Categories
ଆଜିର ଖବର ଜାତୀୟ ଖବର

ଆଜି ରାୟପୁରଠାରେ ଉପଆଞ୍ଚଳିକ ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ବର୍ଷରେ ଦେଶ ଆଗାମୀ ୨୫ବର୍ଷ ନିମନ୍ତେ ନିଜର ଲକ୍ଷ୍ୟ ସ୍ଥିର କରୁଛି। ସମ୍ପୂର୍ଣ୍ଣ ଉତ୍ସାହ ଓ ଅଙ୍ଗୀକାରବଦ୍ଧତା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖୁଥିବା ବେଳେ ବର୍ତ୍ତମାନ ସଫଳତା ଉପରେ ଆଲୋକପାତ କରି ବିପୁଳ ଉତ୍ସାହର ସହ ଏହାକୁ ପାଳନ କରିବାର ସମୟ ଉପନୀତ ହୋଇଛି। ଏହି ଲକ୍ଷ୍ୟରେ ମହିଳା  ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଧାରାବାହିକ ଭାବେ ଆଞ୍ଚଳିକ ଓ ଉପ ଆଞ୍ଚଳିକ ବୈଠକ ଦେଶବ୍ୟାପୀ ଜୁନ ୪, ୨୦୨୨ ଠାରୁ ଆୟୋଜନ କରୁଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଉପ ଆଞ୍ଚଳିକ ବୈଠକ ଆସନ୍ତାକାଲି (୦୪.୦୬.୨୦୨୨) ଛତିଶଗଡର ରାୟପୁରଠାରେ ଆୟୋଜିତ ହେଉଛି। ଏଥିରେ ଛତିଶଗଡ, ପଶ୍ଚିମବଙ୍ଗ ଓ ଓଡିଶା ରାଜ୍ୟ ଅଂଶ ଗ୍ରହଣ କରିବେ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଏଥିରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଞ୍ଜପାରା ମହେନ୍ଦ୍ରଭାଇ ମଧ୍ୟ ଏଥିରେ ଯୋଗଦେବେ। ବୈଠକରେ ସଂସଦ ସଦସ୍ୟ, ଅଂଶଗ୍ରହଣକାରୀ ରାଜ୍ୟଗୁଡିକର ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେ ମଧ୍ୟ ଯୋଗଦେବେ। ରାଜ୍ୟ ବିଧାନସଭାରେ ରାୟପୁର ଜିଲ୍ଲାର ବିଧାୟକମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ପ୍ରଧାନ ଶାସନ ସଚିବ ମହିଳା ଓ ଶିଶୁ ବିକାଶ ଏବଂ ସମାଜ ମଙ୍ଗଳ ବିଭାଗ ସଚିବ ଓ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ମଧ୍ୟ ଏଥିରେ ଯୋଗଦେବେ। ଏଥିରେ ଜିଲ୍ଳା ପରିଷଦ ଓ ପଞ୍ଚାୟତ ମୁଖ୍ୟମାନେ ମଧ୍ୟ ଯୋଗଦେବେ। ଏନସିଡବ୍ଲ୍ୟୁ, ଏସସିଡବ୍ଲୁ, ଏନସିପିଆରି, ଏସସିପିଆର ଓ ଆନ୍ତର୍ଜାତିକ ସଂସ୍ଥା ଯେପରିକି ବିଶ୍ୱବ୍ୟାଙ୍କ, ୟୁନିସେଫ, ଜାତିସଂଘ ମହିଳା ଓ ବେସାମରିକ ସମାଜ ସଂଗଠନଗୁଡିକ ମଧ୍ୟ ଏଥିରେ ଯୋଗ ଦେବେ।

ଦେଶର ମହିଳା ଓ ଶିଶୁମାନଙ୍କୁ  ସଶକ୍ତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତିନୋଟି ନୂତନ ଅଭିଯାନ ଆରମ୍ଭ କରିଛି। ମିଶନ ସକ୍ଷମ,  ଅଙ୍ଗନବାଡି ଓ ପୋଷଣ ୨.୦, ମିଶନ ଶକ୍ତି,  ମିଶନ ବାତ୍ସଲ୍ୟ। ମିଶମ ସକ୍ଷମ ଅଙ୍ଗନବାଡି ଓ ପୋଷଣ ୨.୦ ମହିଳା ଓ ଶିଶୁଙ୍କ ସମ୍ପୂର୍ଣ୍ଣ ପୋଷ୍ଟିକତା ସୁନିଶ୍ଚିତ କରିବାକୁ ଥିବାବେଳେ ମିଶନ ଶକ୍ତି, ମହିଳା ସୁରକ୍ଷା, ଥଇଥାନ ଓ ସଶକ୍ତିକରଣ ଉପରେ ବ୍ୟାପକ ସମାଧାନର  ପନ୍ଥା ବାହାର କରିବ। ମିଶନ ବାତ୍ସଲ୍ୟ ଶିଶୁ କଲ୍ୟାଣ ଓ ବିକାଶ ସହ ସେମାନଙ୍କ ନିରାପତ୍ତା ମଧ୍ୟ ସୁନିଶ୍ଚିତ କରିବ।

