Categories
ଆଞ୍ଚଳିକ

ବଡହନ୍ତୁଆଡ ସେବା ସମବାୟ ସମିତି ପାଳନକଲା ଆନ୍ତର୍ଜାତୀୟ ସମବାୟ ବର୍ଷ

ଚିଲିକା: ବାଣପୁର ପଂଚାୟତ ସମିତି ଅଧୀନ ବଡହନ୍ତୁଆଡ଼ ସେବା ସମବାୟ ସମିତି ତାର ସମିତି ସଭାଗୃହରେ ବିଭିନ୍ନ ଚାଷୀ ଓ ସମିତି ସଭ୍ୟମାନକୁ ନେଇ ଆନ୍ତର୍ଜାତୀୟ ସମବାୟ ବର୍ଷ-୨୦୨୫ ଆଜି ପାଳନ କରିଛି।

ଏହି ଅବସରରେ ସମିତି ସଭାପତି ମାଧବ ଚନ୍ଦ୍ର ବାରୀକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସମିତି ବୋର୍ଡ ଡିରେକ୍ଟର ଅଜୟ ରାଉଳ, ସଂଗ୍ରାମ କେଶରୀ ସାହୁ, କାମେଶ୍ୱର ଆଚାରି, ଗୋବିନ୍ଦ ଚନ୍ଦ୍ର ଘଡ଼ାଇ, ବାଣପୁର ସମବାୟ ଶାଖା ପରିଚାଳକ ନାରାୟଣ ନାୟକ, ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ ପ୍ରମୁଖ ଅତିଥି ଓ ବକ୍ତା ଭାବେ ଯୋଗଦେଇ ସମବାୟ ଆନ୍ଦୋଳନର ସମାଜ ପ୍ରତି ଭୂମିକା ଓ ଆଭିମୁଖ୍ୟ ଉପରେ ଉପସ୍ଥିତ ଥିବା ଚାଷୀ, ସମିତିର ସତାଧିକ ସଭ୍ୟ ଏବଂ ସ୍ୱୟଂ ସାହାୟିକା ଗୋଷ୍ଟୀରସଭ୍ୟା ମାନଙ୍କୁ ବୁଝାଇଥିଲେ।

ସମସ୍ତ ଚାଷୀକୁଳ ସମିତିସଭ୍ୟ ମାନେ ନିଜନିଜ ଜମିରେ ଯେଭଳି ଉନ୍ନତମାନର ଚାଷ କରି ନିଜେ ପରିବାର ଚଳାଇବା ସହ ନେଇଥିବା ଋଣ ପରିଶୋଧ କରିବେ ସେଥିଲାଗି ତତ୍ପର ହେବ ଆବଶ୍ୟକ। ଏହାସହିତ ସ୍ୱୟଂ ସାହାୟିକା ଗୋଷ୍ଠିର ସଭ୍ୟାମାନେ ବିଭିନ୍ନ ବ୍ୟବସାୟ କରି ନିଜ ହାତରେ ବିଭିନ୍ନ ରକମର ଆଚାର, ପାମ୍ପଡ଼ ଇତ୍ୟାଡି ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରି ନିଜେ ସ୍ୱବଲମ୍ବୀ ସେବା ସହ ସମବାୟ ମାଧ୍ୟମରେ ସେମାନେ ଯେପରି ଉପକୃତ ହେବେ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ସଭାରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଖରିଫ ଚାଷ କରୁଥୁବା ୧୦ ଜଣ ନୂତନ ଚାଷୀଙ୍କୁ ଚେକ ମାଧ୍ୟମରେ ଋଣ ରାଶି ପ୍ରଦାନ ସହ ସାନହନ୍ତୁଆଡ ତଅପୋଇ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଚେକ ମାଧ୍ୟମରେ ଋଣ ରାଶି ପ୍ରଦାନ କରାଯାଇଥିଲା।

ଶେଷରେ ଉପସ୍ଥିତ ଥିବା ସମସ୍ତ ସମବାୟ ପ୍ରେମୀଙ୍କୁ ସେବା ସମବାୟ ସମିତିର ସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।