Categories
ଆଜିର ଖବର ରାଜ୍ୟ ଖବର

ଧୂମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜନ୍ମଦିବସ

ଭୁବନେଶ୍ୱର, ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ 78 ତମ ଜନ୍ମଦିବସ ପାଳିତ । ଆଜି ଜନ୍ନଦିନରେ ଶ୍ରୀ ରାଉତରାୟ ଲିଙ୍ଗରାଜ ମନ୍ଦିର, ଦକ୍ଷୀଣଚଣ୍ଡି ମନ୍ଦିର, ସୁନ୍ଦରପଦା ମସ୍‌ଜିଦ ଓ ସତ୍ୟନଗର ଚର୍ଚ୍ଚଠାରେ ପୂଜାର୍ଚ୍ଚନା କରିଥିଲେ ।

ଏହାପରେ ପୁରୁଣା ଭୁବନେଶ୍ୱର ଏବଂ ଜଟଣୀ ସ୍ଥିତ ଡାକ୍ତରଖାନାରେ ଫଳ ଓ ମାସ୍କ ବଂଟନ କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବସ୍ତ୍ରଦାନ କରାଯାଇଥିଲା । ମାଉସୀମା ଛକଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶ୍ରୀ ରାଉତରାୟଙ୍କ ବାସଭବରେ ଜୟନ୍ତୀ କମିଟି ପକ୍ଷରୁ ମିଷ୍ଟାନ୍ନ ବଂଟନ ଏବଂ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା ।

ଏହାପରେ ୮ନମ୍ବରରେ କେବିଏନ ଗ୍ରୁପ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେୃତ୍ୱରେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳିତ ହୋଇଥିଲା । ଏହି କାଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଉତରାୟ ଛାତ୍ର ଓ ଯୁବକମାନଙ୍କୁ କହିଥିଲେ ଯେ ସମାଜସେବାକୁ ଜୀବନର ପରମ ଧର୍ମ ଭାବରେ ଗ୍ରହଣ କର । ଦୟାନଦୀ କୂଳ ଧଉଳି ପାହାଡ଼ ନିକଟସ୍ଥ ଲିଙ୍ଗିପୁର ଠାରେ ବୃକ୍ଷରୋପଣ କାଯ୍ୟକ୍ରମ ହୋଇଥିଲା ଏବଂ ପରିଶେଷରେ ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟରେ ଦଳୀୟ ନେତା ଓ କର୍ମୀମାନେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳନ କରିଥିଲେ ।

କେଦାର ଗୌରୀ ନିକଟସ୍ଥ ଗୁଆଝର ଠାରେ ଗୁଆଝର ସଂଗଠନ ପକ୍ଷରୁ ମଧ୍ୟ ଶ୍ରୀ ରାଉତରାୟଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ବିଭିନ୍ନ ଦଳର ରାଜନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, ସମାଜସେବୀ, ଲେଖକ, କବି, ଛାତ୍ର ନେତା, ଯୁବ ନେତା, ନାରୀ ନେତ୍ରୀ, ବୁଦ୍ଧିଜିବୀ ଓ ଶ୍ରମିକ ନେତା ପ୍ରମୁଖ ସୁରେଶ କୁମାର ରାଉତରାୟଙ୍କ ବାସସ୍ଥାନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।