ବୈଠକ କାର୍ଯ୍ୟକ୍ରମ କେବଳ ହାସଲ ହୋଇଥିବା ସଫଳତାକୁ ନେଇ  ଉତ୍ସବ ମୁଖର ନ ହୋଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ମହିଳା ଓ ଶିଶୁ  ବିକାଶ ଓ ସଶକ୍ତିକରଣ ଉପରେ ନିଆଯାଉଥିବା ନିରବଚ୍ଛିନ୍ନ ପ୍ରୟାସ ଓ ଅଙ୍ଗୀକାରବଦ୍ଧତା କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର

ଏମସ ଦିଲ୍ଲୀ ପରିସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ‘ନ୍ୟୁଟ୍ରିଗାର୍ଡେର୍ନ’ ଉଦ୍‌ଘାଟିତ

ନୂଆଦିଲ୍ଳୀ,ଏକ ମାସ ବ୍ୟାପୀ ପାଳନ କରାଯିବାକୁ ଥିବା ପୋଷଣ ମାସର ପ୍ରଥମ ଦିନ ଅବସରରେ ଆଜି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ ଅନେକ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଦେଶର ପୁଷ୍ଟି ଆବଶ୍ୟକତା ପୂରଣ କରିବାକୁ ପ୍ରାଚୀନ ଜ୍ଞାନ ଆୟୁର୍ବେଦର ଉପଯୋଗ କରିବାର ସମୟ ଆସିଛି । ପୁଷ୍ଟି ସାଧନ କ୍ଷେତ୍ରରେ ଦେଶର ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟ ଆୟୁର୍ବେଦର ରହିଛି ।

ଆଜି ଏହି ଉପଲକ୍ଷେ ଏଠାରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଇରାନୀ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ପରିସରରେ ଏକ ନୁଟ୍ରିଗାର୍ଡେନ ବା ପୋଷଣ ବଗିଚାକୁ ଉଦ୍‌ଘାଟନ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ତଥା ଆୟୁଷ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପରା ମହେନ୍ଦ୍ରଭାଇ ଉପସ୍ଥିତ ଥିଲେ । ଏହି ବଗିଚାରେ ସଜନା ଓ ଅଁଳା ଚାରା ଦୁଇମନ୍ତ୍ରୀଙ୍କ ଦ୍ୱାରା ରୋପଣ କରାଯାଇଥିଲା ।

ଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ୨୦୨୧ ପୋଷଣ ମାସ ପାଳନ ଦାୟିତ୍ୱ ନେଇଛି ।  ଆଇସିଏମ୍‌ଆର ର ସହଯୋଗରେ ଆୟୁଷ ମନ୍ତ୍ରଣାଳୟ ଦେଶରେ ରକ୍ତହୀନତା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ କରିବାରେ ସଫଳ ହୋଇଥିବାରୁ ମନ୍ତ୍ରୀ ଶ୍ରୀମତୀ ଇରାନୀ ସମ୍ପୃକ୍ତ ମନ୍ତ୍ରଣାଳୟକୁ ସାଧୁବାଦ ଜଣାଇଥିଲେ । ପୁଷ୍ଟିହୀନତା ଦୂରକରିବାରେ ଆୟୁର୍ବେଦର ଭୂମିକା ସମ୍ପର୍କୀୟ ବିଜ୍ଞାନଭିତ୍ତିକ ତଥ୍ୟାବଳୀ ପ୍ରସ୍ତୁତ କରି ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ ପୁଷ୍ଟିସାଧନର ଦୁଇଟି ପ୍ରମୁଖ ଦିଗ ରହିଛି । ପ୍ରଥମତଃ ଏହା ଶସ୍ତା ଓ ଦ୍ୱିତୀୟରେ ସବୁପ୍ରକାର ଚିକିତ୍ସାର ଉପଚାର ପାଇଁ ଏହା ସହଜରେ ଉପଲବ୍ଧ । ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଆୟୁର୍ବେଦର ଏକ ବଡ ଭୂମିକା ରହିଛି । ସୁସ୍ଥ ସନ୍ତାନସନ୍ତତି ଏବଂ ଶାସ୍ତ୍ରୀୟ ରୋଷେଇ ସମ୍ପର୍କରେ ପ୍ରସ୍ତୁତ ଆୟୁଷ କ୍ୟାଲେଣ୍ଡରକୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଜରିଆରେ ଲୋକପ୍ରିୟ କରିବା ପ୍ରସ୍ତାବକୁ ବିଚାର କରି ଦେଖାଯିବ ବୋଲି ଶ୍ରୀମତୀ ଇରାନୀ କହିଥିଲ ।

