ଭୁବନେଶ୍ବର : କରୋନାର କାୟା ମାଡି ମାଡି ଚାଲିଛି । ଓଡ଼ିଶାରେ ମଧ୍ୟ ଏହା ଦ୍ରୁତ ଗତିରେ ବଢି ଚାଲିଛି । ରାଜ୍ୟରେ 296ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 48 ହଜାର ଟପିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅନେକ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହି କରୋନା କବଳରେ ପଡୁଛନ୍ତି । ବରଗଡର ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଆଉ ଜଣେ ଲୋକପ୍ରିୟ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।
କରୋନା ନେଇ ନିଜେ ଟୁଇଟ୍ କରି ଜଣାଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଟୁଇଟ୍ କରି ସୌମ୍ୟ କହିଛନ୍ତି ଯେ, ସେ ପଜିଟିଭ୍ ଅଛନ୍ତି ବୋଲିଜଣାପଡିଛି । ସେ ସୁସ୍ଥ ଅଛନ୍ତ । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସେ ଡାକ୍ତରୀ ପରାମର୍ଶ କରିବାକୁ କହିଛନ୍ତି ।