Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ସୁବାସିତ ଜଳରେ ସ୍ନାନ କଲେ ମହାବାହୁ, ଏବେ ହାତୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

ପୁରୀ: ଆଜି ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ତିନିଠାକରୁ ସୁବାସିତ ଜଳରେ ସ୍ନାନ କରିଥାନ୍ତି। ଆଜି ନିର୍ଦ୍ଦାରିତ ସମୟରେ ମହାପ୍ରଭୃ ରତ୍ନ ମଣ୍ଡପରୁ ବାହାରି ସ୍ନାନ ମଣ୍ଡପକୁ ବିରାଜମାନ କରିଥିଲେ। ତିନି ଠାକୁର ସ୍ନାନ ମଣ୍ଡପରେ ବିଜେ କରିବା ପରେ ଆରମ୍ଭ ହୋଇଥିଲା ସ୍ନାନ ନୀତି। ଏହାପରେ ଶହେ ଆଠ ଗରା ପାଣିରେ ତିନିଠାକୁରଙ୍କ ସ୍ନାନ କରାଯାଇଥିଲା।

ନୀତି ଅନୁସାରେ  ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା । ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ସ୍ନାନ ମଣ୍ଡପରେ ପହଞ୍ଚି ଛେରା ପହଁରା କରି ଆଳତି କରିଥିଲେ।

ସ୍ନାନ ନୀତି ସରିବା ପରେ ମହାପ୍ରଭୃଙ୍କୁ ହାତୀ ବେଶ ବା ଗଜନାନ ବେଶ କରାଯାଇଛି। ଏହି ବେଶରେ ବର୍ତ୍ତମାନ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ସ୍ନାନପୂର୍ଣ୍ଣିମାରେ କଣ ପାଇଁ ତିନି ଠାକୁରଙ୍କୁ ୧୦୮ କଳସୀ ଜଳରେ କରାଯାଏ ସ୍ନାନ

ଭୁବନେଶ୍ବର: ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରାଯାଇଥାଏ। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି।

ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକୁର ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ।

ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ କରାଇଥିଲେ। ସେହିଠାରେ ସେତେବେଳେ ଦାରୁବ୍ରହ୍ମଙ୍କୁ ୧୦୮ ସୁନା କଳସୀ ଜଳରେ ପ୍ରଥମେ ସ୍ନାନ କରାଇଥିଲେ। ଏହାପରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ସେହି ଦିନଠାରୁ ପ୍ରତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କୁ ସ୍ନାନ କରାଯାଉଛି। ସେତେବେଳେ ମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ କରାଯାଇ ସ୍ନାନ କରାଯାଇଥିବାରୁ କେତେକ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ମହାପ୍ରଭୃଙ୍କର ପ୍ରଥମ ସ୍ଥାନଲୀଲା ଆରମ୍ଭ ହୋଇଥିଲା। ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ସେଥିପାଇଁ ଏହି ଲୀଳାକୁ ପତିତପାବନ ଲୀଳା ବୋଲି କୁହାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ।