Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ତୈଳ ନିଗମ ନିର୍ଦ୍ଦେଶକ

ଭୁବନେଶ୍ୱର: ଭାରତୀୟ ତୈଳ ନିଗମର ନିର୍ଦ୍ଦେଶକ (ଯୋଜନା ଓ ବାଣିଜ୍ୟ ବିକାଶ) ସୁଜୟ ଚୌଧୁରୀ ଶୁକ୍ରବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ଅବସରରେ ଶ୍ରୀ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କୁ ନିଗମ ପକ୍ଷରୁ ଓଡ଼ିଶାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ଅବଗତ କରାଇ ଥିଲେ।

ଓଡ଼ିଶାର ବିକାଶ ପାଇଁ ତୈଳ ନିଗମକୁ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଡଭୋକେଟ୍ ଜେନେରାଲ

ଭୁବନେଶ୍ବର: ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଆଜି ସଂଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟଙ୍କୁ ତାଙ୍କ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ଆଚାର୍ଯ୍ୟଙ୍କ ‌ଅଭିଜ୍ଞ ପରାମର୍ଶ ନ୍ୟାୟିକ କ୍ଷେତ୍ରରେ ରାଜ୍ୟର ସ୍ବାର୍ଥର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଏହି ସାକ୍ଷାତ ସମୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୋଆ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ମନୋଜରଞ୍ଜନ ନାୟକ

ଭୁବନେଶ୍ଵର: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ।

ଏହି ଅବସରରେ ଏକ ବିକଶିତ ଓଡ଼ିଶା ନିର୍ମାଣ ନିମନ୍ତେ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ର ଉପରେ ମତ ବିନିମୟ କରିବା ସହ ଏଥିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ କିଭଳି ସହାୟକ ହୋଇପାରିବ ସେ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥି ସହ ଘରୋଇ ସଂସ୍ଥାର ଭୂମିକା ଓ ସରକାରଙ୍କ ମଧ୍ୟରେ ସୁସମ୍ପର୍କ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି ସମୟରେ ଆଇ ଏମ ଏସ ଆଣ୍ଡ ସମ୍ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡାକ୍ତର ବସନ୍ତ କୁମାର ପତି ମଧ୍ୟ ଉପସ୍ଥିତ ଥିଲେ।