Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାତୀୟ ସ୍ତରରେ ଚାରିଅଟ ପବ୍ଲିକ ସ୍କୁଲର ସଫଳତା

ରଣପୁର: ରଣପୁର ଚାରିଅଟ ପବ୍ଲିକ ସ୍କୁଲ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ଼ସ ଦ୍ୱାରା ମନୋନୀତ ହୋଇ ଜାତୀୟ ସ୍ତରରେ କବ ବୁଲବୁଲ ଉତ୍ସବ ଓ ଗୋଲଡେନ ଆରୋ ଆୱାର୍ଡ ଉତ୍ସବରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ପାରିଛନ୍ତି।

ହରିୟାଣା ରାଜ୍ୟର ଗୋଦପୁର ସ୍ଥିତ ଜାତୀୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୧୮ ଟି ରାଜ୍ୟର କବ ବୁଲବୁଲ ଯୋଗ ଦେଇଥିଲା ବେଳେ ଓଡିଶା ରାଜ୍ୟର କବ ବୁଲବୁଲମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଗ୍ରୁପ ଡ୍ୟାନ୍ସ ଓ ରେଡ ଫ୍ଲାୱାର ନୃତ୍ୟ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାର ରଣପୁର ସ୍ଥିତ ଚାରିଅଟ ପବ୍ଲିଜ ସ୍କୁଲର ୯ ଜଣ କବ ବୁଲବୁଲ ପ୍ରଥମ ସ୍ଥାନ କରିବା ସହିତ ଗୋଲଡେନ ଆରୋ ଆୱାର୍ଡ ହାସଲ କରି ଜାତୀୟ ସ୍ତରରେ ସଫଳତା ହାସଲ କରି ପାରିଛନ୍ତି। ସ୍କୁଲର ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ନେତୃତ୍ୱରେ ଆୟାସା ଅଭିଲିପ୍ସା, ଅମ୍ରିତ କୁମାର ସ୍ୱାଇଁ, ଶିବ ପ୍ରସାଦ ସେନାପତି, ଅକ୍ଷୟ ମହାକୁଡ଼, ସୂର୍ଯ୍ୟ ନାରାୟଣ ପୃଷ୍ଟି, ପ୍ରହ୍ଲାଦ ରାଉତରାୟ, ପ୍ରମୁକ୍ତା କିରଣ ପ୍ରମୁଖ କୃତିତ୍ୱ ହାସଲ କରି ଟ୍ରଫି ଓ ସାର୍ଟିଫିକେଟ ସହ ପୁରସ୍କୃତ ହୋଇଛନ୍ତି।

ବିଦ୍ୟାଳୟର ଚେୟାରମ୍ୟାନ ପ୍ରଭାତ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକମାନେ ଜାତୀୟ ସ୍ତରରେ ସଫଳତା ହାସଲ କରି ଫେରି ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ବିରାଟ ଶୋଭା ଯାତ୍ରାରେ ସ୍ୱାଗତ କରି ବିଦ୍ୟାଳୟକୁ ପାଛୋଟି ଆଣିଥିଲେ। ସ୍କାଉଟ ଗାଇଡ଼ ରାଜ୍ୟ ସଂଯୋଜକ ରବୀନ୍ଦ୍ର କୁମାର ନାୟକ ମଧ୍ୟ ଉପସ୍ଥିତ ରହି ସେମାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।