Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ୮୦୦ ଡୋଜ ଟୀକା: ପ୍ରଥମ ଥର ଶିକ୍ଷକମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକରେ ୮୦୦ ଡୋଜ ଟୀକା ଦିଆଯିବ। ଯେଉଁଥିରୁ ଶିକ୍ଷକ ମାନଙ୍କୁ ୨୫୦ ଡୋଜ ଟୀକା ଦିଆଯିବ। ଏ ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

୧- ବାଲୁଗାଁ ଏନଏସି ଅଡ଼ିଟୋରିଅମ ହଲ: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୮୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୫୦

୨- ଚାଷଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୬୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦

୩- ନଈରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୭୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦

୪- ଜରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୭୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦

୫- ସୋରଣ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର: ଉଭୟ ବର୍ଗ ନାଗରିକ ଉଭୟ ଡୋଜ- ୬୦, ଶିକ୍ଷକ- ୫୦, ଗର୍ଭବତୀ ମହିଳା- ୪୦

ସବୁ କେନ୍ଦ୍ରରେ ଟୀକାକରଣ ସମୟ ସକାଳ ୯ ଘଟିକାରୁ ଅପରାହ୍ନ ୪ ଘଟିକା

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଟୀକା ଯୋଗୁଁ ବିଦେଶ ଯାତ୍ରା କରିବାରେ ହେଉଛି କି ସମସ୍ୟା, ଜାଣନ୍ତୁ ଦ୍ଵିତୀୟ ଡୋଜ ପାଇଁ କଣ ରହିଛି ବ୍ୟବସ୍ଥା

ଖୋର୍ଦ୍ଧା: ଆପଣ ବିଦେଶକୁ ଚାକିରୀ ଉଦ୍ଦେଶ୍ୟରେ ଯିବା ପାଇଁ ଚାହୁଁଛନ୍ତି କି? ଆପଣ ଟୀକା ନେଇ ପାରିନଥିବାରୁ ବିଦେଶ ଯାତ୍ରା ପାଇଁ ବାଧା ସୃଷ୍ଟି ହେଉଛି କି? ବିଦେଶରେ ଚାକିରୀ କରିଥିବା ଯୁବକମାନଙ୍କ ମଧ୍ୟରେ ବର୍ତ୍ତମାନ ଏଭଳି ସମସ୍ୟା ଉପୁଜୁଛି।

ତେବେ ବିଦେଶଗସ୍ତ କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୋର୍ଦ୍ଧା ଜିଲ୍ଲାରେ ଟୀକାକରଣରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଦେଶଗସ୍ତ ପାଇଁ ଟୀକାକୁ ଅପେକ୍ଷା କରିଥିବା ବ୍ୟକ୍ତି ଯଦି ପ୍ରଥମ ଡୋଜର କୋଭିସିଲ୍ଡ ଟୀକା ନେଇଛନ୍ତି, ତେବେ ଦ୍ଵିତୀୟ ଡୋଜ ନେବା ଲାଗି ତାଙ୍କୁ ଆଉ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ରଥମ ଡୋଜ ନେଇଥିବା ଲୋକ ଏବେ ୨୮ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନେଇ ବିଦେଶ ଗସ୍ତ କରିପାରିବ।

ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲାବାସୀଙ୍କ ପାଇଁ ପ୍ରାଣନାଥ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଟୀକା କେନ୍ଦ୍ର କରାଯାଇଛି। ତେବେ ଉକ୍ତ ଦ୍ଵିତୀୟ ଡୋଜ ଟୀକା ସମୟ ପୂର୍ବରୁ ବିଦେଶକୁ ଯିବା ଉଦ୍ଦେଶ୍ୟରେ ନେବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ କାଗଜପତ୍ରର ନକଲ ଟୀକା କେନ୍ଦ୍ରରେ ଦାଖିଲ କରିବାକୁ ପଡିବ।

୧- ଆଧାର କାର୍ଡ ନକଲ

୨- ଭିସା ଆବେଦନର ନକଲ କିମ୍ବା ଭିସାର ନକଲ

– ପାସପୋର୍ଟ ନକଲ

୪- ଯେଉଁ କମ୍ପାନୀରେ କାମ କରୁଥିବେ ତାର ନିଯୁକ୍ତି ପତ୍ରର ନକଲ

୫- ପ୍ରଥମ ଡୋଜ ଟୀକା ରସିଦ

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମ ଡୋଜ ଟୀକା ନେବାର ଅତି କମରେ ୨୮ ଦିନ ବିତିଯାଇଥିବା ଲୋକ ଦ୍ଵିତୀୟ ଡୋଜ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ଟୀକାକରଣରେ ସାମିଲ ହେବା ପାଇଁ ସକାଳ ୯ ଘଟିକାଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା: ଫୋନ କଲେ ଘରକୁ ଆସିବ ନମୁନା ସଂଗ୍ରହ ଗାଡି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଲକ୍ଷଣ ଦେଖାଯାଉଥିବା କୌଣସି ବରିଷ୍ଠ ନାଗରିକ ଯଦି କରୋନା ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଅସମର୍ଥ ଅଛନ୍ତି। ସେମାନଙ୍କ ପାଇଁ ବିଏମସି ଏକ ଭଲ ବ୍ୟବସ୍ଥା କରିଛି। ଘରୁ ଆସିପାରୁନଥିବା ବରିଷ୍ଠ ନାଗରିକ ମାନେ ଏବେ ଫୋନ କଲେ ନମୁନା ସଂଗ୍ରହ ଗାଡି ତାଙ୍କ ଘରେ ପହଞ୍ଚିବ। ସେଠାରେ ଏହି ଗାଡି ତାଙ୍କର ନମୁନା ସଂଗ୍ରହ କରିବ।

