ଭୁବନେଶ୍ୱର: ମୁମ୍ବାଇ ଠାରେ ନିକଟରେ ଅନୁଷ୍ଠିତ ‘ଇଂଟରନ୍ୟାସ୍ନାଲ୍ ଗ୍ଲାମ୍ ଆଇକନ୍ ୨୦୨୨’ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଶ୍ରୀମତି ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍ଷ୍ଟାନ୍ସ’ କ୍ରାଉନ୍ରେ ଭୂଷିତ ହୋଇଛନ୍ତି।
ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ପ୍ରହରାଜ ମୁମ୍ବାଇ ଠାରେ ଗତ ମେ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଫାଇନାଲ୍ ରାଉଣ୍ଡ ପୂର୍ବରୁ ଟାଲେଂଟ ରାଉଣ୍ଡ, ଫଟୋସୁଟ୍ ଏବଂ ଗ୍ରୁମିଂ ସେସନ୍ ପ୍ରତିଯୋଗିତା କରାଯାଇଥିଲା।
ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ସମେତ ଅନ୍ୟ ଦେଶରୁ ପ୍ରାୟ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।