Categories
ଆଜିର ଖବର ଜାତୀୟ ଖବର

#BadaltaBharatMeraAnubhav ଅଭିଯାନରେ ଅଂଶଗ୍ରହଣ କରି ପୁରସ୍କାର ଜିତିବାକୁ ଆମନ୍ତ୍ରଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ମାଇ ଗଭ୍‍ (MyGov) ସହିତ ମିଳିତ ଭାବରେ ‘ବଦଳତା ଭାରତ ମେରା ଅନୁଭବ’ ଅଭିଯାନରେ ଦେଶବ୍ୟାପୀ ସୃଜନଶୀଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, ଅଭୂତପୂର୍ବ ବିକାଶ ଏବଂ ପରିବର୍ତ୍ତନକାରୀ ଶାସନର ୧୧ ବର୍ଷର ଉତ୍ସବ ପାଳନ ଅବସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ନାଗରିକ ଅଂଶଗ୍ରହଣ କରିପାରିବେ।

ବିକଶିତ ଭାରତ@୨୦୪୭’ ଦୃଷ୍ଟିକୋଣକୁ ଆଧାର କରିଥିବା ଏହି ଅଭିଯାନ, ଭାରତର ଦ୍ରୁତ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ଉପରେ ସେମାନଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ସୃଜନଶୀଳ ପ୍ରତିଫଳନକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତ ବର୍ଗର ନାଗରିକଙ୍କୁ ଆମନ୍ତ୍ରଣ କରୁଛି। ତୃଣମୂଳ ସ୍ତରରେ ଅଂଶଗ୍ରହଣ ଠାରୁ ଆରମ୍ଭ କରି ସୃଜନଶୀଳତା ପ୍ରଦର୍ଶନ ପର୍ଯ୍ୟନ୍ତ, ଏହି ପଦକ୍ଷେପ ପ୍ରତ୍ୟେକ ଭାରତୀୟଙ୍କ ସ୍ୱରକୁ ଯୋଡ଼ିବା, ପ୍ରେରଣା ଦେବା ଏବଂ ସମ୍ପ୍ରସାରିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ରତିଯୋଗିତାସବୁ ମାଇଗଭ୍‍ ପୋର୍ଟାଲରେ ସକ୍ରିୟ ରହିଛି ଏବଂ ୯ ଜୁଲାଇ, ୨୦୨୫ ରେ ବନ୍ଦ ହେବ।

ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ଗତ ୧୧ ବର୍ଷ ମଧ୍ୟରେ ଦେଶର ଉଲ୍ଲେଖନୀୟ ରୂପାନ୍ତରଣ ଏବଂ ଏକ ବିକଶିତ ରାଷ୍ଟ୍ର କିମ୍ବା ‘ବିକଶିତ ଭାରତ’  ନିର୍ମାଣ ପାଇଁ ନିଆଯାଇଥିବା ଦ୍ରୁତ ପଦକ୍ଷେପକୁ ସ୍ମରଣ କରିବା ଏବଂ  ତାହାର ଡକ୍ୟୁମେଣ୍ଟେସନ୍ କରିବା। ଏହି ପ୍ରତିଯୋଗିତାଗୁଡ଼ିକର ବିଷୟବସ୍ତୁ କୃଷକ କଲ୍ୟାଣ ଠାରୁ ଆରମ୍ଭ କରି ନାରୀ ଶକ୍ତି, ସହଜ ଜୀବନଯାପନ ଠାରୁ ବ୍ୟବସାୟ କରିବାର ସହଜତା ଏବଂ ରାଷ୍ଟ୍ର ପ୍ରଥମ – ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତିଠାରୁ ଭାରତ ଏକ ବିଶ୍ୱ ଅର୍ଥନୈତିକ ଶକ୍ତି କେନ୍ଦ୍ର ହେବା ପର୍ଯ୍ୟନ୍ତ, ସମସ୍ତ ବିଷୟକୁ ସାମିଲ କରିଛି। ତେଣୁ, ଗବେଷକ, ଭ୍ଲଗର୍, ଲେଖକ, ବ୍ଲଗର, ପ୍ରଭାବଶାଳୀ ଏବଂ ଉତ୍ସାହୀ କାହାଣୀ ଲେଖକଙ୍କ ସମେତ ଭାରତର ସମସ୍ତ ନାଗରିକଙ୍କୁ #BadaltaBharatMeraAnubhav ହାଶଟ୍ୟାଗ୍ ବ୍ୟବହାର କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ରୂପାନ୍ତରଣ ଯାତ୍ରାକୁ ଅନନ୍ୟ ଉପାୟରେ ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରାଯାଇଛି।

ଆୟୋଜନ ହେବାକୁ ଥିବା ପାଞ୍ଚ ସୃଜନଶୀଳ ପ୍ରତିଯୋଗିତା ନିମ୍ନ ଭଳି ହେବ।

. ଇନଷ୍ଟାଗ୍ରାମ ରିଲ୍ ତିଆରି ପ୍ରତିଯୋଗିତା #BadaltaBharatMeraAnubhav

ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ସ୍କିଲ୍ ଇଣ୍ଡିଆ ଭଳି ବିଷୟବସ୍ତୁକୁ ଆଧାର କରି ଆକର୍ଷଣୀୟ ୩୦ରୁ ୬୦ ସେକେଣ୍ଡ ଅବଧିର ରିଲ୍ ତିଆରି କରିବାକୁ ଦେଶର କଣ୍ଟେଣ୍ଟ ନିର୍ମାତା ମାନଙ୍କୁ ଆହ୍ୱାନ।

ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

.  ୟୁଟ୍ୟୁବ୍ସର୍ଟସ୍ପ୍ରତିଯୋଗିତା  #BadaltaBharatMeraAnubhav

ରୂପାନ୍ତରୀତ ଭାରତର ମନ୍ତ୍ରକୁ ପ୍ରତିଫଳିତ କରୁଥିବା ସେମାନଙ୍କ ଜୀବନର ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତଗୁଡ଼ିକୁ ସେୟାର କରିବାକୁ ନାଗରିକମାନଙ୍କୁ ଆହ୍ୱାନ କରାଯାଇଛି। ଏହା ଏକ ପରିବର୍ତ୍ତିତ ରେଳ ଷ୍ଟେସନ ପରିଦର୍ଶନ ହେଉ, ସ୍ଥାନୀୟ ପଦକ୍ଷେପ ହେଉ, କିମ୍ବା ଏକ ସାଂସ୍କୃତିକ ଉତ୍ସବ ହେଉ – ପ୍ରତ୍ୟେକ କାହାଣୀ ଗୁରୁତ୍ୱପୂର୍ଣ୍ଣ।

ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

୩. ବ୍ଲଗଭାରତ ପ୍ରତିଯୋଗିତା: ରୂପାନ୍ତରଣଟି ଲେଖନ୍ତୁ: ଭାରତର ଲେଖକ, ସାମ୍ବାଦିକ, ଛାତ୍ର ଏବଂ ଚିନ୍ତାନାୟକଙ୍କ ପାଇଁ, ଏହି ଚ୍ୟାଲେଞ୍ଜ ଭାରତର ପରିବର୍ତ୍ତନ ଯାତ୍ରା ଉପରେ ବ୍ଲଗ୍ ଆକାରରେ (୮୦୦-୧୨୦୦ ଶବ୍ଦ) ସେମାନଙ୍କର ପର୍ଯ୍ୟବେକ୍ଷଣ ଏବଂ ବିଶ୍ଳେଷଣ ଲେଖିବାର ଏକ ସୁଯୋଗ।

ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

. ବିକଶିତ ଭାରତ କୁଇଜ୍୨୦୨୫: ଭାରତର ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ବିକାଶ ମାଇଲଖୁଣ୍ଟ ସମ୍ପର୍କରେ ନାଗରିକମାନଙ୍କ ସଚେତନତା ପରୀକ୍ଷା କରିବା ପାଇଁ ଏକ ଜ୍ଞାନ-ଭିତ୍ତିକ ପ୍ରତିଯୋଗିତା।

ପୁରସ୍କାର: ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ପାଇଁ ୧ ଲକ୍ଷ ଟଙ୍କା; ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୭୫ ହଜାର ଏବଂ ୫୦ ହଜାର; ଆଉ ୩୦୦ ଜଣ ବିଜେତାକୁ ୨ ହଜାର ଟଙ୍କା ଏବଂ ୧ ହଜାର ଟଙ୍କା ପୁରସ୍କାର। ପ୍ରତ୍ୟେକ ଅଂଶଗ୍ରହଣକାରୀ ଏକ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରାଯିବ।

. କ୍ଷୁଦ୍ର ଏଭି ପ୍ରତିଯୋଗିତା – ନୂତନ ଭାରତର କାହାଣୀ #BadaltaBharatMeraAnubhav

ଉଦୀୟମାନ ଚଳଚ୍ଚିତ୍ର ନିର୍ମାତା, ଭିଡିଓ ସମ୍ପାଦକ ଏବଂ ଛାତ୍ରମାନଙ୍କୁ ଭାରତର ପରିବର୍ତ୍ତନ କାହାଣୀକୁ ଜୀବନ୍ତ କରୁଥିବା କ୍ଷୁଦ୍ର ଏଭି ଫିଲ୍ମ (୧୦ ମିନିଟ୍ ପର୍ଯ୍ୟନ୍ତ) ଦାଖଲ କରିବାକୁ ଉତ୍ସାହିତ କରାଯାଉଛି – ତାହା କାହାଣୀ କହୁଥିବା ଦରକାର- ଡକ୍ୟୁମେଣ୍ଟାରୀ କିମ୍ବା ସିନେମାଟିକ୍ ଭିଜୁଆଲ୍ ମାଧ୍ୟମରେ।

ପୁରସ୍କାର: ବିଜେତା ପାଇଁ ୩ଲକ୍ଷ; ଉପବିଜେତା ପାଇଁ ୩ ଲକ୍ଷ ଏବଂ ୧ଲକ୍ଷ; ୨ ସାନ୍ତ୍ୱନାମୂଳକ ବିଜେତାଙ୍କ ପାଇଁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପିଆଇବି ଏବଂ ସିବିସି ଭୁବନେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ କଲେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା ଆଜି ପିଆଇବି ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ପିଆଇବି ଓ ସିବିସିର ବିଭିନ୍ନ କାର୍ଯ୍ୟଧାରା ଅନୁଧ୍ୟାନ କରିଛନ୍ତି। ବିଶେଷ କରି ଭାରତ ସରକାରଙ୍କ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ନିମନ୍ତେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଶ୍ରୀ ଓଝା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଶ୍ରୀ ଓଝା ସମୀକ୍ଷା କରିଥିଲେ। ସେ ମଧ୍ୟ ସିବିସି ଦ୍ୱାରା ସମ୍ପାଦନ କରାଯାଉଥିବା କ୍ଷେତ୍ରୀୟ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଭୁବନେଶ୍ୱରରେ ପ୍ରସ୍ତାବିତ ଆଞ୍ଚଳିକ ସୂଚନା ଭବନ ନିର୍ମାଣସ୍ଥଳୀ ବୁଲି ଦେଖିଥିଲେ ଏବଂ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ପିଆଇବି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭିଏତନାମରୁ ଆସିଥିବା ପ୍ରତିନିଧିମଣ୍ଡଳକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଏବଂ ଭିଏତନାମର ଉଚ୍ଚ ଅଧିକାରୀଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳ ମଧ୍ୟରେ ଅନୁଷ୍ଠିତ ଏକ ଆଲୋଚନାରେ ଭାରତ ଏବଂ ଭିଏତନାମ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ଭିଏତନାମ କମ୍ୟୁନିଷ୍ଟ ପାର୍ଟି (ସିପିଭି) ର ପଲିଟବ୍ୟୁରୋ ସଦସ୍ୟ ଏବଂ ସିପିଭିର ସୂଚନା, ଶିକ୍ଷା ଏବଂ ଗଣ ଆନ୍ଦୋଳନ କେନ୍ଦ୍ରୀୟ କମିଶନର ଅଧ୍ୟକ୍ଷ ଙ୍ଗୁୟେନ ଟ୍ରୋଙ୍ଗ ଙ୍ଘିୟା ନେଇଥିଲେ। ବୈଠକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କ ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଭାରତ ଏବଂ ଭିଏତନାମ ପାରମ୍ପରିକ ଭାବରେ ଘନିଷ୍ଠ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ  ରଖିଆସିଛନ୍ତି। ୨୦୨୨ ମସିହାରେ, ଦୁଇ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ କରିଥିଲେ। ୨୦୧୬ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଏତନାମ ଗସ୍ତ ସମୟରେ ଭାରତ-ଭିଏତନାମ ଦ୍ୱିପାକ୍ଷିକ ସମ୍ପର୍କକୁ ‘ବ୍ୟାପକ ରଣନୈତିକ ସହଭାଗୀତା’ ସ୍ତରକୁ ଉନ୍ନୀତ କରାଯାଇଥିଲା।

ମଇ ୧ରୁ ୪ ତାରିଖରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ, ୨୦୨୫ରେ ଭିଏତନାମର ବିଶାଳ ପ୍ରତିନିଧିମଣ୍ଡଳର ଅଂଶଗ୍ରହଣକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ମୁରୁଗନ ପ୍ରଶଂସା କରିଥିଲେ। ମହାମହିମ ଙ୍ଗୁୟେନ ଟ୍ରୋଙ୍ଗ ଙ୍ଘିୟା ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବରେ ଭାରତର ପ୍ରଭାବଶାଳୀ ଉତଥାନକୁ ପ୍ରଶଂସା କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତା ଏବଂ ସହଭାଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ଦେଶର ଗଣମାଧ୍ୟମ ସଂଗଠନ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏହି ଅବସରରେ ପ୍ରସ୍ତାବ ଦିଆଯାଇଥିଲା।

ଦୁଇ ଦେଶ ସେମାନଙ୍କର ଗଭୀର ସଭ୍ୟତାଗତ ସମ୍ପର୍କକୁ ରେଖାଙ୍କିତ କରିଥିଲେ, ଯେଉଁଥିରେ ବୌଦ୍ଧ ଐତିହ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ବହୁମୁଖୀ ସହଯୋଗକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଏମସି ଢେଙ୍କାନାଳ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ

ଢେଙ୍କାନାଳ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଂଜୟ ଜାଜୁ ଆଜି ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) କ୍ୟାମ୍ପସ ପରିଦର୍ଶନରେ ଆସି ଏହାର ନବୀକରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଏହା ସହିତ ସେ ଏହି କ୍ୟାମ୍ପସର ଆଗାମୀ ବିକାଶ ଯୋଜନା ସଂପର୍କରେ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ଶ୍ରୀ ଜାଜୁ ସଂସ୍ଥାନର ବିଭିନ୍ନ ଭିତ୍ତିଭୂମି ବିଶେଷକରି ଛାତ୍ର ଓ ଛାତ୍ରୀ ହଷ୍ଟେଲ, ଏକାଡେମିକ ବ୍ଲକ, ଅଡିଓ-ଭିଡିଓ କେନ୍ଦ୍ର ଓ ପ୍ରଶାସନିକ ବ୍ଲକକୁ ବୁଲି ଦେଖିଥିଲେ। ସଂସ୍ଥାନର ବର୍ତ୍ତମାନର ସ୍ଥିତି, ଶିକ୍ଷାଗତ ପଦକ୍ଷେପ, ଭିତ୍ତିଭୂମି ଆବଶ୍ୟକତା ଓ ସଂପ୍ରସାରଣ ପାଇଁ ଯୋଜନା ସଂପର୍କରେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।

ଏହି ଆଲୋଚନା ଅବସରରେ ପ୍ରଫେସର ପ୍ରଧାନ ଏହି କ୍ୟାମ୍ପସ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଭବିଷ୍ୟତର ସୁଯୋଗ ବିଶେଷକରି ପାଠ୍ୟକ୍ରମ ବିକଳ୍ପର ସଂପ୍ରସାରଣ ଓ ଛାତ୍ରଛାତ୍ରୀ କ୍ଷମତା ବୃଦ୍ଧି ସଂପର୍କରେ ସଚିବଙ୍କୁ ଅବଗତ କରାଇଥିଲେ। ଏହା ସହିତ ସ୍ନାତକୋତ୍ତର ପାଠ୍ୟକ୍ରମ (ଏମଏ) ଆରମ୍ଭ କରିବା ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସମ୍ପର୍କକୁ ସୁଦୃଢ କରିବା ଉପରେ ଆଲୋଚନା ହୋଇଥିଲା।

କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ ନେଇ ଶ୍ରୀ ଜାଜୁ ସନ୍ତୋଷ ପ୍ରକାଶ କରିବା ସହ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ଆଇଆଇଏମସି ଢେଙ୍କାନାଳକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଂପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କ ଏହି ଗସ୍ତ ଦେଶରେ ଗଣମାଧ୍ୟମ ଶିକ୍ଷାର ଗୁଣବତ୍ତା ବୃଦ୍ଧି ଓ ଆଞ୍ଚଳିକ କେନ୍ଦ୍ରଗୁଡ଼ିକର ସୁଦୃଢୀକରଣ ଉପରେ ମନ୍ତ୍ରଣାଳୟ ଦେଉଥିବା ଗୁରୁତ୍ବକୁ ଦର୍ଶାଉଛି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କଲେ ପ୍ରକାଶ ମଗଦୁମ

ନୂଆଦିଲ୍ଲୀ: ପ୍ରକାଶ ମଗଦୁମ ଆଜି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମଗଦୁମ ଜଣେ ୧୯୯୯ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ। ଏହା ପୂର୍ବରୁ, ଶ୍ରୀ ମଗଦୁମ ଅହମ୍ମଦାବାଦରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।

ନିଜର ଦୁଇ ଦଶନ୍ଧିର ଏକ ଉଲ୍ଲେଖନୀୟ କ୍ୟାରିୟର ମଧ୍ୟରେ, ଶ୍ରୀ ମଗଦୁମ ପୁଣେର ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର (ଏନଏଫଏଆଇ)ର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଚଳଚ୍ଚିତ୍ର ଅଭିଲେଖାଗାର ଏବଂ ପୁନରୁଦ୍ଧାର ପ୍ରୟାସ ମାଧ୍ୟମରେ ଭାରତର ସିନେମା ଐତିହ୍ୟକୁ ସଂରକ୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାନ (ଏଫଟିଆଇଇ)ର ରେଜିଷ୍ଟ୍ରାର ଏବଂ ତିରୁଅନନ୍ତପୁରମରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଜି ୱେଭ୍ସଠାରେ ଉନ୍ମୋଚିତ ହେବ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ଉପରେ ପରିସଂଖ୍ୟାନ ପୁସ୍ତିକା

ନୂଆଦିଲ୍ଲୀ: ମୁମ୍ବାଇରେ ଚାଲିଥିବା ୱେଭ୍ସ ଅବସରରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ୨୦୨୪-୨୫ ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରାଯିବ। ଗଣମାଧ୍ୟମ ଏବଂ ମନୋରଞ୍ଜନ ସେବା କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେଉଁଥିରେ ଦେଶର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ଯୋଗଦାନ କରିବାର ବିପୁଳ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ସମୟୋଚିତ, ବିଶ୍ୱସନୀୟ, ପ୍ରାମାଣିକ ଏବଂ ବ୍ୟାପକ ତଥ୍ୟର ଆବଶ୍ୟକତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଅଂଶବିଶେଷ ସ୍ୱରୂପ ଉପରୋକ୍ତ ପୁସ୍ତିକା ଉନ୍ମୋଚନ ହେବ।