ତେବେ ଏଥିପାଇଁ କୋଭିଡ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରକୁ ଫୋନ କରିବାକୁ ପଡିବ। ଏହି ବ୍ୟବସ୍ଥା ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।

ସେହିଭଳି ଟୀକା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟୀକା ପାଇଁ ଯେଉଁ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡୁଥିବେ, ସେମାନଙ୍କ ପାଇଁ ମଧ୍ୟ ବିଏମସି ପ୍ରଶଂସନୀୟ ପଦକ୍ଷେପ ନେଇଛି। ଏକା ରହୁଥିବା ବରିଷ୍ଠ ନାଗରିକମାନେ ଫୋନ କରି ନିଜର ତଥ୍ୟ ଦେଲେ, ଘରେ ଗାଡି ପହଞ୍ଚିବ। ୧୯୨୯କୁ ଫୋନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଗାଡି ପହଞ୍ଚିବ। ତାଙ୍କୁ ଟୀକାକରଣ କେନ୍ଦ୍ରକୁ ନେଇ ଟୀକା ଦେବା ପରେ ପୁନଶ୍ଚ ଘରେ ଛାଡିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏନେଇ  ବିଏମସି କମିଶନର ସଞ୍ଜୟ କୁମାର ସିଂହ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପ-ନିର୍ବାଚନ: ଜାଣନ୍ତୁ ଭୋଟର ତାଲିକାରେ ନାମ ଖୋଜିବା ପାଇଁ କ’ଣ ରହିଛି ସ୍ଵତନ୍ତ୍ର ବ୍ୟବସ୍ଥା

ରମେଶ ମହାନ୍ତି
ଜଗତସିଂହପୁର: ଆଜି ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଉକ୍ତ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ‘ନ୍ୟାସନାଲ ଭୋଟର୍ସ ସର୍ଭିସ୍ ପୋର୍ଟାଲ’ କୁ ଯାଇ ଯେକୌଣସି ଭୋଟର ତାଙ୍କର ନାମ ଯାଂଚ କରିପାରିବେ। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ସେବା ଯୋଗାଇ ଦିଆଯାଇଛି। କେଉଁ ବୁଥ୍‌ରେ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତାହା ଜାଣି ପାରିବେ। ଏହି ପୋର୍ଟାଲରେ ନିଜ ରାଜ୍ୟର ନିର୍ବାଚନୀୟ ତଥ୍ୟ ଯଥା – ନାମ, ପିତାଙ୍କ ନାମ, ରାଜ୍ୟ, ନିର୍ବାଚନମଣ୍ଡଳୀ, ବୟସ, ଲିଙ୍ଗକୁ ଉପଯୋଗ କରି ଯେକୌଣସି ଭୋଟର ତାଙ୍କର କେଉଁ ବୁଥ୍‌ରେ ନାମ ଅଛି ତାହା ଜାଣିପାରିବେ।

ଏତଦ୍‌ବ୍ୟତୀତ ନିଶୁକ୍ଳ ନମ୍ବର ୧୮୦୦୩୪୫୧୨୭୯ ଜଗତସିଂହପୁରକୁ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଜଣାଇଛନ୍ତି।

ଏହାସହିତ ମତଦାନ ପାଇଁ କେବଳ ଚିରିକୁଟି କିମ୍ବା ଫଟୋ ଭୋଟର ସ୍ଲିପ୍ ଯଥେଷ୍ଟ ନୁହେଁ। ଏହାବ୍ୟତୀତ ୧୨ ଗୋଟି ବିକଳ୍ପ ପରିଚୟ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ, ଜଣେ ଭୋଟର ବା ବ୍ୟକ୍ତି ଭୋଟଗ୍ରହଣ କେନ୍ଦ୍ରରେ ନିଜର ମତଦାନ କରିପାରିବେ। ସେଗୁଡ଼ିକ ହେଲା- ୧. ଭୋଟର ପରିଚୟ ପତ୍ର, ୨. ଡ୍ରାଇଭିଂ ଲାଇସେନ୍‌ସ, ୩. ଫଟୋଥିବା ସରକାରୀ ଚାକିରୀକ୍ଷେତ୍ରର ପରିଚୟ, ୪. ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍‌ର ପାସ୍ ବୁକ୍‌, ୫. ଶ୍ରମ ମନ୍ତ୍ରଣଳାୟ ପକ୍ଷରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ୬. ସାଂସଦ, ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ୭.ଏମ୍‌.ଏନ୍‌.ଆର୍‌.ଜି.ଏର ଜବକାର୍ଡ, ୮. ଫଟୋଥିବା ପେନ୍‌ସନ ଦସ୍ତାବିଜ୍‌, ୯. ଏନ୍‌.ପି.ଆର୍ ସ୍ମାର୍ଟକାର୍ଡ, ୧୦. ପାସ୍‌ପୋର୍ଟ, ୧୧.ପାନକାର୍ଡ ଏବଂ ୧୨. ଆଧାର କାର୍ଡ ଇତ୍ୟାଦି।

ଉପରୋକ୍ତ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ ଜଣେ ଭୋଟର ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।