Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୧୬୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୧୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡାରୁ ୪୧୦, ସୁନ୍ଦରଗଡରୁ ୨୪୧, ଖୋର୍ଦ୍ଧାରୁ ୧୯୮, ସମ୍ବଲପୁରରୁ ୧୧୪, କେନ୍ଦୁଝରରୁ ୯୮,  ନବରଙ୍ଗପୁରରୁ ୯୬, ବଲାଙ୍ଗୀରିରୁ ୯୦, ବରଗଡରୁ ୭୯, ବାଲେଶ୍ବରରୁ ୭୮, ଝାରସୁଗୁଡାରୁ ୭୦, ପୁରୀରୁ ୭୦, କଳାହାଣ୍ଡିରୁ ୬୫, ମୟୂରଭଞ୍ଜରୁ ୬୦, କଟକରୁ ୫୯, ଦେବଗଡରୁ ୫୧, ଯାଜପୁରରୁ ୫୦, ଗଞ୍ଜାମରୁ ୪୯, ଅନୁଗୁଳରୁ ୪୮, ଭଦ୍ରକରୁ ୩୦, ଗଜପତିରୁ ୨୮, ରାୟଗଡାରୁ ୨୪, ଜଗତସିଂହପୁରରୁ ୨୧, ସୋନପୁରରୁ ୧୯, କେନ୍ଦ୍ରାପଡାରୁ ୧୮, ନୟାଗଡରୁ ୧୫, ବୌଦ୍ଧରୁ ୧୦, କୋରାପୁଟରୁ ୧୦, କନ୍ଧାମଳରୁ ୮, ଢେଙ୍କାନାଳରୁ ୫, ମାଲକାନାଗିରିରୁ ୫ ଏବଂ ଷ୍ଟେଟ ପୁଲରୁ ୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୫୩ ହଜାର ୫୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୮ ହଜାର ୪୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୧ ହଜାର ୩୮୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୯୧୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୬୫ କୁ ବୃଦ୍ଧି ହୋଇଛି।