Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ବସ୍ତିରେ ଥିବା ଶିଶୁ ଶ୍ରମିକଙ୍କ ପାଇଁ ଘରୋଇ ଉଦ୍ୟମରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟର ସ୍କୁଲମାନଙ୍କରୁ ଅଧାରୁ ପାଠଛାଡ଼ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜଧାନୀର ଏହି ପିଲାମାନେ ପାଠପଢ଼ିବା ପରିବେର୍ତ୍ତ ପରିବାର ଚଳାଇବା ପାଇଁ ଜରି ଗୋଟାଇବା ସହିତ ଭିକ୍ଷାବୃତ୍ତି କରୁଛନ୍ତି।

ତେଣୁ ଏଭଳି ପିଲାମାନଙ୍କୁ ଶିକ୍ଷାପ୍ରଦାନ କରି ସମାଜର ମୁଖ୍ୟଧାରାକୁ ଆଣିବା ପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନରେଖା ପରିଷଦ (ଜେଆରପି) ଓ ବର୍ଣ୍ଣିକା ମେମୋରିଆଲ ଫାଉଣ୍ଡେସନ (ବିଏମଏଫ)ର ମିଳିତ ସହଯୋଗରେ ରାଜଧାନୀର ବସ୍ତି ଅଞ୍ଚଳରେ ଶିଶୁଶ୍ରମିକମାନଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି।

ରବିବାର ଦିନ ଜେଆରପି ଓ ବିଏମଏଫର ମିଳିତ ଆନୁକୂଲ୍ୟରେ ଶିକ୍ଷା ମାଧ୍ୟମରେ ଦଳିତ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ନନ୍ଦନବିହାର ବସ୍ତିରେ ପାଠ୍ୟପୁସ୍ତକ ଓ ପଠନସାମଗ୍ରୀ ବିତରଣ କରାଯାଇଥିଲା। ନନ୍ଦନବିହାର ବସ୍ତିର ୫୦ଜଣ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବିତରଣ କରାଯାଇଥିଲା।

ଏହି ଅବସରରେ ବିଏମଏଫର ସଦସ୍ୟ ସୂର୍ଯ୍ୟକାନ୍ତ ମହାନ୍ତି ଓ ଜେଆରପିର ଡ. ମନୋରଞ୍ଜନ ମିଶ୍ର, ସଂଗ୍ରାମ ସାହୁ, ଫ୍ରାନ୍ସରୁ ଆସିଥିବା ସ୍ୱେଚ୍ଛାସେବୀ ଟମ୍‌, କାମିଲା, ଭିଭିଆନ, ଇରିସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ବିତରଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କ ଭିତରେ ହକି ଖେଳ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସ୍କୁଲରେ ନିଆଗଲା ଅଭିନବ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି। ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ଭାରତୀୟ ହକିଦଳର ସଫଳତାର କାହାଣୀ କୁହାଯାଇଛି। ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ପରାକାଷ୍ଠା ଓ ବିଜୟ କାହାଣୀକୁ ଉତ୍ସାହର ସହ ଶୁଣିଥିଲେ।

ଚୀନରେ ଭାରତୀୟ ପୁରୁଷ ହକିଦଳ ‘ହ୍ୱାଙ୍ଗଝୋ ଏସିଆ କ୍ରୀଡ଼ା’ରେ ସ୍ୱର୍ଣ୍ଣ ପଦକ ଜିତି, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛି। ଏସୀୟ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳର ଏହା ଚତୁର୍ଥ ସ୍ୱର୍ଣ୍ଣ ପଦକ। ସ୍ୱର୍ଣ୍ଣ ବିଜୟୀ ଭାରତ ଦଳ ପକ୍ଷରୁ ଏକମାତ୍ର ଓଡି଼ଆ ଖେଳାଳି ଭାବେ ଅମିତ ରୋହିଦାସ୍ ପ୍ରତିନିଧିତ୍ୱ କରିଥିଲେ।

ଏହି ଜୟଗାଥାର କାହାଣୀ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ପହଁଞ୍ଚାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଶିକ୍ଷକ-ଶିକ୍ଷୟିତ୍ରୀ ହକିର ଏ ସଫଳତାରେ ଓଡି଼ଶାର ଅବଦାନ ସମ୍ପର୍କରେ ପିଲାମାନଙ୍କୁ ବିସ୍ତୃତ ଭାବରେ କହିଥିଲେ।

ଆମ ରାଜ୍ୟର ହକି ତାରକା ଦିଲ୍ଲୀପ୍ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ୍‌, ନୀଲମ୍ ସଞ୍ଜୀବ୍ ଖେସ୍‌, ସୁଭଦ୍ରା ପ୍ରଧାନ, ନମିତା ଟପ୍ପୋ, ଲିଲିମା ମିଞ୍ଜ୍‌ଙ୍କ ପରି ଅନେକ ହକି କ୍ରୀଡ଼ାବିତ୍‌ଙ୍କ ସମ୍ପର୍କରେ କୁହାଯାଇ ଛାତ୍ରଛାତ୍ରୀମାନଙ୍କ ମନରେ ହକି ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା। ଫଳରେ ସେମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିଛି।

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସ୍କୁଲ ଶିକ୍ଷାରେ କ୍ରୀଡ଼ାର ଗୁରୁତ୍ୱକୁ ଉପଲବ୍ଧି କରି ଓଡି଼ଶାରେ ୫-ଟି ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାକୁ ପ୍ରାଥମିକତା ଦିଆଯାଉଛି। ରୂପାନ୍ତରିତ ହୋଇଥିବା ସମସ୍ତ ସ୍କୁଲରେ ହକି, ଟେନିସ୍‌, ଫୁଟବଲ୍‌, ବାସ୍କେଟ୍‌ବଲ୍ ସହ ପାରମ୍ପରିକ କ୍ରୀଡ଼ା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଉପକରଣ ଯୋଗାଇ ଦିଆଯାଇଛି।

ଆକର୍ଷଣୀୟ ଖେଳପଡି଼ଆ ସହ ଇଣ୍ଡୋର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଓ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି। ହକିକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ‘ମୋ ସ୍କୁଲ ହକି କ୍ଲବ୍‌’ କାର୍ଯ୍ୟ କରୁଛି। ସ୍କୁଲସ୍ତରରୁ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଦକ୍ଷ କ୍ରୀଡ଼ାବିତ୍ କରି ଗଢ଼ିତୋଳିବାରେ ଏହି କ୍ଲବ୍ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଷଷ୍ଠ ଶ୍ରେଣୀରୁ ଉର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି କ୍ଲବ୍‌ରେ ଅଂଶଗ୍ରହଣ କରି ହକି ଖେଳୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦାବୀ ପୂରଣ ନ ହେଲେ ବିଧାନସଭା ଘେରାଉ କରିବ ବିଇଡି ଶିକ୍ଷକ ସଂଘ

