Categories
ଆଜିର ଖବର ରାଜ୍ୟ ଖବର

ବ୍ୟାସକବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ, ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଜୟନ୍ତୀ ପରିପ୍ରେକ୍ଷୀରେ ଆଜି ସ୍ଥାନୀୟଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ଅନ୍ୟମାନ୍ୟଗଣ୍ୟ ଅତିଥି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସାମଲ ଯୋଗଦେଇ ବ୍ୟାସକବିଙ୍କ ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଓଡିଆା ଭାଷା ଓ ସାହିତ୍ୟର ଉନ୍ନତି ତଥା ଓଡିଆ ଜାତୀୟତା ଆନ୍ଦୋଳନରେ ଫକୀରମୋହନଙ୍କ ଅବଦାନ ଅବିସ୍ମରଣୀୟ ଥିଲା ବୋଲି କହିଥିଲେ।

କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ଓ ବିଭାଗର ଅନ୍ୟ ପଦାଧିକାରୀ,ଉତ୍କଳ ସମ୍ମିଳନୀ, ଉଇ ଫର ଭୁବନେଶ୍ୱର ଅନୁଷ୍ଠାନ, ଉତ୍କଳ ବିଶ୍ୱ ବିଦ୍ୟାଳୟ ଓଡିଆ,ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଛାତ୍ରଛାତ୍ରୀ, ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦର କର୍ମକର୍ତ୍ତାମାନେ ଯୋଗଦେଇ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୫-ଟି’ ଉପକ୍ରମରେ ଲୋକସମ୍ପର୍କ ଅଧିକାରୀମାନେ କାମ କରିବାକୁ ସଂଜୟ ସିଂ ଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଅଧୁନା ବୈଷୟିକ ବିଜ୍ଞାନର ଦ୍ରୁତ ପରିବର୍ତ୍ତନ ଘଟୁଛି। ସେହି ଅନୁସାରେ ଆଇନ୍, ନିୟମ କାନୁନ୍ ଏବଂ କାରବାରରେ ପରିବର୍ତ୍ତନ କରାଯାଉଛି। ରାଜ୍ୟ ସରକାର ଏବେ ‘୫-ଟି’ ଉପକ୍ରମ ଆଧାରରେ ଜନସାଧାରଣଙ୍କୁ ତ୍ୱରିତସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ‘୫-ଟି’ ଉପକ୍ରମ ଆଧାରରେ ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ। ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ।

ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଭୂବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଠାରେ ଆୟୋଜିତ ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଏହା କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ କହିଥିଲେ ଯେ, ଶିଖିବାର କୌଣସି ବୟସ ସୀମା ନାହିଁ ।କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନଙ୍କୁପ୍ରଶିକ୍ଷଣ ଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ଘଟିବ ଓ ସରକାରୀ କାର‌୍ୟ୍ୟକ୍ରମର ସଫଳ ରୂପାୟନ ଓ ପ୍ରଚାର ପ୍ରସାର ଦିଗରେସେମାନେ ଅଧିକ ଦକ୍ଷତାର ସହ କାର‌୍ୟ୍ୟନିର୍ବାହ କରିପାରିବେ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି।