ଗଣମାଧ୍ୟମ ଏବଂ ମନୋରଞ୍ଜନ ଇକୋସିଷ୍ଟମ ହେଉଛି ଏକ ଉଦୀୟମାନ କ୍ଷେତ୍ର ଯାହା ସଦ୍ୟତମ ଆକଳନ ଅନୁଯାୟୀ ୭ ପ୍ରତିଶତ ସି.ଏ.ଜି.ଆର. ହାରରେ ବୃଦ୍ଧି ପାଇ ୨୦୨୭ ମସିହାରେ ୩୦୬୭  ବିଲିୟନ ଭାରତୀୟ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି କ୍ଷେତ୍ରରେ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଏହାର କାର୍ଯ୍ୟକାରିତା ଉପଯୁକ୍ତ ତଥ୍ୟ ଦ୍ୱାରା ସମର୍ଥିତ ହେବା ଆବଶ୍ୟକ। ମନ୍ତ୍ରଣାଳୟ ଏବଂ ଏହି କ୍ଷେତ୍ରର ଅନ୍ୟ ଅଂଶୀଦାରମାନଙ୍କ ତଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ମିଡିଆ ଏବଂ ମନୋରଞ୍ଜନ କ୍ଷେତ୍ର ଉପରେ ପରିସଂଖ୍ୟାନ ପୁସ୍ତିକା ଉନ୍ମୋଚନ କରିବ। ଏଥିରେ କ୍ଷେତ୍ରର ବିଭିନ୍ନ ବିଭାଗ ଉପରେ ଅପଡେଟ୍ ହୋଇଥିବା ତଥ୍ୟ ଏବଂ ସୂଚନା ପୁସ୍ତିକାରେ ରହିଛି ।

ପରିସଂଖ୍ୟାନ ପୁସ୍ତିକାରେ ସ୍ଥାନିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରେ ରହିଛି ପଞ୍ଜୀକୃତ ଛାପା ଗଣମାଧ୍ୟମ ସଂଖ୍ୟା ୧୯୫୭ରେ ମାତ୍ର ୫,୯୩୨ରୁ ୨୦୨୪-୨୫ରେ ୧୫୪,୫୨୩ରେ ପହଞ୍ଚିବା। ସେହିପରି ଶିଶୁ ସାହିତ୍ୟ, ଇତିହାସ ଏବଂ ସ୍ୱାଧୀନତା ସଂଗ୍ରାମ, ବ୍ୟକ୍ତିତ୍ୱ ଏବଂ ଜୀବନୀ, ଆଧୁନିକ ଭାରତର ନିର୍ମାତା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ପରିବେଶ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ମୋଟ ୧୩୦ଟି ପୁସ୍ତକ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ୨୦୨୪-୨୫ରେ ପ୍ରକାଶିତ ହୋଇଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦୦% ଭୌଗଳିକ କ୍ଷେତ୍ରରେ ଡିଟୁଏଚ୍‌ ସେବା ପହଞ୍ଚି ପାରିଛି। ଦୂରଦର୍ଶନ ଫ୍ରି ଡିଶ୍‌ ଚାନେଲ ସଂଖ୍ୟା ୨୦୦୪ରେ ୩୩ରୁ ୨୦୨୫ରେ ୩୮୧କୁ ବୃଦ୍ଧି ପାଇଛି । ଆକାଶବାଣୀ ୯୮% ଲୋକଙ୍କ ପାଖରେ ପହଞ୍ଚିଛି । ଘରେ ସାଟେଲାଇନ ଚାନେଲ ୨୦୦୪-୦୫ରେ ୧୩୦ ଥିବା ବେଳେ ୨୦୨୪-୨୫ରେ ଏହା ୯୦୮କୁ ବୃଦ୍ଧି ପାଇଛି। ସେହିପରି ଘରୋଇ ଏଫଏମ୍‌ ଷ୍ଟେସନ ସଂଖ୍ୟା ୨୦୦୧ରେ ମାତ୍ର ୪ ଥିବା ବେଳେ ୨୦୨୪ରେ ୩୮୮କୁ ବୃଦ୍ଧି ପାଇଛି। ୧୯୮୩ ରେ ୭୪୧ଟି ଭାରତୀୟ ଫିଚର ଚଳଚ୍ଚିତ୍ର ପ୍ରମାଣିତ ହୋଇଥିଲା, ଯାହା ୨୦୨୪-୨୫ରେ ୩୪୫୫ କୁ ବୃଦ୍ଧି ପାଇଥିଲା। ୨୦୨୪-୨୫ ସୁଦ୍ଧା ଏହା ସମଷ୍ଟିଗତ ଭାବେ ୬୯,୧୧୩ ସେ ପହଞ୍ଚିଥିଲା। ଏହାବ୍ୟତୀତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଡିଜିଟାଲ ମିଡିଆ, ଓଟିଟି, ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଟେକ୍ନୋଲୋଜି, କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ ଆଦି ସମ୍ପର୍କରେ ତଥ୍ୟ ମଧ୍ୟ ଏଥିରେ ସ୍ଥାନ ପାଇଛି ।

Categories
ଆଜିର ଖବର ଜାତୀୟ ଖବର

ଇନୋଭେଟ୍-୨ଏଜୁକେଟ୍: ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ୍ ଡିଜିଟାଲ୍ ଗେମିଂ ସୋସାଇଟି (ଆଇଡିଜିଏସ୍) ପକ୍ଷରୁ ଇନୋଭେଟ୍-୨ଏଜୁକେଟ୍: ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ୨୦୨୫ର ଏକ ଅଂଶ ଭାବରେ ଆଇଡିଜିଏସ୍ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ପ୍ରଯୁକ୍ତି, ଶିକ୍ଷା ଏବଂ ଗେମିଂର ସଂଯୋଗରେ ଅଭିନବତାକୁ ପ୍ରୋତ୍ସାହିତ କରିବା, ଶିକ୍ଷଣ ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ନିମନ୍ତେ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ପାଇଁ ସଫଳତା ଚିନ୍ତାଧାରା ଏବଂ ଡିଜାଇନ୍ କୁ ପ୍ରୋତ୍ସାହିତ କରିବା।

ଶିଳ୍ପ ପେସାଦାର, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଶିକ୍ଷାବିତ୍ ଏବଂ ଡିଜାଇନରମାନଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଜୁରି ପ୍ୟାନେଲ ଦ୍ୱାରା ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପରେ ୧୮୫୬ ମସିହାରେ ହୋଇଥିବା ଅଭିନବ ଆଇଡିଆର ପଞ୍ଜିକରଣରୁ ଶ୍ରେଷ୍ଠ ୧୦ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି। ବିଚାରକ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଥିଲେ ଇନ୍ଦ୍ରଜିତ ଘୋଷ, ସହ ପ୍ରତିଷ୍ଠାତା, ଏରୁଡିଟିଓ, ରାଜୀବ ନାଗର, କଣ୍ଟ୍ରି ମ୍ୟାନେଜର, ଇନଡା ଏବଂ ସାର୍କ, ହୁଇଅନ; ଏବଂ ଜେଫ୍ରି କ୍ରେ, ସ୍କ୍ୱିଡ୍ ଏକାଡେମୀର ସହ-ପ୍ରତିଷ୍ଠାତା ଏବଂ ଉତ୍ପାଦ ମୁଖ୍ୟ।

ଏହି ୧୦ ଜଣ ଫାଇନାଲିଷ୍ଟ ହେଲେ :

୧. କର୍ଣ୍ଣାଟ ପର୍ବ – କୋଡ୍ କ୍ରାଫ୍ଟ ଜୁନିୟର (କର୍ଣ୍ଣାଟକ)
୨. ବିଦ୍ୟାର୍ଥୀ – ପିଲାମାନଙ୍କ ପାଇଁ ସ୍ମାର୍ଟ ଲର୍ଣ୍ଣିଂ ଟ୍ୟାବଲେଟ୍: ଏକ ଇଣ୍ଟରଆକ୍ଟିଭ୍ ଏବଂ ଆଡପ୍ଟିଭ୍ ଏଜୁକେସନଲ କମ୍ପେନିଅନ୍ (କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ)
୩. ଟେକ୍ ଟାଇଟାନ୍ସ – ଇଣ୍ଟରଆକ୍ଟିଭ୍ ରାଇଟିଂ ସହାୟତା ସହିତ ସ୍ମାର୍ଟ ହସ୍ତାକ୍ଷର ଶିକ୍ଷଣ ଡିଭାଇସ୍ (ତାମିଲନାଡୁ)
୪. ପ୍ରୋଟୋମାଇଣ୍ଡସ୍ – ଏଡୁସ୍ପାର୍କ (ଦିଲ୍ଲୀ, କେରଳ, ଉତ୍ତରପ୍ରଦେଶ, ବିହାର)
୫. ଏପେକ୍ସ ଆଚିଭର୍ସ – ବୋଡମାସ୍ କ୍ୱେଷ୍ଟ: ସ୍ମାର୍ଟ ଏଜୁକେସନ ପାଇଁ ଗାମିଫାଏଡ୍ ମ୍ୟାଥ ଲର୍ଣ୍ଣିଂ (ତାମିଲନାଡୁ)
6. ସାଇନ୍ସଭର୍ସ – ଶିଶୁମାନଙ୍କ ପାଇଁ ଇଣ୍ଟରଆକ୍ଟିଭ୍ ଶିକ୍ଷାଗତ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ର ଜରୁରୀତା (ଇଣ୍ଡୋନେସିଆ)
୭. ଭି୨୦ – ଭିଫିଟ୍ – ଇଣ୍ଟରଆକ୍ଟିଭ ଲର୍ଣ୍ଣିଂ ଥ୍ରୁ ପ୍ଲେ (ତାମିଲନାଡୁ)
୮. ଓ୍ବାରିଅର୍ସ- ମହାଶାସ୍ତ୍ର (ଦିଲ୍ଲୀ)
୯. କିଡିମାଇତ୍ରୀ- ଏକ ହ୍ୟାଣ୍ଡହେଲ୍ଡ ଗାଣିତିକ ଗେମିଂ କନସୋଲ (ମୁମ୍ବାଇ, ଓଡ଼ିଶା, କର୍ଣ୍ଣାଟକ)
୧୦. ଇ-ଗ୍ରୁଟ୍ସ- ମାଇକ୍ରୋ କଣ୍ଟ୍ରୋଲର ମାଷ୍ଟରିଂ କିଟ୍ (ତାମିଲନାଡୁ)
ଶ୍ରେଷ୍ଠ ୧୦ ଟି ଦଳ ମୁମ୍ବାଇରେ ଆୟୋଜିତ ଟିଭି ୨୦୨୫ରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ନିଜର ଆଇଡିଆ ଉପସ୍ଥାପନ କରିବେ। ଏହି ଚ୍ୟାଲେଞ୍ଜର ବିଜେତାଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଗ୍ରାଣ୍ଡ ଫିନାଲେରେ ସମ୍ବର୍ଦ୍ଧିତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ୱେଭସ୍ ନିମନ୍ତେ ଆଉ ତିନିଦିନ ପାଇଁ ବଢିଲା ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ

ନୂଆଦିଲ୍ଲୀ: ଗଣମାଧ୍ୟମ ପ୍ରତିନିଧିମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି, ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ୨୦୨୫ ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ପଞ୍ଜୀକରଣ ଆଉ ତିନିଦିନ – ୨୧ ଏପ୍ରିଲ (ସୋମବାର), ୨୨ ଏପ୍ରିଲ (ମଙ୍ଗଳବାର) ଏବଂ ୨୩ ଏପ୍ରିଲ (ବୁଧବାର) ପାଇଁ ପୁଣି ଖୋଲାଯାଉଛି। ୧ ରୁ ୪ ମଇ, ୨୦୨୫ରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ସବୁଠାରୁ ପ୍ରତୀକ୍ଷିତ ମିଡିଆ ଏବଂ ମନୋରଞ୍ଜନ (ଏମଏଣ୍ଡଇ) ଇଭେଣ୍ଟରେ ଆବେଦନ କରିବା ଏବଂ ଏଥିରେ ଅଂଶଗ୍ରହଣ କରିବା ପାଇଁ ଗଣମାଧ୍ୟମ ପେସାଦାର, ଫଟୋଗ୍ରାଫର ଏବଂ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟରମାନଙ୍କ ପାଇଁ ଏହା ଶେଷ ସୁଯୋଗ। ଆପଣଙ୍କର କଭରେଜ୍ ବିଶ୍ୱ ପ୍ଲାଟଫର୍ମରେ ଭାରତର ସୃଜନଶୀଳ ଅର୍ଥନୀତିକୁ ପ୍ରେତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପଞ୍ଜୀକରଣ ଲିଙ୍କ୍: https://app.wavesindia.org/register/media

ଯଦି ଆପଣ ପୂର୍ବର ଶେଷ ତାରିଖ ସୁଦ୍ଧା ଆବେଦନ କରିପାରିନାହାନ୍ତି, ତେବେ ମନୋରଞ୍ଜନର ଭବିଷ୍ୟତକୁ ଗଠନ କରୁଥିବା ଶିଳ୍ପ ପେସାଦାରମାନଙ୍କ ସହିତ ସ୍ୱତନ୍ତ୍ର ଅଧିବେଶନ, ନେଟୱାର୍କିଂ ସୁଯୋଗ ଏବଂ ଏକାକୀ ଅଧିବେଶନ ପାଇଁ ଆବେଦନ ଏବଂ ପଞ୍ଜୀକରଣ କରିବାର ଏହା ଶେଷ ସୁଯୋଗ।

କେଉଁମାନେ ଆବେଦନ କରିପାରିବେ?

ସାମ୍ବାଦିକ (ଛାପା, ଟିଭି, ରେଡିଓ)

ଫଟୋଗ୍ରାଫର/କ୍ୟାମେରାପର୍ସନ

ସ୍ୱାଧୀନ ଗଣମାଧ୍ୟମ ପେଶାଦାର,

ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍

ଆବଶ୍ୟକୀୟ ଡକ୍ୟୁମେଣ୍ଟ :

ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟପତ୍ର

ପାସପୋର୍ଟ ଆକାର ଫଟୋ

ଗଣମାଧ୍ୟମ ସମ୍ପୃକ୍ତିର ପ୍ରମାଣ

୧୦ଟି ନମୁନା କାର୍ଯ୍ୟ (ଲିଙ୍କ୍ କିମ୍ବା ସ୍କ୍ରିନସଟ୍)

ଭିସା (ଆନ୍ତର୍ଜାତୀୟ ଆବେଦନକାରୀଙ୍କ ପାଇଁ)

ପଞ୍ଜୀକରଣ ଆରମ୍ଭ ତାରିଖ: ୨୧ ଏପ୍ରିଲ ୨୦୨୫

ପଞ୍ଜିକରଣ ବନ୍ଦ କରିବାର ଶେଷ ତାରିଖ: ୨୩ ଏପ୍ରିଲ ୨୦୨୫ ରାତି ୧୧:୫୯ ସୁଦ୍ଧା

ଅନୁମୋଦିତ ପ୍ରତିନିଧିମାନଙ୍କୁ ଇମେଲ ମାଧ୍ୟମରେ ସୂଚିତ କରାଯିବ ଏବଂ ରିଅଲ୍-ଟାଇମ୍ ଅପଡେଟ୍ ପାଇଁ ଅଫିସିଆଲ୍ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡାଯିବ।

ଦୟାକରି pibwaves.media@gmail.com ରେ ବିଷୟ: ଓ୍ବେଭ୍ସ ଗଣମାଧ୍ୟମ ଅନୁମୋଦନ ପ୍ରଶ୍ନ ବିଷୟରେ ଆମ ସହ ଯୋଗାଯୋଗ କରନ୍ତୁ କିମ୍ବା ଆମର ହେଲ୍ପଲାଇନ୍ ନମ୍ବର: ୯୬୪୩୦୩୪୩୬୮ କୁ କଲ୍ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ସିନେମା

ୱେଭ୍ସ ୨୦୨୫ ଆନିମେସନ୍ ଫିଲ୍ମମେକର୍ସ ଚ୍ୟାଲେଞ୍ଜ: ଶ୍ରେଷ୍ଠ ୪୨ ଜଣ ଫାଇନାଲିଷ୍ଟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ୱେଭ୍ସ ୨୦୨୫ର ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ୍ ୧’ ଅଧୀନରେ ଆୟୋଜିତ ଆନିମେସନ୍ ଫିଲ୍ମମେକର୍ସ ପ୍ରତିଯୋଗିତା (ଏଏଫସି)ର ଫାଇନାଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି। ପାରମ୍ପରିକ ଆନିମେସନ୍, ଭିଏଫଏକ୍ସ, ଅଗମେଣ୍ଟେଡ୍ ରିଆଲିଟି (ଏଆର)/ଭର୍ଚୁଆଲ୍ ରିଆଲିଟି (ଭିଆର) ଏବଂ ଭର୍ଚୁଆଲ୍ ପ୍ରଡକ୍ସନ୍ ସମେତ ଆନିମେସନ୍‌ର ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମ୍‌ରେ ମୌଳିକ କାହାଣୀ କଥନ ଉପରେ କେନ୍ଦ୍ରିତ ଶ୍ରେଷ୍ଠ ୪୨ଟି ଦାଖଲ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରତିଭାବାନ ଅଂଶଗ୍ରହଣକାରୀମାନେ ଏବେ ମୁମ୍ବାଇରେ ୧-୪ ମଇ, ୨୦୨୫ ରେ ଅନୁଷ୍ଠିତ ହେବାକୁ ଥିବା ୱେଭ୍ସ ସମ୍ମିଳନୀ ସମୟରେ ସେମାନଙ୍କର ମୂଳ ପ୍ରକଳ୍ପ ଉପସ୍ଥାପନ କରିବାର ସୁଯୋଗ ପାଇବେ। ଶ୍ରେଷ୍ଠ ୩ ବିଜେତାଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ପ୍ରଦାନ କରାଯିବ।

ୱେଭ୍ସ ଦଳର ସହଯୋଗରେ ଡ୍ୟାନ୍ସିଂ ଆଟମ୍ସ ଦଳ ଦ୍ବାରା ନଅ ମାସର ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଶ୍ରେଷ୍ଠ ୪୨ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରିଥିଲା। ଅଂଶଗ୍ରହଣକାରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ଜାତୀୟ ଏବଂ ଆନ୍ତର୍ଜାତୀୟ ଜୁରୀ ସଦସ୍ୟଙ୍କ ଏକ ପ୍ରଖ୍ୟାତ ପ୍ୟାନେଲର ବିଚକ୍ଷଣ ବିଶେଷଜ୍ଞତା ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା। ଏହି ପ୍ୟାନେଲରେ ଅନ୍ତର୍ଭୁକ୍ତ ଥିଲେ:

  • ଅନୁ ସିଂହ
  • ଫାରୁକ ଧୋଣ୍ଡି
  • ଡାନ୍ ସାର୍ଟୋ
  • ଜେମ୍ସ ନାଇଟ୍
  • ଜୈନ ନେଗାଲ
  • ଜିଆନମାର୍କୋ ସେରା
  • ଇନ୍ଦୁ ରାମଚନ୍ଦାନୀ
  • ବୈଭବ ପିଉଲାତକର୍