ଭୁବନେଶ୍ବର: ରାଜ୍ୟ ସରକାର ବିଇଡି ଶିକ୍ଷକଙ୍କର ଛଅ ଦଫା ଦାବୀ ପୂରଣ ନ କଲେ ଆସନ୍ତା ବିଧାନସଭା ସଭା ଘେରାଉ କରାଯିବ। ଏ ନେଇ ବିଇଡି ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଇଡି ଶିକ୍ଷକଙ୍କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉନ୍ନତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ଦାବୀ କରାଯାଇଛି।

ଏ ନେଇ ଶିକ୍ଷକ ସଂଘ ତରଫରୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଦିଆଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ଯଦି ବିଧାନସଭା ପୂର୍ବରୁ ସରକାର ବିଇଡି ଶିକ୍ଷକ ସଂଘର ଦାବୀ ପୂରଣ ନ କରନ୍ତି ତେବେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅଧାରୁ ପାଠ ଛାଡିଥିବା ପିଲା ମୁକ୍ତ ବିଦ୍ୟାଳୟରେ କରିବେ ମାଗଣା ନାମଲେଖା,ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍‌ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍‌ଆଇଓଏସ୍‌)ରେ ଜୁଲାଇ ଶେଷ ସପ୍ତାହରୁ ଏହି ମାଗଣା ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

ବର୍ତ୍ତମାନ ସୁଦ୍ଧା ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖି ସାରିଲେଣି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍‌ଆଇଓଏସ୍‌ ମାଗଣା ନାମଲେଖା ପ୍ରକ୍ରିୟା ଶେଷ ହେବ।ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖି ନାହାନ୍ତି ୩୧ ତାରିଖ ମଧ୍ୟରେ ମାଗଣାରେ ନାମ ଲେଖିପାରିବେ।

ରାଜ୍ୟରେ ଅଧାରୁ ପାଠଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମାଗଣା ନାମଲେଖା ଚାଲିଛି। ଏହି ପର୍ଯ୍ୟାୟରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳିବା ସହ କୌଣସି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ। ଏହାସହ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁÂରେ ପରୀକ୍ଷା ମଧ୍ୟ ଦେବେ।

ଏସ୍‌ଆଇଓଏସ୍‌ରେ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ, ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ନାମଲେଖା ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପମୁ ଆସି ସୁବିଧାରେ ନାମ ଲେଖାଇପାରୁଛନ୍ତି।

ଏହା ସହ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ଯାଇ କାଉନ୍ସେଲିଂ କରୁଛନ୍ତି। ରାଜ୍ୟ ବାହାରେ ଥିବା ପିଲାମାନେ ଯେପରି ନାମ ଲେଖିପାରିବେ, ସେଥିପାଇଁ ଶିକ୍ଷକମାନେ ତାଙ୍କୁ ମୋବାଇଲ୍‌ ମାଧ୍ୟମରେ ଯୋଗାଯୋଗ କରି ନାମ ଲେଖାଇବାକୁ ବୁଝାଉଛନ୍ତି। ଅଧିକ ସଚେତନତା ସୃଷ୍ଟି କରିବାକୁ ଲିଫ୍‌ଲେଟ୍‌ ବା ସଚେତନ ପତ୍ରିକା ବଣ୍ଟାଯିବା ସହ ଅଟୋରିକ୍ସାରେ ମାଇକ୍‌ ଯୋଗେ ପ୍ରଚାର କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, 5T ଉପକ୍ରମରେ ଓଡିଆ ମାଧ୍ୟମ ଘରୋଇ ସ୍କୁଲକୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ବର: ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି।

ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।

ସୂଚନାଯୋଗ୍ୟ ଯେ, ଘରୋଇ ଓଡିଆ ମାଧ୍ୟମ ବିଦ୍ୟାଳୟମାନଙ୍କରେ ପାଠ ପଢୁଥିବା ପିଲାମାନେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ମଧ୍ୟ ପ୍ରତିପାଦନ କରିଆସୁଛନ୍ତି।

ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି ରାଜ୍ୟମାନଙ୍କରେ ଥିବା ଓଡିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଆସୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବଦଳିବ ପ୍ରାଥମିକ ଶ୍ରେଣୀ ଗୃହ ପରିବେଶ, ଏବେ ଚକାଚକ୍ ପରିବେଷରେ ପିଲା ପଢିବେ ପାଠ

ଭୁବନେଶ୍ବର: ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲ୍ ର ପରିବେଶ ବଦଳିବ। ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ, ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି। ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି।

ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି। ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ/ଥାକ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ୍, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ।

ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ଶିକ୍ଷା। ଏହି ମୂଳଦୁଆ ଉପରେ ଭବିଷ୍ୟତର ଉଚ୍ଚ ଶିକ୍ଷା ଗଢ଼ି ଉଠିଥାଏ। ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର‌୍ୟ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା। ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥିପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି। ଲକ୍ଷ୍ୟ ହାସଲ ପାଇଁ ସ୍ୱତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ(ଉଭୟ ଅନ୍ଲାଇନ ଓ ଅଫ୍ଲାଇନ), ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର‌୍ୟ୍ୟାୟକ୍ରମ ବିକାଶ କରାଯାଇଛି।

ଜିଲ୍ଲାରେ ଛାତ୍ରଛାତ୍ରୀ ଅନୁକୂଳ ଶ୍ରେଣୀଗୃହ ନିର୍ମାଣ ପୂର୍ବରୁ ପାଇଲଟ୍ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା। ଏହି ପ୍ରାଥମିକ ବିଦ୍ୟାଳୟରେ ବିକାଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି।

ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥିବା ଲକ୍ଷ୍ୟ କରାଯାଇଛି। ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି। ସମସ୍ତ ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏଫ୍ଏଲ୍ଏନ୍ କାର‌୍ୟ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ନବନିଯୁକ୍ତ ଓଡିଶା ଶିକ୍ଷାସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଭୁବନେଶ୍ବର: ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଓଡିଶା ଶିକ୍ଷା ସେବା(ଓଇଏସ୍‌) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତି ପାଇଥିବା ୧୬୦ ଜଣ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡେମି ଅଫ୍‌ ଫାଇନାନ୍ସିଆଲ୍‌ ମ୍ୟାନେଜମେଣ୍ଟ୍‌ଠାରେ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୮୦ଜଣ ନବନିଯୁକ୍ତ ଅଧିକାରୀ ପ୍ରଶିକ୍ଷଣ ନେଉଛନ୍ତି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ଆୟୋଜିତ ଏହି ୧୬ ଦିନିଆ କାର୍ଯ୍ୟକ୍ରମ ସୋମବାରଠାରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୮ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆସନ୍ତା ଅଗଷ୍ଟ ୧୪ରୁ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନବନିଯୁକ୍ତ ଅଧିକାରୀମାନଙ୍କୁ ଶିକ୍ଷାର ବିକାଶ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ଶିକ୍ଷକ ହିଁ ବ୍ୟକ୍ତିକୁ ତାହାର ବ୍ୟକ୍ତିତ୍ୱ ସହ ପରିଚିତ କରାଇଥାଏ। ପ୍ରତ୍ୟେକଙ୍କ ଜୀବନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଶିକ୍ଷା କ୍ଷେତ୍ରର ପ୍ରଶାସନିକ ଯୋଗାଯୋଗକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଦିଗରେ ଶ୍ରୀ ମାର୍ଣ୍ଡି ଗୁରୁତ୍ୱ ଦେଇଥିଲେ। ଶିକ୍ଷା ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଓ ଦାୟିତ୍ୱସମ୍ପନ୍ନ ବିଭାଗ ନବ ନିଯୁକ୍ତ ଅଧିକାରୀମାନଙ୍କ ନୂତନ ଚିନ୍ତାଧାରା ସହ ଆଗକୁ ବଢ଼ିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌ ନବନିଯୁକ୍ତ ଅଧିକାରୀମାନଙ୍କୁ ବିଭାଗ ତରଫରୁ ସ୍ୱାଗତ ଜଣାଇଥିଲେ। ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ୨୦୨୩-୨୪ ଶିକ୍ଷାବର୍ଷ ନୂତନ ଅଧିକାରୀମାନଙ୍କ ସହଯୋଗ ଓ ନୂତନ ଦୃଷ୍ଟିକୋଣ ମାଧ୍ୟମରେ ସଫଳତାର ଶୀର୍ଷ ଛୁଇଁବ ବୋଲି ସେ ଆଶା କରିଛନ୍ତି।

ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସ୍ୱାଗତ ଭାଷଣରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀ ସେମାନଙ୍କୁ ଭବିଷ୍ୟତ ବୃତ୍ତିଗତ ଜୀବନର ବାଧାବିଘ୍ନକୁ ସାହସର ସହ ସାମ୍ନା କରିବାକୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ପ୍ରଶିକ୍ଷାର୍ଥୀମାନଙ୍କୁ ୧୬ଦିନ ମଧ୍ୟରେ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦିଆଯିବ। ଜିଲ୍ଲା, ବ୍ଲକ୍‌ ସ୍ତରରେ କ୍ଷେତ୍ର ଅଧ୍ୟୟନ ମାଧ୍ୟମରେ ଶିକ୍ଷା ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ସବିଶେଷ ପ୍ରଶିକ୍ଷଣ ଦିଆଯିବ। ନୂତନ ଭାବେ ପ୍ରଣୟନ କରାଯାଇଥିବା ହାଉସ ସିଷ୍ଟମ, ସ୍କୁଲ କ୍ଲବ୍‌, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର- ବିଷୟରେ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲରେ ଆରମ୍ଭ ହେଲା ‘ହାଉସ ସିଷ୍ଟମ’, ଭିନ୍ନ ୟୁନିଫର୍ମ ପିନ୍ଧି ଚମକିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଟି-ସାର୍ଟ ଓ ଘନନୀଳ ଟ୍ରାକ୍‌ ପ୍ୟାଣ୍ଟ୍‌ର ୟୁନିଫର୍ମ ପିନ୍ଧି ପିଲାମାନେ ବେଶ୍‌ ଉତ୍ସାହିତ। ହାଇସ୍କୁଲ ରୂପାନ୍ତରଣ ସହ ଲାଲ୍‌, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ ସିଷ୍ଟମ’ ଅନୁସାରେ ଏହି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି।

ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ ପ୍ରୟାସ ‘ହାଉସ ସିଷ୍ଟମ’ ଆରମ୍ଭ କରିଛି। ‘ହାଉସ ସିଷ୍ଟମ’ ଅନୁସାରେ, ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦଳଗତ କାର୍ଯ୍ୟ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି।

ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟାର ସମାଧାନ କରିବା, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତି ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତ୍ତି, ନିଷ୍ପତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ କରିବାର କ୍ଷମତା- ଆଦି ବିଭିନ୍ନ ମୌଳିକ ଗୁଣକୁ ବିକାଶ କରିବାରେ ‘ହାଉସ ସିଷ୍ଟମ’ ସହାୟକ ହେବ।

‘ହାଉସ ସିଷ୍ଟମ’ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଲାଗୁ ହୋଇଛି। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକରେ ୪ଟି ହାଉସ ଗଠନ କରାଯାଉଛି। ପ୍ରତି ଶ୍ରେଣୀର ଛାତ୍ରଛାତ୍ରୀ, ପ୍ରତିଭା ଏବଂ ଲିଙ୍ଗଗତ ସାମସ୍ୟକୁ ଦୃଷ୍ଟିରେ ରଖି ସମାନୁପାତରେ ୪ଟି ଦଳ ଗଠନ କରାଯାଉଛି।

୧୦୦ରୁ କମ୍‌ ଥିବା ବିଦ୍ୟାଳୟରେ ଦୁଇଟି ହାଉସ ବା ଦଳ ଗଠନ କରାଯାଉଛି। ପ୍ରତି ହାଉସକୁ ବିଦ୍ୟାଳୟ ପକ୍ଷରୁ ନାମକରଣ କରାଯାଉଛି। ପ୍ରାକୃତିକ ସମ୍ପଦ- ନଦୀ, ପର୍ବତ, ଗଛ, ପକ୍ଷୀ, ଫୁଲଗୁଡିକର ନାମକୁ ବ୍ୟବହାର କରାଯାଉଛି। ପାଠପଢ଼ା, ନେତୃତ୍ୱ ନେବାର କଳା, ବିଭିନ୍ନ କାର୍ଯ୍ୟକଳାପରେ ଦକ୍ଷ ଥିବା ଜଣେ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ହାଉସର ଅଧିନାୟକ(କ୍ୟାପଟେନ) ଭାବେ ମନୋନୀତ କରୁଛନ୍ତି। ଆଉ ଜଣେ ଉପଅଧିନାୟକ ଓ ଜଣେ ହାଉସ ପ୍ରତିନିଧି ଭାବେ ମଧ୍ୟ ମନୋନୀତ ହେଉଛନ୍ତି।

ପ୍ରତି ସପ୍ତାହରେ ଗୋଟିଏ ପିରିୟଡରେ ହାଉସର ବୈଠକ ଅନୁଷ୍ଠିତ ହେବାର ବ୍ୟବସ୍ଥା କରାଯାଇଛି। ବୈଠକରେ ବିଭିନ୍ନ କାର୍ଯ୍ୟର ଯୋଜନା, କ୍ରିୟାନ୍ୱୟନ ସମ୍ପର୍କରେ ଆଲୋଚନା କରାଯାଉଛି। ପ୍ରତି ହାଉସ ପାଇଁ ଜଣେ ଶିକ୍ଷକଙ୍କୁ ହାଉସ ମାଷ୍ଟର ଭାବେ ପ୍ରଧାନ ଶିକ୍ଷକ ନିୟୋଜିତ କରିଛନ୍ତି। ହାଉସ ମାଷ୍ଟରଙ୍କ ତତ୍ତ୍ୱାବଧାନରେ ଅଧିନାୟକ କାର୍ଯ୍ୟ କରୁଛନ୍ତି। ପ୍ରତି ବର୍ଷ ଭଲ କାମ କରିଥିବା ହାଉସକୁ ‘ହାଉସ ଅଫ୍‌ ଦ ଇୟର’ର ଭାବେ ପୁରସ୍କୃତ କରାଯିବ।

