Categories
ଆଜିର ଖବର ଜାତୀୟ ଖବର

ବିଜେପିକୁ ଝଟକା: ଟିଏମସି ରେ ଯୋଗ ଦେଲେ ଆଉ ଜଣେ ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ବିଜେପି ବିଧାୟକ ସୁମନ କାଞ୍ଜିଲାଲ ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ଟିଏମସି ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଚଳିତ ବର୍ଷ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ସମୟରେ କାଞ୍ଜିଲାଲ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଟିଏମସି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଦଳର ପତାକା ଅଲିପୁରଦ୍ଵାର ବିଧାୟକ କାଞ୍ଜିଲାଲଙ୍କୁ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, କାଞ୍ଜୀଲାଲ ବିଜେପି ଛାଡି ଏକ “ଦୁର୍ନୀତିଗ୍ରସ୍ତ” ସଂଗଠନରେ ଯୋଗଦେବା ଦଳ ଉପରେ ପ୍ରଭାବ ପକାଇବ ନାହିଁ।

ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କହିଛି ଯେ, ବଙ୍ଗଳାର ଆଉ ଜଣେ ବିଜେପି ବିଧାୟକ ସତ୍ୟକୁ ହୃଦୟଙ୍ଗମ କରିଛନ୍ତି କି ଲୋକଙ୍କ ସେବା କରିବା ପାଇଁ ବିଜେପିର ଉଦ୍ଦେଶ୍ୟ ନାହିଁ।

ସେ ୨୦୨୧ ନିର୍ବାଚନ ପରେ ଦଳ ବଦଳାଇବାରେ ପଶ୍ଚିମବଙ୍ଗ ବିଧାନସଭାର ଷଷ୍ଠ ବିଜେପି ସଦସ୍ୟ। ତେବେ ସେମାନଙ୍କ ମଧ୍ୟରୁ କେହି ବିଧାନସଭାରୁ ଇସ୍ତଫା ଦେଇନାହାଁନ୍ତି।