ପ୍ରମୁଖ ୪୨ ଜଣ ଫାଇନାଲିଷ୍ଟଙ୍କ ନାମ ପରିଶିଷ୍ଟରେ ଦିଆଯାଇଛି।

ସେମାନଙ୍କର ପ୍ରକଳ୍ପଗୁଡ଼ିକର ଉଲ୍ଲେଖନୀୟ ଆର୍ଥିକ ପ୍ରଭାବ ରହିବ। ପ୍ରତ୍ୟେକ ଆନିମେଟେଡ୍ ଭିଏଫଏକ୍ସ ଫିଚର୍ ଫିଲ୍ମ ୧୦୦-୩୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ। ୱେଭ୍ସ ଏଏଫସି ୨୦୨୫ ଭାରତର ସୃଜନଶୀଳ ପ୍ରତିଭା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ। ଏହା ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରୀୟ ସୁଯୋଗକୁ ବୃଦ୍ଧି କରିବ। ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ଆନ୍ତର୍ଜାତୀୟ ସହ-ପ୍ରଯୋଜନାକୁ ପ୍ରୋତ୍ସାହିତ କରିବା।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସହଯୋଗରେ ଡ୍ୟାନ୍ସିଂ ଆଟମ୍ସ ଦ୍ୱାରା ପରିଚାଳିତ ଏହି ଅଭୂତପୂର୍ବ ବିଶ୍ୱସ୍ତରୀୟ ପଦକ୍ଷେପ, ପ୍ରଥମ ଥର ପାଇଁ ଏଭିଜିସି ଅଞ୍ଚଳର ସମସ୍ତ ଚାରୋଟି ଅଞ୍ଚଳକୁ ଏହି ପ୍ରକାରର ପ୍ରତିଯୋଗିତାରେ ଏକାଠି କରାଯାଇଛି।

ୱେଭସ୍ ଏଏଫସି ୨୦୨୫କୁ ଏକ ଅପୂର୍ବ ପ୍ରତିକ୍ରିୟା ମିଳିଛି। ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆମେଚିଅର୍ ଉତ୍ସାହୀ, ପ୍ରତିଭାବାନ ଛାତ୍ର ଏବଂ ଅଭିଜ୍ଞ ପେସାଦାରମାନଙ୍କଠାରୁ ପ୍ରାୟ ୧୯୦୦ ପଞ୍ଜିକରଣ ଏବଂ ୪୧୯ଟି ବିବିଧ ପ୍ରବେଶିକା ଆସିଥିଲା। ଏହି ଉତ୍ସାହୀ ଅଂଶଗ୍ରହଣ ଆନିମେସନ ଶିଳ୍ପରେ ନୂତନ ସୃଜନଶୀଳତାକୁ ଚିହ୍ନଟ ଏବଂ ପ୍ରୋତ୍ସାହିତ କରିବାରେ ପ୍ରତିଯୋଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରେ।

ପ୍ରତିଭା ପ୍ରଦର୍ଶନ କରିବା ବ୍ୟତୀତ, ଏହି ପଦକ୍ଷେପ ସମସ୍ତ ପର୍ଯ୍ୟାୟରେ ସଂରକ୍ଷଣକୁ ପ୍ରାଥମିକତା ଦେଇଛି। ସମସ୍ତ ପ୍ରତିଯୋଗୀ, ସେମାନଙ୍କର ଚୂଡ଼ାନ୍ତ ଚୟନ ନିର୍ବିଶେଷରେ, ଏକାଡେମୀ ପୁରସ୍କାର ବିଜେତା ଗୁନୀତ ମୋଙ୍ଗା, ପ୍ରଶଂସିତ ପ୍ରଯୋଜକ ଶୋବୁ ୟାରଲାଗଡ୍ଡା ଏବଂ ସରସ୍ୱତୀ ବୁୟାଲାଙ୍କ ଭଳି କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ନେତୃତ୍ୱରେ ବହୁମୂଲ୍ୟ ମାଷ୍ଟରକ୍ଲାସ ଦ୍ବାରା ଉପକୃତ ହୋଇଥିଲେ। ଏହି ଅଧିବେଶନଗୁଡ଼ିକ ପିଚିଂ ଦକ୍ଷତାକୁ ଉନ୍ନତ କରିବା ଏବଂ ଶିଳ୍ପର ଜଟିଳତାକୁ ବୁଝିବା ଉପରେ ଧ୍ୟାନ ଦେଇଥିଲା। ଏହି ଉପସ୍ଥାପନାଗୁଡ଼ିକ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ଏବଂ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମ୍ମୁଖରେ ପ୍ରଦର୍ଶିତ ହେବ। ଡ୍ୟାନ୍ସିଂ ଆଟମ୍ସ ଷ୍ଟୁଡିଓର ପ୍ରତିଷ୍ଠାତା ସରସ୍ୱତୀ ବୁୟାଲା ଏହି ଶ୍ରେଷ୍ଠ ୪୨ ପ୍ରଦର୍ଶନକୁ ସମର୍ଥନ କରିବା ପାଇଁ ୧୭ଟି ଦେଶର (ଅଷ୍ଟ୍ରେଲିଆ, ବାଂଲାଦେଶ, ବ୍ରାଜିଲ, କାନାଡା, ଚୀନ, କଲମ୍ବିଆ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଇଟାଲି, କୋରିଆ, ନ୍ୟୁଜିଲ୍ୟାଣ୍ଡ, ପୋଲାଣ୍ଡ, ପର୍ତ୍ତୁଗାଲ, ରୁଷିଆ, ସ୍ପେନ୍, ୟୁନାଇଟେଡ୍ କିଙ୍ଗଡମ୍) ଦୂତାବାସ ସହିତ ସକ୍ରିୟ ଭାବରେ ଯୋଗାଯୋଗ କରୁଛନ୍ତି। ଏହି ଉପସ୍ଥାପନାଗୁଡ଼ିକର ପ୍ରଚାର ପାଇଁ ପ୍ରମୁଖ ବିତରକମାନଙ୍କ ସହିତ ବୈଠକ ମଧ୍ୟ ସ୍ଥିର କରାଯାଉଛି। ଶ୍ରେଷ୍ଠ ୪୨ଟି ଦାଖଲ ବିଭିନ୍ନ କ୍ଷେତ୍ରକୁ ପ୍ରତିନିଧିତ୍ୱ କରେ, ଏଥିରେ ୧୨ଟି ଫିଚର ଫିଲ୍ମ, ୯ଟି ଟିଭି ଧାରାବାହିକ, ୩ଟି ଏଆର/ଭିଆର ଅଭିଜ୍ଞତା, ଏବଂ ୧୮ଟି କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଏହା ସମ୍ଭାବ୍ୟ ଦର୍ଶକ ଏବଂ ସହଯୋଗୀମାନଙ୍କୁ ବିବିଧ କରିଥାଏ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଏଏଫସି ଓ୍ବେଭ୍ସ ୨୦୨୫ କୁ ଆଗକୁ ନେବାରେ ସହାୟକ ହୋଇଛି। ଆନିମେସନ୍, ଭିଏଫଏକ୍ସ, ଏଆର/ଭିଆର ଏବଂ ଭର୍ଚୁଆଲ୍ ସୃଷ୍ଟି କ୍ଷେତ୍ରରେ ମୌଳିକ କାହାଣୀ କହିବାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତତା ଅମୂଲ୍ୟ ସମ୍ବଳ ଏବଂ ସ୍ୱୀକୃତି ପ୍ରଦାନ କରିଛି। ଏହା ଉଦୀୟମାନ ପ୍ରତିଭାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଏହି ପ୍ରତିଯୋଗିତା ଏବଂ ଏହାର ତୀବ୍ର ଚୟନ ପ୍ରକ୍ରିୟା ଏବଂ ସମୃଦ୍ଧ ଶିକ୍ଷଣ ସୁଯୋଗ ଗତିଶୀଳ ଆନିମେସନ ଜଗତରେ ଭାରତର ସୃଜନଶୀଳ ସମ୍ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ପ୍ରତ୍ୟେକ ମନୋନୀତ ପ୍ରବେଶିକା ଏକ ଅନନ୍ୟ କାହାଣୀ ଉପସ୍ଥାପନ କରେ ଏବଂ ଆକର୍ଷଣୀୟ ଆନ୍ତର୍ଜାତୀୟ ଉପସ୍ଥାପନା ସମେତ ବିବିଧ ସୃଜନଶୀଳ ପଦ୍ଧତି ପ୍ରଦର୍ଶନ କରେ। ଆଗକୁ ବଢ଼ିବା ସହିତ, ଆନିମେସନ୍, ଭିଏଫଏକ୍ସ, ଏଆର/ଆର ଏବଂ ଭର୍ଚୁଆଲ୍ ପ୍ରଡକ୍ସନ୍ ଷ୍ଟୋରିଟେଲିଙ୍ଗର ଭବିଷ୍ୟତ ଏଏଫସି ଓ୍ବେଭ୍ସ ୨୦୨୫ରେ ପ୍ରକାଶିତ ହେବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ୱେଭସ୍ ଫିଲ୍ମ ପୋଷ୍ଟର ମେକିଂ ଚ୍ୟାଲେଞ୍ଜରେ ଶ୍ରେଷ୍ଠ ୫୦ ଜଣ ଡିଜିଟାଲ୍ ପୋଷ୍ଟର ବିଜେତାଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ସାରା ଭାରତରେ କଳାକାରମାନଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଇବା ପରେ ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ୍ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭ୍ସ) ଏହାର ଫିଲ୍ମ ପୋଷ୍ଟର ମେକିଂ ଚ୍ୟାଲେଞ୍ଜର ଶ୍ରେଷ୍ଠ ୫୦ ଡିଜିଟାଲ୍ ପୋଷ୍ଟର ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରତିଯୋଗିତାରେ ଉଦୀୟମାନ ଦୃଶ୍ୟମାନ କାହାଣୀକାରମାନଙ୍କ ଆଗ୍ରହ ଏବଂ ନୂତନତ୍ୱକୁ ପ୍ରତିଫଳିତ କରୁଥିବା ୫୪୨ଟି ପ୍ରବେଶିକା ଦାଖଲ ହୋଇଥିଲା। ହସ୍ତଚିତ୍ରିତ ପୋଷ୍ଟର ତିଆରି ପ୍ରତିଯୋଗିତାରେ ଦେଶର ବିଭିନ୍ନ କଳା ଅନୁଷ୍ଠାନରୁ ୧୦ଟି ପ୍ରବେଶିକାକୁ ଚୟନ କରାଯାଇଛି। ମୁମ୍ବାଇରେ ୱେଭ୍ ସମିଟ୍ ସମୟରେ ଲାଇଭ୍ ଫାଇନାଲରେ ଏହାର ବିଜେତାମାନଙ୍କୁ ଚୟନ କରାଯିବ।

ଡିଜିଟାଲ୍ ପୋଷ୍ଟର ତିଆରି ପ୍ରତିଯୋଗିତା

ଜୁରୀ ଦଳରେ ଆଦିତ୍ୟ ଆର୍ଯ୍ୟ, ଫଟୋଗ୍ରାଫର ଏବଂ ମ୍ୟୁଜିଓ କ୍ୟାମେରା ଗୁରୁଗ୍ରାମର ପ୍ରତିଷ୍ଠାତା ନିର୍ଦ୍ଦେଶକ, ଏବଂ ଆନନ୍ଦ ମୟ ବାନାର୍ଜୀ, ଆର୍ଟିଷ୍ଟ ପ୍ରିଣ୍ଟମେକର ଏବଂ ଦକ୍ଷିଣ ଦିଲ୍ଲୀ ପଲିଟେକ୍ନିକ୍ ଫର୍ ଓମେନର ଉପାଧ୍ୟକ୍ଷ, ସହ-ଆୟୋଜକ ଇମାଜିନେସନ୍ ଷ୍ଟ୍ରିଟ୍ ଆର୍ଟ ଏବଂ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ-ନ୍ୟାସନାଲ୍ ଫିଲ୍ମ ଆର୍କାଇଭ୍ସ ର ସଦସ୍ୟ ସାମିଲ ଥିଲେ, ଯେଉଁମାନେ ଏକ କଠୋର ବହୁ-ସ୍ତରୀୟ ମୂଲ୍ୟାଙ୍କନ କରିଥିଲେ। ୧୯୭ଟି ପୋଷ୍ଟରର ପ୍ରାରମ୍ଭିକ ସଂକ୍ଷିପ୍ତ ତାଲିକାରୁ, ଜୁରି ସୃଜନଶୀଳତା, ମୌଳିକତା ଏବଂ କାହାଣୀ କହିବାର ପ୍ରଭାବକୁ ଆଧାର କରି ଚୂଡ଼ାନ୍ତ ଶ୍ରେଷ୍ଠ ୫୦ ଜଣଙ୍କୁ ଚୟନ କରିଥିଲେ।

ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରୁ ତିନି ଜଣ ଉତ୍କୃଷ୍ଟ ଫାଇନାଲିଷ୍ଟଙ୍କୁ ଚିହ୍ନଟ କରାଯାଇଛି :

ସପ୍ତସିନ୍ଧୁ ସେନଗୁପ୍ତ

ଶିବାଙ୍ଗୀ ଶର୍ମା କଶ୍ୟପ

ସୁରେଶ ଡି ନାୟାର

୨୦୨୫ ମସିହା ମଇ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ୱେଭ୍ ସମ୍ମିଳନୀରେ ଶ୍ରେଷ୍ଠ ତିନି ଜଣଙ୍କ ଚୂଡ଼ାନ୍ତ ରାଙ୍କିଂ ଘୋଷଣା କରାଯିବ। ୫୦ଟି ବିଜେତା ପୋଷ୍ଟରଗୁଡ଼ିକୁ ସମ୍ମିଳନୀରେ ଡିଜିଟାଲ୍ ଭାବରେ ପ୍ରଦର୍ଶିତ କରାଯିବ, ଯାହା ଅଂଶଗ୍ରହଣକାରୀମାନଙ୍କୁ ଦୃଶ୍ୟମାନତା ଏବଂ ସ୍ୱୀକୃତି ପାଇଁ ଏକ ମୂଲ୍ୟବାନ ପ୍ଲାଟଫର୍ମ ପ୍ରଦାନ କରିବ।

ୱେଭସରେ ଲାଇଭ୍ ହସ୍ତଚିତ୍ରିତ ପୋଷ୍ଟର ପ୍ରତିଯୋଗିତା

ୱେଭସ୍ ସମ୍ମିଳନୀରେ ଏକ ହସ୍ତ ଚିତ୍ରିତ ଫିଲ୍ମ ପୋଷ୍ଟର ତିଆରି ପ୍ରତିଯୋଗିତା ମଧ୍ୟ ଆୟୋଜନ କରିବ, ଏହି ପାରମ୍ପରିକ କଳା ଦିନେ ଭାରତୀୟ ସିନେମାର ଦୃଶ୍ୟମାନ ପରିଚୟକୁ ପରିଭାଷିତ କରିଥିଲା। ଏମଏଫ ହୁସେନ ଏବଂ ଏସଏମ ପଣ୍ଡିତଙ୍କ ଭଳି ପ୍ରସିଦ୍ଧ କଳାକାରଙ୍କ ମନୋଭାବକୁ ଉଜାଗର କରି, ଏହି ବିଭାଗ ହାତରେ ଚିତ୍ରିତ ପୋଷ୍ଟରର ସମୃଦ୍ଧ ଐତିହ୍ୟକୁ ସମ୍ମାନିତ କରେ।

ସମସ୍ତ ପ୍ରବେଶିକା ମଧ୍ୟରୁ, ୱେଭସ୍‌ରେ ଲାଇଭ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୧୦ ଜଣ ଛାତ୍ର କଳାକାରଙ୍କୁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସେମାନେ ବାସ୍ତବ ସମୟରେ ହାତରେ ରଙ୍ଗିତ ଚଳଚ୍ଚିତ୍ର ପୋଷ୍ଟର ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବେ। ଏହି ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ତିନି ଜଣ ବିଜେତାଙ୍କୁ ସ୍ୱୀକୃତି ଏବଂ ପୁରସ୍କୃତ କରାଯିବ।

ମୁଭି ପୋଷ୍ଟର ତିଆରି ଚ୍ୟାଲେଞ୍ଜ ବିଷୟରେ:

ୱେଭ୍ସ ଫିଲ୍ମ ପୋଷ୍ଟର ମେକିଂ ଚ୍ୟାଲେଞ୍ଜ ହେଉଛି ସିନେମା କଳାକୁ ସେଲିବ୍ରେଟ୍ କରିବା, ଉଦୀୟମାନ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ଦୃଶ୍ୟ କାହାଣୀ କହିବାର ପାରମ୍ପରିକ ଏବଂ ସମସାମୟିକ ରୂପକୁ ମିଶ୍ରଣ କରିବା ପାଇଁ ଏକ ବ୍ୟାପକ ପଦକ୍ଷେପର ଅଂଶ।

Categories
ଆଜିର ଖବର ଜାତୀୟ ଖବର ସିନେମା

ୱେଭଏକ୍ସ ୨୦୨୫ ର ଆବେଦନ ସମୟ ସୀମା ଏପ୍ରିଲ ୨୧ ପର୍ଯ୍ୟନ୍ତ ବୃଦ୍ଧି

ମୁମ୍ବାଇ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଆଇଏଏମ୍ଏଆଇ) ସହଯୋଗରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ପାଇଁ ଭାରତର ପ୍ରମୁଖ ପ୍ଲାଟଫର୍ମ ୱେଭଏକ୍ସ ୨୦୨୫ ପାଇଁ ଦୁଇଟି ପ୍ରମୁଖ ଅପଡେଟ୍ ଘୋଷଣା କରିଛି। ବ୍ୟାପକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ, ଯୋଗ୍ୟତା ମାନଦଣ୍ଡ ସମ୍ପ୍ରସାରଣ କରାଯାଇଛି, ଏବଂ ଆବେଦନ ସମୟ ସୀମା ବୃଦ୍ଧି କରାଯାଇଛି।

୨୦୧୬ ରୁ ଅନ୍ତର୍ଭୁକ୍ତ ଷ୍ଟାର୍ଟଅପ୍ ଗୁଡ଼ିକ ଏବେ ୱେଭଏକ୍ସ ୨୦୨୫ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଏହା ପୂର୍ବ ମାନଦଣ୍ଡଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ଯେଉଁଥିରେ ୨୦୨୦ କିମ୍ବା ତା’ପରେ ପ୍ରତିଷ୍ଠା ହୋଇଥିବା ଷ୍ଟାର୍ଟଅପ୍ ଗୁଡ଼ିକରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବିଶେଷ କରି ଗଣମାଧ୍ୟମ-ପ୍ରଯୁକ୍ତି କ୍ଷେତ୍ରରେ ସ୍ଥିରତା, ଅଭିବୃଦ୍ଧି ଏବଂ ପ୍ରଭାବର ଟ୍ରାକ୍ ରେକର୍ଡ ଥିବା ଅଂଶଗ୍ରହଣକାରୀଙ୍କୁ ଏହି ପଦକ୍ଷେପ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ଦେଶବ୍ୟାପୀ ଉଦ୍ୟୋଗୀଙ୍କ ଦୃଢ଼ ଆଗ୍ରହ ଏବଂ ଅନୁରୋଧକୁ ଦୃଷ୍ଟିରେ ରଖି ଆବେଦନ ସମୟ ସୀମାକୁ ମଧ୍ୟ ଏପ୍ରିଲ ୨୧, ୨୦୨୫ କୁ ଘୁଞ୍ଚାଇ ଦିଆଯାଇଛି। ଏହି ସମ୍ପ୍ରସାରଣ ଆଶାୟୀ ମିଡିଆ-ଟେକ୍ ଉଦ୍ଭାବକମାନଙ୍କୁ ସେମାନଙ୍କ ପ୍ରସ୍ତାବ ଦାଖଲ କରିବାକୁ ଅତିରିକ୍ତ ସମୟ ଦେଇଥାଏ ଏବଂ ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାର ସୁଯୋଗ ସୁରକ୍ଷିତ କରିଥାଏ।