ପ୍ରତି ହାଉସ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ ଦିବସ ପାଳନ କରିବା, ଏହି ଅବସରରେ କୁଇଜ୍‌, ବକ୍ତୃତା, ଚିତ୍ରାଙ୍କନ, ପୋଷ୍ଟର ତିଆରି କରିବା, ବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷରୋପଣ, ପୁଷ୍ପବାଟିକା ଦାୟିତ୍ୱ ନେବା, ବିଦ୍ୟାଳୟର ସ୍ୱଚ୍ଛତା ପ୍ରତି ଦୃଷ୍ଟି ଦେବା, ପ୍ରାର୍ଥନା ସଭାରେ ସମାଚାର ଉପସ୍ଥାପନା କରିବା, ପର୍ବପର୍ବାଣିରେ ଲୋକନୃତ୍ୟ, ଲୋକକଳା, ନାଟକ ପରିବେଷଣ କରିବା, ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା, ପ୍ରବନ୍ଧ ରଚନା, ପୁସ୍ତକ ସମୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷାଦାନ କରିବା ଦିଗରେ ‘ହାଉସ ସିଷ୍ଟମ’ କାର୍ଯ୍ୟ କରୁଛି ।

Categories
ବିଶେଷ ଖବର ରାଜ୍ୟ ଖବର

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ହେବେ ୯୦୨ ଜଣ ଶିକ୍ଷକ ଓ ଅଣ ଶିକ୍ଷକ

ଭୁବନେଶ୍ବର: ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ତିଆରି କରିଛନ୍ତି। ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି। ଖୁବ୍‌ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ପଦବୀ ସମେତ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍‌, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍‌, ୧୦୬ ଆସିଷ୍ଟାଣ୍ଟ୍‌ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି।

ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଧ୍ୟାନ ଦେଇଆସୁଛନ୍ତି। ବିଦ୍ୟାଳୟଗୁଡିକର ଭିତ୍ତିଭୂମି ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଉଛନ୍ତି। ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି।

ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି। ଏ ସବୁ ବିଦ୍ୟାଳୟରେ ଯୁକ୍ତ-୨ ଖୋଲିଛି। ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ-ଦୁଇ ପଢ଼ିପାରିବେ। ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ନୂତନ ଶିକ୍ଷକ ପଦବୀଗୁଡିକ ସୃଷ୍ଟି ହୋଇଛି।

ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍‌ର ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣ-ଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ସ୍କୁଲରେ ପ୍ରଚଳନ ହେବ ଆକାଂକ୍ଷୀ ପାଠ୍ୟକ୍ରମ, ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁ ଶାରୀରିକ ସୁସ୍ଥତା ଓ ଜୀବନ କୌଶଳର ଗୁରୁତ୍ୱକୁ ଅନୁଭବ କରି ‘ମୋ ସ୍କୁଲ ଅଭିଯାନ’ ଦ୍ୱାରା ମୁଖ୍ୟ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ୪ଟି ସ୍କୁଲ କ୍ଲବ୍‌ ମଧ୍ୟରେ ସ୍ଥାନ ପାଇଥିଲା ‘କ୍ରୀଡାଙ୍ଗନା କ୍ଲବ୍‌’।

ଏହି କ୍ରୀଡ଼ାଭିତ୍ତିକ କ୍ଲବର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି କ୍ରୀଡାଙ୍ଗନା କ୍ଲବର ମୁଖ୍ୟ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ରାଜ୍ୟର ୧୪ଟି ଜିଲ୍ଲାରୁ ୧୨୦ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି। ସମସ୍ୟା ସମାଧାନ, ଯୋଗାଯୋଗ, ସହାନୁଭୂତି, ବୁଝାମଣା ଓ ସଚେତନତା ମୁଖ୍ୟତଃ ଏହି ୫ଟି ଜୀବନକୌଶଳୀ ବିଷୟ ଉପରେ ଆଧାରିତ କ୍ରୀଡାଙ୍ଗନା କ୍ଲବର ମୁଖ୍ୟ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ। ରୂପାନ୍ତରିତ ବିଦ୍ୟାଳୟରେ ଆସ୍ପିରେସନାଲ୍‌ କରିକୁଲମ୍‌ର ପ୍ରଚଳନ ପାଇଁ ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ମ୍ୟାଜିକବସ୍‌ ଫାଉଣ୍ଡେସନ୍‌ ଏହି ତାଲିମ କାର୍ଯ୍ୟକ୍ରମରେ ସହେଯାଗ କରୁଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା କହିଛନ୍ତି, ଶିକ୍ଷାର ବିକାଶ ପାଇଁ ଆମକୁ ମାନସିକ ଉନ୍ମìକ୍ତ ହୋଇ ନୂତନତ୍ୱକୁ ଗ୍ରହଣ କରିବାକୁ ହେବ। ସେ କହିଛନ୍ତି ଶୈକ୍ଷିକ ବିକାଶ ପାଇଁ ଶାରୀରିକ ସୁସ୍ଥତା ସହ ଜୀବନ କୌଶଳୀ ଶିକ୍ଷା ମଧ୍ୟ ଅପରିହାର୍ଯ୍ୟ।

ଆମ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଶେଷ ଭାବରେ ସହାୟକ ହେବା ସହ ସେମାନଙ୍କୁ ଦକ୍ଷ ଭାବରେ ଗଢିତୋଳିବ ବୋଲି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ କହିଛନ୍ତି।

ସେହିପରି ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନରେ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ଶାରୀରିକ ପ୍ରଶିକ୍ଷଣ ପ୍ରଦାନ କରାଯିବା ପାଇଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ସୋମବାରଠାରୁ ଆରମ୍ଭ ହୋଇ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋ ସ୍କୁଲ ଅଭିଯାନ ଓ ବ୍ରିଟିଶ୍‌ କାଉନସିଲର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ୪ଦିନିଆ ତାଲିମ କାର୍ଯ୍ୟକ୍ରମ ଶାରୀରିକ ଶିକ୍ଷା ସହ ବ୍ୟକ୍ତିଗତ, ସମାଜିକ ଓ ଅର୍ଥନୈତିକ ପାଠ୍ୟକ୍ରମକୁ ପ୍ରୋତ୍ସାହନ ଦେବ। ଏହି ପ୍ରଶିକ୍ଷଣ ରାଜ୍ୟରେ ଥିବା ୩୦ଟି ସରକାରୀ ବିଦ୍ୟାଳୟର ଫୁଟବଲ କ୍ଲବ୍‌ଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇଦେବ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଉଦ୍ୟମ। ଏଥିରେ ବ୍ରିଟେନରୁ ଆସିଥିବା ଅଭିଜ୍ଞସମ୍ପନ୍ନ ମୁଖ୍ୟ ପ୍ରଶିକ୍ଷକ ଆଦାମ ଲିଆ ପ୍ରଶିକ୍ଷଣ ଶିବିରରେ ମାର୍ଗଦର୍ଶନ ଦେଉଛନ୍ତି। ଏଥିରେ ତାଙ୍କୁ ସହଯୋଗ କରିବା ପାଇଁ ଦିଲ୍ଲୀର ପ୍ରଶିକ୍ଷକ ଶ୍ୟାମ ଗୁଆଲି ଏବଂ ଗୋଆର ପ୍ରଶିକ୍ଷକ ଶେଖର କେଲକରଙ୍କ ସହ ଅନ୍ୟ ବରିଷ୍ଠ ପ୍ରଶିକ୍ଷକମାନେ ଉପସ୍ଥିତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ, ନାମ ଲେଖାଇପାରିବେ ମାଟ୍ରିକ ପାଶ

