Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପୁଣି ଥରେ ଇତିହାସ ସୃଷ୍ଟି କଲା ଷ୍ଟକ୍ ମାର୍କେଟ୍: ପ୍ରଥମ ଥର ପାଇଁ ୬୦ ହଜାର ସଂଖ୍ୟା ଛୁଇଁଲା ସେନ୍ସେକ୍ସ

ମୁମ୍ବାଇ: ଭାରତୀୟ ଷ୍ଟକ ମାର୍କେଟ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସ ୬୦ ହଜାର ସଂଖ୍ୟାକୁ ଛୁଇଁଛି। ଆଜି ସକାଳେ ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ ସେନ୍ସେକ୍ସ ୨୭୩ ପଏଣ୍ଟକୁ ଡେଇଁ ୬୦ ହଜାରରୁ ଅଧିକ ସଂଖ୍ୟାରେ ପହଞ୍ଚିଯାଇଥିଲା। ୨୭୩ ପଏଣ୍ଟ ବୃଦ୍ଧି ସହିତ ସେନ୍ସେକ୍ସ ୬୦,୧୫୮.୭୬ ରେ ଖୋଲିଲା। ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତକାଲି ସେନସେକ୍ସ ୫୯,୮୮୫ ପଏଣ୍ଟରେ ବନ୍ଦ ହୋଇଥିଲା। ଗୁରୁବାର ଦିନ, ବିଏସଏ ସେନସେକ୍ସରେ ୯୫୮ ପଏଣ୍ଟ ଲମ୍ଫ ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ମଧ୍ୟ ସେନ୍ସେକ୍ସରେ ଏକ ବିରାଟ ଲମ୍ଫ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ଆଜି ଇତିହାସ ସୃଷ୍ଟି କରିପାରିବ। ନିଫ୍ଟି ୧୮ ହଜାର ସଂଖ୍ୟା ଅତିକ୍ରମ କରିବା ଠାରୁ ନିଫ୍ଟି ମାତ୍ର କିଛି ପଏଣ୍ଟ ପଛରେ ଅଛି। ଗୁରୁବାର ଦିନ ନିଫ୍ଟି ୨୭୬.୩୦ ପଏଣ୍ଟ ବା ୧.୫୭ ପ୍ରତିଶତକୁ ବୃଦ୍ଧି ପାଇ ରେକର୍ଡ ୧୭,୮୨୨.୯୫ ପଏଣ୍ଟରେ ବନ୍ଦ ହୋଇଥିଲା। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଗୁରୁବାର ଦିନ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ, ଯେଉଁଥିପାଇଁ ଭାରତ ସମେତ ସାରା ବିଶ୍ୱରେ ଷ୍ଟକ୍ ମାର୍କେଟରେ ବୃଦ୍ଧି ଘଟୁଛି। ତେବେ ଗୁରୁବାର ଦିନ ଆମେରିକାର ବଜାର ମାତ୍ର ଏକ ପ୍ରତିଶତ ଦୃଦ୍ଧି ହାସଲ କରିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଇତିହାସ ସୃଷ୍ଟି କଲା ଷ୍ଟକ୍ ମାର୍କେଟ୍: ସେନ୍ସେକ୍ସ ପ୍ରଥମ ଥର ଅତିକ୍ରମ କଲା ୫୮ ହଜାର

ମୁମ୍ବାଇ: ଭାରତୀୟ ଷ୍ଟକ୍ ମାର୍କେଟରେ କ୍ରମାଗତ ବୃଦ୍ଧି ଘଟିଛି। ସେୟାର ମାର୍କେଟ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ସେନସେକ୍ସ ୫୮ ହଜାର ଅତିକ୍ରମ କରିଛି। ଶୁକ୍ରବାର ଦିନ ପ୍ରାରମ୍ଭରୁ ସେନସେକ୍ସ ୨୧୭ ପଏଣ୍ଟକୁ ବୃଦ୍ଧି ହୋଇ ୫୮ ହଜାର ୬୯ ରେ ପହଞ୍ଚିଛି। ଅନ୍ୟପକ୍ଷରେ, ନିଫ୍ଟି ୬୬.୨୦ ପଏଣ୍ଟ ବୃଦ୍ଧି ପାଇ ୧୭ ହଜାର ୩୦୦ରେ ପହଞ୍ଚିଛି। ଏହାର ଗୋଟିଏ ଦିନ ପୂର୍ବରୁ ବିଏସଏ ସେନସେକ୍ସ ଗୁରୁବାର ଦିନ ୫୧୪ ପଏଣ୍ଟ ଲମ୍ଫ ଦେଇ ଏକ ନୂଆ ରେକର୍ଡରେ ବନ୍ଦ ହୋଇଯାଇଥିଲା। ଏନଏସଇ ନିଫ୍ଟି ମଧ୍ୟ ୧୫୭.୯୦ ପଏଣ୍ଟ ଉପରକୁ ଚଢି ୧୭, ୨୩୪.୧୫ ର ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ରୀୟ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରରେ ବୃଦ୍ଧି

ମୁମ୍ବାଇ: ଆଜି ଦେଶରେ କେନ୍ଦ୍ରୀୟ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରର ପାଇଁ ଭଲ ଖବର ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସ ପାଖାପାଖି ୪୦୦ ଅଙ୍କ ବୃଦ୍ଧି ହୋଇ ୪୬,୬୧୭.୯୫ ଅଙ୍କରେ ଖୋଲିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି। ଶୁକ୍ରବାର ଦିନ ସେୟାର ବଜାରର ସେଂସେକ୍ସ ୪୬,୨୮୫.୭୭ ଅଙ୍କ ଏବଂ ନିଫ୍ଟି ୧୩,୬୩୪.୬୦ ଅଙ୍କରେ ବନ୍ଦ ହୋଇଥିଲା।