Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ଶାମ୍ବ ଦଶମୀ: ପୂଜାରେ ଅଛି ‘ଯେତେ ପିଲାକୁ ସେତେ ପିଠା’

ଭୁବନେଶ୍ବର: ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଏଥର ଏହି ଦଶମୀ ଆଜି ଅର୍ଥାତ ଜାନୁୟାରୀ ୯ ତାରିଖରେ ପଡୁଛି। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ।

କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ। ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ। କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ।

ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ ଦିନ ଭିଡ ହୋଇଥାଏ।

ବ୍ରତଧାରୀମାନେ ସେଠାରେ ସୂର୍ଯ୍ୟ ଉଦୟ ଦର୍ଶନ କରି ସ୍ନାନ କରିଥାନ୍ତି। ଏଥିସହିତ ସୂର୍ଯ୍ୟ ଦେବତାଙ୍କୁ ଦ୍ବୀପ ଅର୍ପଣ କରିଥାନ୍ତି। ତେବେ ଯେଉଁମାନେ ଚନ୍ଦ୍ରଭାଗା ଯାଇପାରନ୍ତି ନାହିଁ ସେମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି। ହେଲେ ଘରେ ପୂଜା ବିଧି ଭିନ୍ନ ପ୍ରକାରର ହୋଇଥାଏ।

ଘରେ ଶାମ୍ବ ଦଶମୀ ପୂଜା କିପରି କରାଯାଇଥାଏ

ସାଧାରଣତଃ ଓଡିଆ ଘରେ ଶାମ୍ବ ଦଶମୀ ପୂଜା ବିଧି ତିନୋଟି ଭାଗରେ ବିଭକ୍ତ ହୋଇଥାଏ। ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ ଏହି ପୂଜା କରାଯାଇଥାଏ। ସକାଳେ, ମଧ୍ୟାହ୍ନରେ ଏବଂ ସଂଧ୍ୟାରେ ଏହିପରି ତିନୋଟି ଭାଗରେ ଏହି ପୂଜା କରାଯିବାର ବିଧି ରହିଛି। ତେବେ ଏହି ତିନୋଟି ପୂଜା ପାଇଁ ରହିଛି ଭିନ୍ନ ଭିନ୍ନ ପ୍ରକାରର ବିଧିବିଧାନ। ଏଥିସହିତ ଏହି ତିନିଥର ପୂଜାରେ ମଧ୍ୟ ଭିନ୍ନ ଭିନ୍ନ ଭୋଗ ସୂର୍ଯ୍ୟ ଦେବାତାଙ୍କୁ ଅର୍ପଣ କରାଯାଇଥାଏ।

ପ୍ରଥମ ପୂଜା- ଏହି ପୂଜା ସକାଳୁ ସକାଳୁ କରାଯାଇଥାଏ। ମୁଖ୍ୟତଃ ସୂର୍ଯ୍ୟ ଉଦୟ ହେବା ପରେ ଏହି ପୂଜା କରାଯାଏ। ଯାହାକୁ କୁହାଯାଏ ପ୍ରଥମ ଧୂପ। ଏହି ସମୟରେ ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନାଦି କାର୍ଯ୍ୟ ଶେଷ କରି ଖୋଲା ସ୍ଥାନରେ ସୂର୍ଯ୍ୟ ଉଦୟକୁ ଅପେକ୍ଷା କରି ରହିବାକୁ ପଡେ। ଏଥିରେ କେବଳ ଫଳ ଓ ମିଷ୍ଟାନ୍ନ ପୂଜା କରିବାର ବିଧି ରହିଛି। ସୂର୍ଯ୍ୟ ଉଇଁବା ପରେ ଏହି ଭୋଗ ପୂଜା କରି ସୂର୍ଯ୍ୟ ପୁରାଣ ପାରାୟଣ କରିବାକୁ ପଡିଥାଏ।