ଭୁବନେଶ୍ୱର : ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥି ମଧ୍ୟରୁ ୧୦୦ ଗୋଟି ବିଦ୍ୟାଳୟରେ କଳା ଓ ୬ ଗୋଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ।

ଏହି ବିଦ୍ୟାଳୟଗୁଡ଼ିକରେ ଦୁଇ ଗୋଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି। ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ। ଏହାଦ୍ୱାରା ରାଜ୍ୟରେ ୧୦୬ ଗୋଟି ସରକାରୀ ବିଦ୍ୟାଳାୟରେ ମୋଟ ୧୩୪୬୮ ସିଟ ନାମ ଲେଖାପାଇଁ ବୃଦ୍ଧି ପାଇବ।

ସମ୍ପ୍ରତି ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିଯୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି।

Categories
ଆଜିର ଖବର

ଏପ୍ରିଲ ୧୧ ରୁ ରାଜ୍ୟରେ ସକାଳୁଆ ସ୍କୁଲ, ଜିଲ୍ଲାପାଳ ଚାହିଁଲେ କରିପାରିବେ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଅପ୍ରେଲ ମାସ ୩ ତାରିଖରୁ ଆରମ୍ଭ ହେବ।

ପୁନଶ୍ଚ ଗ୍ରୀଷ୍ମ ଋତୁ ପାଇଁ ଆସନ୍ତା ଏପ୍ରିଲ ୧୧ରୁ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟମାନଙ୍କରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଇତ୍ୟାଦି ଯୋଗେଇ ଦେବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯନିବାନ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ଆରମ୍ଭ ହେଲା ‘ଶିଶୁଲେଖା’ ପତ୍ରିକା ବଣ୍ଟନ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଶ୍ରୀ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓସେପାର ଉପନିର୍ଦ୍ଦେଶିକା ଶ୍ରୀମତୀ ଆରତୀ ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡକଫର ଫଣୀନ୍ଦ୍ର ଭୂଷଣ ନନ୍ଦ ଉପସ୍ଥିତ ଥିଲେ। ଲୋକପି୍ରୟ ଶିଶୁ ପତି୍ରକା ‘ଶିଶୁଲେଖା’କୁ ଓଡ଼ିଶାର ୫୦ ହଜାର ବିଦ୍ୟଳୟକୁ ବଣ୍ଟନ କରିବା କାର୍ଯ୍ୟକ୍ରମ ରଖାଯାଇଛି ।

ଓଡ଼ିଶାର ୩୧୪ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ତାଙ୍କ ଅଧୀନରେ ଥିବା ବିଦ୍ୟାଳୟସମୂହ ପାଇଁ ‘ଶିଶୁଲେଖା’ ପ୍ରେରଣ ହେବାର ବନ୍ଦୋବସ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୪୧ ବ୍ଲକ୍‌କୁ ‘ଶିଶୁଲେଖା’ ଆଜି ପ୍ରେରଣ କରାଯାଇଛି।

ପ୍ରତି ବିଦ୍ୟାଳୟରେ ‘ଶିଶୁଲେଖା’ର ବିଷୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପଠନ କରାଯାଇ ଆଲୋଚନା କରାଯିବ। ଏ ସଂପର୍କରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓସେପାର ଅଧିକାରୀମାନେ ଉପସ୍ଥିତ ଥିଲେ।

‘ଶିଶୁଲେଖା’ର ପ୍ରକାଶନ ଏବଂ ବଣ୍ଟନ କାର୍ଯ୍ୟକୁ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଛି। ‘ଶିଶୁଲେଖା’ ପଠନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ, ସୃଜନଶୀଳତା ଏବଂ ଭାଷା ପ୍ରୀତି ପ୍ରକାଶ ପାଇବ ବୋଲି ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍କୁଲ ପାଇଁ ପିଲା ଉଠିପାରେନି କି?, ଜାଣନ୍ତୁ ବୟସ ଅନୁଯାୟୀ ପିଲାଙ୍କ କେତେ ନିଦ ଆବଶ୍ୟକ

ଜୀବନଶୈଳୀ: ଆଜିକାଲି ଶିଶୁଙ୍କ ପାଇଁ ବିଦ୍ୟାଳୟ ପାଠ ପଢା ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ, ପିଲାମାନଙ୍କୁ ସକାଳୁ ଉଠିବା ଏକ ବଡ ସମସ୍ୟା। ଅନେକ ଥର ପିଲାମାନେ ଜାଗ୍ରତ ହେବାର ଘଣ୍ଟା ପରେ ମଧ୍ୟ ନିଦ୍ରାରେ କିମ୍ବା ଆଳସରେ ରୁହନ୍ତି। କିନ୍ତୁ ଆପଣ ଜାଣନ୍ତି ଏହା କାହିଁକି ହୁଏ? ବାସ୍ତବରେ ପିଲାମାନଙ୍କ ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ, ସେମାନଙ୍କର ମସ୍ତିସ୍କକୁ ଆରମ ମିଳିଥାଏ ଏବଂ ପର ଦିନ କାମ କରିବାକୁ ଶକ୍ତି ମିଳିଥାଏ। କିନ୍ତୁ ଆଜିକାଲି ପିଲାମାନେ ଟିଭି ଏବଂ ମୋବାଇଲ୍ ଯୁଗରେ ସଠିକ୍ ଭାବରେ ଶୋଇପାରୁନାହାଁନ୍ତି।

ବିଳମ୍ବରେ ଉଠିବା ହେତୁ ଶୋଇବା ସଂପୂର୍ଣ୍ଣ ହୋଇନଥାଏ ଏବଂ ତା’ପରେ ପିଲା ସକାଳୁ ଉଠିବାରେ ବିରକ୍ତ ହୋଇଥାନ୍ତି। ଏହା ପିଲାକୁ ଦିନସାରା ଆଳସ୍ୟ ଲାଗିରହେ। କମ୍ ଶୋଇବା ଶିଶୁର ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏପରି ପରିସ୍ଥିତିରେ, ଆପଣ ଜାଣିବା ଉଚିତ୍ ଯେ ଆପଣଙ୍କ ପିଲାଙ୍କ ବୟସ ଅନୁଯାୟୀ, ସେ କେତେ ଘଣ୍ଟା ଶୋଇବା ଉଚିତ୍। ପିଲା ପାଇଁ କେତେ ଘଣ୍ଟା ଶୋଇବା ଆବଶ୍ୟକ? ଆସନ୍ତୁ ଜାଣିବା….

