Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାବଧାନ.., ଆପଣଙ୍କ ପାଖରେ ଯଦି ଏହା ଥିବ ତେବେ ପାଇପାରିବେନି ସୁଭଦ୍ରା ଟଙ୍କା

ଭୁବନେଶ୍ବର: ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ନେଇ ସାରା ରାଜ୍ୟରେ ଚର୍ଚ୍ଚା। ହେଲେ ଏହି ଯୋଜନାରେ କେଉଁମାନେ ଆସିବେ କେଉଁମାନେ ଆଯୋଗ୍ୟ ସେ ନେଇ ମଧ୍ୟ ଘଣ୍ଟାଚକଟା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାର ଜାରୀ କରିଥିବା ନିୟମ ଅନୁସାରେ ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:

କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।

ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :

୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।

୨. ଆୟକର ଦେଉଥିବେ ।

୩. ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)

୪. ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।

୫. ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।

୬. ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।

ଗ. ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ । (ବି:ଦ୍ର: ଏହି ଯୋଜନା ପାଇଁ, ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ଯ ସୁରକ୍ଷା ଆଇନ / ରାଜ୍ୟ ଖାଦ୍ଯ ସୁରକ୍ଷା ଯୋଜନା (NFSA / SFSS) ରେ ପରିଭାଷିତ ଥିବା ପରିବାର କୁ ବୁଝାଏ )

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନା ପାଇଁ ଜାରୀ ହେଲା ପୋର୍ଟାଲ, ଜାଣନ୍ତୁ କେମିତି କରିବେ ଆବେଦନ, କଣ ରହିଛି ନିୟମ

ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ପୋର୍ଟାଲ ଉନମୋଚିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ଉନମୋଚିତ କରିଛନ୍ତି। ଏହି ୱେବ ପୋର୍ଟଲରେ ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି।

ଯେଉଁମାନେ ଏହି ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ ଚାହୁଛନ୍ତି ସେମାନେ  subhadra.odisha.gov.in ରେ ପରିଦର୍ଶନ କରି ଯୋଗ୍ୟ ମହିଳା ମାନେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ବୁଝିପାରିବେ। ଏହି ପୋର୍ଟାଲରେ ସୁଭଦ୍ରା ଯୋଜନା ସମ୍ବନ୍ଧିତ ସମସ୍ତ ସୂଚନା ହିତାଧିକାରୀମାନେ ପାଇପାରିବେ। ନଚେତ ସେମାନେ ଟୋଲଫ୍ରି ନମ୍ବର 14678 କୁ କଲ କରି ସମସ୍ତ କଥା ବୁଝିପାରିବେ। କଲ କରିବା ସମୟ ହେଲା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ଆରମ୍ଭ ହେବ ଫର୍ମ ବିତରଣ ପକ୍ରିୟା

ଭୁବନେଶ୍ୱର: ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ଏଥି ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଊଦ୍ଧ୍ୱର୍ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡ଼ା କହିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜିଠାରୁ ଏହି ଫର୍ମ ଉପଲବ୍ଧ ହେବା ସହ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ।

ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ।

ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିପାରିବେ।

‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାମରେ ଆଧାର କାର୍ଡ/ନମ୍ବର ଥିବା ଏକାନ୍ତ ଆବଶ୍ୟକ । ଏହା ସହ ଆଧାର କାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ (କେବଳ ନିଜ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ) ସଂଯୋଗ ହୋଇଥିବା ଜରୁରୀ।

ଏହି ବ୍ୟାଙ୍କ ଆକାଉଣ୍ଟଟି ଚାଲୁ ରହିଥିବା ଏବଂ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ । ହିତାଧିକାରୀଙ୍କ ମୋବାଇଲ୍‌ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍‌ ହୋଇଥିବା ଆବଶ୍ୟକ। ଏହି ଯୋଜନା ନେଇ କୌଣସି ଭ୍ରମିତ ଖବର ଦ୍ୱାରା ପ୍ରଭାବିତ ନହେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଘେରିଲେ ଦୀପାଳି ଦାସ, ପଚାରିଲେ ଚାରିଟି ପ୍ରଶ୍ନ

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଘେରିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ତରଫରୁ ଯେଉଁ ନିର୍ବାଚନ ଇସ୍ତାହାର ଦିଆଯାଇଥିଲା ତାହା କେବଳ ଏକ ପ୍ରହସନ। ସୁଭଦ୍ରା ଯୋଜନା ନାଁରେ ମା’ମାନଙ୍କ ଭାବନା ସହିତ ଏବଂ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କ ଭାବନା ସହିତ ଖେଳିଛି।

ଏଥିସହିତ ସେ ବିଜେପି ନେତାଙ୍କୁ ଚାରିଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ, ଏସବୁ ପ୍ରଶ୍ନର ଉତ୍ତର ବିଜେପି ନେତାମାନେ ଦେଇପାରିବେ ତ? ସେହି ପ୍ରଶ୍ନଗୁଡିକ ହେଲା..

