Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ୪ର୍ଥ ସଂଧ୍ୟାରେ କର୍ଣ୍ଣାଟକୀ କଣ୍ଠ ସଙ୍ଗୀତ ସହ କଥକ ନୃତ୍ୟ

ଭୁବନେଶ୍ୱର:  ରବିନ୍ଦ୍ର ମଣ୍ଡପରେ ଚାଲିଥିବା ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା ବେଶ ଆକର୍ଷଣୀୟ ଥିଲା।  ବହୁମୁଖୀ ତଥା ପ୍ରତିଭାଶାଳୀ କର୍ଣ୍ଣାଟକୀ କଣ୍ଠ ସଙ୍ଗୀତଜ୍ଞ ଗାୟକ ସିକ୍କିଲ ଗୁରୁଚରଣଙ୍କ କର୍ଣ୍ଣାଟକୀ ସଙ୍ଗୀତରୁ ଏହି ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ମାଳେଶ୍ୱରସ ପରେ ପରେ ରାଗ ଗଙ୍ଗାଭୁଶଣ ସଂଗୀତ ପରିବେଷଣ କରିଥିଲେ। ତାଙ୍କ ସହ ବେହେଲାରେ ଶ୍ରୀଭିସଞ୍ଜୀବ ଏବଂ ମୃଦଙ୍ଗମରେ ଶ୍ରୀ ଏନ ସି ଭରଦ୍ୱାଜ ସହଯୋଗ କରିଥିଲେ। ଏକକ ସଂଗୀତକାର ତଥା ସାଥୀ କଳାକାର ଭାବରେ ସେମାନଙ୍କର ସମୃଦ୍ଧ ଅଭିଜ୍ଞତା ସିକ୍କିଲ ଗୁରୁଚରଣଙ୍କ ସଂଗୀତ ପ୍ରଦର୍ଶନରେ ସୁମଧୁର ବାତାବରଣ ସୃଷ୍ଟି କରିଥିଲା।

ଏହାପରେ ପଶ୍ଚିମବଙ୍ଗରୁ ଆସିଥିବା ବିଦୁଷୀ ପରମିତା ମିତ୍ର ଏବଂ ତାଙ୍କ ଅନୁଷ୍ଠାନ ନୃତ୍ୟାଙ୍ଗନମାନେ କଥକ ନୃତ୍ୟ ପରିବେଶଣ କରିଥିଲେ। ସେମାନେ ପ୍ରଥମେ ଅଭିନୟ ଶ୍ରୀମନ୍ଦିରାୟଣ ଯାହା ମହାମୃତ୍ୟୁଞ୍ଜୟ ମନ୍ତ୍ରରୁ ଉଦ୍ଧୃତ ତଥା ତିନି ଆଖି ଭଗବାନ ଶିବ କିମ୍ବା ରୁଦ୍ରଙ୍କୁ ସମ୍ବୋଧିତ କରିଥିଲା। ବ୍ୟକ୍ତିର ଭାବ ପ୍ରବଣ ତଥା ଶାରୀରିକ ସୁସ୍ଥତା ପାଇଁ ଜୀବନ ପ୍ରଦାନ କରୁଥିବା ଅମୃତଭଣ୍ଡାର ପ୍ରତୀକ ଏବଂ ଦୀର୍ଘାୟୁ ହେବାର କାରଣ ଏହି ମନ୍ତ୍ର କଥକ ନୃତ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

ଶ୍ରୀମନ୍ଦିରାୟଣଙ୍କୁ ସ୍ୱର୍ଗତ ଶ୍ରୀ ଦେବାଶିଷ ସାର୍କ ଗାଇଥିଲେ। ଶ୍ରୀ ବିଶ୍ୱଜିତ ପାଲ ଏବଂ ଶ୍ରୀଚନ୍ଦ୍ରଚୁର ଭଟ୍ଟାଚାର୍ଜ୍ୟ ଯଥାକ୍ରମେ ତବଲା ଓ ସୀତାରରେ ସହଯୋଗ ପ୍ରଦାନ କରିଥିଲେ। ନୃତ୍ୟ ସଂରଚନା ପରମିତାମିତ୍ର ଏବଂ ଅଭିନୟ କରୁଥିବା ଶିଳ୍ପୀମାନେ ହେଲେ ଶ୍ରୀତମାବାନାର୍ଜୀ, ରେଶମୀମିତ୍ର, ନିଲୋପାମିତ୍ର, ସତବଡିମାଜି, ସୁଜନ୍ତ ଘୋଷ, ଶୁଭ୍ରଦୀପ ଖାଁ, ବିଶାଲ ଦତ୍ତା ଏବଂ ନୀଲମରାଜରୟ। ନୃତ୍ୟାଙ୍ଗନ୍‍ କଥକ କେନ୍ଦ୍ରର ପରବର୍ତ୍ତୀ ଉପସ୍ଥାପନା ଥିଲା ଧାମର ଯାହା ୧୪ଟି ମାତ୍ରା ଚକ୍ରରେ କଥକ ନୃତ୍ୟର ଅଭିନ୍ନ ଦିଗଗୁଡିକ ପ୍ରଦର୍ଶନ କରୁଥିଲା।