– ପିଲାମାନଙ୍କର ନିଦ ସେମାନଙ୍କ ବୟସ ଅନୁଯାୟୀ ହୋଇଥାଏ। ଶିଶୁ ଜନ୍ମ ପରେ ଦିନର ୨୪ ଘଣ୍ଟାରେ ଅତି କମରେ ୧୮ ଘଣ୍ଟା ଶୋଇଥାଏ।

– ଯେତେବେଳେ ପିଲାଟି ୪ ରୁ ୧୨ ମାସ ହୋଇଯାଏ, ସେ ୧୨ ରୁ ୧୬ ଘଣ୍ଟା ଶୋଇଥାଏ।

– ୧ ରୁ ୨ ବର୍ଷର ପିଲା ୧୧ ରୁ ୧୪ ଘଣ୍ଟା ଶୋଇବା ଉଚିତ୍।

– ୩ ରୁ ୫ ବର୍ଷର ପିଲାମାନେ ଅତି କମରେ ୧୦ ରୁ ୧୩ ଘଣ୍ଟା ଶୋଇବା ଉଚିତ୍।

– ଏଥି ସହିତ, ୬ ରୁ ୧୨ ବର୍ଷର ପିଲା ୯ ରୁ ୧୨ ଘଣ୍ଟା ଶୋଇବା ଆବଶ୍ୟକ।

– ୧୩ ରୁ ୧୮ ବର୍ଷର ପିଲାମାନେ ୮ ରୁ ୧୦ ଘଣ୍ଟା ଶୋଇବା ଉଚିତ୍।

ଶୋଇବାର ଲାଭ:

– ଗଭୀର ଏବଂ ଭଲ ନିଦ ଦ୍ୱାରା ଶରୀରରେ ବୃଦ୍ଧି ହରମୋନ୍ ଅତି ଶୀଘ୍ର ସକ୍ରିୟ ହୋଇଯାଏ।

– ଶିଶୁର ଭଲ ନିଦ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ ଏବଂ ରୋଗ, ସଂକ୍ରମଣ, କାଶ ଏବଂ ଥଣ୍ଡାକୁ ଦୂରେଇ ରଖେ।

– ଭଲ ନିଦ ନେଲେ ଦିନର ଥକ୍କା ଏବଂ ଦୁର୍ବଳତା ଦୂର ହୁଏ। ଯେଉଁଥିପାଇଁ ଶରୀର ଶକ୍ତିଶାଳୀ ଅନୁଭବ କରେ।

– କମ୍ ନିଦ ହେତୁ ପିଲା କ୍ରୋଧିତ ହୁଏ ଏବଂ ଅନେକ ମାନସିକ ରୋଗର ଆଶଙ୍କା ବଢାଇଥାଏ।

– ଭଲ ନିଦ ମଧ୍ୟ ଶିଶୁର ଶାରୀରିକ ଏବଂ ମାନସିକ ଅଭିବୃଦ୍ଧିରେ ଉନ୍ନତି ଆଣେ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରଧାନ ଶିକ୍ଷକ ସମ୍ମିଳନୀ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅନୁଷ୍ଠିତ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱସ୍ତରରେ ଯେଉଁମାନେ ମହାନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସେମାନଙ୍କ ମୂଳରେ ଶିକ୍ଷକ ଓ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ତାରତମ୍ୟ ଓ ଶିକ୍ଷାଦାନ ବିଷୟରେ ମଧ୍ୟ ସେ ଅବତାରଣା କରିଥିଲେ। ରାଜ୍ୟରେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ।

ଶିକ୍ଷା ଭରଣା କାର୍ଯ୍ୟକ୍ରମକୁ କିପରି ଭାବରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ କାର୍ଯ୍ୟକାରୀ କରିପାରିବେ ସେ ସଂପର୍କରେ ମନ୍ତ୍ରୀ ଶ୍ରୀ ଦାଶ ବିଶଦ ଆଲୋଚନା କରିଥିଲେ। ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ଆର୍‌ଏ ସ୍କିମ୍‌ରେ ୪ ଜଣ ମହିଳାଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ‘ମୋ ସ୍କୁଲ’ ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରେସନାଲାଇଜେସନ୍‌ ଅଫ୍‌ ଟିଚରସ୍‌ ଆପଏଣ୍ଟମେଣ୍ଟ ଅଫ୍‌ ନୁ୍ୟ ହାଇସ୍କୁଲ ଟିଚରସ୍‌, ମର୍ଜର ଓ ଡି-ମର୍ଜର ଅଫ୍‌ ସ୍କୁଲସ୍‌, ପାରଦର୍ଶୀ ପୋର୍ଟାଲର କାର୍ଯ୍ୟକାରିତା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ୍‌ ପ୍ରାପ୍ତିଗୁଡ଼ିକୁ କିପରି ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ସେ ନିର୍ଦ୍ଦେଶ ଦେଇଥିଲେ। ବଲେଶ୍ୱର ଜିଲ୍ଲାକୁ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଗଣ୍ୟ ଜିଲ୍ଲା ଭାବେ ଗଢ଼ିତୋଳିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି ବୈଠକରେ ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ ଦାଶ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ଚନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସମ୍ବିତ କୁମାର ନାୟକ, ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ, ଜାଣନ୍ତୁ କେଉଁ ଜିଲ୍ଲାରେ ସର୍ବାଧିକ ଉପସ୍ଥାନ

ଭୁବନେଶ୍ୱର :  ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିଛି । ୩୭,୫୩୩ଟି ସରକାରୀ, ସରକାରୀ
ଅନୁଦାନପ୍ରାପ୍ତ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ପରିଚାଲିତ ବିଦ୍ୟାଳୟ ଏବଂ ଅଣ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪,୪୫,୪୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିବସରେ ୧୪,୪୨,୭୯୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଯୋଗଦେଇଥିଲେ ।

ଦେବଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସର୍ବାଧିକ ୮୫ ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ଦେଇଥିବାବେଳେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବାଧିକ ୯୧ ପ୍ରତିଶତ ରହିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାରେ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୭ ପ୍ରତିଶତ ହୋଇଥିଲା ।

ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ଦେବଗଡ଼ ସହିତ ବାଲେଶ୍ୱର, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେଉଁଝର ଏବଂ ସମ୍ବଲପୁର ଜିଲ୍ଲାମାନଙ୍କରେ ଉପସ୍ଥାନ ବହୁତ ଭଲ ରହିଛ। ମାଧ୍ୟମିକ ସ୍ତରରେ ଅନୁଗୋଳ, କେନ୍ଦ୍ରାପଡ଼ା, କେଉଁଝର, କଟକ, ଗଞ୍ଜାମ, ରାୟଗଡ଼ ଏବଂ ବରଗଡ଼ ଜିଲ୍ଲାରେ ଉପସ୍ଥାନ ଉତ୍ସାହଜନକ ଅଛି ।