୧. ଅଙ୍ଗନୱାଡି କର୍ମୀ ଏବଂ ଶିକ୍ଷା ସହାୟିକା ସୁଭଦ୍ରା ଯୋଜନାରେ ସାମିଲ ହେବେନି, ଏମାନେ କ’ଣ ଭୋଟ୍‌ ଦେଇନଥିଲେ?

୨. ୨୧ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ ମହିଳା ସୁଭଦ୍ରା ଯୋଜନାର ସୁବିଧା ପାଇବେନି, ଏମାନେ କ’ଣ ଭୋଟ୍‌ ଦେଇନଥିଲେ?

୩. କୃଷି କାର୍ଯ୍ୟ ପାଇଁ ମିନି ଟ୍ରାକ୍ଟର ଓ ଅନ୍ୟ ସହାୟତା ପାଇଥିବା ମହିଳା ଚାଷୀ ସୁଭଦ୍ରାରୁ ବଞ୍ଚିତ ହେବେ, ଏମାନେ କ’ଣ ଭୋଟ୍‌ ଦେଇନଥିଲେ?

୪. ମାସିକ ୮୩୩ ଟଙ୍କା ପାଇ କେଉଁ ପ୍ରକାରର ବ୍ୟବସାୟ କରିପାରିବେ ମହିଳାମାନେ?

ଏହି ପ୍ରଶ୍ନର ଜବାବ ମାଗିଛନ୍ତି ଦୀପାଳି

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ‘ସୁଭଦ୍ରା ଯୋଜନା’ ର ଜିଲ୍ଲାସ୍ତରୀୟ ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଉପରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ଏହି ଯୋଜନାରେ ମହିଳା ମାନଙ୍କ ବୟସ ୨୧ ବର୍ଷ କିମ୍ଵା ତଦୁର୍ଦ୍ଧ୍ବ ଏବଂ ୬୦ ବର୍ଷରୁ କମ ହୋଇଥିବା ଦରକାର। ଏହି ଯୋଜନାରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷ କୁ ୧୦,୦୦୦/- ଟଙ୍କା ଲେଖାଏଁ ୫ ବର୍ଷରେ ୫୦,୦୦୦ /- ଟଙ୍କା ପ୍ରଦାନ କରାଯାଇପାରିବ।

ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା କିମ୍ବା କୋୖଣସି ସରକାରୀ ଯୋଜନାରେ ମାସିକ ୧୫୦୦ ଟଙ୍କା କିମ୍ବା ବାର୍ଷିକ ୧୮୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହଁ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳା ମାନେ ଅଙ୍ଗନବାଡି କେନ୍ଦ୍ର/ବ୍ଲକ୍ କାର୍ଯ୍ୟାଳୟ/ ଜନ ସେବାକେନ୍ଦ୍ର/ ମୋ ସେବାକେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏଥି ସହ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର (ଆଧାରରେ ଲିଙ୍କ୍ ହୋଇଥିବା) ଦେଇ ଆବେଦନ କରିପାରିବେ।

ଏହି ବୈଠକରେ ଭୂଵନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦିପ୍ତି ରଞ୍ଜନ ସେଠି, ଜିଲ୍ଲାର ସମସ୍ତ ବିଡିଓ/ସମସ୍ତ ବିଭାଗୀୟ ଅଧିକାରୀ, ଡି ଆଇ ପି ଆର ଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଡ଼ି ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁଭଦ୍ରା ଯୋଜନାକୁ ସମାଲୋଚନା କଲେ ନବୀନ, କହିଲେ ମା’ମାନଙ୍କୁ ଏହା କ’ଣ ବିଜେପି ଗ୍ୟାରେଣ୍ଟି?

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନାକୁ ନେଇ ବିଭିନ୍ନ ମହଲରେ ବେଶ ସମାଲୋଚନା କରାଯାଇଛି। କାରଣ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶୃତି ଦେଇଥିଲା ତାହା ବର୍ତ୍ତମାନ ପୂର୍ଣ୍ଣ ରୂପରେଖ ନେଇ ପାରୁନାହିଁ। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ,

“ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି?

ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ।

ତାହେଲେ ବିଜେପି ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା? ମା’ମାନଙ୍କୁ ଏହା କ’ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ?

ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ।

ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର‌୍ୟ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଲାଗୁ ହେବ ସୁଭଦ୍ରା ଯୋଜନା, ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବର୍ଷକୁ ମିଳିବ ଦଶ ହଜାର

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଲାଗୁ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ଏହି ଯୋଜନା ଚଳିତ ବର୍ଷଠାରୁ ପ୍ରଦାନ କରାଯିବ। ଏ ନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ଗତକାଲି ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷରୁ ଏହା ଲାଗୁ କରିବା ପାଇଁ ନିଷ୍ପତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଏହି ଯୋଜନା ବାବଦରେ କହିଛନ୍ତି ଯେ, ଯୋଗ୍ୟ ମହିଳାମାନଙ୍କୁ ପାଞ୍ଚ ବର୍ଷ ପାଇଁ ମୋଟ ପଚାଷ ହଜାର ଟଙ୍କା ମିଳିବ। ପ୍ରତି ବର୍ଷ ଦଶ ହଜାର ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯିବ। ଗୋଟିଏ କିସ୍ତି ରାକ୍ଷୀ ପୂର୍ଣିମାରେ ଏବଂ ଅନ୍ୟଟି ମହିଳା ଦିବସରେ ପାଞ୍ଚହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଯୋଜନା 2029 ମସିହା ପର୍ଯ୍ୟନ୍ତ ଲାଗୁ ହେବ। ଏଥିରେ ଯେଉଁ ମହିଳାଙ୍କ ବୟସ 21 ବର୍ଷ ରୁ ଅଧିକ ଏବଂ 60 ବର୍ଷରୁ କମ ହୋଇଥିବ ସେମାନଙ୍କୁ ପ୍ରଦାନ କରାଯିବ।

