Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଡ୍ରଗ ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସମେତ ୬ ଗିରଫ

ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ଆଜି ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରଗ୍ସ ଓ ଖଣି ମାଫିଆ ଭାଳିଆବଡି ର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତଙ୍କ ଠାରୁ ୪ ପିସ୍ତଲ, ୧୧ ଜୀବନ୍ତ ଗୁଳି, ୧୦ମୋବାଇଲ ଏବଂ ୬ ଗୋଟି ଗାଡ଼ି ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ଆଜି ଜିଲା ପୋଲିସ ମୁଖ୍ଯାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ।

ଏହି ହତ୍ୟାକାଣ୍ଡରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ। ଏଥିରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହାର ତଦନ୍ତ ଜାରି ରହିଛି। ମାଷ୍ଟରମାଇଣ୍ଡ ସଞ୍ଜୁକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି କହିଛନ୍ତି। ଘଟଣାସ୍ଥଳର ସିନ୍ ରିକ୍ରିଏସନ କରାଯିବ। ପାକୁ ଓ ସଞ୍ଜୁ ମଧ୍ଯରେ ଶତ୍ରୁତା ରହିଥିଲା। ପାକୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ଲାଗି ଷଡ଼ଯନ୍ତ୍ର ରଚିଥିଲା ସଞ୍ଜୁ। ପୂର୍ବରୁ ଥରେ ହତ୍ୟା ଯୋଜନା କରି ବିଫଳ ହୋଇଥିଲା ସଞ୍ଜୁ। ଏନେଇ ସେ ଖୋର୍ଦ୍ଧା, ପୁରୀ ଓ ନୟାଗଡରେ ରହୁଥିବା ସହଯୋଗୀଙ୍କ ସହ ଆଲୋଚନା ମଧ୍ୟ କରିଥିଲା। ଏଥିଲାଗି ଚୋରା ଗାଡି ଏବଂ ବନ୍ଧୁକ, ମାରଣାସ୍ତ୍ର ଯୋଗାଡ କରିଥିଲା ସଞ୍ଜୁ।

ଗତ ମାସ ୭ ତାରିଖ ରାତିରେ ସୋମନାଥ ସାମନ୍ତରାପୁର ଠେଙ୍ଗାହାଟ ଛକରେ ମୋବାଇଲରେ କଥା ହେଉଥିବା ସମୟରେ ଦୁର୍ବୁତ୍ତ ମାନେ ଏକ ବୋଲୋରୋ ପିକ୍ଅପ ଗାଡ଼ିରେ ଆସି ୪ ଜଣ ସୋମନାଥଙ୍କ ଉପରେ ୮ ରାଉଣ୍ଡ ଗୁଳି ମାଡ କରିଥିଲେ। ୪ ଟି ଗୁଳି ତାଙ୍କ ହାତ, ଛାତି ଓ ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଏବଂ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସୋମନାଥଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ମାସ ୯ ତାରଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ଖୋର୍ଦ୍ଧା ସଦର ଏସଡିପିଓ ଦିଲ୍ଲୀପ ଦାସ ଙ୍କ ନେତୃତ୍ବରେ ୩ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳଙ୍କ ମୃତ୍ୟୁ: ଠେଙ୍ଗାହାଟ ଛକରେ ହୋଇଥିଲା ଗୁଳିମାଡ

ଖୋର୍ଦ୍ଧା: ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳ ଚିକିତ୍ସାଧିନ ଅବସ୍ଥାରେ ମୃତ। ଗୁଳିମାଡରେ ଆହତ ହୋଇ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା।

ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକ୍ଅପ ଭ୍ୟାନରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅଭିଯୋଗ କ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରି ଛାନଭିନ ଜାରି ରଖିଛି।