Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ଥିରତାକୁ ପ୍ରାଥମିକତା ଦେବା: ନିର୍ମଳ, ସବୁଜ ଉତ୍ସବ ପାଳନ କରିବା

ଭୁବନେଶ୍ଵର: ପୁଣି ଥରେ ପାର୍ବଣ ଋତୁ ଆସିଛି ଯାହାକି ପରିବେଶକୁ ଉତ୍ସବମୟ କରିଛି! ଗଣେଶ ଚତୁର୍ଥୀ ଠାରୁ ଦଶହରା, ଦୀପାବଳି ଠାରୁ ଛଟ୍ ପୂଜା ପର୍ଯ୍ୟନ୍ତ ଏହି ପର୍ବଗୁଡ଼ିକ ପ୍ରତ୍ୟେକ ଭାରତୀୟ ପରିବାରରେ ମହତ୍ତ୍ବପୂର୍ଣ୍ଣ ଅଟେ। ସ୍ବଚ୍ଛତାର ଧାରଣା ସହିତ, ଆଚରଣଗତ ପରିବର୍ତ୍ତନ ଏବଂ ଜୀବନଶୈଳୀରେ ଉନ୍ନତି ଆଣିବାରେ ପର୍ବଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଭାରତ ମଧ୍ୟ ଅନେକ ଉତ୍ସବର ଆୟୋଜନ କରିଥାଏ ଯାହା ପରିବେଶ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ନିରନ୍ତର ଅଭ୍ୟାସ ପାଇଁ ପ୍ରୋତ୍ସାହିତ କରିଥାଏ। ଏହା ପରିବେଶ ଉପଯୋଗୀ ପ୍ରତିମା ବ୍ୟବହାର କିମ୍ବା ବାଉଁଶ ପେଣ୍ଡାଲ ନିର୍ମାଣ ଦ୍ୱାରା ହେଉ, ସହରଗୁଡ଼ିକ ଆରଆରଆର – ରିଡ୍ୟୁସ (ହ୍ରାସ), ରିୟୁଜ୍ (ପୁନଃ ବ୍ୟବହାର) ଏବଂ ରିସାଇକେଲ୍ (ପୁନଃଚକ୍ରଣ) ବ୍ୟବହାରର ନୀତି ଗ୍ରହଣ କରିବାକୁ ଅତିରିକ୍ତ ପ୍ରୟାସ କରୁଛନ୍ତି। ଶୂନ-ଆବର୍ଜନା ସହିତ ଉତ୍ସବର ଆୟୋଜନ ଏବଂ ପ୍ଲାଷ୍ଟିକମୁକ୍ତ ଉତ୍ସବକୁ ପ୍ରୋତ୍ସାହିତ କରି, ଏହି ପଦକ୍ଷେପଗୁଡ଼ିକ ସ୍ଥାୟୀ ଅଭ୍ୟାସ ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରେ। ପରିଷ୍କାର ସବୁଜ ପର୍ବଗୁଡ଼ିକ ପରିବେଶ ସ୍ଥିରତା ଏବଂ ଦାୟିତ୍ବକୁ ପ୍ରାଧାନ୍ୟ ଦେଇଥାଏ।

ଏହି ପର୍ବଗୁଡ଼ିକ ସେମାନଙ୍କର ଅଙ୍ଗାରକାମ୍ଳ ପରିମାଣକୁ କମ୍ କରିବା ଏବଂ କମ୍ପୋଷ୍ଟିଂ, ପୁନଃବ୍ୟବହାର ଏବଂ ଅକ୍ଷୟ ଶକ୍ତି ଉତ୍ସ ବ୍ୟବହାର କରି ପରିବେଶ ଅନୁକୂଳ ଅଭ୍ୟାସ ପ୍ରୟୋଗ କରି ବର୍ଜ୍ୟବସ୍ତୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ଏହା ସହିତ, ସେମାନେ କର୍ମଶାଳା, ପ୍ରଦର୍ଶନୀ ଏବଂ ପାରସ୍ପରିକ କାର୍ଯ୍ୟକଳାପ ମାଧ୍ୟମରେ ପରିବେଶ ସଚେତନତା ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରନ୍ତି। ସ୍ଥିରତାକୁ ପ୍ରାଧାନ୍ୟ ଦେଇ, କ୍ଲିନ୍ ଗ୍ରୀନ୍ ଉତ୍ସବ ତଥା ପର୍ବପର୍ବାଣୀ ଅନ୍ୟ ଇଭେଣ୍ଟ ଗୁଡିକ ପାଇଁ ଏକ ମଡେଲ୍ ଭାବରେ କାର୍ଯ୍ୟ କରେ।

