Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ନ କରିବାରୁ ତାତିଲେ ସୁଶାନ୍ତ ସିଂ ସମର୍ଥକ, ଏହାର ଜବାବ ରଖିଲେ ସେ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାରୁ ସାରଦା ପ୍ରସନ୍ନ ନାୟକଙ୍କୁ ମନ୍ତ୍ରୀ କରାଯାଇଛି। ହେଲେ ସମସ୍ତେ ଆଶା କରିଥିଲେ ଯେ, ନବୀନ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ କରିବେ। ଏପରିକି ତାଙ୍କ ସମର୍ଥକମାନେ ମଧ୍ୟ ଆଶା କରିଥିଲେ ଯେ, ସୁଶାନ୍ତ ସିଂ ମନ୍ତ୍ରୀ ହେବେ। ହେଲେ ଶେଷ ମୁର୍ହୁତରେ ତାହା ହୋଇ ନ ଥିଲା।

ସୁଶାନ୍ତ ସିଂଙ୍କ ବଦଳରେ ମନ୍ତ୍ରୀ ହେଲେ ସାରଦା ନାୟକ। ଏହାକୁ ନେଇ ସୁଶାନ୍ତଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ସେମାନଙ୍କୁ ବୁଝାସୁଝା କରାଯାଇଛି ବୋଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି। ସେ କହିଛନ୍ତି ଯେ, ମୋର ସମର୍ଥକମାନେ ଆଶା କରିଥିଲେ ମୁଁ ମନ୍ତ୍ରୀ ହେବି। ହେଲେ ତାହା ହୋଇ ନ ଥିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।

ତେବେ ସୁଶାନ୍ତ ଆଜି ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ବେଳେ ଉପସ୍ଥିତ ନ ଥିବା ନେଇ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା। ଅନ୍ୟପକ୍ଷରେ ନବନିର୍ବାଚିତ ବିଧାୟିକା ଦୀପାଳି ଦାସ ଏହି ସମାରୋହରେ ଯୋଗ ଦେଇଥିଲେ। ସୁଶାନ୍ତ ପଦ୍ମପୁର, ବ୍ରଜରାଜନଗର ଏବଂ ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବା ପାଇଁ ବେଶ ପରିଶ୍ରମ କରିଥିଲେ। ସେହି ଅନୁସାରେ ସମସ୍ତେ ଆଶା କରୁଥିଲେ ଯେ, ତାଙ୍କୁ ମନ୍ତ୍ରୀ ପଦ ମିଳିବ।

ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ କରାଯାଇଛି ଯେ, ଦୀପାଳି ଏବଂ ସୁଶାନ୍ତ ସିଂ ମଧ୍ୟରେ କାହାକୁ ହେଲେ ଜଣଙ୍କୁ ମନ୍ତ୍ରୀ କରାଯିବ ବୋଲି ଆଶା କରାଯାଥିଲା। ହେଲେ ଜଣଙ୍କୁ ମନ୍ତ୍ରୀ କଲେ ଅନ୍ୟ ଜଣେ ଅସନ୍ତୋଷ ଜାହିର କରିବାର ସମ୍ଭାବନା ଦେଖାଦେଲା। ସେଥିପାଇଁ ଉଭୟଙ୍କୁ ମନ୍ତ୍ରୀ ପଦରୁ ବାଦ ଦିଆଯାଇଥିବାର କୁହାଯାଉଛି। ତେବେ ଏହାକୁ ନିଜେ ସୁଶାନ୍ତ ସିଂ ଖଣ୍ଡନ କରିଛନ୍ତି।

ସୁଶାନ୍ତ କହିଛନ୍ତି ଯେ, ସେ କେବେବି ମନ୍ତ୍ରୀ ପଦ ପାଇବା ପାଇଁ ଲବି କରି ନ ଥିଲେ। ଏ ନେଇ କାହାକୁ ମଧ୍ୟ ଅନୁରୋଧ କରି ନ ଥିଲେ। ମୁଁ ଯେତେବେଳେ ମନ୍ତ୍ରୀ ଦୈଡରେ ନ ଥିଲି ସେତେବେଳେ ମନଦୁଃଖ କରିବାର କୌଣସି ଅବକାଶ ନାହିଁ ବୋଲି ସୁଶାନ୍ତ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ଉପରେ ଆର୍ଶିବାଦ ରହିଛି। ମୁଁ ତୃଣମୂଳ ସ୍ତରରେ କାମ କରୁଛି। ମନ୍ତ୍ରୀ ହେବା ନ ହେବାରେ ମୋର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ନୂଆ ନିଯୁକ୍ତି, ଅତନୁ ଏବଂ ସୁଶାନ୍ତ ସିଂଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜେଡି କେତେକ ନେତାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ତାହା ହେଲା ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ ଥିବାରୁ ତାହାର ପରିଚାଳନା ପାଇଁ ଏହି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ସେହି ଅନୁସାରେ ଅତାବିରା ଏନଏସି ପାଇଁ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ

1-ଅତନୁ ସବ୍ୟସାଚୀ ନାୟକ

2-ସୁଶାନ୍ତ ସିଂ

3-ଦେବେଶ ଆଚାର୍ଯ୍ୟ

ସେହିପରି ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ଯେଉଁମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ

1-ସୁଧୀର କୁମାର ସାମଲ

2-ସୁଶାନ୍ତ କୁମାର ରାଉତ

3-କୁନା ବିହାରୀ ଦାସ