Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରକୁ ମିଳିଲା ପୂର୍ବାଞ୍ଚଳ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରକୁ ଶ୍ରେଷ୍ଠ ପୂର୍ବାଞ୍ଚଳ ସ୍ମାର୍ଟ ସିଟି ପୁରସ୍କାର ପ୍ରଦାନ କରିଛନ୍ତି। ମଧ୍ୟ ପ୍ରଦେଶ ଇନ୍ଦୋରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କରିଥିଲେ।

ଏଥିସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍)ର ମହାପ୍ରବନ୍ଧକ ସୁବ୍ରତ କୁମାର ବେହେରା ପୁରସ୍କାର ଗ୍ରହଣ ବେଳେ ଉପସ୍ଥିତ ଥିଲେ।

ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ ଅଧୀନରେ ୨୦୧୮ରୁ ଆଇଏସ୍‌ଏସି ଆୟୋଜନ କରାଯାଉଛି। ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ସି. ପଟେଲ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରାଷ୍ଟ୍ର ମନ୍ତ୍ରୀ କୌଶଲ କିଶୋର ଏବଂ ମଧ୍ୟପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ମାର୍ଟ ସିଟି ରାଉରକେଲା

ରାଉରକେଲା: ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ” କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି। ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି “ସହରାଞ୍ଚଳ ଲିଡରସିପ୍‌” କାର୍ଯ୍ୟକ୍ରମରେ ରାଉରକେଲା ସ୍ମାର୍ଟ ସିଟି ଭାଗ ନେବାକୁ ନିମନ୍ତ୍ରିତ ହୋଇଛି।

ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି।

“ରାଉରକେଲା ସହରକୁ ସ୍‌ଚ୍ଛ ଏବଂ ସୁନ୍ଦର କରି ଗଢ଼ି ତୋଳିବା ସହ ଶିଶୁ ଅନୁକୂଳ ସହର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଯେଉଁ ସୁଯୋଗ ମିଳିଛି ତାହା ଆମକୁ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିବ। ସମସ୍ତଙ୍କର ସହଯୋଗ ପାଇଁ ରାଉରକେଲାକୁ ଏଭଳି ସଫଳତା ମିଳିପାରିଛି”, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମଧ୍ୟ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟି ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

“ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ” କାର୍ଯ୍ୟକ୍ରମରେ ଭାଗନେବା ପାଇଁ ବିଶ୍ୱର ୩୦ଟି ସହର ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଚାଲିଥିବା ଶିଶୁ-ଅନୁକୂଳ ସହର ସମ୍ପର୍କରେ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବଗୁଡ଼ିକୁ ବିଚାର କରି ରାଉରକେଲା ସମେତ ୧୦ଟି ସହରକୁ ଏହି ବିଶେଷ କାର୍ଯ୍ୟକ୍ରମରେ ଭାଗନେବା ଲାଗି ଚୟନ କରାଯାଇଛି।

ରାଉରକେଲା ସହରକୁ ସାନ ସାନ ପିଲା ଏବଂ ମା’ମାନଙ୍କୁ ଏକ ଆନନ୍ଦମୟ ପରିବେଶ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ତା’ଛଡ଼ା ଜନଜାତି ଏବଂ ରାଉରକେଲା ସହରରେ ବସବାସ କରୁଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ଚାଲିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସ୍ମାର୍ଟ ସିଟି ରାଉରକେଲା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

ରାଉରକେଲା ସହରରେ “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ” ଅଧୀନରେ ପିଲାମାନଙ୍କ ପାଇଁ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଛି। ସେହିପରି ଖେଳପଡ଼ିଆ ଏବଂ ରାସ୍ତାଗୁଡ଼ିକର ବିକାଶ ସହିତ ସ୍ମାର୍ଟ ପାର୍କ ର୍ନିମାଣ କରାଯାଉଛି। ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ମା’ମାନେ ସେମାନଙ୍କ ଶିଶୁକୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବା ପାଇଁ ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ତନ୍ୟପାନ କକ୍ଷ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ଫୁଟପାଥ୍ ସହିତ ବିଭିନ୍ନ ରାସ୍ତାଗୁଡ଼ିକର ଆଲୋକୀକରଣ କରାଯାଉଛି।

ଭାରତ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ର୍ଲି ଫାଉଣ୍ଡେସନ ଏବଂ ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ, ସ୍ମାର୍ଟ ସିଟି ମିଶନ ସହଯୋଗରେ ସ୍ମାର୍ଟ ସିଟି ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ଗତ କିଛି ମାସ ତଳେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ” କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସାଇକେଲ ଚାଳନାକୁ ଲୋକପ୍ରିୟ କରିବା ପାଇଁ ଆସନ୍ତାକାଲି ଭୁବନେଶ୍ବରରେ ହେବ ‘ସାଇକେଲଗିରି’

ଭୁବନେଶ୍ବର, ସାଇକେଲ ଚାଳନାର କଣ ରହିଛି ଉପକାରିତା ସେ ନେଇ ଆସନ୍ତାକାଲି ଭୁବନେଶ୍ବରରେ ହେବ ସାଇକେଲଗିରି। ଭୁବନେଶ୍ବର ସ୍ମାଟସିଟି ତରଫରୁ ଏହିପରି ଏକ ଅଭିନବ ପଦକ୍ଷେପ ଆରମ୍ଭ ହେବାକୁ ଯାଉଛି। ଏଥିରେ ସକାଳ 6ଟାରୁ ପ୍ରାୟ ଏକଶହ ସାଇକେଲ ଯାତ୍ରୀ ଭୁବନେଶ୍ବରର ଶିଶୁ ଭବନ ଛାକରୁ ବାହାରି ଧଉଳି ଯିବେ। ଏହି ରାସ୍ତାରେ ସେମାନେ ସାଇକେଲ ଚାଳନାର ଉପକାରିତା ବାର୍ତ୍ତା ଦେବେ। ପ୍ରତି ଶୁକ୍ରାବର ସାଇକେଲ ଦିବସ ଭାବେ ପାଳନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର 14 ତାରିଖ ପର୍ଯ୍ୟନ୍ତ ଚାଲିବ।

ସ୍ମାଟ ସିଟି ତରଫରୁ ରାଜଧାନୀରେ ସ୍ବାସ୍ଥ୍ୟ ସଚେତନତା ପାଇଁ ଆରମ୍ଭ ହୋଇଥିଲା ଆପ ମାଧ୍ୟମରେ ମୋ ସାଇକେଲ ଯୋଜନା। ହେଲେ ତାହା ଲୋକପ୍ରିୟ ହୋଇପାରିଲା ନାହିଁ। ଏହାକୁ ପରିଚାଳନା କରୁଥିଲେ କ୍ରୁଟ। ହେଲେ ସେହି ସଂସ୍ଥା ଫେଲ ହେବା ପରେ ବର୍ତ୍ତମାନ ସ୍ମାର୍ଟ ସିଟି ଲିମିଟେଡ୍ ସିଧା ଏହା ତଦାରଖ କରିବ। ପ୍ରଥମ ପଦକ୍ଷେପ ସ୍ବରୁପ ଏହି ସାଇକେଲଗିରି କରାଯିବ ବୋଲି ନିଷ୍ପତି ନିଆଯାଇଛି।