ପ୍ରାଥମିକ ସ୍ତରରେ ଅଷ୍ଟମ ଶ୍ରେଣୀରେ କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଅନୁଗୋଳ, ବଲାଙ୍ଗୀର, କଟକ, ଦେବଗଡ଼, କେଉଁଝର ଜିଲ୍ଲାମାନଙ୍କରେ ପିଲାମାନଙ୍କ ଉପସ୍ଥାନ ହାର ବହୁତ ଭଲ ରହିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନଙ୍କରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ଉପସ୍ଥାନ ମଧ୍ୟ ଖୁବ୍‌ ଭଲ ରହିଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଭଲ ରହିଛି ।

ବ୍ରହ୍ମପୁରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ଆଜି ଉପସ୍ଥାନ ୬୦ ପ୍ରତିଶତ ରହିଥିବା ବେଳେ ହିଞ୍ଜିଳିକାଟୁର କଞ୍ଚୁରା ସରକାରୀ ବିଦ୍ୟାଳୟ, କୁକୁଡ଼ାହାଣ୍ଡିର ହୁଗୁଳାପୋଟ୍ଟା କୃଷକ ବିଦ୍ୟାଳୟ, ପାତ୍ରପୁର, ସାମନ୍ତିଆପଲ୍ଲିସ୍ଥିତ ମହନ୍ତ ଶ୍ରୀ ପରଙ୍କୁଶ ବିଦ୍ୟାଳୟ, ରଙ୍ଗେଇଲୁଣ୍ଡା ବ୍ଲକ୍‌ କଲୋନିସ୍ଥିତ ପିଓପିଏସ୍‌ ଏବଂ ରଙ୍ଗିପୁର ଏନ୍‌ୟୁପିଏସ୍‌(ଅଷ୍ଟମ ଶ୍ରେଣୀ)ରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ଉତ୍ସାହଜନକ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମସ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇ ସାରିଛି । ବିଦ୍ୟାଳୟରେ ପଢ଼ୁଥିବା ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କୁ ଟିକା ଦିଆଯାଇ ସାରିଥିବାବେଳେ ଅବଶିଷ୍ଟ ୪୫ ପ୍ରତିଶତଙ୍କୁ ଖୁବ୍‌ଶୀଘ୍ର ଟିକା ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ।

ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ଦ୍ୱାରା ସାନିଟାଇଜେସନ୍‌ କରାଯାଇଥିଲା। ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଶିକ୍ଷକମାନଙ୍କୁ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ପରି ଉପଯୁକ୍ତ କୋଭିଡ୍‌ ମାର୍ଗଦର୍ଶିକାର କଡ଼ା ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷକ ଏବଂ ନିରୀକ୍ଷଣ ଅଧିକାରୀମାନଙ୍କୁ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଦ୍ୟାର୍ଥୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ସମ୍ବନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଖୋଲାଯିବା ପରେ କୌଣସି ସମସ୍ୟା ଉପୁଜିଲେ ଏହାକୁ ତଦାରଖ କରିବାକୁ ଓସେପା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍‌ ଖୋଲାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟତ୍ରୀଙ୍କୁ ‘ଟିଚର’ ଡାକିବେ; ସା’ରେ କିମ୍ବା ମ୍ୟାଡମ୍ ନୁହେଁ

ନୂଆଦିଲ୍ଲ: ଲିଙ୍ଗଗତ ପ୍ରଭେଦକୁ ଦୂର କରିବା ପାଇଁ କେତେବେଳେ କେଉଁଠି ନୂଆନୂଆ ନିଷ୍ପତି ଗ୍ରହଣ କରାଯାଉଛି। ନିକଟରେ ଅନ୍ତର୍ଜାତୟ କ୍ରିକେଟ ବୋର୍ଡ ବ୍ୟାଟସମ୍ୟାନ ଶଦ୍ଦକୁ ଉଠାଇ ବ୍ୟାଟର କରିବାକୁ ନିଷ୍ପତି କରିଛନ୍ତି। କାରଣ ହେଲା, ମହିଳା କ୍ରିକେଟରଙ୍କ ପାଇଁ ବ୍ୟାଟସମ୍ୟାନ ଶଦ୍ଦଟି ଅସୁବିଧା ସୃଷ୍ଟି କଲା।

ସେହିପରି କେରଳର ଗୋଟିଏ ସ୍କୁଲ ଏହି ଲିଙ୍ଗଗତ ତାରତମ୍ୟକୁ ଦୂର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଏଣିକି ଛାତ୍ରଛାତ୍ରୀ ସ୍କୁଲର ଶିକ୍ଷକଙ୍କୁ ‘ Teacher’ ବୋଲି ସଂବୋଧିତ କରିବେ। କେହି ‘ସା’ରେ’ କିମ୍ବା ‘ମ୍ୟାଡମ’ ଡାକିପାରିବେ ନାହିଁ।  କେରଳର ପାଲକ୍କାଡ ଜିଲ୍ଲାର ଓଲାସ୍ସେରୀ ଗ୍ରାମ୍ୟ ସ୍କୁଲରେ ଏହି ନିଷ୍ପତି କରାଯାଇଛି। ସରକାରୀ ସାହାଯ୍ୟପ୍ରାପ୍ତ ଏହି ସ୍କୁଲରେ ମୋଟ 3 ଶହ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏଥିସହିତ 9 ଜଣ ଶିକ୍ଷୟତ୍ରୀ ଏବଂ 8 ଜଣ ଶିକ୍ଷକ ଅଛନ୍ତି।

ପଢିବା ପାଇଁ କ୍ଲିକ କରନ୍ତୁ – ଘର ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଲେ 3 ହଜାର ଟଙ୍କା ଲେଖାଏଁ

ଏହି ସ୍କୁଲର ପ୍ରଧାନଶିକ୍ଷକ ଏଚ. ଭେନୁଗୋପାଳନ କୁହନ୍ତି ଯେ, ଏହି ପ୍ରସ୍ତାବଟି ସ୍କୁଲର ଜଣେ ଶିକ୍ଷକ ଆଣିଥିଲେ। ଏହାପରେ ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ସମସ୍ତେ ସମ୍ମତି ପ୍ରଦାନ କଲେ। ଏପରିକି ଶିକ୍ଷୟତ୍ରୀମାନେ ମଧ୍ୟ ବେଶ ଖୁସି ପ୍ରକଟ କଲେ। ଫଳରେ ଏକ ନୋଟିସ ବାହାର କରି ଏହି ଲାଗୁ କରିବା ପାଇଁ ନିଷ୍ପତି କଲୁ ବୋଲି ଭେନୁଗୋପାଳ କହିଛନ୍ତି।