ତା’ପରେ ସେମାନେ ଏକ ଅଭିନୟ ବା ଭାବପ୍ରବଣ ନୃତ୍ୟାଂଶ ଉପସ୍ଥାପନ କରିଥିଲେ। ସେମାନଙ୍କର ଅନ୍ତିମ ଉପସ୍ଥାପନା ଥିଲା ବାଦ୍ୟଚିତ୍ରାଏକ ମ୍ୟୁଜିକାଲ୍‌ ଡ୍ରମ୍ ଦ୍ୱାରା ଅଙ୍କିତ ଘୁଙ୍ଗୁର ଚିତ୍ରକୁ ଚିତ୍ରଣ କରିଥିଲା। ବାଦ୍ୟଚିତ୍ରା ୪ଟି ବାଦ୍ୟଯନ୍ତ୍ର ଯଥା ପଖୋଜ, ଖୋଳ, ତବଲା ଏବଂ ଢୋଲକୁ ସୁନ୍ଦର ଭାବରେ କଥକ ମାଧ୍ୟମରେ ଶିଳ୍ପିମାନେ ଉପସ୍ଥାପିତ କରିଥିଲେ।

ଆଜି ସନ୍ଧ୍ୟାର ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍‍ ତଥା ସମାଜ ସେବିକା ଶ୍ରୀମତୀ ପ୍ରୀତିରାୟ ଚାନ୍ଦ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ଡ. ରାମହରୀ ଦାସ, କଳା ସମୀକ୍ଷକ ଶ୍ରୀମତୀ ତପତୀ ଚୌଧୁରୀ ଓ ଲେଖକ ତଥା କଳା ସମୀକ୍ଷକ ଶ୍ରୀ କେଦାର ମିଶ୍ର ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୭ ରେ ସୃଜନ ୨୮ ତମ ଓ.ଏମ୍‌.ସି. ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ତୃତୀୟ ସନ୍ଧ୍ୟା ଆୟୋଜନ କରିଥିଲେ। ତୃତୀୟ ସନ୍ଧ୍ୟା ଦର୍ଶକଙ୍କ ପାଇଁ  ଯନ୍ତ୍ର ସଂଗୀତର ପରିବେଷଣ ହୋଇଥିଲା। ଯାହାକୁ ଶିବାଗ୍ନି ଅନୁଷ୍ଠାନର ପ୍ରଖ୍ୟାତ ସଙ୍ଗୀତଜ୍ଞମାନେ ପରିବେଶଣ କରିଥଲେ।

ସୃଜନ ଅନୁଷ୍ଠାନର ଫେସବୁକ୍‌ ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି । ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ଗୁରୁ କେଳୁଚରଣ ମହାପାତ୍ର ଉତ୍ସବର ତୃତୀୟ ସଂଧ୍ୟାରେ ଶୁଭିଲା ବାଦ୍ୟଯନ୍ତ୍ରର ସମଷ୍ଟି – ମ୍ୟୁଜିକାଲ୍‍ ମିଲେଙ୍ଗେ

ଭୁବନେଶ୍ୱର : ସେପ୍ଟେମ୍ବର ୬ ରେ ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୮ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୨ ର ଦ୍ୱିତୀୟ ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ନୃତ୍ୟ ଏବଂ ସଂଗୀତ ଉପସ୍ଥାପନା କରାଯାଇଥିଲା ଯାହା ସୁଶ୍ରୀ ସୃଷ୍ଟି ସୁରୂପା ମିଶ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲାଏବଂ ପରେ ବିଦୁସୀ ଗୀତାଚନ୍ଦ୍ରନ୍‍ଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନ ଦ୍ୱାରା ସମାପ୍ତ ହୋଇଥିଲା।