ଦେଶ ଦଶହରା ଏବଂ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ କେବଳ ପଶ୍ଚିମବଙ୍ଗରେ ନୁହେଁ ଦେଶର ଅନ୍ୟ ଭାଗରେ ସବୁଜ ରଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲେଜର ଶୋ ସହିତ ଏକ ଡିଜିଟାଲ୍ ରୂପାନ୍ତରଣ ଦେଖୁଛନ୍ତି କିମ୍ବା ପୁନଃ ବ୍ୟବହାର ଯୋଗ୍ୟ କାଗଜ କିମ୍ବା ପ୍ଲାଷ୍ଟିକରେ ନିର୍ମିତ ପୁତ୍ତଳିକା ନିର୍ମାଣ କରାଯାଉଛି। ଥର୍ମୋକଲ ଏବଂ ପ୍ଲାଷ୍ଟିକ ଉତ୍ପାଦର ବ୍ୟବହାର ପରିବର୍ତ୍ତେ ପେଣ୍ଡାଲକୁ ସଜାଇବା ପାଇଁ, ଆୟୋଜକମାନେ ବର୍ତ୍ତମାନ ବାଉଁଶ, କାଠ ପଟା, ନଡିଆ ଖୋଳ, କପଡା, ଝୋଟ କିମ୍ବା ଝୋଟର ଦଉଡି, ଘାସ / ନଡ଼ା, ବାଡ଼ି କିମ୍ବା କାଗଜ ଏବଂ ପୁନଃଚକ୍ରଣଯୋଗ୍ୟ ମାଟି ଦୁର୍ଗା ପ୍ରତିମା ଭଳି ବିକଳ୍ପ ବ୍ୟବହାର କରୁଛନ୍ତି। କାର୍ଯ୍ୟକ୍ରମ ଗୁଡିକୁ ଅଳିଆ ଏବଂ ଏସୟୁପି ମୁକ୍ତ କରିବା ପାଇଁ, ଅଧିକ ଜନ ଗହଳିପୂର୍ଣ୍ଣ ସ୍ଥାନରେ ନୀଳ ଏବଂ ସବୁଜ ଡଷ୍ଟବିନଗୁଡିକ ରଖାଯାଉଛି, ରାତିର ସ୍ୱଚ୍ଛତା ଡ୍ରାଇଭ୍ ନିୟମିତ ଭାବରେ ପରିଚାଳିତ ହେଉଛି ଏବଂ ପ୍ଲାଷ୍ଟିକ୍ ନଥିବା ଜିନିଷଗୁଡ଼ିକରେ ବ୍ୟାନର ଏବଂ ଅନ୍ୟାନ୍ୟ ସାଜସଜ୍ଜା କରାଯାଉଛି।

