Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ଡାକ୍ତର: ମୃତ୍ୟୁର ୩୬ ଘଣ୍ଟା ପୂର୍ବରୁ ଲେଖିଥିଲେ ଏଭଳି ମେସେଜ

ମୁମ୍ବାଇ: ସମଗ୍ର ଦେଶରେ କରୋନାର ସ୍ଥିତି ଚିନ୍ତାଜନକ। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। କରୋନା ସଂକ୍ରମଣରେ ଦେଶରେ ଅନେକ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଆଉ ଜଣେ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। ସାମାଜିକ ଗଣମାଧ୍ୟମରେ ଏକ ଭାବ ବିହ୍ଵଳ ମେସେଜ ଲେଖିବାର ୩୬ ଘଣ୍ଟା ପରେ ମୁମ୍ବାଇର ଏହି ଡାକ୍ତରଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ସେବରୀ ଟିବି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୀଷା ଯାଦବ (୫୧)  କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ମୃତ୍ୟୁର ୩୬ ଘଣ୍ଟା ପୂର୍ବରୁ ଡା. ମନୀଷା ଫେସବୁକରେ ଏକ ଭାବବିହ୍ଵଳ ମେସେଜ ଲେଖିଥିଲ।

ସେ ରବିବାର ଦିନ ଫେସବୁକରେ ପୋଷ୍ଟ କରିଥିଲେ ଯେ, “ଏହା ଅନ୍ତିମ ଗୁଡ ମର୍ଣ୍ଣିଂ ମେସେଜ ହୋଇପାରେ, ଏହି ପ୍ଲାଟଫର୍ମରେ ମୋର ଆଉ ଆପଣମାନଙ୍କ ସହ ସାକ୍ଷାତ ହୋଇନପାରେ। ସମସ୍ତେ ନିଜର ଯତ୍ନ ନିଅନ୍ତୁ। ଶରୀର ମୃତ୍ୟୁ ହୁଏ, କିନ୍ତୁ ଆତ୍ମାର ମୃତ୍ୟୁ ନାହିଁ। ଆତ୍ମା ସବୁବେଳେ ଆମର ରୁହେ।”

ତେବେ ଏହି ମେସେଜର ଠିକ ୩୬ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଫେସବୁକରେ ଏହି ମେସେଜ ପଢି ଲୋକ ଏବେ ବହୁତ ପ୍ରତିକ୍ରିୟା ରଖୁଛନ୍ତି।