ଆଉ ଜଣେ ଶିକ୍ଷକଙ୍କ କହିବା କଥା ଯେ, ଏହି ସ୍କୁଲଠାରୁ 14 କିଲୋମିଟର ଦୂରରେ ଏକ ପଞ୍ଚାୟତ ଅଛି। ସେଠାରେ ମଧ୍ୟ କାହାକୁ ସା’ରେ କିମ୍ବା ମ୍ୟାଡମ ନ ଡାକିବା ପାଇଁ ନିଷ୍ପତି କରାଯାଇଛି। ସେଠାରେ ଅଧିକାରୀଙ୍କୁ ବା ପ୍ରତିନିଧିଙ୍କୁ ତାଙ୍କର ପଦବୀ ଅନୁସାରେ ଡାକିବା ପାଇଁ ନିଷ୍ପତି କରାଯାଇଛି। ଯେପରି ସରପଞ୍ଚଙ୍କୁ ସା’ରେ ନ ଡାକି ସରପଞ୍ଚ, ୱାର୍ଡ ମେମ୍ବରଙ୍କୁ ସା’ରେ ବା ମ୍ୟାଡମ ନ ଡାକି ୱାର୍ଡମେମ୍ବର ଡାକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ହେଲେ କରୋନା ଆକ୍ରାନ୍ତ- ପଢିବା ପାଇଁ କ୍ଲିକ କରନ୍ତୁ

‘ଏହି ନିଷ୍ପତି ଆମକୁ ବେଶ୍ ପ୍ରଭାବିତ କରିଥିଲା। ସେଥିପାଇଁ ଆମେ ମଧ୍ୟ ନିଷ୍ପତି କଲୁ ଯେ, ଆମ ସ୍କୁଲରେ ମଧ୍ୟ ସା’ରେ ମ୍ୟାଡମ ପରଂପରାକୁ ଭାଙ୍ଗିଦେବୁ। ସେହି ଅନୁସାରେ ସମସ୍ତଙ୍କ ମତାମତ ନେଇ ଏପରି ନିଷ୍ପତି ଗ୍ରହଣ କରିଲୁ ବୋଲି ଆଉ ଜଣେ ଶିକ୍ଷକ କହିଛନ୍ତି।’ ସେ ପୁଣି କହିଛନ୍ତି ଯେ, ଖୁସିର କଥା ଆମର ଏହି ନିଷ୍ପତି ଅନ୍ୟ ସ୍କୁଲରେ ମଧ୍ୟ ଲାଗୁ କରିବା ପାଇଁ ସେଠାକାର କର୍ତ୍ତୁପକ୍ଷ ଚିନ୍ତା କରୁଛନ୍ତି।

( ଏଥିରେ ସଂଲଗ୍ନ ଫଟୋଟି ପୂର୍ବ ସଂଗୃହିତ, ଏହା ଷ୍ଟୋରୀ ସହିତ କେବଳ ସାମଞ୍ଜସ୍ୟ ଥିବାରୁ ଦିଆଯାଇଛି।)

Categories
ଆଜିର ଖବର ରାଜ୍ୟ ଖବର

ଦୀପାବଳି ପରେ ଷଷ୍ଠ ଓ ସପ୍ତମ କ୍ଲାସ, ନୂଆବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ

ଭୁବନେଶ୍ବର: ଆଉ ନୁହେଁ ଏଥର ସ୍କୁଲ ଖୋଲିବ। ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେତିକି ନୁହେଁ ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ସମ୍ଭାବନା ଅଛି ବୋଲି ମନ୍ତ୍ରୀ କହିଛନ୍ତି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରାଯାଉଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି। ଗତ ୨୫ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଛି ।  ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି ।  ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଆଗ୍ରହ ରହିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟ କ୍ଲାସ ଖୋଲିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ବିଚାର କରୁଛି।

Categories
ଜାତୀୟ ଖବର ବିଶେଷ ଖବର

ନଭେମ୍ବର ୧୬ ତାରିଖରୁ ଖୋଲିବ ସମସ୍ତ ସ୍କୁଲ କଲେଜ, ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

କୋଲକାତା: ଆସନ୍ତା ନଭେମ୍ବର ୧୬ ତାରିଖରୁ ସମସ୍ତ କଲେଜ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଂଗ ସରକାର ଗତକାଲି ରାତିରେ ଏହି ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଏ ନେଇ ଆଜି ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ନଭେମ୍ବର ୧୬ ତାରିଖରୁ ପୂର୍ବପରି ଯେପରି କ୍ଲାସରେ ପାଠ ପଢାଯାଉଥିଲା ସେହିପରି ପାଠ ପଢାଯିବ। ତେବେ କୋଭିଡ କଟକଣାକୁ ମାନି ଏହି କ୍ଲାସ କରାଯିବ। ସେଥିପାଇଁ କଲେଜ କିମ୍ବା ସ୍କୁଲ କର୍ତ୍ତପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗ ଦେବେ।

ଯେହେତୁ ୨୦ ମାସ ଧରି ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା, ସେଥିପାଇଁ ପୂର୍ବରୁ ପ୍ରସ୍ତୁତି ନିମନ୍ତେ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ ନଭେମ୍ବର 1 ତାରିଖରୁ କାର୍ଯ୍ୟରେ ଯୋଗଦେବେ। ଏଥିସହିତ ଜିଲ୍ଲପାଳମାନଙ୍କୁ ମଧ୍ୟ ଏହାର ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନଭେମ୍ବର ୧୬ ତାରିଖରେ ଶିକ୍ଷାନୁଷ୍ଠାନ ଖୋଲିବା ଉପଯୁକ୍ତ ବୋଲି ନିଶ୍ଚିତ କରିବେ।

ସେହିପରି ରେଳ ଏବଂ ବସ ସେବାରେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦେବା ପାଇଁ ମଧ୍ୟ ସଂପୃକ୍ତ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କର ଯାତାୟତ ପାଶ ବ୍ୟବସ୍ଥା କରିବାକୁ ମଧ୍ୟ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ କୁହାଯାଇଛି। ଏହି ନିର୍ଦ୍ଦେଶନାମା ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଦାନ କରାଯାଇଛି।

ଗତ ସୋମବାର ଦିନ ସିଲିଗୁଡିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ନଭେମ୍ବର ୧୬ ତାରିଖରେ ଖୋଲିବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଉଭୟ ସ୍କୁଲ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରି ଗତକାଲି ନିର୍ଦ୍ଦେଶନାମା ଜାରୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତିରାଜ ଦିବସ: ସ୍କୁଲ, କଲେଜକୁ ଛୁଟି ଘୋଷଣା କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ କଟକସ୍ଥିତ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱରସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ୍‌ ଯାତ୍ରାର ଆୟୋଜନ କରାଯାଉଛି। ଏହି ଶୋଭାଯାତ୍ରାରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍‌ ହେବେ।

ଏହି ସାଇକେଲ୍‌ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶୱାର ପର୍ଯ୍ୟନ୍ତ ୪୫୦୦ ମାଇଲ୍ସ ସାଇକେଲ୍‌ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରା: ରାଜ୍ୟରେ ସମସ୍ତ ସ୍କୁଲ ରହିବ ବନ୍ଦ

ଭୁବନେଶ୍ବର: ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ  ଦାମ ବୃଦ୍ଧି ପ୍ରତିବାଦରେ ସମଗ୍ର ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ। କଂଗ୍ରେସ ଆସନ୍ତାକାଲି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ବନ୍ଦ ଡକରା ଦେଇଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ଏହାସହିତ ସରସ୍ଵତୀ ପୂଜା ଦିନ ମଧ୍ୟ ସ୍କୁଲ ବନ୍ଦ ରହିବ।