ଦିଲ୍ଲୀର କିଛି ପେଣ୍ଡାଲ କେବଳ କେବଳ ବାଉଁଶ ଏବଂ କଟନର ବ୍ୟବହାର କରି ପେଣ୍ଡାଲ୍ ପ୍ରସ୍ତୁତ କରୁଛନ୍ତି। ଅଧିକାଂଶ ବିସର୍ଜନ କରିବା  ସ୍ଥାନରେ ପୂର୍ବରୁ ମନୁଷ୍ୟକୃତ ଟ୍ୟାଙ୍କ ଏବଂ ପୋଖରୀର ବ୍ୟବସ୍ଥା କରାଯାଇ ସାରିଛି। ପୂଜାପାଠରୁ ସଂଗୃହିତ ଫୁଲ ଏବଂ ଅନ୍ୟାନ୍ୟ ଜୈବ ପଦାର୍ଥ ପରି ବଳକା ସାମଗ୍ରୀ ବଗିଚା ପାଇଁ କମ୍ପୋଷ୍ଟ ଉତ୍ପାଦନ ପାଇଁ ବ୍ୟବହାର କରାଯିବ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ପୁନଃବ୍ୟବହାର କରାଯିବ। ପ୍ରସାଦ ତଥା ଖାଦ୍ୟ ଷ୍ଟଲରେ ଅନ୍ୟାନ୍ୟ ଖାଦ୍ୟକୁ ପରିବେଷଣ କରିବା ପାଇଁ କାଗଜ ପ୍ଲେଟ, କଦଳୀ ପତ୍ର, ସେଲ ପତ୍ର କିମ୍ବା ମାଟି ପ୍ଲେଟର ବ୍ୟବହାର ବ୍ୟବସ୍ଥା କରାଯାଇଛି। ନବରାତ୍ରି ସମୟରେ ଉତ୍ତରପ୍ରଦେଶ ବଜାର ସଙ୍ଗଠନ, ମୂର୍ତ୍ତି ନିର୍ମାଣକାରୀ, ସ୍ଥାନୀୟ ବିକ୍ରେତା, ମନ୍ଦିର ସଙ୍ଗଠନ / ଧାର୍ମିକ ନେତା ଏବଂ ସମ୍ପ୍ରଦାୟ ଗୋଷ୍ଠୀ ସହିତ ମାଟିରୁ ପ୍ରତିମା ପ୍ରସ୍ତୁତ କରିବାକୁ କିମ୍ବା କୌଣସି ପରିବେଶ ଉପଯୋଗୀ ସାମଗ୍ରୀ ଯାହା ଜଳରେ ସହଜରେ କ୍ଷୟ ହୋଇପାରେ ଓ ଯାହାକି ଶୂନ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି କରେ, ସ୍ବଚ୍ଛୋତ୍ସବ ସମୟରେ ଏହାର ବ୍ୟବହାର କରିବାକୁ ସୁନିଶ୍ଚିତ କରିବାକୁ ଯୋଜନା କରିଛି। ନବରାତ୍ରିର ଅଷ୍ଟମ କିମ୍ବା ନବମ ଦିନ ପାଇଁ, ଉତ୍ତର ପ୍ରଦେଶ ମୂର୍ତ୍ତିଗୁଡ଼ିକ ପାଇଁ ଅର୍ପଣ ସ୍ଥଳ ଏବଂ ନୈବେଦ୍ୟ ସଂଗ୍ରହ କରିବା ପାଇଁ ଘାଟଗୁଡିକରେ ଅର୍ପଣ କଳଶ ସ୍ଥାପନ କରିବାକୁ ଯୋଜନା କରିଛି।

ଚଳିତ ବର୍ଷ ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଉତ୍ସବକୁ ସ୍ଥାୟୀ ବିକଳ୍ପ ଆଡକୁ ପରିବର୍ତ୍ତନ ହୋଇଥିବା ଦେଖା ଯାଇଥିଲା। ଏଥିରେ ପେଣ୍ଡାଲ ପାଇଁ ବାଉଁଶର ବ୍ୟବହାର, ପରିବେଶ ଅନୁକୂଳ ମାଟି କିମ୍ବା ଗଣେଶ ପାଇଁ ଉଦ୍ଭିଦ ମୂର୍ତ୍ତି, ଫୁଲ ରଙ୍ଗୋଲି ଏବଂ ପରବେଶ ଉପଯୋଗୀ ବିସର୍ଜନ ପାଇଁ ମନୁଷ୍ୟକୃତ ବିସର୍ଜନ କରିବା ସ୍ଥାନ ସୃଷ୍ଟି କରାଯାଇଥିଲା। ନିକଟରେ ସମାପ୍ତ ହୋଇଥିବା ସ୍ବଚ୍ଛତା ପଖୱାଡା- ସ୍ବଛତା ହିଁ ସେବା 2023 ର ଏକ ଅଂଶ ଭାବରେ, ଇକୋ-ଫ୍ରେଣ୍ଡଲି ଗଣପତି ମୂର୍ତ୍ତି ନିର୍ମାଣ ଏବଂ ବର୍ଜ୍ୟବସ୍ତୁରୁ ଗଣପତି ନିର୍ମାଣ ପାଇଁ ଥାନେରେ ଏକ ଆନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ 22,000 ରୁ ଅଧିକ ଛାତ୍ର ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରି ଗଣେଷ ପ୍ରତିମା ପ୍ରସ୍ତୁତ କରିଥିଲେ ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ‘ସବୁଜ ଗଣେଶ ଚତୁର୍ଥୀ’କୁ ସମର୍ଥନ କରିବା ପାଇଁ ଅନେକ ସେଲିବ୍ରିଟି ଏବଂ ଲୋକପ୍ରିୟ ତାରକା ମଧ୍ୟ ଘରେ ମାଟି ଗଣେଶ ମୂର୍ତ୍ତି ତିଆରି କରିଥିଲେ।