ଦ୍ବିତୀୟ ପୂଜା-ଏହି ପୂଜା ହେଉଛି ସୂର୍ଯ୍ୟ ପୂଜା ବା ଶାମ୍ବ ଦଶମୀର ମୁଖ୍ୟ ପୂଜା। ଏହା ମଧ୍ୟାହ୍ନ ବେଳେ ବା ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ କରାଯାଇଥାଏ। ଏହି ସମୟରେ ଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥାଏ। ତାହା ହେଲା ଗଇଁଠା, ଅଟକଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡି ଏବଂ ଶାମ୍ବ ଦଶମୀର ସ୍ବତନ୍ତ୍ର ଭୋଗ ଘୁଡୁଘୁଡିଆ ତରକାରୀ। ଏହାକୁ କେତେ ସ୍ଥାନରେ ଘଡାଘଡା, କେତେକ ଘୁଡଘୁଡ ତରକାରୀ ବୋଲି କହିଥାନ୍ତି। ସାଧାରଣତଃ ଏହି ସମୟର ପୂଜା ମୁଖ୍ୟ ପୂଜା ହୋଇଥିବାରୁ ସମସ୍ତେ ଏହି ଗୋଟିଏ ପୂଜାରେ ସବୁକିଛି ସାରି ଦେଇଥାନ୍ତି।

ଶେଷ ପୂଜା- ଶାମ୍ବ ଦଶମୀରେ ଶେଷ ପୂଜା ହେଉଛି ସଂଧ୍ୟା ପୂଜା ବା ସଂଧ୍ୟା ଧୂପ। ସୂର୍ଯ୍ୟ ଅସ୍ତ ହେବା ବେଳେ ଏହି ପୂଜା କରାଯାଇଥାଏ। ଏଥିରେ ମଧ୍ୟ ଭୋଗ ଭିନ୍ନ ପ୍ରକାରର ହୋଇଥାଏ। ଏଥିରେ ମୁଖ୍ୟତଃ ଏଣ୍ଡୁରୀ, କାକରା ଏବଂ ମାଲପୁଆ ପୂଜା କରାଯାଇଥାଏ।

ମଧ୍ୟାହ୍ନ ପୂଜା ହେଉଛି ସବୁଠାରୁ ଗୁରୁତ୍ବ ପୂର୍ଣ୍ଣ। ଏହି ପୂଜାରେ ଘରର ଯେତେ ପିଲା ଅଛନ୍ତି ସମସ୍ତଙ୍କ ନାମରେ ଗୋଟିଏ ଗୋଟିଏ ପିଠା ପୂଜା କରିବାର ବିଧି ମଧ୍ୟ ରହିଛି। ଅର୍ଥାତ ସୂର୍ଯ୍ୟ ଦେବତାଙ୍କୁ ସେହି ପିଲା ନାମରେ ସେହି ପିଠା ଭୋଗ କରାଯାଇଥାଏ। ଭୋଗ ପରେ ସେହି ପିଠାକୁ ସେ ହିଁ ପ୍ରସାଦ ଭାବେ ଗ୍ରହଣ କରିଥାଏ।

ସେହିପରି ଆଉ ଏକ ପିଲା ନାମରେ ଆଉ ଏକ ପିଠା ପୂଜା କରାଯାଇ ତାଙ୍କୁ ହିଁ ପ୍ରସାଦ ଦିଆଯାଇଥାଏ। ମୁଖ୍ୟତଃ ବୁଢା ଚକୁଳି ବା ମୋଟା ଚକୁଳି ଭୋଗ ପିଲାଙ୍କ ନାମରେ ଦିଆଯାଇଥାଏ। ସେଥିପାଇଁ ଓଡିଆ ଘରେ ଏକ ଢେଗ ଅଛି – “ଯେତେ ପିଲାକୁ ସେତେ ପିଠା”।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ବଡ ଭୂମିକା ରହିଛି, ଜାଣନ୍ତୁ କେଉଁ ସମୟରେ କଣ କଲେ ଘରେ ସୁଖ ସମୃଦ୍ଧି ବଢେ

