Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଦୁଇ ଲୋକସଭା ସହିତ ୮ ବିଧାନସଭା ପ୍ରାର୍ଥୀ, କଟକରୁ ସୋଫିଆ

ଭୁବନେଶ୍ବର: ଆଜି କଂଗ୍ରେସ ଦୁଇ ଲୋକସଭା ଆସନ ସହିତ ୮ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି। ଯେଉଁମାନଙ୍କୁ ପ୍ରାର୍ଥୀ ଘୋଷଣା ହେଲା ସେମାନେ ହେଲ

ଲୋକସଭା

ସମ୍ବଲପୁର- ନଗେନ୍ଦ୍ର ପ୍ରଧାନ, ( ପ୍ରାର୍ଥୀ ବଦଳାଗଲା, ପୂର୍ବରୁ ଦୁଲାଲ ପ୍ରଧାନ ନାମ ଥିଲା )

କଟକ- ସୁରେଶ ମହାପାତ୍ର

ବିଧାନସଭା

କଟକ ବାରବାଟୀ- ସୋଫିଆ ଫର୍ଦ୍ଦୋସ

ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ

ବାଲେଶ୍ୱରରୁ ମୋନାଲିସା ଲେଙ୍କା

ବଡଚଣାରୁ ଅଜୟ ସାମଲ

ପାଲଲହଡା- ଫକୀର ସାମଲ

ଜଗତସିଂହପୁର- ପ୍ରତିମା ମଲ୍ଲିକ

ତେବେ କଂଗ୍ରେସ ଦୁଇଟି ବିଧାନସଭାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି

ଖଣ୍ଡପଡା- ବୈଜୟନ୍ତି ମହାନ୍ତି ( ପୂର୍ବରୁ ମନୋଜ ପ୍ରଧାନଙ୍କ ନାମ ଘୋଷଣା ହୋଇଥିଲା)

ବାରିପଦା- ପ୍ରମୋଦ କୁମାର ହେମ୍ବ୍ରମ ( ପୂର୍ବରୁ ବାଦଲ ହେମ୍ବ୍ରମଙ୍କ ନାମ ଘୋଷଣା ହୋଇଥିଲା)

 

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଟକ ବାରବାଟୀରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଦୋସ, ଜାଣନ୍ତୁ ସେ କିଏ ?

ଭୁବନେଶ୍ବର: କଟକ ବାରବାଟୀ ବିଧାନସଭା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ସୋଫିଆ ଫିର୍ଦ୍ଧୋସ। ଏ ନେଇ କଟକରେ ଚାଲିଛି ଗୁପ୍ତ ବୈଠକ। ତେବେ କଂଗ୍ରେସ ତରଫରୁ ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନ ଥିବାରୁ ଏହି ଚର୍ଚ୍ଚା ବଢିଛି। ସେ କଟକ ପାଇଁ ଏକ ଯୁବ ଚେହେରା ଭାବେ ଭଲ ଭୋଟ ହାସଲ କରିବେ ବୋଲି ଅନେକ ଆଶା କରିଛନ୍ତି।

ତେବେ ପ୍ରଶ୍ନ ଉଠିଛି ଯେ, ଏହି ସୋଫିଆ ଫିର୍ଦ୍ଦୋସ କିଏ? ସେ ହେଉଛନ୍ତି କଟକ ବାରବାଟୀର ବର୍ତ୍ତମାନର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ଯିଏ ବର୍ତ୍ତମାନ ମୋକିମଙ୍କ ବିଶାଳ ବିଲଡର ସଂସ୍ଥାକୁ ସମ୍ଭାଳୁଛନ୍ତି। ମୋକିମ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇପଡିବା ପରେ ତାଙ୍କର ନିର୍ବାଚନ ଲଢିବା ଆଶା ମଉଳି ଯାଇଛି। ଫଳରେ ତାଙ୍କ ସ୍ଥାନରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରାଯିବ ବୋଲି ଜଣାପଡିଛି।

ଏ ନେଇ ମହମ୍ମଦ ମୋକିମ ତାଙ୍କର କଟକ ବାସଭବନରେ ଏକ ଗୁପ୍ତ ବୈଠକ କରିଛନ୍ତି। ସେଠାରେ ତାଙ୍କର କର୍ମିମାନଙ୍କୁ ଝିଅ ଲଢିଲେ ଠିକ ହେବ କି ନାହିଁ ମତାମତ ଲୋଡୁଛନ୍ତି। ଏହାପରେ ସେ ପ୍ରଦେଶ କଂଗ୍ରେସକୁ ଜଣାଇବେ ବୋଲି କୁହାଯାଇଛି। ତେବେ ଏ ନେଇ ମୋକିମ କହିଛନ୍ତି ଯେ, ସେ ଛିଡା ହେବ କି ନାହିଁ ତାହା କଂଗ୍ରେସ ଉପରେ ନିର୍ଭର କରେ। ତେବେ ସୋଫିଆର ପ୍ରାର୍ଥିତ୍ବକୁ ନେଇ ବିଚାର ଚାଲିଛି ବୋଲି ମୋକିମ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମୁଁ କର୍ମିଙ୍କ ଭାଗାବେଗକୁ ସମ୍ମାନ ଦେବି। ମୁଁ ସବୁବେଳ କଟକବାସୀଙ୍କ ସେବାରେ ରହିବି। ବଞ୍ଚିଥିବା ପର୍ଯ୍ୟନ୍ତ କଟକ ଲୋକଙ୍କ ସହିତ ରହିବି ବୋଲି ମୋକିମ କହିଛନ୍ତି। ତେବେ ମୋକିମ ORHDC ଦୁର୍ନିତି ମାମଲାରେ ଛନ୍ଧି ହୋଇପଡିବା ପରେ ସେ ନିର୍ବାଚନ ଲଢେଇ କରିବା ଆଶା ରହୁ ନାହିଁ। ଫଳରେ ତାଙ୍କ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବା ପାଇଁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।