ୱେଭଏକ୍ସ ୨୦୨୫ ୱେଭ୍ସ ୨୦୨୫ ଶିଖର ସମ୍ମିଳନୀ ସମୟରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ମେ ୨ ଓ ମେ ୩ ତାରିଖରେ ପୁଞ୍ଜିନିବେଶ ପିଚ୍ ଅନୁଷ୍ଠିତ ହେବ। ୱାର୍ଲ୍ଡ ଅଡିଓ-ଭିଜୁଆଲ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ଏକ ଫ୍ଲାଗସିପ୍ ସେଗମେଣ୍ଟ, ୱେଭଏକ୍ସ, ଗେମିଂ, ଆନିମେସନ୍, ଏକ୍ସଆର୍, ମେଟାଭର୍ସ, ଜେନେରେଟିଭ୍ ଏଆଇ ଏବଂ କଣ୍ଟେଣ୍ଟ ଟେକ୍ନୋଲୋଜି ଭଳି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଏକ ଉଚ୍ଚ ସ୍ତରୀୟ ଲଞ୍ଚପ୍ୟାଡ୍ ଭାବରେ ଅବସ୍ଥାପିତ ହୋଇଛି।

ମନୋନୀତ ଷ୍ଟାର୍ଟଅପ୍ ଗୁଡ଼ିକ କ୍ଲୋଜ୍ ରୁମ୍ ପିଚିଂ ଅଧିବେଶନରେ ଅଂଶଗ୍ରହଣ କରିବେ ଏବଂ ଶୀର୍ଷ ଭେଞ୍ଚର କ୍ୟାପିଟାଲ୍ ସଂସ୍ଥା ଏବଂ ହାଇ-ପ୍ରୋଫାଇଲ୍ ଏଞ୍ଜେଲ ନିବେଶକଙ୍କ ମଧ୍ୟରେ ଦୃଶ୍ୟମାନତା ହାସଲ କରିବେ। ସେମାନେ ଅଗ୍ରଣୀ ଶିଳ୍ପ ବିଶେଷଜ୍ଞଙ୍କ ପରାମର୍ଶ, ବିଶ୍ୱସ୍ତରୀୟ ଅଂଶୀଦାରଙ୍କ ସହ ଯୋଗାଯୋଗ ଏବଂ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା ଏବଂ ଗଣମାଧ୍ୟମ କମ୍ପାନୀମାନଙ୍କ ସହିତ ସହଯୋଗ କରିବାର ସୁଯୋଗ ମଧ୍ୟ ଉପକୃତ ହେବେ ।

ୱେଭଏକ୍ସ ୨୦୨୫ କେବଳ ଉଦୀୟମାନ ଚିନ୍ତାଧାରାର ପ୍ରଦର୍ଶନ ଭାବରେ ନୁହେଁ, ବରଂ ଡିଜିଟାଲ ଯୁଗରେ ବିଷୟବସ୍ତୁ କିପରି ସୃଷ୍ଟି, ବିତରଣ ଏବଂ ମୁଦ୍ରାକରଣ କରାଯାଏ ତାହାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ରଣନୈତିକ ପ୍ଲାଟଫର୍ମ ଭାବରେ ଡିଜାଇନ୍ କରାଯାଇଛି ।

https://wavex.wavesbazar.com ଅଫିସିଆଲ ୱେଭଏକ୍ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ।

ୱେଭସ ବିଷୟରେ

ମେ ୧ ରୁ ୪, ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇଠାରେ ଭାରତ ସରକାରଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡଇ) କ୍ଷେତ୍ର ପାଇଁ ଏକ ମାଇଲଖୁଣ୍ଟ ଇଭେଣ୍ଟ ପ୍ରଥମ ୱାର୍ଲଡ୍ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ୍ ସମିଟ (ୱେଭ୍ସ) ଆୟୋଜନ କରାଯିବ।

ଆପଣ ଜଣେ ଶିଳ୍ପ ପେସାଦାର, ନିବେଶକ, ନିର୍ମାତା କିମ୍ବା ଉଦ୍ଭାବକ ହୁଅନ୍ତୁ, ଶିଖର ସମ୍ମିଳନୀ ଏମ ଆଣ୍ଡଇ ପରିଦୃଶ୍ୟକୁ ସଂଯୋଗ କରିବା, ସହଯୋଗ କରିବା, ଉଦ୍ଭାବନ କରିବା ଏବଂ ଯୋଗଦାନ କରିବା ପାଇଁ ଚରମ ବୈଶ୍ୱିକ ପ୍ଲାଟଫର୍ମ ପ୍ରଦାନ କରେ ।

ୱେଭ୍ସ ଭାରତର ସୃଜନଶୀଳ ଶକ୍ତିକୁ ବୃଦ୍ଧି କରିବ ଏବଂ ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ବୈଷୟିକ ଅଭିନବତାର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ବଢ଼ାଇବ । ବ୍ରଡକାଷ୍ଟିଂ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ, ସାଉଣ୍ଡ ଏ ଆଣ୍ଡ ମ୍ୟୁଜିକ୍, ବିଜ୍ଞାପନ, ଡିଜିଟାଲ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ ଏଆଇ, ଏଅଗମେଣ୍ଟେଡ ଆରଏଲିଟି (ଏଆର), ଭିଇର୍ଟୁଆଲ ଆରଏଲିଟି (ଭିଆର) ଏବଂ ଏକ୍ସଟେଣ୍ଡେଡ୍ ଆରଏଲିଟି (ଏକ୍ସଆର) ଉପରେ ଫୋକସ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ସିନେମା

ୱେଭସ୍ କସପ୍ଲେ ଚାମ୍ପିଅନସିପର ଫାଇନାଲିଷ୍ଟଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଗତ ଶନିବାର ଦିନ ମାଇଣ୍ଡସ୍ପେସ୍ ସୋସିଆଲରେ ଯେତେବେଳେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) କସ୍ପ୍ଲେ ଚାମ୍ପିଅନସିପ୍ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସେତେବେଳେ ହାଇଦ୍ରାବାଦ ସହର ସୃଜନଶୀଳତା ଏବଂ ପ୍ରଶଂସକମାନଙ୍କ କୋଳାହଳରେ ମୁଖରିତ ହୋଇଥିଲା। ଏମଇଏଆଇ, ଇଣ୍ଡିଆନ୍ କମିକ୍ସ ଆସୋସିଏସନ୍ ଏବଂ କ୍ରିଏଟର୍ସ ଷ୍ଟ୍ରିଟ୍ ଦ୍ୱାରା ଆୟୋଜିତ, ଏପିକୋ-କନ୍ ଦ୍ୱାରା ପରିଚାଳିତ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଟିଭିଏଜିଏ ଏବଂ ଫରବିଡେନ ଭର୍ସ ସମର୍ଥନରେ, ଏହି କାର୍ଯ୍ୟକ୍ରମ ଏକ ବିପୁଳ ସଫଳତା ଥିଲା, ଯାହା ସପ୍ତାହାନ୍ତରେ କସପ୍ଲେ ସମ୍ପ୍ରଦାୟ ଏବଂ ଆନିମେ ଫୋରମରେ ଏକ ଟ୍ରେଣ୍ଡିଂ ବିଷୟ ହୋଇ ରହିଥିଲା।

ଦେଶବ୍ୟାପୀ ଏକ ତୀବ୍ର ଅନୁସନ୍ଧାନ ଏବଂ ହାଇଦ୍ରାବାଦ ଏବଂ ମୁମ୍ବାଇରେ ଅନେକ ଥର ଅନୁଷ୍ଠିତ ବିଚାରବିମର୍ଷ ପରେ, ଆୟୋଜକମାନେ ୱେଭ୍ସ କସ୍ପ୍ଲେ ଚାମ୍ପିଅନସିପର ଚୂଡ଼ାନ୍ତ ପର୍ଯ୍ୟାୟରେ ସ୍ଥାନ ପାଇଥିବା ୨୯ ଜଣ ପ୍ରତିଭାବାନ କସ୍ପ୍ଲେୟାରଙ୍କ ନାମ ପ୍ରକାଶ କରିଛନ୍ତି। ଚାମ୍ପିଅନସିପର ଏହି ଫାଇନାଲିଷ୍ଟମାନେ ୱେଭ୍ସ ୨୦୨୫ ସମୟରେ କ୍ରିଏଟୋସ୍ଫିଅରରେ ସେମାନଙ୍କର ଦକ୍ଷତା ଏବଂ ସୃଜନଶୀଳତା ପ୍ରଦର୍ଶନ କରିବେ।

ଫର୍ବିଡେନ୍ ଭର୍ସର ପ୍ରତିଷ୍ଠାତା ଏବଂ କସ୍ପ୍ଲେ ଇଭେଣ୍ଟର ଅନ୍ୟତମ ଆୟୋଜକ ଅଜୟ କ୍ରିଷ୍ଣା କହିଛନ୍ତି ଯେ ଏହି ଚାମ୍ପିଅନସିପ ଅନ୍ୟ ପ୍ରତିଯୋଗିତାଠାରୁ ଏଥିପାଇଁ ଭିନ୍ନ ଯେଏହା ବିଶେଷ ଭାବରେ ଭାରତୀୟ ପୌରାଣିକ କାହାଣୀ ଏବଂ ପପ୍ ସଂସ୍କୃତି ଉପରେ ଫୋକସ କରିବା ପାଇଁ ଡିଜାଇନ୍ କରାଯାଇଛି, ଏବଂ ଅନ୍ୟାନ୍ୟ ଲୋକପ୍ରିୟ ଚରିତ୍ରଗୁଡ଼ିକ ମଧ୍ୟ ଅଛନ୍ତି ଯେଉଁମାନେ ନିୟମିତ ଭାବରେ ଏପରି ଅନ୍ୟାନ୍ୟ ଇଭେଣ୍ଟରେ ପ୍ରଦର୍ଶିତ ହୁଅନ୍ତି।

ୱେଭସରେ ମୁଖ୍ୟ ଚାମ୍ପିଅନସିପ୍ ପୂର୍ବରୁ ପରବର୍ତ୍ତୀ ଇଭେଣ୍ଟ ହେଉଛି ଏପ୍ରିଲ ୧୯ ରେ ମୁମ୍ବାଇ ୱାଇଲ୍ଡକାର୍ଡ ମିଟ୍ ଅପ୍। ଏହି ଇଭେଣ୍ଟରେ ଫାଇନାଲିଷ୍ଟମାନଙ୍କ ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ୱାଇଲ୍ଡକାର୍ଡ ଏଣ୍ଟ୍ରି ଯୋଡାଯିବ, ଅପ୍ରତ୍ୟାଶିତ ପ୍ରତିଭା ଆଣିବ ଏବଂ ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣ ନୂତନ ସ୍ତରକୁ ବୃଦ୍ଧି କରାଯିବ । ଆଶ୍ଚର୍ଯ୍ୟ, ତୀବ୍ରତା ଏବଂ ବିଶ୍ୱସ୍ତରୀୟ କସ୍ପ୍ଲେରେ ପରିପୂର୍ଣ୍ଣ ଏକ ଚାମ୍ପିଅନସିପ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ!

ଅଫିସିଆଲ୍ ଫାଇନାଲିଷ୍ଟ:

1- କୈଜାଦସେସ୍ବରାଡରାନ – ମୁମ୍ବାଇ

2- ପୁନୀତ ଭି – ବେଙ୍ଗାଲୁରୁ

3- ଶେଖ ସମୀର କାଲିମ – ଲାଟୁର

4- ତେଜଲ ସଞ୍ଜୟ ମଲିକ – ମୁମ୍ବାଇ

5- ଅନୁପ ଭାଟିଆ – ପୁଣେ

6- ନବଦୀପ ସିଂହ ପନ୍ନୁ – ମୁମ୍ବାଇ

7- ଆକାଶୀ ଗୌତମ – ଲକ୍ଷ୍ନୌ

8- ଆଦିତ୍ୟ କାଲେବେରେ – ପୁଣେ

9- ସ୍ୱରାଜ କାଲେବାରେ – ପୁନେ

10- ଶ୍ରୀହର୍ଷ ନରୱାଡେ – ପୁଣେ

11- ବିବେକ ଦିଲୀପ ମାନେ – ପୁଣେ

12- ଇଶା ଜୋଶୀ – ମୁମ୍ବାଇ

13- କେଦାର ପଣ୍ଡିତ – ମୁମ୍ବାଇ

14- ଆର୍ଶିଦିଓରି – ଗୌହାଟୀ

15- ମାର୍ଶି ଦେଓରି – ଗୌହାଟୀ

16- ଏମଡି ପିୟାଲ ଶେଖ – ମୁମ୍ବାଇ

17- ପ୍ରଣୟ ପାନପାଟିଲ – ମୁମ୍ବାଇ

18- ଗୌରବ ବିଶ୍ୱକର୍ମା – ପୁଣେ

19- ଅଖିଳ – ହାଇଦ୍ରାବାଦ

20- ସ୍ତାୟା – ହାଇଦ୍ରାବାଦ

21- ନୁପୁର ମୁଣ୍ଡା – ହାଇଦ୍ରାବାଦ

22- ନକ୍ଷତ୍ର – ହାଇଦ୍ରାବାଦ

23- ରୁଚିରା କାରୋଲିନ୍ – ହାଇଦ୍ରାବାଦ

24- ସୋନାଲି – ହାଇଦ୍ରାବାଦ

25- ନୀରଜ କୁମାର – ହାଇଦ୍ରାବାଦ

26- ଶ୍ରାବଣୀ – ହାଇଦ୍ରାବାଦ

27- ଅଖିଳ ସି.ଏଚ୍. – ହାଇଦ୍ରାବାଦ

28- ନୟାନା ସାଇ ଶ୍ରୀ – ହାଇଦ୍ରାବାଦ

29- ଲୀଳାଧର – ହାଇଦ୍ରାବାଦ

ଚୂଡ଼ାନ୍ତ ପ୍ରତିଯୋଗୀମାନଙ୍କୁ ସେମାନଙ୍କର କଳାନୈପୁଣ୍ୟ, ମୌଳିକତା, ଅଭିନୟ ଏବଂ ଚରିତ୍ରର ମୌଳିକତା ପ୍ରତି ସମର୍ପଣ ଆଧାରରେ ଚୟନ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ୱେଭ୍ସ ୨୦୨୫ – ଥିମ୍ ମ୍ୟୁଜିକ୍ ପ୍ରତିଯୋଗିତା, କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ବିଜେତା ଘୋଷଣା

ମୁମ୍ବାଇ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ସଙ୍ଗୀତ ଶିଳ୍ପ ସହ ମିଳିତ ଭାବେ ଶୁକ୍ରବାର ୩୨ଟି ୱେଭ୍ସ- କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିରିଜ୍ ମଧ୍ୟରୁ ଅନ୍ୟତମ ଥିମ୍ ମ୍ୟୁଜିକ୍ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରଥମ ୱାର୍ଲ୍ଡ ଅଡିଓ ଆଣ୍ଡ ଭିଡିଓ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ ୨୦୨୫) ମେ ୧ ରୁ ୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ।

ଭାରତର ବିବିଧ ସଙ୍ଗୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରସ୍ତୁତ ହୋଇଥିବା ଏହି ପ୍ରତିଯୋଗିତାରେ ସାରା ଦେଶରୁ ଶତାଧିକ ଅଂଶଗ୍ରହଣକାରୀ ସାମିଲ୍ ହୋଇଥିଲେ। ବିଚାରକମଣ୍ଡଳୀ ୬ ଜଣ ବିଜେତାଙ୍କୁ ସେମାନଙ୍କର ମୌଳିକତା, ସଙ୍ଗୀତ ଦକ୍ଷତା ଏବଂ ୱେଭ୍‌ସ ବିଷୟବସ୍ତୁ ସହିତ ସାମଞ୍ଜସ୍ୟତାର କଠୋର ମୂଲ୍ୟାଙ୍କନ ପରେ ଚୟନ କରିଥିଲେ।

ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଭାରତୀୟ ସଙ୍ଗୀତ ଜଗତର ଜଣାଶୁଣା ନାମ: ସୋମେଶ କୁମାର ମାଥୁର – ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଏବଂ ମେଣ୍ଟର; ସନ୍ଦୀପ ବାକ୍‌ଚୁ– ପ୍ଲେବ୍ୟାକ୍ ସିଙ୍ଗର  ତଥା ଟଲିଉଡ ଅଭିନେତା; ଗୁଲରାଜ ସିଂ – ବଲିଉଡର ସଙ୍ଗୀତକାର ଏବଂ ସଙ୍ଗୀତ ପ୍ରଯୋଜକ ରହିଥିଲେ।

କୋଲକାତାର କୁନାଲ୍ କୁଣ୍ଡୁ ଓ ଆଲାପ ସରଦାର ଥିମ ସଙ୍ଗୀତ ପ୍ରତିଯୋଗୀତାର ବିଜେତା ହୋଇଛନ୍ତି। ମୁମ୍ବାଇର ବିବେକ ଦୁବେ ଓ କୋଏମ୍ବାଟୁରର ଭବଗଣେଶ ଥାମ୍ବ୍ରିଆନକୁ ଯଥାକ୍ରମେ ୧ମ ରନର୍ସ ଅପ୍ ଓ ୨ୟ ରନର୍ସ ଅପ୍ ଭାବରେ ଘୋଷଣା କରାଯାଇଛି। ସେହିପରି ଚେନ୍ନାଇର ଜୟନାଥନ୍ ଆରଙ୍କୁ ୩ୟ ରନର୍ସ ଅପ୍ ଭାବରେ ଓ ଦ୍ବିତୀୟ କମ୍ପୋଜିସନ ନିମନ୍ତେ ଜୟନାଥନ ଆରଙ୍କୁ ୪ର୍ଥ ରନର୍ସ ଅପ୍ ବିବେଚିତ କରାଯାଇଛି। ଏହି ପ୍ରତିଯୋଗୀତାରେ ପୁନେର ଦୀପ ଜୟେଶ ଦବାରେ ୫ମ ରନର୍ସ ଅପ୍ ହୋଇଛନ୍ତି।

ୱେଭ୍‌ସ  ବିଷୟରେ

ମେ ୧ରୁ ୪, ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇଠାରେ ଭାରତ ସରକାରଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡଇ) କ୍ଷେତ୍ର ପାଇଁ ଏକ ମାଇଲଖୁଣ୍ଟ ଇଭେଣ୍ଟ ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ୍ ସମିଟ (ୱେଭ୍ସ) ଆୟୋଜନ କରାଯିବ।

ଆପଣ ଜଣେ ଶିଳ୍ପ ପେସାଦାର, ନିବେଶକ, ନିର୍ମାତା କିମ୍ବା କ୍ରିଏଟର ହୁଅନ୍ତୁ, ଶିଖର ସମ୍ମିଳନୀ ଏମ ଆଣ୍ଡଇ ପରିଦୃଶ୍ୟକୁ ସଂଯୋଗ କରିବା, ସହଯୋଗ କରିବା, ଉଦ୍ଭାବନ କରିବା ଏବଂ ଯୋଗଦାନ କରିବା ପାଇଁ ଏକ ଉତ୍କୃଷ୍ଟ ବୈଶ୍ୱିକ ପ୍ଲାଟଫର୍ମ ପ୍ରଦାନ କରେ।