ନୃତ୍ୟ, ସଂଗୀତ ଏବଂ ସାଂଗଠନିକ ସଠିକତାର ଆଉ ଏକ ପ୍ରଶଂସନୀୟ ଦିନ ପରେ, ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତିର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ, ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ଶ୍ରୀ ତଥାଗତ ଶତପଥୀ; କାଦମ୍ବିନୀ ପତ୍ରୀକାର ସମ୍ପାଦିକା ଡ଼କ୍ଟର ଇତୀରାଣି ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱୋଳନ ପରେ ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ରତିକାନ୍ତ ମହାପାତ୍ର ଓ ଶ୍ରୀ ଅଗ୍ନିମିତ୍ର ବେହେରାଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବାଗ୍ନି ଓଡିଶାର ୧୦ ଜଣ ଶୀର୍ଷ ମାନ୍ୟତା ପ୍ରାପ୍ତ ସଂଗୀତଜ୍ଞଙ୍କ ପ୍ରତିଭା ଏବଂ ଅଭିଜ୍ଞତାର ଏକ ମିଶ୍ରଣ। ସେମାନେ ହେଲେ ବେହେଲାରେ ଶ୍ରୀ ଅଗ୍ନିମିତ୍ରା ବେହେରା, ବଂଶୀରେ ଶ୍ରୀ ଶ୍ରୀନିବାସ ଶତପଥୀ, ଗିଟାରରେ ଶ୍ରୀ ଦେବ ରଂଜନ ନାୟକ ଓ ଶ୍ରୀ ପ୍ରଣବ ପ୍ରଧାନ, କିବୋର୍ଡରେ ଶ୍ରୀରମେଶ ଚନ୍ଦ୍ର ବେହେରା, ତବଲାରେ ଶ୍ରୀ ବିଶ୍ୱ ରଞ୍ଜନ ନନ୍ଦ, ପରକ୍ୟୁସନରେ ଶ୍ରୀ ବୈଭବ କୁମାର ଦାସ ଓ ଶ୍ରୀ ସମୀର ରଂଜନ ପ୍ରଧାନ, ଡ୍ରମରେ ଶ୍ରୀ ବିକସିତ୍‌ ସାହୁ ଏବଂ କଣ୍ଠରେ ଶ୍ରୀ ମିଲନ୍‌ କୁମାର ପଣ୍ଡା।

ସେମାନେ ଜୀବନର ସମସ୍ତ ବାଧା ବିଘ୍ନ ଏବଂ ଅସୁବିଧାଗୁଡ଼ିକର ବିନାଶକାରୀ ଭଗବାନ ଗଣେଶଙ୍କୁ ପ୍ରଣାମ ପୂର୍ବକ ବକ୍ରତୁଣ୍ଡ ମହାକାୟ ସହିତ ସେମାନଙ୍କର ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେମାନଙ୍କର ପରବର୍ତ୍ତୀ ପ୍ରସ୍ତୁତି ଯାହାର ନାମ ଇମ୍ପୋସିଆନ୍‌, ଏକ ଉଚ୍ଚକୋଟୀର ପରିବେଶଣ ଥିଲା ଯାହାକୁ କଳାକାରମାନଙ୍କ ଦ୍ୱାରା ତୀବ୍ରତା ଏବଂ ଉତ୍ସାହ ସହିତ ପରିବେସିତ ହୋଇଥିଲା। ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ମୂଳ ଦୁଆରେ ଓଡ଼ିଶାର ଗର୍ବ ପାଳନ କରି ଶିବାଗ୍ନିତା’ ପରେ ଓଡ଼ିଶୀ ଫ୍ୟୁଜନ୍‌ ପରିବେଶଣ କରିଥିଲେ।

ପରବର୍ତ୍ତୀ ଉପସ୍ଥାପନା ଥିଲା ବର୍ଷାର ଶାନ୍ତକାରୀ ଶବ୍ଦ ପ୍ରଦର୍ଶନ, ଯାହା ଦୂର ତଥା ନିକଟବର୍ତ୍ତୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରେ ପରେ ପରେ ସେମାନେ ସନ୍ଥ କବୀରଙ୍କ ଦୋହାକୁ ସଙ୍ଗୀତ ମାଧ୍ୟମରେ ଚିତ୍ରଣ କରିଥିଲେ ଏବଂ ଶେଷରେ ଭଗବାନ ଶିବଙ୍କ ଉପରେ ପର୍ଯ୍ୟବେସିତ ଶିବନାସ ପରିବେଶଣ କରିଥିଲେ। ଶିବାଗ୍ନିର ସଂଗୀତଜ୍ଞମାନଙ୍କ ଦ୍ୱାରା ପରିବେଶିତ ସମସ୍ତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍‍ ଆକର୍ଷିତ କରିଥିଲା।

ସୃଜନ ଅନୁଷ୍ଠାନର ଫେସବୁକ୍‌ପେଜ୍‌ ଏବଂ ୟୁଟ୍ୟୁବ୍‌ ଚ୍ୟାନେଲରେଏହି ପୁରସ୍କାର ଉତ୍ସବର ସିଧା ପ୍ରସାରଣ କରାଯାଉଛି। ଏହି ଉତ୍ସବର ପରିକଳ୍ପନା ସୃଜନ ନିର୍ଦ୍ଦେଶକ ଗୁରୁରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର କରିଛନ୍ତି। ଏହିକାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ଓ ଅନୁଜାତାରିଣୀ ମିଶ୍ର ପରିଚାଳନା କରିଥିଲେ।