ଏଥି ସହିତ ବିଭାଗୀୟ ଅଧିକାରୀମାନଙ୍କୁପ୍ରତିବର୍ଷ ପ୍ରଶିକ୍ଷଣ ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଭାରତୀୟ ଜନ ସଂଚାର ସଂସ୍ଥାନ,ଢେଙ୍କାନାଳ ସମେତ ଅନ୍ୟ ରାଜ୍ୟରେ ଥିବା ସୂଚନା ଓ ପ୍ରସାରଣ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଷ୍ଟଡି ଟୁର ବା ଶୈକ୍ଷିକ ଭ୍ରମଣ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିବା ସମ୍ପର୍କରେ ସେ ମତବ୍ୟକ୍ତ କରିଥିଲେ। ସେହିପରି ବିଭାଗର ସୂଚନା ଅଧିକାରୀ,କ୍ୟାମେରାମ୍ୟାନ, ଫଟୋଗ୍ରାଫର ଆଦିଙ୍କୁ ବିଜୁ ପଟ୍ଟନାୟକ ଚଳଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ରେ ପ୍ରଶିକ୍ଷଣ ଦିଆଯିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ କହିଲେ ଯେ, ଇତି ମଧ୍ୟରେ ସୂଚନା ସେବା ଅଧିକାରୀମାନଙ୍କ କ୍ୟାଡର ପୁନର୍ଗଠନ କରାଯାଇଛି। କେତେକ ଅଧିକାରୀ ପଦୋନ୍ନୋତି ପାଇଛନ୍ତି। ଆୟୋଜିତ ଏହି ପ୍ରଶିକ୍ଷଣ, ବିଭାଗୀୟ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିତ୍ତୀୟ ଶୃଙ୍ଖଳା ଅନୁପାଳନ ପୂର୍ବକ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିବାରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନର ପାଠ୍ୟକ୍ରମ ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶିକକ୍ଷ ଶ୍ରୀମତୀ ଚିରସ୍ମିତା ସାହୁ, ଅବସରପ୍ରାପ୍ତ ବିତ୍ତ ଅଧିକାରୀ (ଏ.ଜି) ଶ୍ରୀ ଶରତ ଚନ୍ଦ୍ର ରାୟ, ରାଜ୍ୟ କୋଷାକାର ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଦୀପକ ରଂଜନ ଚୌଧୁରୀ ପ୍ରଶିକ୍ଷଣ ପ୍ରଦାନ କରି ଓ.ଜି.ଏଫ୍.ଆର୍ ଏବଂ ଡି.ଏଫ୍.ପି.ଆର୍ ଅନୁଯାୟୀ ଦ୍ରବ୍ୟ କ୍ରୟ, ଡିଡିଓ ମାନଙ୍କର ଭୂମିକା, ସମନ୍ୱିତ ବିତ୍ତୀୟ ପରିଚାଳନା ବ୍ୟବସ୍ଥାରେ ଅନ୍ ଲାଇନ୍ ଯୋଗେ ବିଲ୍ ଦାଖଲ ପ୍ରକ୍ରିୟା ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।

ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ବଜେଟ୍ ପ୍ରସ୍ତୁତି, ପେନସନ ନିୟମ, ସରକାରୀ ବିତ୍ତୀୟ ବ୍ୟବସ୍ଥା ଓ ଅଡିଟ୍, ଆୟକର ପ୍ରଦାନରେ ଟିଡିଏସ୍ ବ୍ୟବସ୍ଥା, ଜି.ଏସ୍.ଟି., ଜି.ଇ.ଏମ୍ ପୋର୍ଟାଲର ବ୍ୟବହାର ଆଦି ସଂପର୍କରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଆୟୋଜିତ ପ୍ରଶିକ୍ଷଣର ଏହି ଉଦ୍ଘାଟନୀ କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ଉପଶାସନ ସଚିବ ଶ୍ରୀ ମନ୍ୟୁପ୍ରକାଶ ଆଚାର୍ଯ୍ୟ,ଉପବିଭାଗ ଅଧିକାରୀ ଶ୍ରୀ ସୌମ୍ୟରଂଜନବିଶ୍ୱାଳ ଏବଂ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ଉପ ନିର୍ଦ୍ଦେଶକ ଶ୍ରୀ ଭାନୁ ମଙ୍ଗଳ ଦାସପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ପରିଚାଳନା କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ବିତ୍ତ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ପାଣି ଏହି ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଉପାଦେୟତା ସଂପର୍କରେ ବର୍କ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ଆଜି ଜନ୍ମଦିନ

ଭୁବନେଶ୍ବର: ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି। ଆଜି ସକାଳେ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲ ଛକ ସ୍ଥିତ ଡଃ ତ୍ରିପାଠୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝି, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ.ଲେନିନ୍ ମହାନ୍ତି ପ୍ରମୁଖ ଯୋଗଦେଇ ଡଃ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶନୀ, ବିଭାଗର ଅନ୍ୟ ପଦାଧିକାରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁ ସଚିବ ଶ୍ରୀ ଲକ୍ଷ୍ମୀଧର ବେହେରା, ଶବରୀ ସାଂସ୍କୃତିକ ପରିଷଦ,ଭୁବନେଶ୍ୱରର ପ୍ରତିଷ୍ଠାତା ଶ୍ରୀ ଗୋଦାବରୀଶ ମହାପାତ୍ର, ସଦସ୍ୟ ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ, ସୁବାସ ଚନ୍ଦ୍ର ହୋତା, ନୀଳମାଧବ ଦାଶ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥି, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।