ୱେଭ୍ସ ଭାରତର ସୃଜନଶୀଳ ଶକ୍ତିକୁ ବୃଦ୍ଧି କରିବ ଏବଂ ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ବୈଷୟିକ ଅଭିନବତାର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ବଢ଼ାଇବ। ବ୍ରଡକାଷ୍ଟିଂ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ, ସାଉଣ୍ଡ  ଆଣ୍ଡ ମ୍ୟୁଜିକ୍, ବିଜ୍ଞାପନ, ଡିଜିଟାଲ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ ଏଆଇ, ଏଅଗମେଣ୍ଟେଡ ଆରଏଲିଟି (ଏଆର), ଭର୍ଚୁଆଲ୍ ରିଆଲିଟି (ଭିଆର) ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏକ୍ସଆର) ଉପରେ ଧ୍ୟାନ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

ଓ୍ବେଭ୍ସ ୨୦୨୫ ପୂର୍ବରୁ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଘୋଷଣା

ନୂଆଦିଲ୍ଲୀ: ଇଣ୍ଡିଆନ୍ ଡିଜିଟାଲ୍ ଗେମିଂ ସୋସାଇଟି (ଆଇଡିଜିଏସ) ଇନୋଭେଟ2ଏଜୁକେଟ: ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜର ଶ୍ରେଷ୍ଠ ୧୦ ଫାଇନାଲିଷ୍ଟଙ୍କ ନାମ ଘୋଷଣା କରିଛି। ଆଗାମୀ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମିଟ୍ (ଓ୍ବେଭ୍ସ) ୨୦୨୫ ର ଏକ ଅଂଶ ଭାବରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆଇଡିଜିଏସ୍ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ଗେମିଂ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଶିକ୍ଷଣ ଅଭିଜ୍ଞତାକୁ ରୂପାନ୍ତରିତ କରିପାରୁଥିବା ହ୍ୟାଣ୍ଡହେଲ୍ଡ ଡିଭାଇସଗୁଡ଼ିକର ଯୁଗାନ୍ତକାରୀ ଆଇଡିଆ ଏବଂ ଡିଜାଇନକୁ ପ୍ରେରଣା ଦେବା।

କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଆଟ୍ ୱେଭ୍ସ ୨୦୨୫ର ଏକ ପ୍ରମୁଖ ପଦକ୍ଷେପ ଭାବରେ ଆରମ୍ଭ ହୋଇଥିବା, ଇନୋଭେଟ2ଏଜୁକେଟ ଚ୍ୟାଲେଞ୍ଜ ବିଶ୍ୱର ଛାତ୍ର, ଡିଜାଇନର୍, ଷ୍ଟାର୍ଟଅପ୍ ଏବଂ ଟେକ୍ ଉତ୍ସାହୀମାନଙ୍କୁ ପରବର୍ତ୍ତୀ ପିଢ଼ିର ପୋର୍ଟେବଲ୍ ଡିଭାଇସ୍ କଳ୍ପନା କରିବାକୁ ଆମନ୍ତ୍ରଣ କରିଥିଲା ଯାହା ବିଭିନ୍ନ ଉପଭୋକ୍ତା ଗୋଷ୍ଠୀ ପାଇଁ ମନୋରଞ୍ଜନ ଏବଂ ଶିକ୍ଷାକୁ ମିଶ୍ରଣ କରିଥାଏ।

ଶିଳ୍ପ ବ୍ୟକ୍ତିତ୍ବ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ, ଶିକ୍ଷାବିତ୍ ଏବଂ ଡିଜାଇନରମାନଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଜୁରି ପ୍ୟାନେଲ ଦ୍ୱାରା ମୂଲ୍ୟାଙ୍କନ ପରେ ୧୮୫୬ ପଞ୍ଜୀକରଣରୁ ଶ୍ରେଷ୍ଠ ୧୦ ଜଣ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି। ଜୁରୀ ମଣ୍ଡଳୀରେ ଏରୁଡିଟିଓର ସହ-ପ୍ରତିଷ୍ଠାତା ଶ୍ରୀଯୁକ୍ତ ଇନ୍ଦ୍ରଜିତ ଘୋଷ, ହୁଇଅନର ଭାରତ ଏବଂ ସାର୍କର ଦେଶ ପରିଚାଳକ ଶ୍ରୀଯୁକ୍ତ ରାଜୀବ ନାଗର ଏବଂ ସ୍କ୍ୱିଡ୍ ଏକାଡେମୀର ସହ-ପ୍ରତିଷ୍ଠାତା ଏବଂ ଉତ୍ପାଦ ମୁଖ୍ୟ ଶ୍ରୀଯୁକ୍ତ ଜେଫ୍ରି କ୍ରେ ଅନ୍ତର୍ଭୁକ୍ତ ଥିଲେ।

ଏମାନେ ହେଉଛନ୍ତି ୧୦ ଜଣ ଫାଇନାଲିଷ୍ଟ:

କର୍ଣ୍ଣାଟ ପର୍ବ – କୋଡ୍ କ୍ରାଫ୍ଟ ଜୁନିଅର (କର୍ଣ୍ଣାଟକ)
ବିଦ୍ୟାର୍ଥୀ – ପିଲାମାନଙ୍କ ପାଇଁ ସ୍ମାର୍ଟ ଶିକ୍ଷଣ ଟାବଲେଟ୍: ଏକ ପାରସ୍ପରିକ ଏବଂ ଅନୁକୂଳିତ ଶିକ୍ଷାଗତ ସହଯୋଗୀ (କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶ)
ଟେକ୍ ଟାଇଟାନ୍ସ – ଇଣ୍ଟରାକ୍ଟିଭ୍ ଲେଖା ସାହାଯ୍ୟ ସହିତ ସ୍ମାର୍ଟ ହସ୍ତଲିପି ଶିକ୍ଷଣ ଉପକରଣ (ତାମିଲନାଡୁ)
ପ୍ରୋଟୋମାଇଣ୍ଡସ୍ – ଏଡୁସ୍ପାର୍କ (ଦିଲ୍ଲୀ, କେରଳ, ୟୁପି, ବିହାର)
ଆପେକ୍ସ ଆଚିଭର୍ସ – ବିଓଡିଏମଏଏସ କ୍ୱେଷ୍ଟ: ସ୍ମାର୍ଟ ଶିକ୍ଷା ପାଇଁ ଗେମିଫାଏଡ୍ ଗଣିତ ଶିକ୍ଷା (ତାମିଲନାଡୁ)
ସାଇନ୍ସଭର୍ସ – ପିଲାମାନଙ୍କ ପାଇଁ ପାରସ୍ପରିକ ଶିକ୍ଷାଗତ ହ୍ୟାଣ୍ଡହେଲ୍ଡ ଡିଭାଇସର ଅନିବାର୍ଯ୍ୟତା (ଇଣ୍ଡୋନେସିଆ)
ଭି୨୦ – ଭିଫିଟ୍ – ଖେଳ ମାଧ୍ୟମରେ ପାରସ୍ପରିକ ଶିକ୍ଷା (ତାମିଲନାଡୁ)
ଓ୍ବରିଆର୍ସ – ମହା-ଶାସ୍ତ୍ରୀ (ଦିଲ୍ଲୀ)
କିଡିମୈତ୍ରୀ – ହ୍ୟାଣ୍ଡହେଲ୍ଡ ଗାଣିତିକ ଗେମିଂ କନସୋଲ (ମୁମ୍ବାଇ, ଓଡ଼ିଶା, କର୍ଣ୍ଣାଟକ)
ଇ-ଗ୍ରୁଟ୍ସ – ମାଇକ୍ରୋ କଣ୍ଟ୍ରୋଲର ମାଷ୍ଟରି କିଟ୍ (ତାମିଲନାଡୁ)

ଶ୍ରେଷ୍ଠ ୧୦ ଟି ଦଳ ମୁମ୍ବାଇରେ ଆୟୋଜିତ ଓ୍ବେଭ୍ସ ୨୦୨୫ରେ ଏକ ସ୍ୱତନ୍ତ୍ର ମଞ୍ଚରେ ନିଜର ଆଇଡିଆର ଉପସ୍ଥାପନ କରିବେ। ଏହି ଚ୍ୟାଲେଞ୍ଜର ବିଜେତାଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଗ୍ରାଣ୍ଡ ଫିନାଲେରେ ସମ୍ବର୍ଦ୍ଧିତ କରାଯିବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ମୋଟ ୮୫,୦୦୦ ପଞ୍ଜୀକରଣ ସଂଖ୍ୟା ଅତିକ୍ରମ କଲା ଓ୍ବେଭ୍ସ ‘କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ: ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ମେ ୧ରୁ ୪, ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ (ସିଆଇସି) ସିଜନ-୧ ପ୍ରାୟ ୧,୧୦୦ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ୮୫,୦୦୦ ପଞ୍ଜୀକରଣ ଅତିକ୍ରମ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ୩୨ଟି ଭିନ୍ନ ଭିନ୍ନ ଚ୍ୟାଲେଞ୍ଜର ଚୟନ ପ୍ରକ୍ରିୟା ମାଧ୍ୟମରେ ବଛା ହୋଇଥିବା ୭୫୦ରୁ ଅଧିକ ଫାଇନାଲିଷ୍ଟମାନେ ସେମାନଙ୍କର ବ୍ୟକ୍ତିଗତ ଚ୍ୟାଲେଞ୍ଜ, ସେମାନଙ୍କ ପ୍ରତିଭା ଏବଂ ଦକ୍ଷତାର ଫଳାଫଳ ଏବଂ ଉତ୍ପାଦନ ପ୍ରଦର୍ଶନ କରିବା ସହିତ ପିଚିଂ ଅଧିବେଶନ ଏବଂ ମାଷ୍ଟରକ୍ଲାସ, ପ୍ୟାନେଲ ଆଲୋଚନା, ସମ୍ମିଳନୀ ଇତ୍ୟାଦି ମାଧ୍ୟମରେ ବିଶ୍ୱସ୍ତରୀୟ ଜାଏଣ୍ଟମାନଙ୍କଠାରୁ ଶିଖିବା ସମେତ ନିଜ ନିଜ କ୍ଷେତ୍ରର ବ୍ୟବସାୟୀ ନେତାମାନଙ୍କ ସହିତ ନେଟୱାର୍କିଂ ସୁଯୋଗ ପ୍ରଦର୍ଶନ କରିବାର ଅନନ୍ୟ ସୁଯୋଗ ପାଇବେ। ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ବିଜେତାଙ୍କୁ ‘ୱେଭ୍ସ କ୍ରିଏଟର ଆୱାର୍ଡ’ରେ ସମ୍ମାନିତ କରାଯିବ।

ଏହି ଆହ୍ୱାନଗୁଡ଼ିକ କଳା କ୍ଷେତ୍ରରେ ଏକ ପ୍ରଭାବଶାଳୀ ପ୍ରବେଶ କରିଛି, ଯାହା ସମଗ୍ର ଭାରତ ଏବଂ ଏହା ବାହାରେ ଅଭିନବତା ଏବଂ ସଂପୃକ୍ତିର ଏକ ଲହର ସୃଷ୍ଟି କରିଛି, ଯାହା ବିଶ୍ୱସ୍ତରରେ ସୃଜନଶୀଳ ପ୍ରତିଭାଙ୍କ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ହାଇ-ଏନର୍ଜି ରିଲ୍ ମେକିଂ ପ୍ରତିଯୋଗିତା, ସମାଧାନ ଭିତ୍ତିକ ଟ୍ରୁଥ୍ ଟେଲ୍ ହାକାଥନ୍, ଦୂରଦର୍ଶୀ ଯୁବ ଚଳଚ୍ଚିତ୍ର ନିର୍ମାତା ଚ୍ୟାଲେଞ୍ଜ ଏବଂ କାଳ୍ପନିକ କମିକ୍ସ କ୍ରିଏଟର ଚାମ୍ପିୟନଶିପ୍ ସମେତ ୩୨ଟି ବିବିଧ ଏବଂ ଗତିଶୀଳ ଚ୍ୟାଲେଞ୍ଜକୁ ପ୍ରଦର୍ଶିତ କରି ସିଆଇସି ନିର୍ମାତାଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ। ଅନ୍ୟ ଫ୍ଲାଗସିପ୍ ଇଭେଣ୍ଟ ଯେପରିକି ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ୱାମ୍! ଆନିମେ ଚ୍ୟାଲେଞ୍ଜ, ଇ-ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ, ଟ୍ରେଲର ମେକିଂ ପ୍ରତିଯୋଗିତା, ଥିମ୍ ମ୍ୟୁଜିକ୍ କମ୍ପିଟିସନ୍ ଏବଂ ଅତ୍ୟାଧୁନିକ ଏକ୍ସଆର୍ କ୍ରିଏଟର୍ ହ୍ୟାକାଥନ୍ ଆଦି ପରବର୍ତ୍ତୀ ପିଢ଼ିର କାହାଣୀକାର, ଡିଜାଇନର୍ ଏବଂ ଡିଜିଟାଲ୍ ଉଦ୍ଭାବକଙ୍କ ନିଶ୍ଚିତ ଲଞ୍ଚପ୍ୟାଡ୍ ଭାବରେ ସିଆଇସିକୁ ପ୍ରତିଷ୍ଠା କରିଛି।

ବିଭିନ୍ନ କ୍ଷେତ୍ର, ସୀମା ଏବଂ ପିଢ଼ିର ନିର୍ମାତାଙ୍କୁ ଏକାଠି କରି କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ (ସିଆଇସି)  କେବଳ ଭାରତର ସୃଜନଶୀଳ ଶକ୍ତିକୁ ପାଳନ କରେ ନାହିଁ, ବରଂ ଏହା କାହାଣୀ ଏବଂ ଡିଜିଟାଲ ଅଭିବ୍ୟକ୍ତିର ଭବିଷ୍ୟତ ଉପରେ ବିଶ୍ୱସ୍ତରୀୟ ଆଲୋଚନାକୁ ଉତ୍ସାହିତ କରିଛି। ଏହି ଉଲ୍ଲେଖନୀୟ ଭିତ୍ତିଭୂମି ସହିତ ସିଆଇସି ଆଗାମୀ ଋତୁରେ ନୂତନ ଉଚ୍ଚତା ହାସଲ କରିବାକୁ ଯାଉଛି ଏବଂ ନିର୍ମାତାଙ୍କୁ ସଶକ୍ତ କରିବା ଏବଂ ଆଗାମୀକାଲିର ସାଂସ୍କୃତିକ ଦୃଶ୍ୟପଟକୁ ଆକାର ଦେବାର ଅଭିଯାନ ଜାରି ରଖିଛି।

ୱେଭ୍ସ ବିଷୟରେ

ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମଏଣ୍ଡଇ) କ୍ଷେତ୍ର ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ – ପ୍ରଥମ ବିଶ୍ବ ଅଡିଓ ଭିଜୁଆଲ ଏଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ଓ୍ବେଭ୍ସ)  ଆସନ୍ତା ୧ ମଇ ରୁ ୪ ମଇ, ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବ।

ଆପଣ ଜଣେ ବୃତ୍ତିଗତ ଉଦ୍ୟୋଗୀ ହୁଅନ୍ତୁ କିମ୍ବା ନିବେଶକ, କ୍ରିଏଟର କିମ୍ବା ଉଦ୍ଭାବକ ହୁଅନ୍ତୁ ନା କାହିଁକି, ଏହି ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସଂଯୋଗ, ସହଯୋଗ, ନବସୃଜନ ଏବଂ ଅବଦାନ ପାଇଁ ଏକ ବୃହତ ବିଶ୍ୱ ପ୍ଲାଟଫର୍ମ ପ୍ରଦାନ କରିବ।

ୱେଭସ୍ ଭାରତର ସୃଜନଶୀଳ ଶକ୍ତିକୁ ସୁଦୃଢ କରିବାକୁ ପ୍ରସ୍ତୁତ। ଏହା କଣ୍ଟେଣ୍ଟ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବ। ଏହା ପ୍ରସାରଣ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଶବ୍ଦ ଏବଂ ସଙ୍ଗୀତ, ବିଜ୍ଞାପନ, ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ୍ ଏଆଇ, ଅଗମେଣ୍ଟେଡ୍ ରିଆଲିଟି (ଏଆର), ଭର୍ଚୁଆଲ୍ ରିଆଲିଟି (ଭିଆର), ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏକ୍ସଆର) ଭଳି ଶିଳ୍ପ ଏବଂ କ୍ଷେତ୍ର ଉପରେ ଧ୍ୟାନ ଦେବ।

 

Categories
ଆଜିର ଖବର ଜାତୀୟ ଖବର ସିନେମା

ସ୍ୱତନ୍ତ୍ର ପ୍ରଦର୍ଶନୀ ଏବଂ ରଣନୈତିକ ସହଯୋଗ ସହିତ ବିଶ୍ବସ୍ତରକୁ ବିସ୍ତାରିତ ହେଲା ଓ୍ବେଭ୍ସ ବଜାର

ନୂଆଦିଲ୍ଲୀ: ମିଡିଆ ଏବଂ ମନୋରଞ୍ଜନ (ଏମଏଣ୍ଡଇ) ଶିଳ୍ପ ପାଇଁ ଅଗ୍ରଣୀ ବିଶ୍ୱ ଇ-ମାର୍କେଟପ୍ଲେସ୍, ୱେଭ୍ସ ବଜାର, ନିଜର ପ୍ରଥମ ସଂସ୍କରଣରେ ଏକ ଗଭୀର ଛାପ ଛାଡ଼ିବାକୁ ଯାଉଛି, ଯାହା ଚଳିତ ବର୍ଷ ୧ରୁ ୪ ମଇ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଯାଉଛି। ୱେଭସ୍ ୨୦୨୫ର ଏକ ପ୍ରମୁଖ ବର୍ଗଭାବରେ, ଏହି ମାର୍କେଟପ୍ଲେସ୍ ଫିଲ୍ମ, ଟିଭି ଏବଂ ଏଭିଜିସି (ଆନିମେସନ୍, ଭିଏଫଏକ୍ସ, ଗେମିଂ ଏବଂ କମିକ୍ସ) କ୍ଷେତ୍ରର ପ୍ରମୁଖ ଶିଳ୍ପ ବ୍ୟକ୍ତିତ୍ବମାନଙ୍କୁ ଏକତ୍ର କରିବ। ଏହା ସହଯୋଗ, କଣ୍ଟେଣ୍ଟ ପ୍ରଦର୍ଶନ ଏବଂ ବ୍ୟବସାୟ ବିସ୍ତାର ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ।

ଭାରତକୁ ଏକ ବିଶ୍ୱସ୍ତରୀୟ କଣ୍ଟେଣ୍ଟ ହବ୍ ଭାବରେ ପ୍ରତିଷ୍ଠା କରିବାର ମହତ୍ତ୍ୱାକାଂକ୍ଷା ସହିତ, ୱେଭ୍ସ ବଜାରରେ ପ୍ରଦର୍ଶନ ରୁମ୍, ବଜାର ସ୍କ୍ରିନିଂ, କ୍ରେତା ଏବଂ ବିକ୍ରେତା ବୈଠକ ଏବଂ ଡାଇନାମିକ୍ ପିଚ୍ରୁମ୍ ସମେତ ଅନେକ ସ୍ୱତନ୍ତ୍ର ବିଭାଗ ରହିବ ଯାହା ଅର୍ଥପୂର୍ଣ୍ଣ ସମ୍ପର୍କକୁ ସହଜ କରିବ ଏବଂ ସୀମାପାର ସହଭାଗୀତାକୁ ପ୍ରୋତ୍ସାହିତ କରିବ।