96 ଗଣେଶ ପ୍ରତିମା ଦାନ ସ୍ଥଳ ଯୋଗାଇବା ପାଇଁ ପନଭେଲ ର ଏମସିଙ୍କ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ଏହି କେନ୍ଦ୍ରଗୁଡିକ ବାସିନ୍ଦାମାନଙ୍କୁ ସେମାନଙ୍କର ଗଣେଶ ପ୍ରତିମାଗୁଡ଼ିକୁ ପରିବେଶ-ସଚେତନ ବିସର୍ଜନ କରିବାରେ ସକ୍ଷମ କରିଥିଲେ। ଏହା ଫଳରେ ପୁନଃବ୍ୟବହାର ଏବଂ ପରିବେଶ ଉପଯୋଗୀ ଅଭ୍ୟାସଗୁଡ଼ିକର ଧାରଣାକୁ ଦୃଢ଼ କରାଯାଇ ପାରିଛି। 56 ଟି ପ୍ରାକୃତିକ ପୋଖରୀରେ ସ୍ବତନ୍ତ୍ର ଡିଜାଇନ୍ ହୋଇଥିବା ପଣ୍ଟୁନ୍ ଡଙ୍ଗା (ତରଫା) ନିୟୋଜନ କରିବାରେ ପିଏମସିର ଅଭିନବ ଉପାୟ ପ୍ରଦର୍ଶିତ କରାଯାଇଥିଲା, ଯଦ୍ବାରା ବିସର୍ଜନ ପ୍ରକ୍ରିୟା ଯଥା ସମ୍ଭବ ପରିବେଶ ଅନୁକୂଳ ହୋଇପାରିବ।

ଗଣେଶ ବିସର୍ଜନ ସମାରୋହ ସମାପ୍ତ ହେବା ପରେ ମୁମ୍ବାଇର ବାସିନ୍ଦାମାନେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଡ୍ରାଇଭ୍ ଆୟୋଜନ କରିବା ପାଇଁ ଏକତ୍ରିତ ହୋଇଥିଲେ। ବଲିଉଡର ସେଲିବ୍ରେଟି, କଲେଜ ଛାତ୍ର ଏବଂ ଉତ୍ସର୍ଗୀକୃତ ସ୍ୱେଚ୍ଛାସେବୀମାନେ ଜୁହୁ ବେଳାଭୂମିରେ ମୂର୍ତ୍ତି ବିସର୍ଜନ କରିବା ଦ୍ବାରା ଆବର୍ଜନା ଏବଂ ପ୍ରଦୂଷଣକୁ ହଟାଇବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମୁମ୍ବାଇର ବିଭିନ୍ନ ବିଦ୍ୟାଳୟର 500 ରୁ ଅଧିକ ଛାତ୍ରଙ୍କ ସମେତ 900 ରୁ ଅଧିକ ସ୍ବେଚ୍ଛାସେବୀ ଭର୍ସୋଭା ବେଳାଭୂମି ଦାୟିତ୍ବ ଗ୍ରହଣ କରିଥିଲେ ଏବଂ 80,000 କିଲୋଗ୍ରାମ ବର୍ଜ୍ୟବସ୍ତୁକୁ ସଫଳତାର ସହ ସଫା କରିଥିଲେ। ଅତିରିକ୍ତ ଭାବରେ, ସେମାନେ ପ୍ଲାଷ୍ଟର ଅଫ୍ ପ୍ୟାରିସରୁ ନିର୍ମିତ ପ୍ରାୟ 7,400 ଗଣେଶ ପ୍ରତିମା ସଂଗ୍ରହ କରିଥିଲେ, ଯାହା ସମୁଦ୍ର କୂଳ ପରିବେଶକୁ ଦୂଷିତ କରିବାର ସମ୍ଭାବନା ରହିଛି।

