Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଫେରିବେ କି ଅମରିନ୍ଦର ସିଂ?: ସୋନିଆ ଗାନ୍ଧୀଙ୍କୁ ଭେଟିବା ଦାବି ଉପରେ କଣ କହିଲେ କ୍ୟାପଟେନ୍

ନୂଆଦିଲ୍ଲୀ: କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବାକୁ ଯାଉଛନ୍ତି କି? କ୍ୟାପଟେନ ଅମରିନ୍ଦର ସିଂ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବେ କି? ଏଭଳି ଚର୍ଚ୍ଚା ସେତେବେଳ ହୋଇଛି, ଯେତେବେଳେ ଚାନ୍ନି ସରକାରଙ୍କ ମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଦାବି କରିଥିଲେ। କିନ୍ତୁ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦେଇଛନ୍ତି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସକୁ ଫେରିବା ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ପଛକୁ ଚାହିଁବାର ପ୍ରଶ୍ନ ନାହିଁ। ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ କଳ୍ପନାଜଳ୍ପନା, ଯାହା ଅତ୍ୟନ୍ତ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି। କ୍ୟାପଟେନ ଅମରିନ୍ଦର ସିଂ ସ୍ପଷ୍ଟ କରିଛନ୍ତି ଯେ, ସେ ଆସନ୍ତା ନିର୍ବାଚନ ‘ପଞ୍ଜାବ ଲୋକ କଂଗ୍ରେସ’ ବ୍ୟାନରରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରୀ କମିଟର ଗୁରୁତ୍ବପୂର୍ଣ୍ଣ ବୈଠକ, ହୋଇପାରେ ନେତୃତ୍ବ ପରିବର୍ତ୍ତନର ନିଷ୍ପତି

ନୂଆଦିଲ୍ଲୀ, ଆସନ୍ତାକାଲି ସୋମବାର ଦିନ 11 ଟା ବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟର ବୈଠକ ଅନୁଷ୍ଠିତ ହେବ। ଏ ନେଇ ଗତ ଶନିବାରଠାରୁ ଦଳର ସଂଗଠକ ସଂପାଦକ କେ.ସି ଭେନୁଗୋପାଳ ସମସ୍ତଙ୍କୁ ଅବଗତ କରାଇଛନ୍ତି। ତେବେ ଏହି ବୈଠକକୁ ନେଇ ସମସ୍ତଙ୍କର ତୀକ୍ଷ୍ମ ନଜର ରହିଛି। କାରଣ ହେଲା ଏଥିରେ କଂଗ୍ରେସ ଦଳର ମୁଖ୍ୟ ନେତାଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ଯେପରି ହେବାରେ ଲାଗିଛି ସେଥିରେ ଅନେକ କଂଗ୍ରେସ ନେତା ଚିନ୍ତାରେ ଅଛନ୍ତି।

ନିକଟରେ କଂଗ୍ରେସର କେତେକ ସଂସାଦ ଏବଂ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ନେତୃତ୍ବ ପରିବର୍ତ୍ତନ ପାଇଁ ଅନୁରୋଧ କରି ଚିଠି ଲେଖିଛନ୍ତି। ଏପରି ଏକ ବିବାଦ ଦଳ ଭିତରେ ଚାଲିଥିବା ବେଳେ ସିଡବ୍ଲୁସି ବୈଠକ ନିଶ୍ଚିତ ଭାବେ ଗୁରତ୍ବ ବହନ କରୁଛି।

କଂଗ୍ରେସରୁ ବହିସ୍କୃତ ହୋଇଥିବା ନେତା ସଂଜୟ ଝା  କହିଛନ୍ତି ଯେ, କଂଗ୍ରେସର ପ୍ରମୁଖ ଶହେ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ସେଥିରେ ସେମାନେ ଦଳର ନେତୃତ୍ବ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦଙ୍କ ଦସ୍ତଖତ ରହିଛି। ହେଲେ ଏହାକୁ ଦଳ ତରଫରୁ ଖଣ୍ଡନ କରାଯାଇଛି।

କଂଗ୍ରେସ ବର୍ତ୍ତମାନ ଯେପରି ଲୋକପ୍ରିୟତା ହରାଇବାରେ ଲାଗିଛି ସେଥିରେ ରାହୁଳ ଗାନ୍ଧୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଛି। ରାହୁଳ ନିଜେ ମଧ୍ୟ ସମସ୍ତ ଦୋଷ ନେଉଛି ବୋଲି କହୁଥିଲେ ମଧ୍ୟ ଭିତର ଭିତରେ ତାଙ୍କୁ ନେତୃତ୍ବକୁ ନେଇ ସନ୍ଦେହ କରାଯାଇଛି।ସେଥିପାଇଁ ବିଭିନ୍ନ ମହଲରେ ଅଣ ଗାନ୍ଧୀ ପରିବାର କଂଗ୍ରେସର ମଙ୍ଗ ଧରନ୍ତୁ ବୋଲି ଦାବୀ ହେଉଛି।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହେବା ପରେ ରାହୁଳ ଗାନ୍ଧୀ ଦଳୀୟ ପଦବୀରୁ ଇସ୍ତଫା ଦେଇଥିଲେ। ଏହାପରେ ଅଗଷ୍ଟ ମାସରେ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ବିଭିିନ୍ନ କଂଗ୍ରେସ ଶାସିତ ଅଞ୍ଚଳରେ ଯେପରି ବିବାଦ ସୃଷ୍ଟି ହେଉଛି ସେଥିରେ ଦଳ ସମାଧାନ କରିବାରେ ବିଫଳ ହେଉଛି।

ତେବେ ନେତୃତ୍ବ ପରିବର୍ତ୍ତନର ଏକ ଚାପା ସ୍ବର ଉଠୁଥିବା ବେଳେ ରାହୁଳ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ଗୋଟିଏ ଗୋଷ୍ଠୀ ମଧ୍ୟ ଲବି ଆରମ୍ଭ କରିଦେଲେଣି। ମୁଖ୍ୟତଃ ଦଳର ଯୁବ ଗୋଷ୍ଠୀ ରାହୁଲଙ୍କ ସମର୍ଥନରେ ବାହାରି ପଡିଛନ୍ତି।

ତେବେ ଆସନ୍ତାକାଲି ବୈଠକ ନିଶ୍ଚିତ ଗୁରୁତ୍ବ ପୂର୍ଣ୍ଣ ଏବଂ ଏକ ବଡ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି ବୋଲି ସମୀକ୍ଷକମାନେ ଆଶଙ୍କା କରିଛନ୍ତି।