ଭିଓ୍ବିଙ୍ଗ ରୁମ ଓ ମାର୍କେଟ୍ ସ୍କ୍ରିନିଂ: ନୂଆ କଣ୍ଟେଣ୍ଟର ସନ୍ଧାନ

ୱେଭ୍ସ ବଜାର ଚଳଚ୍ଚିତ୍ର, ଧାରାବାହିକ ଏବଂ ଏଭିଜିସି ପ୍ରକଳ୍ପଗୁଡିକର କ୍ୟୁରେଟେଡ୍ ସ୍କ୍ରିନିଂ ଆୟୋଜନ କରିବ, ଯାହା କ୍ରେତା, ବିକ୍ରୟ ଏଜେଣ୍ଟ ଏବଂ ବିତରକମାନଙ୍କୁ ନୂତନ ଏବଂ ଆକର୍ଷଣୀୟ ବିଷୟବସ୍ତୁପାଇଁ ସ୍ୱତନ୍ତ୍ର ଆକସେସ୍ ପ୍ରଦାନ କରିବ। ଭିଓ୍ବିଙ୍ଗ୍ ରୁମ୍ ଶିଳ୍ପ ପେସାଦାରମାନଙ୍କୁ ନୂତନ ଶୀର୍ଷକ ଅନୁସନ୍ଧାନ ଏବଂ ଅଧିଗ୍ରହଣ କରିବା ପାଇଁ ଏକ ଉତ୍ସର୍ଗୀକୃତ ସ୍ଥାନ ପ୍ରଦାନ କରିବ, ଯେତେବେଳେ କି ମାର୍କେଟ୍ ସ୍କ୍ରିନିଂରେ ବଛା ବଛା ପ୍ରକଳ୍ପଗୁଡିକ ଏକ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବ, ବିଷୟବସ୍ତୁ ବିତରଣ, ଲାଇସେନ୍ସିଂ ଏବଂ ସିଣ୍ଡିକେସନ ଡିଲ୍ ପାଇଁ ସୁଯୋଗ ସୃଷ୍ଟି କରିବ।

କ୍ରେତା ଏବଂ ବିକ୍ରେତା ବୈଠକ: ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା

ଫିକି ଫ୍ରେମ୍ସ କଣ୍ଟେଣ୍ଟ ମାର୍କେଟପ୍ଲେସ୍ ସହଯୋଗରେ ୱେଭ୍ସ ବଜାର ଏକ ଗଠନମୂଳକ କ୍ରେତା ଏବଂ ବିକ୍ରେତା ବିଭାଗ ପ୍ରଦାନ କରିବ, ଯାହା ଉତ୍ପାଦକ, ଷ୍ଟୁଡିଓ, ପ୍ରସାରଣକାରୀ ଏବଂ ପ୍ଲାଟଫର୍ମ ସମେତ ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ଗୋଟିଏ ପରେ ଗୋଟିଏ ବୈଠକକୁ ସକ୍ଷମ କରିବ। ଏହି ଟାର୍ଗେଟ ବିଟୁବି ଆଲୋଚନାର ଉଦ୍ଦେଶ୍ୟ ହେଉଛି ଚୁକ୍ତି ପ୍ରସ୍ତୁତି, ସହ-ପ୍ରଯୋଜନା ଏବଂ କଣ୍ଟେଣ୍ଟ୍ ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା, ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଶିଳ୍ପ ସମ୍ପର୍କକୁ ସୁଦୃଢ଼ କରିବା।

ପିଚ୍ରୁମ୍: ଆଇଡିଆ ଓ ନିବେଶକଙ୍କ ମିଳନସ୍ଥଳୀ

ପିଚ୍ରୁମ୍ କ୍ରିଏଟର, ଚଳଚ୍ଚିତ୍ର ନିର୍ମାତା ଏବଂ କଣ୍ଟେଣ୍ଟ ଉଦ୍ଭାବକମାନଙ୍କୁ ନିବେଶକ, ପ୍ରଯୋଜକ ଏବଂ କାର୍ଯ୍ୟକାରୀ ସମ୍ପାଦକମାନଙ୍କ ନିକଟରେ ସେମାନଙ୍କର ସର୍ବୋତ୍ତମ ଆଇଡିଆ ଉପସ୍ଥାପନ କରିବା ପାଇଁ ଏକ ଆକର୍ଷଣୀୟ ପ୍ଲାଟଫର୍ମ ପ୍ରଦାନ କରିବ। ଉଦୀୟମାନ ପ୍ରତିଭା ଏବଂ ଅଭିନବ ପ୍ରକଳ୍ପଗୁଡ଼ିକୁ ଆଲୋକପାତ କରିବା ପାଇଁ ଡିଜାଇନ୍ କରାଯାଇଥିବା, ପିଚ୍ରୁମ୍ ନୂତନ ବିଷୟବସ୍ତୁ ଉଦ୍ୟୋଗ ଏବଂ ସମ୍ଭାବ୍ୟ ସହ-ସୃଜନ ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ, ଏହାକୁ ଶିଳ୍ପ ଜଗତର ନେତାମାନଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ କରିବ।

ୱେଭ୍ସ ବଜାରକୁ ଶିଳ୍ପ ନେତାଙ୍କ ସମର୍ଥନ

କଣ୍ଟେଣ୍ଟ ବାଣିଜ୍ୟ ଏବଂ ସହଯୋଗିତା କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ସମ୍ଭାବନା ପାଇଁ ୱେଭ୍ସ ବଜାରର ପ୍ରମୁଖ ଶିଳ୍ପ ଖେଳାଳିମାନେ ପ୍ରଶଂସା କରିଛନ୍ତି।

ପାନୋରାମା ଷ୍ଟୁଡିଓର ମୁଖ୍ୟ ବ୍ୟବସାୟିକ ଅଧିକାରୀ ମୂରଲୀଧର ଚଟଓ୍ବାନି ଓ ଫିଲ୍ମ ଏକ୍ଜିକ୍ୟୁସନ ଆଣ୍ଡ ସିଣ୍ଡିକେସନ ମୁଖ୍ୟ ରଜତ ଗୋସ୍ୱାମୀ କହିଛନ୍ତି, “ୱେଭ୍ସ ବଜାରରେ ଏକାଧିକ ସେଗମେଣ୍ଟରେ ଭାଗ ନେବାପାଇଁ ଆମେ ଉତ୍ସାହିତ। ଏହି ବଜାର ଆମର ପ୍ରକଳ୍ପଗୁଡିକୁ ପ୍ରଦର୍ଶନ କରିବା, ଅର୍ଥପୂର୍ଣ୍ଣ ସହଯୋଗ ସୁରକ୍ଷିତ କରିବା ଏବଂ ମନୋରଞ୍ଜନ ଶିଳ୍ପରେ ଆମର ବିଶ୍ୱସ୍ତରୀୟ ପହଂଚକୁ ବିସ୍ତାର କରିବା ପାଇଁ ଏକ ଅବିଶ୍ୱସନୀୟ ପ୍ଲାଟଫର୍ମ ପ୍ରଦାନ କରେ।”

ବୈଶ୍ବିକ କଣ୍ଟେଣ୍ଟ ଏବଂ ରଣନୈତିକ ସହବନ୍ଧନ ପାଇଁ ପ୍ରବେଶ ଦ୍ୱାର

ୱେଭ୍ସ ବଜାର ବିଷୟବସ୍ତୁ ନିର୍ମାତା, କ୍ରେତା ଏବଂ ନିବେଶକଙ୍କ ପାଇଁ ଏକ ଗେମ୍-ଚେଞ୍ଜର ହେବାକୁ ଯାଉଛି, ଯାହା ନୂତନ କଣ୍ଟେଣ୍ଟ ଆବିଷ୍କାର କରିବା, ଭାଗିଦାରୀ ଗଠନ କରିବା ଏବଂ ବିତରଣ ଏବଂ ସହ-ଉତ୍ପାଦନ ସୁଯୋଗ ଅନୁସନ୍ଧାନ କରିବା ପାଇଁ ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମ କ୍ରେତା, ବିକ୍ରେତା, ନିବେଶକ ଏବଂ ଏମଆଣ୍ଡଇ ପେସାଦାରମାନଙ୍କୁ ରଣନୈତିକ ଅଭିବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ପାଇଁ ୱେଭ୍ସ ବଜାରରେ ଅଂଶଗ୍ରହଣ ଏବଂ ଲାଭ ଉଠାଇବାକୁ ଆମନ୍ତ୍ରଣ କରେ।

ୱେଭ୍ସ ବିଷୟରେ

ଭାରତ ସରକାର ପ୍ରଥମ ବିଶ୍ୱ ଅଡିଓଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍ସ) ଆୟୋଜନ କରୁଛନ୍ତି – ଏହା ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମଏଣ୍ଡଇ) କ୍ଷେତ୍ର ପାଇଁ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାକି ୧ ମଇ ରୁ ୪ ମଇ, ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବ। ଆପଣ ଜଣେ ବୃତ୍ତିଗତ ଉଦ୍ୟୋଗୀ ହୁଅନ୍ତୁ କିମ୍ବା ନିବେଶକ, କ୍ରିଏଟର କିମ୍ବା ଉଦ୍ଭାବକ ହୁଅନ୍ତୁ ନା କାହିଁକି, ଏହି ସମ୍ମିଳନୀ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସଂଯୋଗ, ସହଯୋଗ, ନବସୃଜନ ଏବଂ ଅବଦାନ ପାଇଁ ଏକ ବୃହତ ବିଶ୍ୱ ପ୍ଲାଟଫର୍ମ ପ୍ରଦାନ କରିବ।

ୱେଭସ୍ ଭାରତର ସୃଜନଶୀଳ ଶକ୍ତିକୁ ମୁକ୍ତ କରିବାକୁ ପ୍ରସ୍ତୁତ। ଏହା ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବ। ଏହା ପ୍ରସାରଣ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଶବ୍ଦ ଏବଂ ସଙ୍ଗୀତ, ବିଜ୍ଞାପନ, ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ୍ ଏଆଇ, ଅଗମେଣ୍ଟେଡ୍ ରିଆଲିଟି (ଏଆର), ଭର୍ଚୁଆଲ୍ ରିଆଲିଟି (ଭିଆର), ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏକ୍ସଆର) ଭଳି ଶିଳ୍ପ ଏବଂ କ୍ଷେତ୍ର ଉପରେ ଧ୍ୟାନ ଦେବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ବିଶ୍ୱ ଅଡିଓ ଭିଜୁଆଲ ଏଣ୍ଟରଟେନମେଣ୍ଟ ସମ୍ମିଳନୀ ୨୦୨୫ ପାଇଁ ଖୋଲିଲା ଗଣମାଧ୍ୟମ ପଞ୍ଜୀକରଣ

ନୂଆଦିଲ୍ଲୀ: ୨୦୨୫ ମଇ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଅଡିଓଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭସ), ବିଶ୍ୱ ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମଏଣ୍ଡଇ) ଶିଳ୍ପରେ ଏକ ବିପ୍ଳବ ଆଣିବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜାରି ରହିଥିବାବେଳେ ମାର୍ଚ୍ଚ ୨୬ରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଏହା ମାଧ୍ୟମରେ ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାମ୍ବାଦିକ, ଫଟୋଗ୍ରାଫର, ବିଷୟବସ୍ତୁ ସୃଷ୍ଟିକାରୀ ଏବଂ ଗଣମାଧ୍ୟମ ପେସାଦାରମାନଙ୍କୁ ନିମନ୍ତ୍ରଣ କରାଯାଉଛି। ପ୍ରତିଭାକୁ ସମର୍ଥନ କରୁଥିବା, ସୃଜନଶୀଳତାକୁ ବିଶ୍ୱ ସହିତ ସଂଯୋଗ କରୁଥିବା ଏବଂ ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରର ଭବିଷ୍ୟତକୁ ଇନ୍ଧନ ଦେଉଥିବା କାହାଣୀ କହିବାରେ ଯୋଗଦାନ ଦିଅନ୍ତୁ।

ଆପଣ ସାମ୍ବାଦିକ ହୁଅନ୍ତୁ ଅଥବା କଥାକାର, ଜଣେ ରିପୋର୍ଟର ହୁଅନ୍ତୁ କିମ୍ବା କ୍ୟାମେରାମ୍ୟାନ, କଣ୍ଟେଣ୍ଟ କ୍ରିଏଟର ହୁଅନ୍ତୁ କିମ୍ବା ସୋସିଆଲ ମିଡିଆ ପେସାଦାର, ଆପଣ ୱେଭ୍ସ ୨୦୨୫କୁ ହାତଛଡ଼ା କରିପାରିବେ ନାହିଁ! ଏହି ସମ୍ମିଳନୀରେ ଯୋଗ ଦିଅନ୍ତୁ ,ଏହି ଶିଳ୍ପର ସଫଳ ବ୍ୟକ୍ତିତ୍ବଙ୍କଠାରୁ ଶିଖନ୍ତୁ ଏବଂ ଉଦୀୟମାନ ନିର୍ମାତାଙ୍କୁ ସଠିକ୍ ପ୍ଲାଟଫର୍ମରେ ଚମକିବାରେ ସାହାଯ୍ୟ କରନ୍ତୁ। ୱେଭ୍ ସମ୍ମିଳନୀ ୨୦୨୫ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଶିଳ୍ପ ଦୃଷ୍ଟିକୋଣ, ଗ୍ଲୋବାଲ୍ ନେଟୱାର୍କିଂ ଏବଂ ନୂଆ ଉଦ୍ଭାବନ ପାଇଁ ଆପଣଙ୍କର ସ୍ବତନ୍ତ୍ର ପ୍ରବେଶ ଦ୍ୱାର ହୋଇପାରେ।

ଗଣମାଧ୍ୟମ ପ୍ରତିନିଧି ପଞ୍ଜିକରଣ ପ୍ରକ୍ରିୟା

ୱେଭସ୍ ମିଡିଆ ପ୍ରତିନିଧି ଭାବରେ ପଞ୍ଜିକରଣ କରିବାକୁ ଇଚ୍ଛୁକ ଆବେଦନକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ:

  • ସେମାନଙ୍କର ବୟସ ଜାନୁଆରୀ ୦୧, ୨୦୨୫ ସୁଦ୍ଧା ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବା ଆବଶ୍ୟକ।
  • ଏକ ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ସଂଗଠନରେ ଜଣେ ଖବରଦାତା, ଫଟୋଗ୍ରାଫର, କ୍ୟାମେରାପର୍ସନ କିମ୍ବା ଡିଜିଟାଲ୍ କଣ୍ଚେଣ୍ଟ କ୍ରିଏଟର ହେବା ଆବଶ୍ୟକ।
  • ଉପରୋକ୍ତ ମାନଦଣ୍ଡ ପୂରଣ କରୁଥିବା ମୁକ୍ତବୃତ୍ତି ସାମ୍ବାଦିକମାନେ ମଧ୍ୟ ଏହାର ପଞ୍ଜୀକରଣ ପାଇଁ ଯୋଗ୍ୟ।
  • ଏହି ଲିଙ୍କରେ ଅନଲାଇନରେ ପଞ୍ଜୀକରଣ କରନ୍ତୁ: https://app.wavesindia.org/register/media
  • ପଞ୍ଜିକରଣ ଆରମ୍ଭ ତାରିଖ: ୨୬ ମାର୍ଚ୍ଚ ୨୦୨୫
  • ଶେଷ ତାରିଖ: ୧୫ ଏପ୍ରିଲ୍, ୨୦୨୫ ରାତି ୧୧:୫୯ ସୁଦ୍ଧା
  • ଗଣମାଧ୍ୟମ ପ୍ରତିନିଧି ପାସ୍ ବଣ୍ଟନ: ଅଧିସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗଣମାଧ୍ୟମ ପ୍ରତିନିଧି ପାସ୍ ପ୍ରାପ୍ତି ସମ୍ପର୍କରେ ସୂଚିତ କରାଯିବ।
  • ଗଣମାଧ୍ୟମ ପ୍ରତିନିଧି ପଞ୍ଜୀକରଣ ସଂପର୍କରେ ଅଧିକ ବିବରଣୀ ପାଆନ୍ତୁ ଏଠାରେ
  • ପରିଶିଷ୍ଟ ଅନୁଯାୟୀ ଗଣମାଧ୍ୟମ ପ୍ରତିନିଧି ପଞ୍ଜିକରଣ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକର ତାଲିକା ଖୋଜନ୍ତୁ ଏଠାରେ ।
  • ଆପଣଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇବା ପାଇଁ, ‘WAVES Media Accreditation Question’ ବିଷୟ ସହିତ media@gmail.comକୁ ଇମେଲ୍ କରନ୍ତୁ।

ୱେଭ୍ସ ହେଉଛି ଦେଶର ସୃଜନଶୀଳ ଶକ୍ତିକୁ ବଢ଼ାଇବା ଏବଂ ଏହାକୁ କଣ୍ଟେଣ୍ଟ କ୍ରିଏସନ, ବୌଦ୍ଧିକ ସମ୍ପତ୍ତି ଏବଂ ବୈଷୟିକ ଅଭିନବତାର କେନ୍ଦ୍ର ଭାବରେ ସ୍ଥାନିତ କରିବା ପାଇଁ ସମର୍ପିତ ଭାରତର ପ୍ରଥମ ବୈଶ୍ୱିକ ପ୍ଲାଟଫର୍ମ । ବ୍ରଡକାଷ୍ଟିଂ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ, ସାଉଣ୍ଡ ଆଣ୍ଡ ମ୍ୟୁଜିକ, ବିଜ୍ଞାପନ, ଡିଜିଟାଲ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ ଏଆଇ, ଅଗମେଣ୍ଟେଡ ରିଆଲିଟି (ଏଆର), ଭର୍ଚୁଆଲ ରିଆଲିଟି (ଭିଆର) ଏବଂ ଏକ୍ସଟେଣ୍ଡେଡ ରିଆଲିଟି (ଏକ୍ସଆର) ଭଳି ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପର ଅଗ୍ରଣୀ ପେସାଦାରମାନଙ୍କୁ ଏହା ଗୋଟିଏ ମଞ୍ଚରେ ଏକତ୍ରିତ ହେବାର ସୁଯୋଗ ଆଣିଦେଇଛି ।

ଓ୍ବେଭ୍ସର କେତେକ ଆକର୍ଷଣୀୟ କାର୍ଯ୍ୟକ୍ରମ ହେଉଛି କ୍ରିଏଟ୍ ଇନ ଇଣ୍ଡିଆ ଚ୍ୟାଲେଞ୍ଜ, ଓ୍ବେଭେକ୍ସ ୨୦୨୫, ଓ୍ବେଭ୍ସ ବଜାର, ମାଷ୍ଟରକ୍ଲାସ ଏଣ୍ଡ ଇଣ୍ଟରାକ୍ଟିଭ୍ ସେସନ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ହଂକଂରେ ପ୍ରଥମ ଭାରତ ପାଭିଲିଅନକୁ ଉଦଘାଟନ କଲେ ଭାରତର କନସୁଲ ଜେନେରାଲ

