Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ “ପାକିସ୍ଥାନ ଜିନ୍ଦାବାଦ” ର ଲାଗିଲା ସ୍ଲୋଗାନ: ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଖାନ ମାର୍କେଟ ନିକଟରେ “ପାକିସ୍ଥାନ ଜିନ୍ଦାବାଦ” ର ସ୍ଲୋଗାନ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ପିଏସ ତୁଗଲକ ରାସ୍ତାର ଖାନ ବଜାର ମେଟ୍ରୋ ଷ୍ଟେସନ ପାଖରେ କିଛି ଲୋକ ରାତି ୧ ଟା ସମୟରେ “ପାକିସ୍ଥାନ ଜିନ୍ଦାବାଦ” ର ସ୍ଲୋଗାନ ଲଗାଉଥିବାର ପିସିଆରକୁ ଫୋନ ଆସିଥିଲା।

ଏହା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଯୁବକ, ଦୁଇ ଜଣକ ଯୁବତୀ ଏବଂ ଜଣେ ନାବାଳକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ପରେ ସେମାନେ କହିଲେ ଯେ, ସେମାନେ ଇଣ୍ଡିଆ ଗେଟ ଦେଖିବାକୁ ଆସିଥିଲେ। ଏବଂ ସେଠାରେ ସେମାନେ ଭଡ଼ାରେ ୟୁଲୁ ବାଇକ ନେଇଥିଲେ। ସେମାନେ ସେହି ବାଇକରେ ରେସ ଲଗାଉଥିଲେ ଏବଂ ସମସ୍ତଙ୍କ ନାମ ଅଲଗା ଅଲଗା ଦେଶର ନାମ ହିସାବରେ ଦେଇଥିଲେ। ଯେଉଁଥିରେ ସେଥିମଧ୍ୟରୁ ଜଣଙ୍କର ନାମ ପାକିସ୍ଥାନ ଥିଲା।

ତେଣୁ ସେମାନଙ୍କ ମଧ୍ୟରୁ ଯାହାର ନାମ ପାକିସ୍ଥାନ ଥିଲା, ସେ ରେସ ଜିତିବା ଲାଗି ପାକିସ୍ଥାନର ନାମ ନେଇ ସ୍ଲୋଗାନ ଲଗାଇଥିଲୁ। ଯାହାଫଳରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ପଚରାଉଚରା ଆରମ୍ଭ କରିଥିଲା। ବର୍ତ୍ତମାନ ପୋଲିସ ସେମାନଙ୍କ ସମ୍ପର୍କୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।