ଏହି ଉତ୍ସବରେ ପ୍ଲାଷ୍ଟିକର ପରିବେଶ ପ୍ରଭାବରୁ ଦୂରେଇ ରହିବା ପାଇଁ ଅନେକ ରାଜ୍ୟ ବର୍ତ୍ତମାନ ସ୍ଥାୟୀ ସମାଧାନ ଗ୍ରହଣ କରୁଛନ୍ତି। ଏହି ପରିବେଶ-ସଚେତନ ଆଭିମୁଖ୍ୟ ସହିତ ସମାନ୍ତରାଳ ଭାବେ ଆସାମ ଉଭୟ ପରମ୍ପରା ତଥା ପରିବେଶ ଦାୟିତ୍ବ ପ୍ରତି ଏକ ପ୍ରତିବଦ୍ଧତା ପ୍ରଦର୍ଶନ କରି ବାଉଁଶରେ ନିର୍ମିତ ପେଣ୍ଡାଲ ସହିତ ଗଣେଶ ପୂଜା ପାଳନ କରିବାକୁ ସ୍ଥିର କରିଛନ୍ତି। ଦିଗବୋଇ ମ୍ୟୁନିସିପାଲିଟି ବୋର୍ଡ ପ୍ଲାଷ୍ଟିକ ମୁକ୍ତ ଗଣେଶ ପୂଜାର ଏକ ଉଲ୍ଲେଖନୀୟ ଉତ୍ସବ ଆୟୋଜନ କରିଥିଲା।

ଏହି କାର୍ଯ୍ୟକ୍ରମରେ ବାଉଁଶ ମୂର୍ତ୍ତି ତିଆରି, ପ୍ରବେଶ ଦ୍ବାର ନିର୍ମାଣ ଏବଂ ଚିତ୍ରକଳା ଜାପି ହେଡଗିୟର ଏବଂ ଖୋରାହି ବାସ୍କେଟ ପରି ବିସ୍ତୃତ ପାରମ୍ପାରିକ ସାଜସଜ୍ଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବାଉଁଶର ଏହି ଉତ୍କୃଷ୍ଟ ବ୍ୟବହାର ପରିବେଶ ଉପଯୋଗୀ କାର୍ଯ୍ୟର ଉତ୍ସାହକୁ ପରିପ୍ରକାଶ କରିଛି। ଦିଲ୍ଲୀର ଗଣେଶ ଚତୁର୍ଥୀ ଉତ୍ସବରେ, ପରିବେଶ ଅନୁକୂଳ ଗଣେଶ ବଣ୍ଟନ କରାଯାଇଥିଲା। ମୂର୍ତ୍ତିଗୁଡ଼ିକ ସେମାନଙ୍କ ମଧ୍ୟରେ ଉଦ୍ଭିଦ ବିହନ ବହନ କରିଥିଲେ। ନଡ଼ିଆ ଗଛ ଏବଂ ମାଟିରୁ ନିର୍ମିତ ଏହି ମୂର୍ତ୍ତି ଗୁଡ଼ିକ ମାଟିରେ ପଡ଼ିବା ପରେ, ଧୀରେ ଧୀରେ ଏହି ମଞ୍ଜି ସମୟ ସହିତ ଏକ ଉଦ୍ଭିଦରେ ପରିଣତ ହୋଇଥାଏ।

ଛଟ୍ ପୂଜା ସମୟରେ ପାଟନା ମ୍ୟୁନିସିପାଲିଟି କର୍ପୋରେସନ୍ ଏହାର ପ୍ରତ୍ୟେକ ଛଟ୍ ଘାଟରେ ଶୂନ୍ୟ ବର୍ଜ୍ୟବସ୍ତୁ ଛଟ୍ ପୂଜା ଆୟୋଜନ କରିଥାଏ। ଘାଟରୁ ପବିତ୍ର ବର୍ଜ୍ୟବସ୍ତୁ ସଂଗ୍ରହ କରିବା ପାଇଁ ପୃଥକ ଡଷ୍ଟବିନ ସ୍ଥାପିତ ହୋଇଛି ଓ ଏହା ସହିତ ଭିନ୍ନ ଯାନଗୁଡିକ ନିର୍ମିତ ହୋଇଛି।  ସଂଗୃହିତ ଓଦା ଆବର୍ଜନାକୁ ଜୈବ କମ୍ପୋଷ୍ଟରେ ପରିଣତ କରାଯାଏ। ପ୍ଲାଷ୍ଟିକ୍ ନିଷେଧ କରିବା ସୁନିଶ୍ଚିତ କରାଯାଇଛି ଏବଂ ଶୂନ୍ୟ ବର୍ଜ୍ୟବସ୍ତୁ ବ୍ରାଣ୍ଡିଂ ବ୍ୟାପକ ଭାବରେ କରାଯାଇଛି। ପୂଜା ଉତ୍ସବ ପର୍ଯ୍ୟନ୍ତ ସମଗ୍ର ମାସ ପାଇଁ ଏକ ବିସ୍ତୃତ ସୂଚନା, ଶିକ୍ଷା, ଏବଂ ଯୋଗାଯୋଗ (ଆଇଇସି) ଅଭିଯାନ ଅନୁଷ୍ଠିତ ହୋଇଛି, ଏହି ଶୁଭ ଅବସରରେ ଏକ ପରିଷ୍କାର ଏବଂ ଅଧିକ ପରିଷ୍କାର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି।