ମୁମ୍ବାଇ: ବିଶ୍ୱ ସ୍ତରରେ ଭାରତୀୟ ସିନେମା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଥମ ଥର ପାଇଁ ଭାରତ ପାଭିଲିଅନ୍ ସମ୍ମାନଜନକ ହଂକଂ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଏବଂ ଟିଭି ମାର୍କେଟ (ଫିଲ୍ମମାର୍ଟ) ରେ ପଦାର୍ପଣ କରିଛି। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ଉଦ୍ୟୋଗରେ ଭାରତର ଉପସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହଂକଂ ଏବଂ ମାକାଉସ୍ଥିତ ଭାରତର କନସୁଲ ଜେନେରାଲ ମହାମହିମ ସତୱନ୍ତ ଖାନାଲିଆ ଏହି ପ୍ୟାଭିଲିୟନକୁ ଉଦଘାଟନ କରିଛନ୍ତି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ସେବା ରପ୍ତାନୀ ପ୍ରୋତ୍ସାହନ ପରିଷଦ (ଏସ୍ଇପିସି), ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏବଂ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନ୍ଏଫଡିସି) ଦ୍ୱାରା ଆୟୋଜିତ ଏହି ଭାରତ ପାଭିଲିଅନକୁ ହଂକଂ ଏବଂ ମାକାଉରେ ଥିବା ଭାରତୀୟ କନସୁଲ ଜେନେରାଲ ସହଯୋଗ କରୁଛନ୍ତି। ଏହି ପଦକ୍ଷେପ ଭାରତୀୟ ସିନେମାର ବର୍ଦ୍ଧିତ ପ୍ରଭାବ ଏବଂ ଏହାର ସମ୍ପ୍ରସାରିତ ବିଶ୍ୱସ୍ତରୀୟ ପଦଚିହ୍ନ, ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଭାରତର କାହାଣୀ କହିବାର ଦକ୍ଷତାର ଅପାର ସମ୍ଭାବନାକୁ ପ୍ରଦର୍ଶିତ କରିଥାଏ।

ଉଦଘାଟନୀ ଉତ୍ସବରେ ମହାମହିମ ସତୱନ୍ତ ଖାନାଲିଆ ଭାରତର ଗତିଶୀଳ ସିନେମା ଦୃଶ୍ୟପଟ ଉପରେ ଗର୍ବ ବ୍ୟକ୍ତ କରିଥିଲେ। “ଫିଲ୍ମାର୍ଟରେ ପ୍ରଥମ ଥର ପାଇଁ ଭାରତୀୟ ପାଭିଲିଅନର ଶୁଭାରମ୍ଭ କରିବା ଏକ ସମ୍ମାନର ବିଷୟ। ଭାରତର ଚଳଚ୍ଚିତ୍ର ଶିଳ୍ପ ହେଉଛି ବିଶ୍ୱର ସର୍ବବୃହତ ଏବଂ ଏହାର କାହାଣୀ ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷିତ କରିଥାଏ। ଏହି ପ୍ୟାଭିଲିୟନ ଭାରତୀୟ ସିନେମା ପାଇଁ ବୈଶ୍ୱିକ ଭାଗିଦାରୀ ଏବଂ ସୁଯୋଗର ଏକ ନୂତନ ଯୁଗକୁ ପ୍ରତିନିଧିତ୍ୱ କରେ।

ଓ୍ବେଭସ୍‍କୁ ପ୍ରୋତ୍ସାହନ : ଭାରତର ପ୍ରମୁଖ ବୈଶ୍ୱିକ ଏମ୍ ଆଣ୍ଡ ଇ ଶିଖର ସମ୍ମିଳନୀ

ଭାରତ ପାଭିଲିଅନର ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭ୍) କୁ ପ୍ରୋତ୍ସାହିତ କରିବା, ଯାହା ମୁମ୍ବାଇରେ ୧ ରୁ ୪ ମଇ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡ ଇ) ଉଦ୍ୟୋଗର ଧ୍ୟାନ ଭାରତ ପ୍ରତି ଆକୃଷ୍ଟ କରିବା, ବାଣିଜ୍ୟ, ନବସୃଜନ ଏବଂ ସୀମାପାର ସହଯୋଗକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୱେଭସ୍ ଏକ ପ୍ରମୁଖ ମଞ୍ଚ ହେବାକୁ ପ୍ରସ୍ତୁତ। ବିବିଧ ଉଦ୍ୟୋଗ ନେତୃତ୍ୱ, ଉଦ୍ଭାବକ ଏବଂ ଅଂଶୀଦାରମାନଙ୍କ ଅଂଶଗ୍ରହଣ ଆଶା କରାଯାଉଥିବା ୱେଭସର ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱର କଣ୍ଟେଣ୍ଟ ହବ୍ ଭାବେ ସ୍ଥାନିତ କରିବା।

ସହଯୋଗକୁ ଆଗେଇ ନେବା ଏବଂ ସୁଯୋଗର ସମ୍ପ୍ରସାରଣ କରିବା

ଏହାର ପ୍ରଥମ ଦିନରେ, ଫିଲ୍ମାର୍ଟରେ ଭାରତ ପାଭିଲିଅନ କାର୍ଯ୍ୟକଳାପ, ବାର୍ତ୍ତାଳାପ, ବୈଠକ ଏବଂ ଆନ୍ତର୍ଜାତୀୟ ଶିଳ୍ପ ପ୍ରତିନିଧିଙ୍କ ସହ ନେଟୱାର୍କିଂ ଅଧିବେଶନ ଆୟୋଜନ କରିଥିଲା। ଏହି ପ୍ୟାଭିଲିୟନ ସହ-ନିର୍ମାଣ, ବିଷୟବସ୍ତୁ ବଣ୍ଟନ ଏବଂ ସହଯୋଗ, ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ବିଷୟବସ୍ତୁ ନିର୍ମାତାଙ୍କ ପାଇଁ ନୂତନ ବଜାର ଅନ୍ୱେଷଣ କରିବା ଏବଂ ସେମାନଙ୍କର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଦ୍ୱାର ଉନ୍ମୁକ୍ତ ଉପରେ ଆଲୋଚନାକୁ ସୁଗମ କରିଥିଲା।

ଏନ୍ଏଫଡିସି ବିଷୟରେ

ଭାରତୀୟ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ ହେଉଛି ଦେଶରେ ଚଳଚ୍ଚିତ୍ର ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାପିତ କେନ୍ଦ୍ରୀୟ ସଂସ୍ଥା। ଫିଲ୍ମାର୍ଟ, କାନ୍ସ ଫିଲ୍ମ ଫେଷ୍ଟିଭାଲ ଏବଂ ବର୍ଲିନାଲେ ଭଳି ପ୍ରମୁଖ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମାଧ୍ୟମରେ, ଏନଏଫଡିସି ଭାରତୀୟ ବିଷୟବସ୍ତୁ ନିର୍ମାତାଙ୍କ ପାଇଁ ସହ-ନିର୍ମାଣ, ବଜାର ପ୍ରବେଶ ଏବଂ ବିତରଣ ସୁଯୋଗକୁ ସୁଗମ କରିଥାଏ।

ୱେଭସ୍‍ ବିଷୟରେ

ମିଡିଆ ଏବଂ ମନୋରଞ୍ଜନ (ଏମ୍ଆଣ୍ଡଇ) କ୍ଷେତ୍ର ପାଇଁ ଏକ ମାଇଲଖୁଣ୍ଟ କାର୍ଯ୍ୟକ୍ରମ, ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ୱେଭସ୍) ଭାରତ ସରକାରଙ୍କ ଦ୍ୱାରା ମହାରାଷ୍ଟ୍ରର ମୁମ୍ବାଇରେ ମେ ୧ ରୁ ୪,୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ।

ଆପଣ ଶିଳ୍ପ ପେସାଦାର ହୁଅନ୍ତୁ, ନିବେଶକ ହୁଅନ୍ତୁ, ନିର୍ମାତା ହୁଅନ୍ତୁ, କିମ୍ବା ଉଦ୍ଭାବକ ହୁଅନ୍ତୁ, ଏହି ସମ୍ମିଳନୀ ଏମ୍ଆଣ୍ଡଇ ପରିଦୃଶ୍ୟରେ ସଂଯୋଗ, ସହଯୋଗ, ନବସୃଜନ ଏବଂ ଯୋଗଦାନ ପାଇଁ ଚୂଡ଼ାନ୍ତ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିଥାଏ।

ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ବୈଷୟିକ ନବସୃଜନ ପାଇଁ ଏକ ହବ୍ ଭାବରେ ଏହାର ସ୍ଥିତିକୁ ବୃଦ୍ଧି କରି ୱେଭ୍ ଭାରତର ସୃଜନଶୀଳ ଶକ୍ତିକୁ ବୃଦ୍ଧି କରିବାକୁ ପ୍ରସ୍ତୁତ । ପ୍ରସାରଣ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଚଳଚ୍ଚିତ୍ର, ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ସାଉଣ୍ଡ ଏବଂ ମ୍ୟୁଜିକ୍, ବିଜ୍ଞାପନ, ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ୍ ଏଆଇ, ଅଗମେଣ୍ଟେଡ୍ ରିଅଲିଟି (ଏଆର୍), ଭର୍ଚୁଆଲ୍ ରିଅଲିଟି (ଭିଆର୍) ଏବଂ ଏକ୍ସଟେଣ୍ଡେଡ ରିଅଲିଟି (ଏକ୍ସଆର୍) ଆଦି ଶିଳ୍ପ ଏବଂ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

ନିର୍ମାତାମାନଙ୍କୁ ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରିବା ପାଇଁ ମଞ୍ଚ ପ୍ରଦାନ କରିବ ୱେଭ୍: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବା ଲାଗି ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଭାରତ ସରକାର ‘ୱେଭସ୍ 2025’ ଉପରେ ଏକ ଉଚ୍ଚସ୍ତରୀୟ ଅଧିବେଶନ ଆୟୋଜନ କରିଛନ୍ତି। ଏହା ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ସୁଷମା ସ୍ୱରାଜ ଭବନରେ ଆୟୋଜିତ ହୋଇଥିଲା। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆସନ୍ତା ମଇ 1ରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଓ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ) 2025ରେ ଅନ୍ତର୍ଜାତୀୟ ସମୁଦାୟକୁ ସାମିଲ କରିବାର ପ୍ରୟାସ ସ୍ୱରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ, ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁସୁଜାତା ସୌନିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ଅବସରରେ ଉପସ୍ଥିତ ଥିଲେ। ବିଭିନ୍ନ ଦେଶର ପ୍ରାୟ 100 ଜଣ ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ବିନିମୟ ହୋଇଥିଲା। ଏହା ଗଣମାଧ୍ୟମ, ମନୋରଞ୍ଜନ ଏବଂ ଡିଜିଟାଲ ପ୍ରସାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ଉଦ୍ଦିଷ୍ଟ।

ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘‘ସୃଜନଶୀଳତା, ଗଣମାଧ୍ୟମ ଓ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ବିଶ୍ୱର ଗଣମାଧ୍ୟମ ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି ଏବଂ ସମନ୍ୱୟର ଏକ ନୂତନ ସ୍ତରରେ ପହଞ୍ଚାଇଛି। ମନ୍ତ୍ରୀ କହିଥିଲେ ଯେ, ସମସ୍ତ ବର୍ଗର ସୃଜନଶୀଳ ନିର୍ମାତା ବା କ୍ରିଏଟର୍‌ମାନେ ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରିପାରିବେ ଏବଂ ଏହା ହେଉଛି ୱେଭ୍ସ 2025ର ମୂଳ ଉଦ୍ଦେଶ୍ୟ। ‘‘ଆମେ ମଇ 1 ରୁ ମେ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ୱେଭ୍ସ 2025 ପାଇଁ ପ୍ରଯୁକ୍ତିବିଦ୍ୟା, ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ସଂସ୍ଥାମାନଙ୍କୁ ନିମନ୍ତ୍ରଣ କରୁଛୁ’’, ବୋଲି ମନ୍ତ୍ରୀ କହିଥିଲେ। ବିଶ୍ୱ ସ୍ତରରେ ବିଭିନ୍ନ ଭାରତୀୟ ପ୍ରୟାସ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ମନ୍ତ୍ରୀ ସମସ୍ତ ଅଂଶୀଦାରମାନଙ୍କୁ ୱେଭ୍ସ 2025ରେ ଅଂଶଗ୍ରହଣ କରିବା ଏବଂ ବିଶ୍ୱସ୍ତରୀୟ ନିର୍ମାତା ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଏକାଠି ହେବାକୁ ସେ ଆମନ୍ତ୍ରଣ କରିଥିଲେ।

ବିଦେଶ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ତାଙ୍କ ଅଭିଭାଷଣରେ କହିଥିଲେ, ‘‘ୱେଭ୍ସ ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗ ପାଇଁ ଆଲୋଚନା, ସହଯୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହି କାର୍ଯ୍ୟକ୍ରମ ଶିଳ୍ପ ଜଗତର ଶିଳ୍ପପତି, ଅଂଶୀଦାର ଓ ଉଦ୍ଭାବକମାନଙ୍କୁ ସୁଯୋଗ ଅନ୍ୱେଷଣ କରିବା, ଆହ୍ୱାନର ମୁକାବିଲା କରିବା ଏବଂ ଏହି କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବା ପାଇଁ ଏକଜୁଟ କରିବ। ବିଦେଶ ମନ୍ତ୍ରୀ କହିଲେ, ‘‘ଆର୍ଥିକ ଏବଂ ରାଜନୈତିକ ପୁନଃ ସନ୍ତୁଳନ ସାଂସ୍କୃତିକ ସନ୍ତୁଳନ ଦିଗରେ ଅଗ୍ରସର ହେଉଛି। ଯଦି ଆମେ ପ୍ରକୃତରେ ସ୍ଥାନୀୟ ହୋଇପାରିବା ନାହିଁ, ତେବେ ଆମେ ପ୍ରକୃତରେ ବିଶ୍ୱସ୍ତରୀୟ ମଧ୍ୟ ହେବା ନାହିଁ। ୱେଭସ୍ 2025 ଏହି ପ୍ରୟାସର ଭାବନାକୁ ପ୍ରତିଫଳିତ କରୁଛି ।’’ ଡକ୍ଟର ଜୟଶଙ୍କର ମଧ୍ୟ ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତମାନଙ୍କୁ ୱେଭ୍ସ 2025 ଅଧୀନରେ ବିଶ୍ୱସ୍ତରୀୟ ସହଯୋଗର ସୁଯୋଗ ବିଷୟରେ ସେମାନଙ୍କ ସରକାରଙ୍କୁ ଅବଗତ କରିବାକୁ ଅନୁରୋଧ କରିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ତାଙ୍କ ବିଶେଶ ବକ୍ତବ୍ୟରେ କହିଛନ୍ତି, ‘‘ଭାରତର ଆର୍ଥିକ ଏବଂ ମନୋରଞ୍ଜନ ରାଜଧାନୀ ମୁମ୍ବାଇ ୱେଭ୍ସ 2025 ପାଇଁ ଉପଯୁକ୍ତ ପୃଷ୍ଠଭୂମି ଭାବରେ କାର୍ଯ୍ୟ କରିବ। ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ଏବଂ ସାଂସ୍କୃତିକ କୂଟନୀତିକୁ ପ୍ରୋତ୍ସାହିତ କରିବା ସହିତ ପ୍ରାଚୀନ ଓ ଆଧୁନିକ ସାଂସ୍କୃତିକ ପ୍ରଭାବକୁ ନିରବଚ୍ଛିନ୍ନ ଭାବରେ ମିଶ୍ରଣ କରେ।’’ ସେ ଆହୁରି ମଧ୍ୟ କହିଛନ୍ତି, ‘‘ୱେଭସ୍ 2025 ହେଉଛି ଏକ ଆନ୍ଦୋଳନ ଯାହା ବୈଷୟିକ ପ୍ରଗତି ଏବଂ ସାମାଜିକ ପରିବର୍ତ୍ତନରେ ଗଣମାଧ୍ୟମର ବିକଶିତ ଭୂମିକାକୁ ରେଖାଙ୍କିତ କରେ। ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବା ଏବଂ ନବସୃଜନକୁ ପ୍ରୋତ୍ସାହିତ କରୁଥିବା ବୈଶ୍ୱିକ ଭାଗିଦାରୀ ନିର୍ମାଣ କରିବା ଲାଗି ମହାରାଷ୍ଟ୍ର ପ୍ରତିବଦ୍ଧ ରହିଛି।

ଉଦଯାପନୀ ବକ୍ତବ୍ୟରେ, କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗନ କହିଥିଲେ, ୱେଭ୍ସ ସମ୍ମିଳନୀ ଯୌଥ ଉଦ୍ୟୋଗ, ସହପ୍ରଯୋଜନା ଏବଂ ବ୍ୟବସାୟ ବିସ୍ତାର ପାଇଁ ମାର୍ଗପ୍ରଶସ୍ତ କରିବ। ଏହା ବିଶ୍ୱ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ ଭାରତର ସୃଜନଶୀଳ କ୍ଷେତ୍ର ସହିତ ଯୋଡ଼ି ହେବା ଲାଗି ସକ୍ଷମ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଭାରତ ସରକାର ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା, ବ୍ୟବସାୟିକ ସୁଗମତା ଆଣିବା, ସ୍ଥାନୀୟ ବିଷୟବସ୍ତୁ ବା କଣ୍ଟେଣ୍ଟ ସୃଷ୍ଟି କରିବା ଏବଂ ଭିତ୍ତିଭୂମି ବିକାଶକୁ ସମର୍ଥନ କରିବା ଦିଗରେ କାମ କରୁଛନ୍ତି।

ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ କହିଥିଲେ, ‘‘ସମଗ୍ର ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ର ପାଇଁ ୱେଭ୍ସ ହେଉଛି ବିଶ୍ୱର ପ୍ରଥମ ସମନ୍ୱୟ ପ୍ଲାଟଫର୍ମ। ଆମର ଲକ୍ଷ୍ୟ ହେଉଛି ପାରମ୍ପରିକ ଏବଂ ଆଧୁନିକ ଗଣମାଧ୍ୟମ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା, ବିଶ୍ୱସ୍ତରୀ ଭାଗିଦାରୀ ନିର୍ମାଣ କରିବା ଏବଂ ବିଷୟବସ୍ତୁ ସୃଷ୍ଟି ତଥା ବୈଷୟିକ ନବସୃଜନରେ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଉପଯୋଗ କରିବା।

