Categories
ଆଜିର ଖବର ରାଜ୍ୟ ଖବର

କନ୍ଧନୟାଗଡରେ ପୁଣି ବିଜେପି ନେତ୍ରୀ ସୁରମା ପାଢୀଙ୍କୁ କଳା ପତାକା ପ୍ରଦର୍ଶନ

ରଣପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରଣପୁର ନିର୍ବାଚନମଣ୍ଡଳୀ ଚଳଚଂଚଳ ହାଇଛି। ସୋମବାର ଭଳି ମଙ୍ଗଳବାର ଦିନ ମଧ୍ୟ କନ୍ଧନୟାଗଡ ପଚାଂୟତରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ କଳା ପତକା ପ୍ରଦର୍ଶନ କରାଯାଇଛି। ୪ ଦିନ ତଳେ ବିଜେଡି ତରଫରୁ କନ୍ଧନୟାଗଡରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ବେଳେ ବିଜେପି ତରଫରୁ ସ୍ଥାନୀୟ ବିଧାୟକଙ୍କୁ କଳା ପତକା ପ୍ରଦର୍ଶନ ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏବେ ପୁଣି ସେହି ପଚାଂୟତରେ ବିଜେଡି ତରଫରୁ ବିଜେପି ନେତ୍ରୀଙ୍କୁ କଳା ପତକା ପ୍ରଦର୍ଶନ କରାଯିବା ସହ ଗୋବ୍ୟାକ୍ ସ୍ଲୋଗାନ ଦିଆଯାଇଥିଲା। ସୋମବାର ଦିନ ଜଙ୍କିଆ ପଚାଂୟତରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର ପୁଣି କନ୍ଧନୟାଗଡ ପଚାଂୟତରେ ଏହି ଘଟଣାର ପୁନରାବୃତ୍ତି ଘଟିଛି।

ଘଟଣାରୁ ପ୍ରକାଶ ଗତକାଲି ରଣପୁର ବ୍ଲକ ଚାନ୍ଦପୁର ପଚାଂୟତରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଏହି କାର୍ଯ୍ୟକ୍ରମ କନ୍ଧନୟାଗଡ ପଚାଂୟତରେ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,  ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ। କିନ୍ତୁ ସୁରମା ପାଢୀଙ୍କ ଯୋଗଦାନକୁ ବିଜେଡି ତରଫରୁ ଜୋରଦାର ବିରୋଧ କରାଯାଇଥିଲା। କେବଳ ନିର୍ବାଚିତ ପ୍ରତିନିଧି ମାନେ ଏହି ବୈଠକରେ ବସି ପାରିବେ ବୋଲି ମତ ଦେବା ସହ ସୁରମାଙ୍କୁ କଳାପତକା ଦେଖାଇବା ସହ ଗୋବ୍ୟାକ୍ ସ୍ଲୋଗାନ ଦେଇଥିଲେ।

ଖବର ପାଇଁ ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପହଚିଂ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଧାନ କିଣା ବିକାକୁ ନେଇ ବିଜେପିର ପ୍ରେସ ମିଟ୍: ପ୍ରଶାସନ ଉପରେ ବର୍ଷିଲେ ପୂର୍ବତନ ସମବାୟ ମନ୍ତ୍ରୀ

ରଣପୁର: ଧାନ ମଣ୍ଡିରେ ଚାଲିଥିବା ଚାଷୀ ମାରଣ ନୀତି ବିରୁଦ୍ଧରେ ରଣପୁର ବିଜେପି ତରଫରୁ ଗତକାଲି ଅପରାହ୍ନରେ ଏକ ପ୍ରେସ ମିଟ ହୋଇଥିଲା। ଏହି ପ୍ରେସ ମିଟରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ଗୋପାଳପୁର ଜୋନ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ ଓ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ଧାନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ ଠିକ ଭାବେ କିଣା ହୋଇ ପାରୁ ନ ଥିବା ତଥା ମନଇଚ୍ଛା କଟନୀ ଛଟନୀ ନେଇ ପ୍ରଶାସନ ଉପରେ ବାର୍ଷିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପାଢ଼ୀ। କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ କରିବାକୁ ସେ ଦାବି କରିଥିଲେ।

ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ଧାନ ମଣ୍ଡି ଖୋଲିବା ନେଇ ଅହେତୁକ ବିଳମ୍ବ ହୋଇଥିଲା। ଧାନ ମଣ୍ଡି ଖୋଲିବା ପରେ ମଧ୍ୟ ସଠିକ ସମୟରେ ଉଚିତ ମୂଲ୍ୟରେ ଚାଷୀମାନଙ୍କ ଠାରୁ ଧାନ କିଣା ଯାଉ ନାହିଁ। ନୟାଗଡ ଜିଲ୍ଲାରେ ୧୫୩ ଟି ଧାନ ମଣ୍ଡି ଖୋଲା ଯାଇଛି। ଏହି ଧାନ ମଣ୍ଡିଗୁଡିକର ଉଦଘାଟନୀ ହେଲା ପରେ ମଧ୍ୟ ଚାଷୀମାନେ ମଣ୍ଡିର ସୁବିଧା ଠିକ ଭାବେ ପାଇ ପାରୁ ନାହାନ୍ତି। ବିଭିନ୍ନ ଟୋକନ ତାରିଖ ଆସିଥିଲେ ମଧ୍ୟ ଗତ ଡିସେମ୍ବର ୨୩ ତାରିଖ ସୁଦ୍ଧା ଚାଷୀମାନେ ପ୍ରଥମ ଟୋକନ ପାଇ ପାରିନାହାନ୍ତି। ସତେ ଯେମିତି ଜଣାପଡୁଛି ଜିଲ୍ଲା ପ୍ରଶାସନ ହାତରେ କୌଣସି ଅଙ୍କୁଶ ନାହିଁ।

ଧାନ ମଣ୍ଡିଗୁଡିକରୁ ଧାନ ଉଠାଇବା ପାଇଁ ନୟାଗଡ ଜିଲ୍ଲାରେ ତିନିଜଣ ମିଲରଙ୍କୁ ଅନୁମତି ମିଳିଛି। ମଣ୍ଡିଗୁଡିକରେ ୪ ରୁ ୫ ଟି ଟୋକନ ତାରିଖ ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ ଧାନ କିଣା ଯାଇ ନାହିଁ। ମିଲରମାନେ ଧାନ ମଣ୍ଡିକୁ ଆସୁ ନାହାନ୍ତି ଏବଂ କ୍ୱିଣ୍ଟାଲ ପ୍ରତି ୮ ରୁ ୧୦ କିଗ୍ରା ଧାନ କଟନୀ ଛଟଣୀ ପାଇଁ ଜିଦରେ ଅଟଳ ରହୁଛନ୍ତି।  ଚଳିତ ବର୍ଷ ଉତ୍ତମ ଗୁଣ ଯୁକ୍ତ ଭଲ ଧାନ ଉତ୍ପାଦନ ହୋଇଥିଲେ ମଧ୍ୟ ମିଲରମାନଙ୍କ ଏହି କଟନୀ ଛଟନୀ ନୀତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଚାଷୀମାନଙ୍କୁ ହାତୋତ୍ସାହିତ କରିଛି। ପୁଣି ଅଖା ବାଦକୁ ୧ ରୁ ୨ କିଗ୍ରା ଧାନ କାଟିବା ପାଇଁ ମଧ୍ୟ ମିଲରମାନେ କହୁଛନ୍ତି। ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ସ୍ୱାର୍ଥରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଏହି ପ୍ରେସ ମିଟ୍ ରେ ଶ୍ରୀମତୀ ପାଢ଼ୀ ଅଭିଯୋଗ କରିଥିଲେ। ଏପରିକି ମିଲରମାନେ ଚାଷୀମାନଙ୍କୁ ଧାର୍ଯ୍ୟ ତାରିଖରେ ଧାନ ନ ବିକ୍ରି କଲେ ପରେ ଆଉ ଧାନ ନିଆଯିବ ନାହିଁ ବୋଲି ଡରାଉଥିବା ଅଭିଯୋଗ ଆସୁଛି ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

ଗୌରାଙ୍ଗପୁର ସମବାୟ ସମିତିରେ ୧୬୮ ଜଣଙ୍କର ଟୋକନ ଆସିଥିଲା ବେଳେ ଜଣେ ଚାଷୀଙ୍କର ଧାନ ବିକ୍ରି ହୋଇ ପାରିନାହିଁ। ଚାଷୀ ଋଣରେ ଟଙ୍କା ଆଣି ଧାନ ଚାଷ କରିଥିବାରୁ ଠିକ ସମୟରେ ଠିକ ମୂଲ୍ୟରେ ଧାନ ବିକ୍ରି ନ ହୋଇ ପାଇବାରୁ ବାଧ୍ୟ ହୋଇ କମ ମୂଲ୍ୟରେ ବେପାରୀମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଏପରି ହେଉଥିବା ପୂର୍ବତନ ସମବାୟ ମନ୍ତ୍ରୀ କହିଥିଲେ। ଧାନ ଏଫଏକ୍ୟୁ ମାନର ଥିବା ଯୋଗୁଁ ସମ୍ପୂର୍ଣ କଟନୀ ଛଟନୀ ବନ୍ଦ କରିବା ପାଇଁ ମଧ୍ୟ ଦାବି କରିଛନ୍ତି।