Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋଆ ସରକାରଙ୍କ ବଡ ନିଷ୍ପତ୍ତି: ସୋନାଲି ଫୋଗାଟ ହତ୍ୟା ମାମଲାର ସିବିଆଇ କରିବ ତଦନ୍ତ

ପାଣାଜୀ: ସୋନାଲି ଫୋଗାଟ ଅଗଷ୍ଟ ୨୩ ତାରିଖରେ ଗୋଆର ଏକ ରେଷ୍ଟୁରାଣ୍ଟରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ରେଷ୍ଟୁରାଣ୍ଟରୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଗୋଆ ପୋଲିସ ତାଙ୍କ ସହ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦରଙ୍କୁ ଗିରଫ କରିଛି। ଏଥି ସହିତ ଏହି ମାମଲାର ଅଧିକ ତଦନ୍ତ ପାଇଁ ବର୍ତ୍ତମାନ ଗୋଆ ସରକାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୋନାଲି ଫୋଗାଟ ହତ୍ୟା ମାମଲା ଏବେ ସିବିଆଇ ଦ୍ୱାରା ଯାଞ୍ଚ ହେବ। ଗୋଆ ପୋଲିସ ପୁରା ମାମଲା ସିବିଆଇକୁ ହସ୍ତାନ୍ତର କରିବ। ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲାରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଧରା ଫୋଗାଟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ ଏବଂ ରବିବାର ମଧ୍ୟ ସୋନାଲି ଫୋଗାଟ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଦାବି କରିଥିଲେ।

ହିସାରର ଏକ ଖାପ ପଞ୍ଚାୟତରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଧରା ଫୋଗାଟ କହିଥିଲେ ଯେ, ଆମେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। ବର୍ତ୍ତମାନ ସରକାରଙ୍କ ଉପରେ ଆମର କୌଣସି ଭରସା ନାହିଁ କିମ୍ବା ସେମାନଙ୍କଠାରୁ କୌଣସି ଆଶ୍ଵାସନା ପାଇନାହୁଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲି ଫୋଗାଟଙ୍କ ହୋଇଥିଲା ମୃତ୍ୟୁ, ଏବେ ବୁଲଡୋଜର ଚଲାଇଲେ ସରକାର

ପାଣାଜୀ: ଗୋଆର ଅଞ୍ଜୁନାରେ ଥିବା କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲି ଫୋଗାଟଙ୍କ ଦେହାନ୍ତ ହୋଇଛି। ଏଥି ସହିତ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ରେଷ୍ଟୁରାଣ୍ଟରେ ବୁଲଡୋଜର ଚାଲିଛି। ଡିଏସ୍‌ପି କହିଛନ୍ତି ଯେ, “ଭାଙ୍ଗିବା ପାଇଁ ଆମେ ପୋଲିସ ସୁରକ୍ଷା ଯୋଗାଇ ଦେଉଛୁ। ଆଦେଶ ଅନୁଯାୟୀ ଏହାକୁ ଭାଙ୍ଗି ଦିଆଯାଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଦୁଇ ଗିରଫ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟିକ୍ ଟକ୍ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଫୋଗାଟଙ୍କ ସହ ଅଗଷ୍ଟ ୨୨ ତାରିଖରେ ଗୋଆରେ ପହଞ୍ଚିଥିବା ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ବାସିଙ୍କୁ ଗିରଫ କରାଯାଇଛି। ସୁଧୀର ସାଙ୍ଗୱାନ ସୋନାଲି ଫୋଗାଟଙ୍କ ପିଏ ଥିଲେ। ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ସୋନାଲିଙ୍କ ଶରୀରରେ ଆଘାତ ଲାଗିଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଟିକଟକ୍ ତାରକା ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ପରଲୋକ

ପାଣାଜୀ: ଗୋଆରେ ହୃଦଘାତରେ ଟିକଟକ୍ ତାରକା ତଥା ବିଜେପି ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି। ବିଜେପି ତାଙ୍କୁ ୨୦୧୯ ନିର୍ବାଚନରେ ହିସାର ଜିଲ୍ଲାର ଆଦମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେଠାରେ ସେ କଂଗ୍ରେସ ନେତା ଥିବା କୁଲଦୀପ ବିଷ୍ନୋଇଙ୍କ ଠାରୁ ପରାସ୍ତ ହୋଇଥିଲେ। ସୋନାଲି ଅନେକ ଛୋଟ ପରଦା ସିରିଏଲରେ କାମ କରିଛନ୍ତି। ସୋନାଲି ଫୋଗାଟ ସୋମବାର ରାତିରେ ମଧ୍ୟ ନିଜେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଟିକଟକ୍ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସିଦ୍ଧ ରିଅଲିଟି ସୋ ବିଗ୍ ବସ୍ ର ୧୪ ତମ ସଂସ୍କରଣରେ ସୋନାଲି ଭାଗ ନେଇଥିଲେ।