ସେ ଆହୁରି ମଧ୍ୟ କହିଥିଲେ ଯେ ୱେଭ୍ସର ପ୍ରଥମ ସଂସ୍କରଣକୁ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ପାଇଁ ଏକାଧିକ ଟ୍ରାକ୍ ସହିତ ଡିଜାଇନ୍ କରାଯାଇଛି। ବିଶ୍ୱସ୍ତରୀୟ ଗଣମାଧ୍ୟମ ବାର୍ତ୍ତାଳାପରେ ମନ୍ତ୍ରୀ ଏବଂ ନୀତି ନିର୍ଦ୍ଧାରକମାନେ ଅଂଶଗ୍ରହଣ କରିବେ, ଯାହା ଏକ ମାର୍ଗଦର୍ଶକ ନୀତି ଦସ୍ତାବିଜ ଭାବେ ୱେଭ୍ସ ଘୋଷଣାନାମାରେ ପରିଣତ ହେବ। ‘‘ଥଟ୍ ଲିଡର୍ସ ଟ୍ରାକ୍’’ ଉଦ୍ୟୋଗ ବିଶେଷଜ୍ଞମାନଙ୍କ ସହିତ ଜ୍ଞାନ ଆଦାନପ୍ରଦାନ ଅଧିବେଶନ ଆୟୋଜନ କରିବ। ୱେଭ୍ସ ପ୍ରଦର୍ଶନୀରେ କାହାଣୀ କହିବାର ଅଭିନବତ୍ୱ, ଚିତ୍ତାକର୍ଷକ ଅନୁଭୂତି ଏବଂ ଏକ କ୍ରୀଡ଼ା କ୍ଷେତ୍ର ପ୍ରଦର୍ଶିତ ହେବ। ଭାରତ ପାଭିଲିଅନ ଭାରତର ଗଣମାଧ୍ୟମ ଐତିହ୍ୟ ଓ ଭବିଷ୍ୟତ ଉପରେ ଆଲୋକପାତ କରିବ। ସଚିବ ଶ୍ରୀ ଜାଜୁ ଏହା ମଧ୍ୟ କହିଛନ୍ତି ଯେ ୱେଭ୍ସ ବଜାର ବ୍ୟବସାୟିକ ନେଟୱର୍କିଂକୁ ସୁଗମ କରିବ, ଯେତେବେଳେ କି ୱେଭ ଏକ୍ସସେଲରେଟର ମିଡିଆ ଷ୍ଟାର୍ଟଅପଗୁଡ଼ିକୁ ପରାମର୍ଶଦାତା ଓ ପାଣ୍ଠି ସହିତ ସମର୍ଥନ କରିବ। ୱେଭ୍ସ ସାଂସ୍କୃତିକ ସମାରୋହରେ ଭାରତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଭାର ସମ୍ମିଶ୍ରଣ ସହିତ ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା

ନୂଆଦିଲ୍ଲୀ: ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ହେଉଛି ଆନିମେସନ୍ କ୍ଷେତ୍ରରେ ଭାରତର କାହାଣୀକାରମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଅଗ୍ରଣୀ ପଦକ୍ଷେପ। ଏହି ଦେଶବ୍ୟାପୀ ପ୍ରତିଯୋଗିତା ଚଳଚ୍ଚିତ୍ର ନିର୍ମାତାଙ୍କୁ ସେମାନଙ୍କର ସୃଜନଶୀଳତା ଏବଂ ଅଭିନବତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରେ, ଯାହା ସେମାନଙ୍କୁ ଦର୍ଶକଙ୍କ ସହ ଅନୁକୂଳ ମୌଳିକ ଆନିମେଟେଡ ଚଳଚ୍ଚିତ୍ର ଉପସ୍ଥାପନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରୁଛି। ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆନିମେସନର ଏକ ଅଗ୍ରଣୀ ଅନୁଷ୍ଠାନ ଡ୍ୟାନ୍ସିଂ ଏଟମ୍ସ ସହିତ ମିଶି ବିଶ୍ୱ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ର ଏକ ଅଂଶ ଭାବରେ ଏହି ପ୍ରତିଯୋଗିତା ଆରମ୍ଭ କରିଛି।

ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ଏହାର ପ୍ରଥମ ସଂସ୍କରଣରେ ଏକ ଅନନ୍ୟ ହବ୍ ଏବଂ ସମଗ୍ର ମିଡିଆ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡ ଇ) କ୍ଷେତ୍ରର ସମନ୍ୱୟ ପାଇଁ ପ୍ରସ୍ତୁତ ଏକ ପ୍ଲାଟଫର୍ମ । ଏହି କାର୍ଯ୍ୟକ୍ରମ ହେଉଛି ଏକ ପ୍ରମୁଖ ବୈଶ୍ୱିକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ଏମ୍ ଆଣ୍ଡ ଇ ଶିଳ୍ପର ଧ୍ୟାନ ଭାରତକୁ ଆଣିବା ଏବଂ ଏହାର ପ୍ରତିଭା ସହିତ ଭାରତୀୟ ଏମ୍ ଆଣ୍ଡ ଇ କ୍ଷେତ୍ର ସହିତ ଯୋଡ଼ିବା ।

୨୦୨୫, ମେ ରୁ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ ୱାର୍ଲଡ ଗାର୍ଡେନରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରଡକାଷ୍ଟିଂ ଆଣ୍ଡ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର, ଡିଜିଟାଲ ମିଡିଆ ଆଣ୍ଡ ଇନୋଭେସନ ଏବଂ ଫିଲ୍ମସ-ୱେଭ୍ସ ଭଳି ୪ଟି ପ୍ରମୁଖ ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇ ଭାରତର ମନୋରଞ୍ଜନ ଶିଳ୍ପର ଭବିଷ୍ୟତକୁ ପ୍ରଦର୍ଶିତ କରିବା ପାଇଁ ଲିଡର, ନିର୍ମାତା ଏବଂ ଟେକ୍ନୋଲୋଜିଷ୍ଟମାନଙ୍କୁ ଏକାଠି କରିବେ ।

ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ହେଉଛି ୱେଭ୍ସ ଏଭିଜିସି-ଏକ୍ସଆର (ଆନିମେସନ୍, ଭିଜୁଆଲ ଇଫେକ୍ଟସ୍, ଗେମିଂ ଆଣ୍ଡ କମିକ୍ସ, ଏକ୍ସଟେଣ୍ଡେଡ୍ ରିଆଲିଟି) ଢାଞ୍ଚାର ସ୍ତମ୍ଭ ୨ ଅଧୀନରେ ଏକ ପ୍ରମୁଖ ପଦକ୍ଷେପ । ଏବେ ଏହି ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ଶେଷ ହୋଇଥିବାରୁ ୧୯ ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ୧୨୯୦ ଜଣ ପ୍ରତିଯୋଗୀ ସେମାନଙ୍କ ଏଣ୍ଟ୍ରି ଦାଖଲ କରିଛନ୍ତି ଏହି ଦୃଢ଼ ପ୍ରତିକ୍ରିୟା ପ୍ରତିଯୋଗିତାର ବଢୁଥିବା ଆଗ୍ରହ ଏବଂ ବିଶ୍ୱସ୍ତରୀୟ ଆକର୍ଷଣକୁ ଦର୍ଶାଉଛି ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଆବେଦନକାରୀଙ୍କୁ ଦାଖଲ ସମୟସୀମା ପୂର୍ବରୁ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ପଡିବ। ପଞ୍ଜୀକରଣ ସମୟରେ, ଅଂଶଗ୍ରହଣକାରୀମାନଙ୍କୁ ସମୟ ସୀମା ପୂର୍ବରୁ ନିର୍ଦ୍ଧାରିତ ବିଷୟବସ୍ତୁ ଦାଖଲ କରିବା ଆବଶ୍ୟକ। ଏଥିରେ ରହିଛି ସେମାନଙ୍କ ଚଳଚ୍ଚିତ୍ର ଧାରଣାକୁ ସଂକ୍ଷିପ୍ତ କରୁଥିବା ଏକ ଲଗ୍ ଲାଇନ୍, ପୃଷ୍ଠାର ଏକ ସଂକ୍ଷିପ୍ତ ବିବରଣୀ ଯେଉଁଥିରେ ସେମାନଙ୍କ ଚଳଚ୍ଚିତ୍ରର ଧାରଣା ଏବଂ କାହାଣୀ ଦର୍ଶାଯାଇଛି ଏବଂ ଏକ ପୋଷ୍ଟର ଯେଉଁଥିରେ ସେମାନଙ୍କ ଧାରଣାର ସାରକୁ ଦୃଶ୍ୟମାନ ଭାବରେ ଉପସ୍ଥାପିତ କରାଯାଇଛି ।

ମନୋନୀତ ପ୍ରତିଯୋଗୀମାନେ ଶିଳ୍ପ ବିଶେଷଜ୍ଞଙ୍କ ଠାରୁ ଇଣ୍ଟେନ୍‌ସିଭ୍ ମାଷ୍ଟରକ୍ଲାସ ଏବଂ ବ୍ୟକ୍ତିଗତ ପରାମର୍ଶ ମାଧ୍ୟମରେ ସେମାନଙ୍କ ଚଳଚ୍ଚିତ୍ର ଧାରଣାକୁ ସଂଶୋଧନ କରିବାର ସୁଯୋଗ ପାଇବେ । ଏହି ପ୍ରତିଯୋଗିତା ଏକାଧିକ ପର୍ଯ୍ୟାୟରେ ଗଠିତ ହୋଇଛି, ଯାହାର ଉଦ୍ଦେଶ୍ୟ ହେଉଛି ସବୁଠାରୁ ଆଶାଜନକ ଚିନ୍ତାଧାରାକୁ ବିକାଶ ଏବଂ ଉନ୍ନତ କରିବା ।

ପ୍ରତିଯୋଗିତା ପାଇଁ ଦାଖଲ ଅବଧି ସେପ୍ଟେମ୍ବର ୧୦, ୨୦୨୪ରୁ ଆରମ୍ଭ ହୋଇ ନଭେମ୍ବର ୩୦, ୨୦୨୪ରେ ଶେଷ ହୋଇଥିଲା। ଏହାପରେ ଚୟନ ଓ ମେଣ୍ଟରସିପ୍ ରାଉଣ୍ଡ ଚାଲିଛି ଏବଂ ୨୦୨୫ ଏପ୍ରିଲରେ ଚୂଡ଼ାନ୍ତ ଚୟନ ତାଲିକା ଘୋଷଣା କରାଯିବ।  

ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ଉଭୟ ନୂତନ ଏବଂ ବୃତ୍ତିଗତମାନଙ୍କୁ ସେମାନଙ୍କର ସୃଜନଶୀଳ ଚିନ୍ତାଧାରା ପ୍ରଦର୍ଶନ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରେ। ପ୍ରତିଯୋଗୀମାନେ ବିଶେଷଜ୍ଞ ପରାମର୍ଶ, ମାଷ୍ଟରକ୍ଲାସ ଏବଂ ସେମାନଙ୍କ ପ୍ରକଳ୍ପକୁ ଶିଳ୍ପ ନେତୃବୃନ୍ଦଙ୍କ ନିକଟରେ ଉପସ୍ଥାପନ କରିବାର ସୁଯୋଗ ପାଇବେ ଓ ଆକର୍ଷଣୀୟ ପୁରସ୍କାର ଜିତିପାରିବେ।

ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ନିର୍ମାତାଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରିଥାଏ, ଯେଉଁଥିରେ ପରାମର୍ଶଦାତା, ମାଷ୍ଟରକ୍ଲାସ୍ ଏବଂ ଶିଳ୍ପ ନେତୃବୃନ୍ଦଙ୍କୁ ପିଚ୍ କରିବାର ସୁଯୋଗ ମିଳିଥାଏ ।

ୱେଭ୍‌ସ ବିଷୟରେ

ମେ ୧ ରୁ ୪, ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇଠାରେ ଭାରତ ସରକାରଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡଇ) କ୍ଷେତ୍ର ପାଇଁ ଏକ ମାଇଲଖୁଣ୍ଟ ଇଭେଣ୍ଟ ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ୍ ସମିଟ (ୱେଭ୍ସ) ଆୟୋଜନ କରାଯିବ।

ଆପଣ ଜଣେ ଶିଳ୍ପ ପେସାଦାର, ନିବେଶକ, ନିର୍ମାତା କିମ୍ବା ଉଦ୍ଭାବକ ହୁଅନ୍ତୁ, ଶିଖର ସମ୍ମିଳନୀ ଏମ ଆଣ୍ଡଇ ପରିଦୃଶ୍ୟକୁ ସଂଯୋଗ କରିବା, ସହଯୋଗ କରିବା, ଉଦ୍ଭାବନ କରିବା ଏବଂ ଯୋଗଦାନ କରିବା ପାଇଁ ବୈଶ୍ୱିକ ପ୍ଲାଟଫର୍ମ ପ୍ରଦାନ କରେ। ୱେଭ୍ସ ଭାରତର ସୃଜନଶୀଳ ଶକ୍ତିକୁ ବୃଦ୍ଧି କରିବ ଏବଂ ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ବୈଷୟିକ ଅଭିନବତାର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ବଢ଼ାଇବ। ବ୍ରଡକାଷ୍ଟିଂ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ, ସାଉଣ୍ଡ ଆଣ୍ଡ ମ୍ୟୁଜିକ, ବିଜ୍ଞାପନ, ଡିଜିଟାଲ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ ଏଆଇ, ଅଗମେଣ୍ଟେଡ ରିଆଲିଟି (ଏଆର), ଭର୍ଚୁଆଲ ରିଆଲିଟି (ଭିଆର) ଏବଂ ଏକ୍ସଟେଣ୍ଡେଡ ରିଆଲିଟି (ଏକ୍ସଆର) ଆଦି ଶିଳ୍ପ ଓ କ୍ଷେତ୍ର ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଓ୍ବେଭସ ସମିଟରେ ଅଂଶଗ୍ରହଣ କରିବେ ଭାରତ ଟେକ୍ ଟ୍ରାଇମ୍ଫ ପ୍ରୋଗ୍ରାମ ସିଜନ-୩ର ୨୦ ଫାଇନାଲିଷ୍ଟ

ନୂଆଦିଲ୍ଲୀ: ଭାରତ ଟେକ୍ ଟ୍ରାଇମ୍ଫ ପ୍ରୋଗ୍ରାମ (ବିଟିଟିପି)ର ତୃତୀୟ ସଂସ୍କରଣର ଗ୍ରାଣ୍ଡ ଫିନାଲେ ବୁଧବାର (ଫେବ୍ରୁଆରି ୨୬, ୨୦୨୫) ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୨୦ ବିଜୟୀ ଗେମ୍ ଡେଭଲପରଙ୍କ ନାମ ଘୋଷଣା କରାଯାଇଥିଲା। ଏହି ବିଜେତାମାନେ ବର୍ତ୍ତମାନ ଜିଡିସି ୨୦୨୫ (ମାର୍ଚ୍ଚ ୧୭-୨୧, ସାନ୍ ଫ୍ରାନ୍ସିସ୍କୋ), ଷ୍ଟାର୍ଟଅପ୍ ମହାକୁମ୍ଭ (ଏପ୍ରିଲ ୩-୫, ଭାରତ) ଏବଂ ବିଶ୍ୱ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମିଟ (ଓ୍ବେଭସ) (ମେ ୧-୪, ଭାରତ)ରେ ଭାରତର ପ୍ରତିନିଧିତ୍ୱ କରିବେ ଏବଂ ସାରା ବିଶ୍ୱର ନିବେଶକ, ପ୍ରକାଶକ ଏବଂ ଶିଳ୍ପ ନେତାଙ୍କ ସମ୍ମୁଖରେ ସେମାନଙ୍କର ଅଭିନବ ଖେଳ ଏବଂ ସ୍ୱଦେଶୀ ଗେମିଂ ଆଇପି ପ୍ରଦର୍ଶନ କରିବେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଏବଂ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ମିଳିତ ସହଯୋଗରେ ଭାରତର ଖେଳ ବିକାଶ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଟିଟିପି ଆୟୋଜନ କରାଯାଏ। ଏହା ଇଣ୍ଟରଆକ୍ଟିଭ୍ ଏଣ୍ଟରଟେନମେଣ୍ଟ ଆଣ୍ଡ ଇନୋଭେସନ କାଉନସିଲ (ଆଇଇଆଇସି) ଏବଂ ୱିଞ୍ଜୋ ଗେମ୍ସର ଏକ ପ୍ରମୁଖ ପଦକ୍ଷେପ।

ଟେକ୍ ଟ୍ରାଇମ୍ଫ ପ୍ରୋଗ୍ରାମର ତୃତୀୟ ସଂସ୍କରଣ: ବିଶ୍ୱ ସ୍ତରୀୟ ଏବଂ ଜାତୀୟ ସ୍ୱୀକୃତି ନିମନ୍ତେ ପ୍ରବେଶ ଦ୍ୱାର

ବିଟିଟିପି ଏହାର ତିନୋଟି ସଂସ୍କରଣରେ ଭାରତର ଶ୍ରେଷ୍ଠ ଗେମ୍ ଡେଭଲପର୍ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫୦୦ରୁ ଅଧିକ ଅଂଶଗ୍ରହଣ କରିଥିଲେ, ଯାହା ବିଶ୍ୱ ପ୍ରଯୁକ୍ତି ବିଦ୍ୟା ଏବଂ ଆଇପି ପାଇଁ ମେଡ୍ ଇନ୍ ଇଣ୍ଡିଆରେ ଉଦ୍ଭାବନ ଏବଂ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମରେ ପରିଣତ ହୋଇଛି। ଅଂଶଗ୍ରହଣ, ବଜାର ପ୍ରବେଶ ଏବଂ ରପ୍ତାନି ସୁଯୋଗ ଅନୁସନ୍ଧାନ ଦୃଷ୍ଟିରୁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବ୍ୟାପକ ସଂସ୍କରଣ ଅଟେ । ଅଭୂତପୂର୍ବ ସର୍ବଭାରତୀୟ ପହଞ୍ଚ ସହିତ, ବିଟିଟିପିର ସିଜନ ୩ରେ ୧୦ରୁ ଅଧିକ ଗେମିଂ ଷ୍ଟୁଡିଓ, ଇଣ୍ଡି ଡେଭଲପର୍ସ, ଶୀର୍ଷ ଆଇଆଇଟି ଏବଂ ଆଇଆଇଏମ୍ ଛାତ୍ରଛାତ୍ରୀ ଏବଂ ପିସି, ମୋବାଇଲ, କନସୋଲ ଏବଂ ଇମର୍ସିଭ୍ ପ୍ଲାଟଫର୍ମର ଟେକ୍ ଷ୍ଟାର୍ଟଅପ୍ ଗୁଡ଼ିକର ବିବିଧ ଅଂଶଗ୍ରହଣ ଦେଖିବାକୁ ମିଳିଛି।

ସିଜିନ୍-୩ ପାଇଁ ବିଜେତା କ୍ରୀଡ଼ାଗୁଡ଼ିକର ମୂଲ୍ୟାଙ୍କନ ଭାରତର ଶୀର୍ଷ ନିବେଶକ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଏକ ଜୁରି ଦ୍ୱାରା ପରିଚାଳିତ ହୋଇଥିଲା, ଯେଉଁଥିରେ ଡ. ମୁକେଶ ଅଘି (ସିଇଓ ଏବଂ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ସଭାପତି ଏବଂ ସଭାପତି), ପଦ୍ମଶ୍ରୀ ପ୍ରଶାନ୍ତ ପ୍ରକାଶ (ପ୍ରତିଷ୍ଠାତା ଅଂଶୀଦାର, ଏକ୍ସେଲ୍ ପାର୍ଟନର୍ସ) ଏବଂ ଅର୍ଚ୍ଚନା ଜାଗିରଦାର (ରୁକମ କ୍ୟାପିଟାଲର ପ୍ରତିଷ୍ଠାତା ଏବଂ ପରିଚାଳନା ଅଂଶୀଦାର), ଡିପିଆଇଆଇଟିର ଯୁଗ୍ମ ସଚିବ ଶ୍ରୀ ସଞ୍ଜୀବ ଏବଂ କଲାରୀ କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ ରାଜେଶ ରାଜୁ  ସାମିଲ ଥିଲେ।