Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଟୀକା ସମ୍ପର୍କରେ କ’ଣ କହିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, ବିଶ୍ବ ମହାମାରୀ କରୋନା ଭୂତାଣୁ ରୋକିବା ଲାଗି ସାରା ବିଶ୍ବରେ ବ୍ୟାପକ ପରୀକ୍ଷା ନୀରିକ୍ଷା, ଗବେଷଣା ଜାରି ରହିଛି। ଅନେକ ଦେଶରେ ଟୀକାର ମାନବ ପରୀକ୍ଷଣ ଆଗୁଆ ପର୍ଯ୍ୟାୟରେ ରହିଛି। ଇତିମଧ୍ୟରେ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ICMR ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଟୀକା କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇ ଯାଇଛି।

ଘରୋଇ ଉଦ୍ୟମରେ ପ୍ରସ୍ତୁତ କରାଯାଉଥିବା କୋଭାକ୍ସିନ ଟୀକାର ସଫଳତା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସେ ଏହି ସୂଚନା ଦେବା ସହ ଆଗକୁ କୋଭାକ୍ସିନର ସଫଳତା ନେଇ ଆଶା ବ୍ୟକ୍ତ କରିଛନ୍ତି। ଏହାର ଦୁଇ ପର୍ଯ୍ୟାୟ ମାନବ ପରୀକ୍ଷଣରେ ବିଶେଷ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

ବାୟୋଟେକନୋଲୋଜି ବିଭାଗ ଦ୍ବାରା ମଧ୍ୟ ଗବେଷଣା ଚାଲିଛି। ବିଶ୍ବସ୍ତରରେ ଦେଖିଲେ ଚୀନ କମ୍ପାନି ସିନୋଫାର୍ମ ପ୍ରସ୍ତୁତ କରୁଥିବା ଟୀକାର ମାନବ ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଏହାକୁ ବିଶ୍ବର ପ୍ରଥମ ଟୀକା ଯାହାକି ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିଥିବା କୁହାଯାଉଛି।