ସହରୀ ଭାରତ ଏକ ସ୍ଥାୟୀ ଭବିଷ୍ୟତ ଆଡକୁ ଗତି କରିବା ସହିତ ପରିବେଶ ଅନୁକୂଳ ପର୍ବଗୁଡ଼ିକ ଏକ ନିରାପଦ ଏବଂ ସ୍ବଚ୍ଛ  ପରିବେଶ ପାଇଁ ଏକ ପଦକ୍ଷେପ ଭାବରେ କାର୍ଯ୍ୟ କରେ। ଉତ୍ସବଗୁଡ଼ିକ କେବଳ ଆଚରଣଗତ ପରିବର୍ତ୍ତନ ପ୍ରଦର୍ଶନ କରେ ନାହିଁ, ବରଂ ପରିବେଶ ଅନୁକୂଳ, ଅଳିଆ ମୁକ୍ତ, ଏକକ ପ୍ଲାଷ୍ଟିକ୍ ବ୍ୟବହାର ମୁକ୍ତ ଇଭେଣ୍ଟ ଏବଂ ଉତ୍ସବକୁ ପ୍ରୋତ୍ସାହିତ କରେ। ସ୍ବଚ୍ଛତାର ପର୍ବ ପାଳନ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ!

Categories
ଆଜିର ଖବର ରାଜ୍ୟ ଖବର

ସ୍ବଚ୍ଛତା ପାଇଁ ସମସ୍ତେ ଉଚ୍ଛର୍ଗୀକୃତ ହେବା ଉଚିତ: ପ୍ରାଧ୍ୟାପକ ସୁପ୍ରିୟା ପଟ୍ଟନାୟକ

ଭୁବନେଶ୍ୱର: ଦେଶର ସର୍ବୋତ୍ତମ ବିକାଶ ପାଇଁ କେବଳ ପରିବେଶର ସ୍ବଚ୍ଛତା ନୁହେଁ ମାନସିକ ସ୍ତରରେ ମଧ୍ୟ ସ୍ୱଚ୍ଛତା ଆପଣାଇବା ଆବଶ୍ୟକ। ସ୍ୱଚ୍ଛତା ପ୍ରତ୍ୟକ ମନୁଷ୍ୟର ପ୍ରମୁଖ ଦାୟିତ୍ୱ ହେବ। ସଂଗେ ସଂଗେ ନିଜ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣିବା ନିତାନ୍ତ ଆବଶ୍ୟକ। ଭୁବନେଶ୍ୱର ସ୍ଥିତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଏବଂ ସ୍କୁଲ ଅଫ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜମେଣ୍ଟ ସେଞ୍ଚୁରୀୟନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ବରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏଭଳି ମତପୋଷଣ କରିଛନ୍ତି ବିଶିଷ୍ଟ ବ୍ୟକ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ସୁପ୍ରିୟା ପଟ୍ଟନାୟକ ପ୍ରତ୍ୟକ ମନୁଷ୍ୟ ଦେଶର ସ୍ବଚ୍ଛତା ପାଇଁ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ଯାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱଚ୍ଛତା ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଉଭୟ ପୁରୁଷ ଏବଂ ସ୍ତ୍ରୀ ସ୍ଵଚ୍ଛତାକୁ ଗୁରୁ ଦାୟିତ୍ଵ ଭାବି ଉଭୟ ସମାନ ଭାବେ ଦାୟିତ୍ଵ ବହନ କରିବା ଉଚିତ।

ସେଞ୍ଚୁରୀୟନ ବିଶ୍ବବିଦ୍ୟାଳୟର ଡିନ ଡ.ଉମାକାନ୍ତ ନାୟକ ସ୍ବଚ୍ଛତାର ଉପାଦେୟତା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ କାର୍ଯ୍ଯାଳୟ ତରଫରୁ ବକୃତା ଏବଂ କୁଇଜ ପ୍ରତିଯୋଗୀତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏମ.ବି.ଏ. ଛାତ୍ରୀ ସୁନନ୍ଦା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ସହକାରୀ ପ୍ରାଧ୍ୟାପକ ଡାଃ. ମଧୁମିତା ଦାସ ସ୍ବଚ୍ଛତା ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।