Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟ ଜନପଥର ଉନ୍ନତିକରଣ ପାଇଁ ବିଏମସିର ନିଷ୍ପତ୍ତି: ରାଜଧାନୀରୁ ଉଠିବ ୩ ମନ୍ଦିର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଅସ୍ଥାୟୀ ଭାବେ ୩ ଟି ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ରାଜମହଲ ଛକରେ ଥିବା ଶିବ ମନ୍ଦିର ଏବଂ ପାଣ୍ଟାଲୁନ ସମ୍ମୁଖରେ ଥିବା ମା’ କାଳୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ।

ଏହି ତିନି ମନ୍ଦିରକୁ ଏବେ ଅସ୍ଥାୟୀ ଭାବେ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ପରେ ୟୁନିଟ-୨ ରେ ଦେବାସ୍ଥଳୀ ନିର୍ମାଣ କରି ଏହି ଦେବାଦେବୀଙ୍କୁ ସେଠାରେ ଅବସ୍ଥାପିତ କରାଯିବ। ସ୍ମାର୍ଟ ଜନପଥ ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର : ଟାଉନ୍‌ ଭିତରେ ରହିବନି ବସ୍‌, ସ୍ଥାନାନ୍ତରିତ ହେବ ବସ୍‌ଷ୍ଟାଣ୍ଡ୍‌

ରମେଶ ମହାନ୍ତି

ଜଗତସିଂହପୁର : ଜଗତସିଂହପୁର ବସଷ୍ଟାଣ୍ଡ ଯୋଗଧାରୀକୁ ସ୍ଥାନାନ୍ତରଣ ନିମନ୍ତେ ଶୁକ୍ରବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାପ୍ରଶାସନ ଓ ବସ୍ ମାଲିକ ଆସୋସିଏସନ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଲେ ରାଜ୍ୟରେ ସାଧାରଣ ପରିବହନ ସେବା ଆରମ୍ଭ ହୋଇଥିବାରୁ ବର୍ତ୍ତମାନର ବସଷ୍ଟାଣ୍ଡ ଅଧିକ ଜନଗହଳି ହେବାର ଆଶଙ୍କା ଦେଖାଦେଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲିଟି ଅଞ୍ଚଳରେ ଅଧିକ ଭିଡ କମାଇବା ପାଇଁ ସହରର ମଧ୍ୟ୍ୟ ଭାଗରେ ଥିବା ବସଷ୍ଟାଣ୍ଡକୁ ଯୋଗଧାରୀ ଠାରେ ହୋଇଥିବା ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରାଯିବ।

ଏହାଦ୍ୱାରା ଟାଉନ୍ ଭିତରେ କୌଣସି ବସ୍ ନରହି କଲେଜ୍ ଛକ ଓ ଯୋଗଧାରୀଠାରେ ଲୋକମାନେ ଓହ୍ଲାଇବେ ଓ ଚଢିବେ। ସହରର ମଧ୍ୟଭାଗରେ ଥିବା ବସଷ୍ଟାଣ୍ଡରେ ଲୋକମାନେ ଓହ୍ଲାଇ ମିଠା ଦୋକାନ, ଫଳ ଦୋକାନ, ଲୁଗାଦୋକାନ ଆଦି ବିଭିନ୍ନ ଦୋକାନରେ ଅତ୍ୟଧିକ ଭିଡ ବଢିବା ଆଶଙ୍କା ରହିଛି।

ଏଥିସହିତ ଟ୍ରେକର୍ ଓ ଅଟୋଷ୍ଟାଣ୍ଡ ସରଳାଦେବୀ କଲ୍ୟାଣମଣ୍ଡପ ,ଯୋଗଧାରୀ ଠାରେ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ। କଲେଜ୍ ଛକଠାରେ ଏକ “ବସ୍ ବେ” ନିର୍ମାଣ କରାଯିବ ଓ ଜଗତସିଂହପୁର ମ୍ୟୁନିସିପାଲିଟି ପକ୍ଷରୁ ଛୋଟଗାଡି ଉଇଙ୍ଗର ୨/୩ଟି ଚଲାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ବସ୍ ଗୁଡ଼ିକ ନିର୍ଦ୍ଧାରିତ ସମୟ ରହଣୀ କଟକ-ପାରାଦ୍ବୀପ ବସ୍ ଓ କାକଟପୁର, ନିମାପଡ଼ା, ପୁରୀ ବସ୍ ଗୁଡିକର ରୁଟ୍ ନିର୍ଦ୍ଧାରଣ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ ଓ ବସ୍ ଆସୋସିଏସନ୍ କର୍ମକର୍ତ୍ତା ସମାଧାନ କରିବେ। ଚାଟରା କୃଷକ ବଜାର ଠାରେ ମଙ୍ଗଳବାର ସାପ୍ତାହିକ ହାଟ ହେବାପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିୟନ୍ତ୍ରିତ ବଜାର କମିଟି ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ।

ଏହି ବୈଠକରେ ଉପ-ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଉପ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ,ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କୁମାର ପଣ୍ଡା, ଜଗତସିଂହପୁର ବସ୍ ଓନର ଆସୋସିଏସନ୍ କୈଳାଶ ଚନ୍ଦ୍ର ସାହୁ, ଉପସଭାପତି ରମେଶ ଚନ୍ଦ୍ର ଭୂୟାଁ, ସଂପାଦକ ଲକ୍ଷ୍ମୀଧର ବିଶ୍ୱାଳ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।