ଏହି ଯୋଜନା ଦ୍ବାରା ଓଡିଶାର ପ୍ରାୟ 1 କୋଟିରୁ ଉର୍ଦ୍ଧ ମହିଳାମାନେ ଉପକୃତ ହେବେ। ସେଥିପାଇଁ ମୋଟ 55,825 କୋଟି ଟଙ୍କା ବ୍ୟୟ ହେବ ବୋଲି ଧର୍ଯ୍ୟ କରାଯାଇଛି। ତେବେ ପ୍ରତି ପଞ୍ଚାୟତ କିମ୍ବା ଏନଏସିରୁ ମାତ୍ର 100 ଜଣ ମହିଳାଙ୍କୁ ଚିହ୍ନଟ କରାଯାଇ ଏହି ଟଙ୍କା ସିଧା ତାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଯେଉଁ ମହିଳାମାନେ ଆୟକର, ଚାକିରୀ କିମ୍ବା ସ୍ବଚ୍ଛଳ ବର୍ଗର ହୋଇଥିବେ ସେମାନେ ଏହି ଯୋଜନାରୁ ବାଦ ପଡିବେ।

ତେବେ ଏ ନେଇ ଖୁବ ଶିଘ୍ର ଅନଲାଇନ ଆବେଦନ ସୁଭଦ୍ରା ନାମରେ ଖୋଲାଯିବ। ଯେଉଁ ମହିଳାମାନେ ନିଜକୁ ଯୋଗ୍ୟ ବୋଲି ଭାବୁ ଥାନ୍ତି ସେମାନେ ଅଙ୍ଗନବାଡି କେନ୍ଦ୍ର, ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର କିମ୍ବା ବ୍ଲକରେ ଆବେଦନ କରିପାରିବେ। ଏଥିପାଇଁ ଖୁବଶିଘ୍ର ଏକ କଲ ସେଣ୍ଟର ମଧ୍ୟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ସୁଭଦ୍ରା ଯୋଜନା ନିମିତ୍ତ ପରାମର୍ଶ ବୈଠକ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ “ସୁଭଦ୍ରା” ଯୋଜନା ନିମିତ୍ତ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ସୁଭଦ୍ରା କୁ କିପରି ସଫଳ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେ ଟାଇମସ ଅଫ ଇଣ୍ଡିଆର ମୁଖ୍ୟ ରାଜରାମ ଶତପଥୀ, ଆଇ ଆଇ ଟି ଭୁବନେଶ୍ଵର ର ସହକାରୀ ପ୍ରଫେସର ଦୁଖବନ୍ଧୁ ସାହୁ, ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ତ‌ଥା ସରପଞ୍ଚ, ପ୍ରକଳ୍ପ ସ୍ତରୀୟ ସମସ୍ତ ସରକାରୀ ଅଧିକାରୀ, ବ୍ଲକ ର ସଭାପତି, ଜିଲ୍ଲା ପରିଷଦ ସଭାପତି, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ତଥା ସମସ୍ତ ସି ଡ଼ି ପି ଓ ଆଜି ଯୋଗ ଦେଇ ସେମାନଙ୍କର ବହୁମୂଲ୍ୟ ମତ ଦେଇଥିଲେ।  ସୁଭଦ୍ରା ଯୋଜନାରେ ହିତାଧିକାରୀ ଚୟନ, ଅର୍ଥ ଡିପୋଜିଟର ମାଧ୍ଯମ ତଥା ସହାୟତା ଅର୍ଥର କିପରି ସୁବିନିଯୋଗ ହେଇପାରିବ ସେଥ‌ିପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ।

ସୂଚନା ଯୋଗ୍ୟ କି ଏହି ପରାମର୍ଶ ବୈଠକ କେବଳ ୧୦ ଟି ଜିଲ୍ଲା କୁ ଦିଆଯାଇଛି ଯେଉଁଥିରୁ ଖୋର୍ଦ୍ଧା ଜିଲ୍ଲା ଅନ୍ୟତମ। କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଅତିରିକ୍ତ ଶିଶୁ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ସୁରଥ ବିଶ୍ଵାଳ ତଥା ଜିଲ୍ଲା ସୁରକ୍ଷା ଅଧିକାରୀ ଗୁରୁବରୀ ସିଂହ କାର୍ଯ୍ୟକ୍ରମକୁ ସମ୍ପାଦନା କରିବାରେ ସହଯୋଗ କରିଥିଲେ।