Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉନ୍ନତ୍ତ ସ୍ବାସ୍ଥ୍ୟ ସେବା ପାଇଁ ୫ ଜଣ ପରାମର୍ଶଦାତାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ ନୁଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି।

କ୍ୟାପିଟାଲ୍ ହସ୍ପିଟାଲର ସୁପରିଚାଳନା ଓ ବିକାଶ ପାଇଁ ସଂଜୟ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପୁଷ୍ପାଞଳି ରଣା, କେ. ଶାନ୍ତି ଓ ରଂଜନ ବିଶ୍ବାଳଙ୍କୁ ଯଥାକ୍ରମେ ବି.ଏସ୍.କେ.ୱାଇ.; ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ବରହମପୁର; ଏବଂ ନିରାମୟ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।

ଓଡ଼ିଶାର ଗାଁ ଗହଳିରେ ବଡ ମେଡ଼ିକାଲ୍ ଭାବେ ଜଣାଶୁଣା କଟକର ଶ୍ରୀରାମ ଚନ୍ଦ୍ର ଭଞ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ପାଇଁ ଦୁଇ ଜଣ ପରାମର୍ଶଦାତା ନିଯୁକ୍ତି ହୋଇଛନ୍ତି। ସେମାନେ ହେଲେ ଦିଲ୍ଲୀପ କୁମାର ସାହୁ ଏବଂ ସ୍ବପ୍ନାରାଣୀ ପାତ୍ର।

ଏହି ନବ ନିଯୁକ୍ତ ପରାମର୍ଶଦାତାମାନେ ଅବୈତନିକ ଭାବେ ଜନସାଧାରଣଙ୍କ ପାଇଁ ଓ ସରକାରୀ ବ୍ୟବସ୍ଥା ମଧ୍ୟରେ ସେବା ପ୍ରଦାନ ନିମନ୍ତେ ଇଛା ପ୍ରକଟ କରିଛନ୍ତି। ତେବେ ରାଜ୍ୟ ସରକାର ନିର୍ଦ୍ଦାରିତ ନିୟମ ଅନୁଯାୟୀ ସେମାନଙ୍କ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ବିଭାଗୀୟ କାର୍ଯାଳୟ ବିଞପ୍ତିରୁ ଜଣାପଡ଼ିଛି।