Categories
ଅପରାଧ ଆଜିର ଖବର ଜାତୀୟ ଖବର

ବଜରଙ୍ଗ ଦଳ କର୍ମୀଙ୍କୁ ଛୁରାମାଡ଼ ପରେ ପ୍ରବଳ ଉତ୍ତେଜନା, ଲାଗୁ ହେଲା ୧୪୪ ଧାରା, ସ୍କୁଲ-କଲେଜ ବନ୍ଦ

ବେଙ୍ଗୁଲୁରୁ: ଗତକାଲି ବିଳମ୍ବିତ ରାତିରେ କର୍ଣ୍ଣାଟକରେ ବଜରଙ୍ଗ ଦଳ କର୍ମଚାରୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଛୁରାମାଡ଼ରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷ ବୟସ୍କ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇଛି। ରାତି ୯ ଟାରେ ଏହି ଘଟଣା ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପୀଡିତଙ୍କ ନାମ ହର୍ଷା। ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ମଧ୍ୟ ହିଜାବ ବିବାଦ ସହ ଜଡିତ ବୋଲି କୁହାଯାଉଛି। ଅନୁସନ୍ଧାନ ସମୟରେ ଜଣାପଡିଛି ଯେ, ହର୍ଷା ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ଏକ ପୋଷ୍ଟ ଲେଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ, ପୂଜା ପରେ ହେବ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ଯେପରି କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି, ସେଥିରେ ଛାତ୍ରଛାତ୍ରୀମାନେ ଏକଠି ହେବା ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଯେହେତୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି, ତାପୂର୍ବରୁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି। ତେବେ ସ୍କୁଲ କଲେଜ କେବେ ଖୋଲିବ ତାହା ପୂଜା ଛୁଟି ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।