Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସ୍କ୍ୱାସ୍ ପରେ ହକିରେ ପାକିସ୍ତାନକୁ ଧୁଳି ଚଟାଇଲ ଭାରତ: ଏକପାଖିଆ ମ୍ୟାଚରେ ୧୦-୨ ରେ ଜିତିଲା ମ୍ୟାଚ

ନୂଆଦିଲ୍ଲୀ: ଏସୀୟ ଗେମ୍ସ-୨୦୨୩ ରେ ଭାରତୀୟ ହକି ଦଳ ପାକିସ୍ତାନ ବିପକ୍ଷ ପୁଲ-ଏ ମ୍ୟାଚରେ ଏକ ଐତିହାସିକ ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚକୁ ୧୦-୨ ବ୍ୟବଧାନରେ ଜିତି ପାକିସ୍ତାନକୁ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟସାଧ୍ୟ କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ହକି ଦଳ ପ୍ରଥମାର୍ଦ୍ଧରୁ ନିଜର ମଜବୁତ ସ୍ଥିତିକୁ ବଜାୟ ରଖି ୨-୦ ରେ ଶେଷ କରିଥିଲା। ଏହା ପରେ, ଦ୍ୱିତୀୟାର୍ଦ୍ଧର ଶେଷରେ ସ୍କୋର ଲାଇନ ୪-୦ ରେ ପହଞ୍ଚିଥିଲା।

ପାକିସ୍ତାନ ବିପକ୍ଷ ଏହି ମ୍ୟାଚରେ କ୍ୟାପଟେନ ହରମାନପ୍ରୀତ ସିଂ ଭାରତ ପାଇଁ ସର୍ବାଧିକ ୪ ଟି ଗୋଲ ସ୍କୋର କରିଥିଲେ। ବରୁଣ ମଧ୍ୟ ୨ ଟି ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ। ଏହା ବ୍ୟତୀତ ଶ୍ୟାମଶର, ମନଦୀପ, ଲଲିତ ଏବଂ ସୁମିତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

ଏହି ମ୍ୟାଚର ତୃତୀୟାର୍ଦ୍ଧ ଆରମ୍ଭ ହେବା ସହିତ ଭାରତ ତା’ର ମଜବୁତ ସ୍ଥିତି ବଜାୟ ରଖି ପେନାଲ୍ଟି ଷ୍ଟ୍ରୋକ ମାଧ୍ୟମରେ ପଞ୍ଚମ ଗୋଲ ସ୍କୋର କରିଥିଲା। ଏହା ପରେ ପାକିସ୍ତାନ ପେନାଲ୍ଟି ଷ୍ଟ୍ରୋକରେ ୧ ଗୋଲ ସ୍କୋର କରିଥିଲା, ତଥାପି ଭାରତ ଆଉ ୨ ଟି ଗୋଲ ସ୍କୋର କରି ସ୍କୋର ଲାଇନକୁ ୭-୧ ରେ ପହଞ୍ଚାଇଥିଲା। ତୃତୀୟାର୍ଦ୍ଧ ଶେଷ ହେବା ପୂର୍ବରୁ ପାକିସ୍ତାନ ଆଉ ଏକ ଗୋଲ ସ୍କୋର କରି ସ୍କୋର ଲାଇନକୁ ୭-୨ କୁ ବୃଦ୍ଧି କରିଥିଲା।

ମ୍ୟାଚ୍ ର ଶେଷ କ୍ୱାର୍ଟରରେ ଭାରତ ନିଜର ଗତି ବଜାୟ ରଖି ଆଉ ୩ ଗୋଲ୍ ସ୍କୋର କରି ମ୍ୟାଚକୁ ୧୦-୨ ବ୍ୟବଧାନରେ ଶେଷ କରିଥିଲା। ଏହି ମ୍ୟାଚରେ ପାକିସ୍ତାନୀ ଦଳରୁ ଅନେକ ତ୍ରୁଟି ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ବାଂଲାଦେଶ ଦଳ ବିପକ୍ଷରେ ପୁଲ୍ ଏରେ ଭାରତକୁ ଶେଷ ମ୍ୟାଚ୍ ଖେଳିବାକୁ ପଡିବ।

ଭାରତୀୟ ହକି ଦଳ ଏପର୍ଯ୍ୟନ୍ତ ପୁଲ୍-ଏରେ ଭଲ ପ୍ରଦର୍ଶନ କରିଛି ଏବଂ ଏହାର ସମସ୍ତ ମ୍ୟାଚ୍ ଚମତ୍କାର ଜିତିଛି। ଉଜବେକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ୧୬-୦ ରେ ଜିତିଛି। ଏହା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସିଙ୍ଗାପୁର ଦଳକୁ ୧୬-୧ ରେ ପରାସ୍ତ କରିଛି। ତୃତୀୟ ମ୍ୟାଚ୍‌ରେ ଜାପାନର ଶକ୍ତିଶାଳୀ ଦଳ ବିପକ୍ଷରେ ଏକ ରୋମାଞ୍ଚକର ୪-୨ ବିଜୟ ହାସଲ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆ କ୍ରୀଡା: ସ୍କ୍ୱାସ୍ ଏବଂ ଟେନିସରେ ସ୍ୱର୍ଣ୍ଣ, ବକ୍ସିଂରେ ମଧ୍ୟ ପଦକ ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ: ଏସିଆ କ୍ରୀଡାରେ ଭାରତୀୟ ଦଳ ଆଜି ସ୍କ୍ୱାସରେ ମଜବୁତ ପ୍ରଦର୍ଶନ କରିଥିଲା। ଭାରତୀୟ ଦଳ ଟେନିସ୍ ଏବଂ ସ୍କ୍ୱାସ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହା ବ୍ୟତୀତ ଶୁଟିଂରେ ଆଉ ଏକ ପଦକ ମିଳିଥିଲା। ଭାରତର ପଦକ ସଂଖ୍ୟା ବର୍ତ୍ତମାନ ୩୬ ରେ ପହଞ୍ଚିଛି।