀ ‘ସୁନା ଝିଅ’ ଯେଉଁଥିରେ ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ ଏହି କାହାଣୀ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେଇଛି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଜୀ ସାର୍ଥକର ୫ଟି ମେଗା ଧାରାବାହିକ

ଭୁବନେଶ୍ଵର: ଜୀ-ସାର୍ଥକ ସଦା ସର୍ବଦା ନୂତନ, ଅଭିନ୍ନ କାହାଣୀ, ପାରିବାରିକ ଓ ଓଡ଼ିଶାର ମହିଳାମାନଙ୍କ ଚିନ୍ତାଧାରକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ଜୀ ସାର୍ଥକ ରେ ଲୋକାଦୃତ ପାଲଟିଥିବା ‘ତୁ ଖରା ମୁଁ ଛାଇ’, ‘ସୁନା ଝିଅ’, ‘ଆମ ଝିଲି’, ‘ସାଥିରେ’ ଓ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ସବୁ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି ଓ ଓଡ଼ିଶାର ଲୋକପ୍ରିୟ ଟପ୍ ୫ ମେଗା ଧାରାବାହିକ ମଧ୍ୟରେ ଏହି ମେଗା ଧାରାବାହିକ ସବୁ ୧ ରୁ ୫ ମଧ୍ୟରେ ସମାନ କ୍ରମରେ ଅଛନ୍ତି। ଏଥିପାଇଁ ଜୀ-ସାର୍ଥକ ତାର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଦେବା ସହ ଆଗକୁ କାହାଣୀ ସବୁ ଆହୁରି ରୁଚିକର କରିବାପାଇଁ ପ୍ରୟାସ ଜାରି ରଖିଛି।

ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ଯେ, “ଓଡିଶାର କଳା, ସଂସ୍କୃତି, ସେବା ହେଇଛି ଏକ ପ୍ରକୃଷ୍ଟ ନାରୀର ବୈଶିଷ୍ଟ୍ୟ ଯାହାକୁ ଆମେ ଆଖି ଆଗରେ ରଖି ଅମର ସମସ୍ତ ଲୋକପ୍ରିୟ ମେଗା ଧରବାହିକର ଚରିତ୍ର ସବୁ ତିଆରି କରିଛୁ ଯାହା ସବୁ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ଓ ସର୍ବଦା ଦର୍ଶକଙ୍କ ମନକୁ ଜିତିବାରେ ସକ୍ଷମ ହୋଇଛନ୍ତି। ଆମ ଚ୍ୟାନେଲ ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିବା କ୍ଷେତ୍ର ସର୍ବଦା ଆଗରେ ରହିଛି ଏହି ଖବର ହେଉଛି ତାର ଏକେ ଜ୍ଵଳନ୍ତ ଉଦାହରଣ। ବହୁତ ଶୀଘ୍ର ଆମକୁ ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଦର୍ଶକଙ୍କୁ ବହୁତ ବହୁତ ଧନ୍ୟବାଦ”।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ସୁନା ଝିଅ!

ଭୁବନେଶ୍ଵର: ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି। ଆମେ କହୁଛୁ ଜୀ-ସାର୍ଥକର ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ କଥା ଯାହା ଏବେ ଜୀ-ସାର୍ଥକ ଚାନେଲ୍ ରେ ସୋମରୁ ଶନିବାର ସନ୍ଧ୍ୟା ୭ଟା ୩୦ରେ ପ୍ରସାରିତ ହୋଇ ଟେଲି ଦୁନିଆରେ ଧମାଲ କରୁଛି।

ସଫଳତାର ସହ ୨୪୩ ତମ ଏପିସୋଡରେ ପହଞ୍ଚିଛି ଏହି ମେଗା ଧାରାବାହିକ। ଓଡିଆ ମନୋରଂଜନ କ୍ଷେତ୍ରରେ ସବୁବେଳେ ଆଗୁଆ ଜୀ-ସାର୍ଥକ ର ‘ସୁନା ଝିଅ’କୁ ସବୁବେଳେ ନମ୍ବର ୱାନ୍ କରୁଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରରର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍।

‘ସୁନା ଝିଅ’ ହେଉଛି ଆମ ଓଡିଆ ଘରର ଏକ ନିଛକ କାହାଣୀ। ସୁନା ଝିଅ ହେଉଛି ପ୍ରିୟା, ଜଣେ ସ୍ବାଧୀନ ଝିଅର କାହାଣୀ, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ। ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହା ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିଛି। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ। ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ। ପ୍ରକୃତରେ ଝିଅଟି ‘ସୁନା ଝିଅ’ ହୋଇପାରୁଛି କି ନାହିଁ ଓ ନିଜର ସ୍ବପ୍ନ ସବୁ ପୂରଣ କରିପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି।

ତେବେ କାହାଣୀ ଏତିକିରେ ସାରିଯାଇନି। କାହାଣୀରେ ରହିଛି ପ୍ରେମ, ବନ୍ଧୁତା ଓ ବଳିଦାନ।  ତେବେ କାହାର ପ୍ରେମ, କାହାର ବନ୍ଧୁତା ଓ କାହାର ବଳିଦାନ ଦେଖିବା ଏହି ସୁପରହିଟ ପାରିବାରିକ ଓ ଓଡ଼ିଶାର ନମ୍ବର ୱାନ୍ ମେଗା ଧାରାବାହିକରେ।

ଧାରାବାହିକରେ ପ୍ରମୁଖ ଭୂମିକାରେ ଚନ୍ଦନ, ଅର୍ପିତା, ଏଲି, ମାନସ, ଅଙ୍କିତା, ପ୍ରେମ, ଅମର, ଅନନ୍ଦିତା, ମାମାଲି। ସଂଳାପ ରଚନା କରିଛନ୍ତି ଶ୍ରୀହର୍ଷ କର, ନିର୍ଦ୍ଦେଶନା ଦେଉଛନ୍ତି ଗୌରୀଶଙ୍କର ଦାସ ଓ ପ୍ରଯୋଜନା କରିଛନ୍ତି ରୋହିତ ଗାନ୍ଧୀ।