ଭୁବନେଶ୍ବର, ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ…

୧.  ସୂର୍ଯ୍ୟୋଦୟ ପୂର୍ବରୁ ରାତି ୩ ରୁ ୬ ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୂହୁର୍ତ୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ।

୨. ସକାଳ ୬ ରୁ ୯ ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ ଘରେ ସୁଖ ଶାନ୍ତି ପ୍ରବେଶ କରିବ।

୩. ସକାଳ ୯ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ, ସୂର୍ଯ୍ୟ ଘରର ଦକ୍ଷିଣ-ପୂର୍ବରେ ରୁହନ୍ତି। ଖାଦ୍ୟ ରାନ୍ଧିବା ପାଇଁ ଏହି ସମୟ ଉପଯୁକ୍ତ ଅଟେ। ରୋଷେଇ ଘର ଏବଂ ବାଥରୁମଗୁଡ଼ିକ ଓଦା ରୁହେ। ତେଣୁ ଏଗୁଡ଼ିକ ଏପରି ସ୍ଥାନ ହେବା ଉଚିତ ଯେଉଁଠାରେ ସୂର୍ଯ୍ୟ କିରଣ ମିଳିପାରିବ, କେବଳ ସେତେବେଳେ ସେଗୁଡ଼ିକ ଶୁଖିଲା ଏବଂ ସୁସ୍ଥ ରହିପାରିବ।

୪. ମଧ୍ୟାହ୍ନ ୧୨ ଟା ୩ ଟା ଏକ ବିଶ୍ରାମ ସମୟ। ସୂର୍ଯ୍ୟ ଦକ୍ଷିଣରେ ଅଛି, ତେଣୁ ଶୋଇବା ଘର ଏହି ଦିଗରେ ତିଆରି ହେବା ଉଚିତ୍।

୫. ୩ ଟାରୁ ୬ ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ଉପଯୁକ୍ତ ସମୟ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମ ଭାଗରେ ରୁହନ୍ତି, ତେଣୁ ଏହି ସ୍ଥାନରେ ଏକ ଅଧ୍ୟୟନ କକ୍ଷ କିମ୍ବା ଲାଇବ୍ରେରୀ ପାଇଁ ଉପଯୁକ୍ତ।

୬. ସନ୍ଧ୍ୟା ୬ ରୁ ୯ ପର୍ଯ୍ୟନ୍ତ ସମୟ ଖାଇବା, ବସିବା ଏବଂ ପଢିବା ପାଇଁ, ତେଣୁ ଘରର ପଶ୍ଚିମ କୋଣ ଭୋଜନ କିମ୍ବା ସଭା କକ୍ଷ ପାଇଁ ଉପଯୁକ୍ତ।

୭. ସୂର୍ଯ୍ୟ ଘରର ଉତ୍ତର-ପଶ୍ଚିମ ଦିଗରେ ରାତି ୯ ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ରୁହନ୍ତି। ଏହି ସ୍ଥାନ ଶୟନ କକ୍ଷ ପାଇଁ ମଧ୍ୟ ଉପଯୋଗୀ.

୮. ମଧ୍ୟରାତ୍ରିରୁ ସକାଳ ୩ ଟା ପର୍ଯ୍ୟନ୍ତ, ସୂର୍ଯ୍ୟ ଘରର ଉତ୍ତର ଭାଗରେ ରୁହନ୍ତି। ଏହି ସମୟ ଅତ୍ୟନ୍ତ ଗୋପନୀୟ ଅଟେ। ମୂଲ୍ୟବାନ ଜିନିଷ କିମ୍ବା ଅଳଙ୍କାର ଇତ୍ୟାଦି ରଖିବା ପାଇଁ ଏହି ଦିଗ ଏବଂ ସମୟ ଭଲ ଅଟେ।

Categories
ଆଜିର ଖବର ଧର୍ମ ବିଶେଷ ଖବର

ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ବଡ ଭୂମିକା ରହିଛି, ଜାଣନ୍ତୁ କେଉଁ ସମୟରେ କଣ କଲେ ଘରେ ସୁଖ ସମୃଦ୍ଧି ବଢେ

