Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଶାହରୁଖ ଖାନଙ୍କ ଅନ୍ଦାଜ୍ ରେ ଝିଅ ସୁହାନା ପାଳିଲେ ୨୧ ତମ ଜନ୍ମଦିନ

ନୂଆଦିଲ୍ଲୀ: ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ଝିଅ ସୁହାନା ଖାନ ଗତ ୨୨ ତାରିଖରେ ୨୧ ତମ ଜନ୍ମଦିନ ପାଳନ କରିଛନ୍ତି। ଯଦିବା ସୁହାନା ଖାନ ଏପର୍ଯ୍ୟନ୍ତ ଫିଲ୍ମରେ ଡେବ୍ୟୁ କରିନାହାନ୍ତି, ହେଲେ ତାଙ୍କର ସମର୍ଥକ ଏବଂ ତାଙ୍କ ସମର୍ଥକ ପେଜର ତାଲିକା ବହୁତ ଲମ୍ବା ଅଛି। ସୋସିଆଲ ମିଡିଆରେ ସୁହାନା ଖାନ ବହୁତ ସକ୍ରିୟ ଅଛନ୍ତି।

ବର୍ତ୍ତମାନ ତାଙ୍କର ଏକ ବିଡିଓ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି।

ବନ୍ଧୁମାନଙ୍କ ସହ ମିଶି ସୁହାନା ଖାନ ୨୧ ତମ ଜନ୍ମଦିନ ନ୍ୟୁୟର୍କରେ ପାଳନ କରିଥିଲେ। ଏହି ସମୟରେ ସେ ବେଲୁନ ସାଥିରେ ଖେଳୁଥିବା ସୁହାନା ନଜର ଆସିଥିଲେ। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଶାହାରୁଖ ଖାନଙ୍କ ‘ମୋହବତେ’ ଫିଲ୍ମର ମ୍ୟୁଜିକ ବାଜୁଥିଲା, ଯାହା ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କୁ ଖୁବ ଶୀଘ୍ର ଫିଲ୍ମରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ସୁହାନାଙ୍କ ଫ୍ୟାନ୍ସମାନେ କମେଣ୍ଟରେ ଲେଖିଛନ୍ତି। ଏହାପୂର୍ବରୁ ସୁହାନା ଏକ ସୁନ୍ଦର ଫଟୋ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।