Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ମିଶ୍ରଣ ପ୍ରସଙ୍ଗରେ ଉଚ୍ଚନ୍ୟାୟଳୟରେ ଶୁଣାଣି: ୧୫ ଦିନ ଭିତରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଓଡିଶା ଉଚ୍ଚନ୍ୟାୟଳୟ ସ୍କୁଲ ମିଶ୍ରଣ ମାମଲାର ଶୁଣାଣି କରିଛନ୍ତି। ୨୦ରୁ କମ ପିଲା ଥିବା ସ୍କୁଲକୁ ମିଶ୍ରଣ ମାମଲାରେ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ଦିନ ଭିତରେ ଅଭିଭାବକ ସଂଘର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍କୁଲ ମିଶ୍ରଣକୁ ବିରୋଧ କରି ଅଭିଭାବକ ସଂଘ ଉଚ୍ଚ ନ୍ୟାୟଳୟ ଯାଇଥିଲା। ତେବେ ଅଭିଭାବକ ସଂଘର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇ ଉଚ୍ଚ ନ୍ୟାୟଳୟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯଦି ଅବିଭାକ ସଂଘ ସରକାରୀ ନିଷ୍ପତ୍ତିରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ପୁନର୍ବାର ଉଚ୍ଚନ୍ୟାୟଳୟ ଆସିବା ପାଇଁ କହିଛନ୍ତି।