ମନ୍ତ୍ରୀ ଡଃ ମୁଞ୍ଜପରା ମହେନ୍ଦ୍ରଭାଇ ତାଙ୍କ ଭାଷଣରେ ସଜନା, ଶତାବରୀ, ଅଶ୍ୱଗନ୍ଧା, ଅଁଳା, ତୁଳସୀ ଓ ହଳଦି ଆଦିର ଔଷଧୀୟ ଓ ଗୁଣ ଗୁରୁତ୍ୱ ସମ୍ପର୍କରେ କହିଥିଲେ । ମା’ ଓ ଶିଶୁଙ୍କ ସାମଗ୍ରୀକ ସୁସ୍ଥତା କ୍ଷେତ୍ରରେ ପ୍ରମାଣଭିତ୍ତିକ ଆୟୁର୍ବେଦ ପୁଷ୍ଟିସାଧନକାରୀ ନୀତିର ପ୍ରୋତ୍ସାହନକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ଜଣେ ମା’ ସୁସ୍ଥ ରହିଲେ ସୁସ୍ଥ ସନ୍ତାନ ଜନ୍ମ ଦେଇପାରିବ ଏବଂ ଏଥିପାଇଁ ଆୟୁର୍ବେଦର ପୋଷକ ସାମଗ୍ରୀ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଇନ୍ଦିବର ପାଣ୍ଡେ, ଆୟୁଷ ମନ୍ତ୍ରଣାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା ଉପସ୍ଥିତ ଥିଲେ । ଏହି ମାସବ୍ୟାପୀ ପୋଷଣ କାର‌୍ୟ୍ୟକ୍ରମ ସମୟରେ ରୋଗୀ ସଚେତନତା ବକ୍ତୃତା, ରଚନା ଓ କୁଇଜ ପ୍ରତିଯୋଗିତା, ଅତିଥିମାନଙ୍କ ଉଦ୍‌ବୋଧନ ତଥା ପୋଷଣମାସର ବିଭିନ୍ନ କାର‌୍ୟ୍ୟକ୍ରମ ଉପରେ କର୍ମଶାଳାମାନ ଆୟୋଜିତ ହେବ । ଏ ସମସ୍ତ କାର‌୍ୟ୍ୟକ୍ରମ ଏଆଇଆଇଏ ଆୟୋଜନ କରିବ ।

ଆଜିଠାରୁ ମଧ୍ୟ ଏହି ଅବସରରେ ଔଷଧୀୟ ଚାରାରୋପଣ ଓ ବଣ୍ଟନ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଛି । ରୋଗୀ ଓ ସେମାନଙ୍କ ସମ୍ପକୀୟଙ୍କୁ ତଥା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶତାବରୀ, ଅଶ୍ୱଗନ୍ଧା, ମୁଷଳୀ ଓ ଯଷ୍ଟିମଧୁ ଆଦି ଚାରା ବଣ୍ଟନ କରାଯାଇଥିଲା । ସର୍ବସାଧାରଣଙ୍କୁ ମଧ୍ୟ ପୁଷ୍ଟିକର ଓ ଔଷଧୀୟ ବୃକ୍ଷ ସମ୍ପର୍କରେ ଅବଗତ କରିବାକୁ ଉଦ୍ଦିଷ୍ଟ ଗଛର ଛାପା ତାଲିକା ଯୋଗାଇ ଦିଆଯାଇଥିଲା । ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ପୁଷ୍ଟିକର ଆୟୁର୍ବେଦ ଖାଦ୍ୟପାନୀୟ ଯଥା ଛତୁପଣା, ଖସାଲଡୁ, ଝାଙ୍ଗୋର (ଏକପ୍ରକାର ବାଜରା) ଖିରୀ, ପେସିଲଡୁ ଓ ଅଁଳାପଣା ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା ।