Categories
ଆଞ୍ଚଳିକ

ବାଣପୁର: ସେଣ୍ଟ ଜାଭିଅରସ ହାଇସ୍କୁଲରେ ଅନୁଷ୍ଠିତ ହେଲା ‘ମାଗଣା ହାଟ’ ନାମକ ନିଆରା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ସେଣ୍ଟ ଜାଭିଅରସ ହାଇସ୍କୁଲ ପରିସରରେ ଆଜି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ପର୍ଯ୍ୟଟନ ଅଧିକାରୀ ଜଗନ୍ନାଥ ବେହରା ମିଳିତ ଭାବେ ଉଦଘାଟନ କରିଥିଲେ।

ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ତିନି ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ।

ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ ଖାଲି ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଏପରିକି ବହୁ ବଞ୍ଚିତ ହିତାଧିକାରୀ ମାନେ ଅଗ୍ରିମ ହାଟ ପାଇଁ ଉତ୍କଣ୍ଠାର ସହକାରେ ଚାହିଁ ବସିବା ସହ ସେମାନଙ୍କ ନାମ ମଧ୍ୟ ପଞ୍ଜିକରଣ କରିଛନ୍ତି।

ତେବେ ଏହାକୁ ମିଶାଇ ତୃତୀୟ ଥର ବାଣପୁରରେ ଏପରି କାର୍ଯ୍ୟକ୍ରମ ହୋଇଥିବାବେଳେ ସମଗ୍ର ବାଣପୁରବାସି ସେଣ୍ଟ ଜାଭିଅରସ ହାଇସ୍କୁଲର ଉକ୍ତ ମହତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସେଣ୍ଟ ଜାଭିଅରସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେଲା ‘ମାଗଣା ହାଟ’ ନାମକ ନିଆରା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ସେଣ୍ଟ ଜାଭିଅରସ ହାଇସ୍କୁଲ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ଦୁଇ ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ।

ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ ଖାଲି ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଏପରିକି ବହୁ ବଞ୍ଚିତ ହିତାଧିକାରୀ ମାନେ ଅଗ୍ରିମ ହାଟ ପାଇଁ ଉତ୍କଣ୍ଠାର ସହକାରେ ଚାହିଁ ବସିବା ସହ ସେମାନଙ୍କ ନାମ ମଧ୍ୟ ପଞ୍ଜିକରଣ କରିଛନ୍ତି।

ତେବେ ବାଣପୁରରେ କୌଣସି ସଂସ୍ଥା ଦ୍ୱାରା ଏପରି କାର୍ଯ୍ୟକ୍ରମ ପ୍ରଥମ ବୋଲି ଆଲୋଚନା ହେଉଥୁବାବେଳେ ସମଗ୍ର ବାଣପୁରବାସି ସେଣ୍ଟ ଜାଭିଅରସ ହାଇସ୍କୁଲର ଉକ୍ତ ମହତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ସେଣ୍ଟ ଜାଭିଅରସ୍ ହାଇସ୍କୁଲରେ ମାଗଣା ଚକ୍ଷୁ ଚିକିତ୍ସା ଓ ରକ୍ତଦାନ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସେଣ୍ଟ ଜାଭିଅରସ ହାଇସ୍କୁଲ ଏବଂ ରେଡ଼ ସ୍ୱସ୍ତିକ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତଦାନ ଶିବିର ମିଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଓ ଏହାର ଆଖପାଖ ଅଞ୍ଚଳର ୧୫୦ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେହିପରି ଭାବେ ରକ୍ତଦାନ ଶିବିରରୁ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଯୋଗଦେଇଥିଲେ। ଆପୋଲୋ ହସ୍ପିଟାଲର ଚକ୍ଷୁ ବିଭାଗର ମୁଖ୍ୟ ଡ଼ଃ. ଦୀପ୍ତି ଙ୍କ ନେତୃତ୍ୱରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଦେବାଶିଷ ମିଶ୍ର ଏବଂ ଦେବାଶିଷ ପାଣିଗ୍ରାହୀ ଜନସାଧାରଣଙ୍କ ଚକ୍ଷୁ ଜନିତ ସମସ୍ୟାର ସମାଧାନ କରିଥିଲେ। ସେଣ୍ଟ ଜାଭିଅରସ ହାଇସ୍କୁଲର ଅଧ୍ୟକ୍ଷ ଡଃ. ଶକ୍ତି ପ୍ରସାଦ ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ହୋତା, ମହେଶ ଆଚାରୀ, ବିଶ୍ୱଜିତ ଶତପଥୀ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିଥିଲେ। ଏହି ଶିବିରରେ ବାଣପୁର ଏନଏସିର ପୂର୍ବତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ଯୁବ ସମାଜସେବୀ ପୃଥ୍ବୀରାଜ ଭୋଳ ପ୍ରମୁଖ ରକ୍ତଦାନ କରିଥିଲେ। ପରିଶେଷରେ ସତ୍ୟ ନାରାୟଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।