ଭୁବନେଶ୍ବର, ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ…

1.  ସୂର୍ଯ୍ୟୋଦୟ ପୂର୍ବରୁ ରାତି 3 ରୁ 6 ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୁହୂର୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ।

2. ସକାଳ 6 ରୁ 9 ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ ଘରେ ସୁଖ ଶାନ୍ତି ପ୍ରବେଶ କରିବ।

3. ସକାଳ 9 ଟାରୁ ଦିନ 12 ଟା ପର୍ଯ୍ୟନ୍ତ, ସୂର୍ଯ୍ୟ ଘରର ଦକ୍ଷିଣ-ପୂର୍ବରେ ରୁହନ୍ତି। ଖାଦ୍ୟ ରାନ୍ଧିବା ପାଇଁ ଏହି ସମୟ ଉପଯୁକ୍ତ ଅଟେ। ରୋଷେଇ ଘର ଏବଂ ବାଥରୁମଗୁଡ଼ିକ ଓଦା ରୁହେ। ତେଣୁ ଏଗୁଡ଼ିକ ଏପରି ସ୍ଥାନ ହେବା ଉଚିତ ଯେଉଁଠାରେ ସୂର୍ଯ୍ୟ କିରଣ ମିଳିପାରିବ, କେବଳ ସେତେବେଳେ ସେଗୁଡ଼ିକ ଶୁଖିଲା ଏବଂ ସୁସ୍ଥ ରହିପାରିବ।

4. ମଧ୍ୟାହ୍ନ 12 ଟା 3 ଟା ଏକ ବିଶ୍ରାମ ସମୟ। ସୂର୍ଯ୍ୟ ଦକ୍ଷିଣରେ ଅଛି, ତେଣୁ ଶୋଇବା ଘର ଏହି ଦିଗରେ ତିଆରି ହେବା ଉଚିତ୍।

5. 3ଟାରୁ 6 ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ପାଇଁ ଉପଯୁକ୍ତ ସମୟ। ଏହି ସମୟରେ ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମ ଭାଗରେ ରୁହନ୍ତି, ତେଣୁ ଏହି ସ୍ଥାନରେ ଏକ ଅଧ୍ୟୟନ କକ୍ଷ କିମ୍ବା ଲାଇବ୍ରେରୀ ପାଇଁ ଉପଯୁକ୍ତ।

6. ସନ୍ଧ୍ୟା 6 ରୁ 9 ପର୍ଯ୍ୟନ୍ତ ସମୟ ଖାଇବା, ବସିବା ଏବଂ ପଢିବା ପାଇଁ, ତେଣୁ ଘରର ପଶ୍ଚିମ କୋଣ ଭୋଜନ କିମ୍ବା ସଭା କକ୍ଷ ପାଇଁ ଉପଯୁକ୍ତ।

7. ସୂର୍ଯ୍ୟ ଘରର ଉତ୍ତର-ପଶ୍ଚିମ ଦିଗରେ ରାତି 9 ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ରୁହନ୍ତି। ଏହି ସ୍ଥାନ ଶୟନ କକ୍ଷ ପାଇଁ ମଧ୍ୟ ଉପଯୋଗୀ.

8. ମଧ୍ୟରାତ୍ରିରୁ ସକାଳ 3 ଟା ପର୍ଯ୍ୟନ୍ତ, ସୂର୍ଯ୍ୟ ଘରର ଉତ୍ତର ଭାଗରେ ରୁହନ୍ତି। ଏହି ସମୟ ଅତ୍ୟନ୍ତ ଗୋପନୀୟ ଅଟେ। ମୂଲ୍ୟବାନ ଜିନିଷ କିମ୍ବା ଅଳଙ୍କାର ଇତ୍ୟାଦି ରଖିବା ପାଇଁ ଏହି ଦିଗ ଏବଂ ସମୟ ଭଲ ଅଟେ।